@Gajapati (ଗଜପତି) Profile picture
ଅନାଲୋଚିତ ଓଡିଶାର ପ୍ରଚାର ଓ ପ୍ରସାର #polyglot_Techie_Art_Architucture_litrature_culture_Resercher_Epigraphy_Odia. handle by: BM Adhikari

May 22, 2021, 7 tweets

ମଝିଘରିଆଣି ଙ୍କ ଇତିବୃତ୍ତି:
ନନ୍ଦପୁର ମହାରାଜା ବିଶ୍ୱନାଥ ଦେବ ପଞ୍ଚଦଶ ଶତାବ୍ଦୀରେ ଏକ ନୂତନ ଗଡ଼ ନିଜ ରାଜ୍ୟ ର ପୂର୍ବ ଭାଗରେ ନିର୍ମାଣ କରିଥିଲେ।
ଯାହା ଆଜି ରାୟଗଡ଼ା ନାମେ ଖ୍ୟାତ
ସେ ଇତିହାସରେ ନଉଣା ଗଜପତି ରୂପେ ପରିଚିତ
ଶୁଣାଯାଏ ତାଙ୍କର ୧୦୮ ରାଣୀ ଥିଲେ।
ରାଜା ତାଙ୍କ ଦୁର୍ଗର ମଧ୍ୟଭାଗରେ ଦେବୀଙ୍କୁ ପୂଜା
୧/n

କରୁଥିବା ଯୋଗୁଁ 'ମଝିଘରିଆଣି"ଭାବରେ ପରିଚିତ ହେଲେ |
ଏ କ୍ଷେତ୍ରରେ ପରେ ତେଲୁଗୁଙ୍କ ପ୍ରଭାବ ହେତୁ ସେ ମାଜିଗୌରୀ ବୋଲି ଅଧିକ ଲୋକପ୍ରିୟ ହେଲେ। କଳିଙ୍ଗ ଇତିହାସର ଏକ ବିବରଣୀ ଅନୁଯାୟୀ,୧୫୩୮ମସିହାରେ ଗୋଲକୋଣ୍ଡାର ଶାସକ ଇବ୍ରାହିମ କୁତବ ଶାହ ସେନାପତି ରୁତୁ ଖାନ ରାୟଗଡ ଉପରେ ଆକ୍ରମଣ କରି ବିଶ୍ୱନାଥ ଦେବଙ୍କୁ ହତ୍ୟା କରିଥିଲେ।
୨/n

ତାଙ୍କ ମୃତ୍ୟୁ ସହିତ ୧୦୮ରାଣୀ ନିଆଁକୁ ଡେଇଁ ଆତ୍ମହତ୍ୟା କଲେ | ସେ ସ୍ଥାନଟି ବର୍ତ୍ତମାନର ମନ୍ଦିର ପାଖରେ ଅଛି |
ଏହାକୁ 'ସତୀକୁଣ୍ଡ' କୁହାଯାଏ |
ରାଜାଙ୍କ ମୃତ୍ୟୁ ପରେ ଯେଉଁମାନେ ମନ୍ଦିର ଓ ରାଜ୍ୟ ର ଯତ୍ନ ନେଉଥିଲେ ସେମାନଙ୍କୁ ବହିଷ୍କାର କରାଯାଇଥିଲା। ସତୀଦାହ ପରେ ଦୁର୍ଗ ମଧ୍ୟ ଭୁଶୁଡି ପଡିଲା।
3/n

ଏହା ସହିତ ରାୟଗଡ଼ ର ରାଜ୍ୟ ଅନ୍ଧକାରମୟ ହୋଇଗଲା |
ପୁଣି
1930 ମସିହାରେ ବ୍ରିଟିଶମାନେ ଯେବେ ବିଜୟନଗରରୁ ରାୟପୁର ପର୍ଯ୍ୟନ୍ତ ରେଳପଥ ନିର୍ମାଣ ଆରମ୍ଭ କରିଥିଲେ। ତେବେ ଏ ସମୟରେ
ରାୟଗଡର ମଝିଘରିଆଣିଙ୍କ ଆସ୍ଥାନ ଠାରେ ଝଞ୍ଜାବତୀ ନଦୀ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା।
4/n

ଯେତେବେଳେ ଢାଞ୍ଚା ଅଧା ବାଟରେ ଥିଲା ବାରମ୍ବାର ବ୍ରିଜ ପୁରା ଭୁଶୁଡି ପଡୁଥାଏ |
ମା ଏକ ଦିନ ସ୍ୱପ୍ନରେ ଇଂରାଜୀ ବାବୁ (ଯନ୍ତ୍ରୀ)ଙ୍କୁ ଦେଖା କରି କହିଲେ, ଯଦି ତୁମେ ମୋ ପାଇଁ ଏକ ମନ୍ଦିର ନିର୍ମାଣ କର ...
ଏଠି ସେତୁ ଠିଆ ହେବ।
ସେହି ଅନୁଯାୟୀ, ଝଞ୍ଜାବତୀ ନିକଟରେ ଏକ ମନ୍ଦିର ନିର୍ମାଣ କରାଗଲା। ତେବେ ଯାଇ ସେତୁ ଟି ଠିଆ ହେଲା
5/n

ଚୈତ୍ର ଏକାଦାଶି ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତିବର୍ଷ ମାଆ ଙ୍କ ବିଶେଷ ପର୍ବ ପାଳନ କରାଯାଏ | ଯାହାର ନାମ ଚଇତି।
ଏହି ନାମ ରେ ବର୍ତ୍ତମାନ ଜିଲ୍ଳା ମହୋତ୍ସବ ପାଳନ ହେଉଛି।
ଏଠାରେ ହେବା ଶକ୍ତି ହୋମ ଦେଖିବାକୁ ବହୁ ଲୋକଙ୍କ ରୁଣ୍ଡ ହୁଏ। ମାଆଙ୍କ ପାଞ୍ଚ ଦିନିଆ ଯାତ୍ରା ରୁ ଅଗ୍ନିଯାତ୍ରା ଓ କଣ୍ଟାପିଢ଼ା ଯାତ୍ରା ଅନ୍ୟତମ।
6/n

ମନ୍ଦିରର ସିଂହ ଫାଟକ ବାହାରେ ଏକ ଚକଚକିଆ ପିତ୍ତଳ ଧାତୁ ର ଘୋଡା ଅଛି | ଏହି ମୂର୍ତି ପାଞ୍ଚ କ୍ୱିଣ୍ଟାଲ ପିତ୍ତଳ ଧାତୁରେ ନିର୍ମିତ ।
ବିଶ୍ୱାସ ଯେ ନିଶାର୍ଦ୍ଧରେ ମା ବୁରୁଦେଲା ପୋଲାମା ଙ୍କ ସଙ୍ଗେ ଏହିଘୋଡ଼ା ରେ ନଗ୍ର ଭ୍ରମଣ କରି ନଗ୍ରଜନ ଙ୍କ ଉଦ୍ଧାର କରନ୍ତି।

ଜୟ ମା ମଝିଘରିଆଣି

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling