Vice-President of India Profile picture
Official X account of Shri C. P. Radhakrishnan, Hon'ble Vice-President of India

Mar 27, 2020, 7 tweets

ମାନନୀୟ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ସହିତ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡ଼ୁ ଆଜି ଭିଡିଓ କନଫରେନ୍ସ ଜରିଆରେ କୋଭିଡ-୧୯ ମୁକାବିଲା ନିମନ୍ତେ ଭାରତର ପ୍ରୟାସ ସମ୍ପର୍କରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ରାଜ୍ୟପାଳ, ଉପରାଜ୍ୟପାଳ ଏବଂ ପ୍ରଶାସକମାନଙ୍କ ସହିତ ଆଲୋଚନା କରିଥିଲେ । #COVID2019

ଆଲୋଚନା ଆରମ୍ଭ କରି, ଉପରାଷ୍ଟ୍ରପତି ସଂକ୍ରମଣ ଚକ୍ରକୁ ଭାଙ୍ଗିବା ଲାଗି ସାମାଜିକ ଦୂରତା ଉପରେ ଗୁରୁତ୍ୱାରୋପ କରିଥଲେ।

ଘରେ ରହିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ବିଷୟରେ ମନେ ପକାଇ କହିଥିଲେ- “ତୁମେ ବାହାରକୁ ଗଲେ କରୋନା ଭିତରକୁ ଆସିବ”। #COVID2019

ଦେଶର ଏହି ସଂକଟ ମୁହୂର୍ତ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରଥମ ନାଗରିକ ଭାବେ ରାଜ୍ୟପାଳ ଏବଂ ଉପରାଜ୍ୟପାଳମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ସ୍ଥିତିରେ ରହିଛନ୍ତି । #COVID2019

#କୋଭିଡ ୧୯ ମୁକାବିଲା ଲାଗି ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ନାଗରିକ ସଂଗଠନଗୁଡ଼ିକୁ ଉତ୍ସାହିତ କରିବା ଏବଂ ସରକାରଙ୍କ ସହ ଭାଗିଦାରୀ ଲାଗି ଘରୋଇ କ୍ଷେତ୍ରକୁ ପରାମର୍ଶ ଦିଅନ୍ତୁ । #COVID2019

କ୍ଷୀର, ଫଳ ଓ ପନିପରିବା, କୃଷି ଉତ୍ପାଦ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବାଧାମୁକ୍ତ ଭାବେ ସବୁ ସ୍ଥାନରେ ପହଞ୍ଚିବା ଆବଶ୍ୟକ। #COVID2019

କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ନିୟମକୁ ମାନିବା ଲାଗି ମୁଁ ସମସ୍ତ ନାଗରିକମାନଙ୍କୁ ନିବେଦନ କରୁଛି। #COVID2019

ବହି ପଢ଼ନ୍ତୁ, ଧ୍ୟାନ ଓ ଯୋଗ କରନ୍ତୁ, ପିଲା ଓ ଗୁରୁଜନଙ୍କ ସହିତ ସମୟ ବିତାନ୍ତୁ। ଘରେ ରୁହନ୍ତୁ-ସୁରକ୍ଷିତ ରୁହନ୍ତୁ । #COVID2019

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling