@Gajapati (ଗଜପତି) Profile picture
ଅନାଲୋଚିତ ଓଡିଶାର ପ୍ରଚାର ଓ ପ୍ରସାର #polyglot_Techie_Researcher_Odisha_Bharata handle by: BM Adhikari

Jun 9, 2021, 9 tweets

ଫିରିଙ୍ଗି ମଶାଣି
The story of british graveyard in Ganjam
* ଗଞ୍ଜାମ ଇତିହାସ ଗର୍ଭା ,ଏଠାକାର ଐତିହ୍ୟ ସମ୍ପନ୍ନ ଦୁର୍ଗ , ସହର , ମଠ ,ମନ୍ଦିର ଭଳି ଏଠାରେ ଗୋଟିଏ ପରିତ୍ୟକ୍ତ ମଶାଣି ମଧ୍ୟ ଇତିହାସ ର ପୃଷ୍ଠା ମଣ୍ଡନ କରିଛି ।
* ଗଞ୍ଜାମ ସହର ନିକଟସ୍ଥ ପୋତାଗଡ ଦୁର୍ଗ ନିକଟରେ ରହିଛି ଏକ ପୁରାତନ ପରିତ୍ୟକ୍ତ କବରଖାନା ।
1/n

ଏହାର ନାମ - ବ୍ରିଟିଶ ମଶାଣି , ସାହେବ ମଶାଣି , ଗୋରା କବର ଇତ୍ୟାଦି ।

* 1768 ବେଳେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ର ଗୋରାସୈନିକ ସେନାଧ୍ୟକ୍ଷ Edward Cotsford ଙ୍କ ନେତୃତ୍ବରେ ଗଞ୍ଜାମ ଋଷିକୂଲ୍ୟା ମୁହାଣର ଗଞ୍ଜା ଠାରେ ପହଞ୍ଚି ଏକ ଦୁର୍ଗ ସ୍ଥାପନ କରି ରହିଲେ ।

କ୍ରମେ ସେମାନେ ଗଞ୍ଜାମ ଜିଲ୍ଲା ରେ ସେନା ଅଭିଯାନ
2/n

କରି 1803 ବେଳେ ଓଡ଼ିଶା ଅଧିକାର ପାଇଁ ସେନାଚାଳନା କଲେ ।

* କିନ୍ତୁ ତତ୍କାଳୀନ ପାରଳା ମହାରାଜା ଗଜପତି ନାରାୟଣ ଦେବ ଙ୍କ ଆକ୍ରମଣ, ଘୁମୁସୁର ବିଦ୍ରୋହ , ଓ ମହୁରୀ ମେଳି ର ଶିକାର ହୋଇ ଅନେକେ ପ୍ରାଣ ହରାଇଲେ

* ଏହିସେନା ଅଭିଯାନ ଯୁଦ୍ଧ ସମୟରେ ଯେଉଁ ଗୋରା ସୈନିକ , ସେନା ଅଧିକାରୀ , କିମ୍ବା ପ୍ରଶାସକ ଙ୍କ ମୃତ୍ୟୁ ଘଟୁଥିଲା ,

3/n

ଏବଂ ଅନ୍ୟ ସମୟରେ ମଧ୍ୟ ଯେଉଁ ଗୋରା ସାହେବ ଙ୍କ ଆକସ୍ମିକ ମୃତ୍ୟୁ ଘଟୁଥିଲା , ସେହି ମୃତ ଦେହ କୁ ଏହି କବରଖାନା ରେ କବର ଦିଆଯାଉଥିଲା ।

* ଅତୀତରେ ଏଠାରେ ଶତାଧିକ କବର ଥିଲା , ବର୍ତ୍ତମାନ କିନ୍ତୁ 48 ଗୋଟି କବର ଦୃଷ୍ଟି ଗୋଚର ହୁଏ , ଅନେକ କବର ଦେହରେ ଥିବା ମାର୍ବଲ ନାମଫଳକ କୁ କେହି ଦୁବୃର୍ଷ ଭାଙ୍ଗି ଦେଇଛି ।

4/n

ବର୍ତ୍ତମାନ ସୁଦ୍ଧା 27 ଗୋଟି କବର ଉପରେ ନାମଫଳକ ରହିଛି ।

* ଏଠାକାର କବର ଗୁଡ଼ିକ ମଧ୍ୟ ରେ ସର୍ବ ପୁରାତନ କବରଟି 1774 ମସିହାର ଏବଂ ଶେଷ କବରଟି 1858 ମସିହାର ।

*ପ୍ରାୟ ଏକ ଏକର ପରିମିତ ଏହି କବରଖାନା 80 ବର୍ଷ ପର୍ଯ୍ୟନ୍ତ ବ୍ୟବହାର ହୋଇ ଗତ 170 ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ରହିଛି ।
5/n

* କବର ଗୁଡ଼ିକ ଦେହରେ ଥିବା ନାମଫଳକ ରେ ମୃତ ବ୍ୟକ୍ତିଙ୍କ ପରିଚୟ ସହ ,
ମାର୍ମିକ , ହୃଦୟସ୍ପର୍ଶୀ ବାକ୍ୟ ଲିପିବଦ୍ଧ ହୋଇଅଛି , ଉପଲବ୍ଧ ପୁରାତନ କବରଟି ରେ ଲେଖାଅଛି- ମାତ୍ର 20 ବର୍ଷ ବୟସର ଜଣେ କୁଳବଧୂତାହାଙ୍କ ତିନିମାସ ପରେ ତାଙ୍କ ଶିଶୁପୁତ୍ର ମଧ୍ୟ ମାଆ ଙ୍କ ନିକଟ କୁ ଚାଲିଯାଇଛନ୍ତି ।

6/n

ତାରିଖ -17 ଜୁଲାଇ 1774.
ଶେଷ କବରଟି ଗଞ୍ଜାମ ଜିଲ୍ଲା ମୁଖ୍ୟ ଡାକ୍ତରାଣୀଙ୍କ ର , ଗଞ୍ଜାମ ବନ୍ଦର ରୁ ମାନ୍ଦ୍ରାଜ ଯିବାପାଇଁ , ପାଣିଜାହାଜ ଚଢିବା ବେଳେ ଗଳିପଡି , ଜଳଡୁବି ରେ ମୃତ୍ୟୁ ବରଣ କରିଛନ୍ତି , ତାରିଖ 7 ଅକ୍ଟୋବର 1858 .
* ଏଠାକାର କବର ଗୁଡ଼ିକ ଅତ୍ୟନ୍ତ ସୁନ୍ଦର ଗଢ଼ଣର ,ପେଟିକାକୃତି ,ଗମ୍ବୁଜାକୃତି ,କେତେକ 10-15 ଫୁଟ
7/n

ମୃତ ବ୍ୟକ୍ତିଙ୍କ ପଦବୀ ଅନୁସାରେ କବର ଆକାର , ଗଢ଼ଣ ହୋଇଥିବା ମନେ ହୁଏ ।
*ଏଠାକାର କବର ଗୁଡ଼ିକର ରକ୍ଷଣାବେକ୍ଷଣା କେବଳ ନାମକୁ ମାତ୍ର ।
* ଶତାଧିକ ବର୍ଷର ସ୍ମୃତିକୁ ମନେପକାଇ ଆଜି ମଧ୍ୟ ଇଂଲଣ୍ଡ ,ଆୟାରଲାୟାଣ୍ଡ ,ୟୁରୋପୀୟ ଗୋରା ସାହେବମାନେ ବେଳେବେଳେ ଏଠାକୁ ଆସି ସେମାନଙ୍କ କବର ସ୍କୃତିକୁ ପୁଷ୍ପ ତର୍ପଣ କରନ୍ତି
@Vijaykulange
8/n

ତଥ୍ୟ, ଉପସ୍ଥାପନା
ଡ଼ଃ ଅନନ୍ତରାମ କର , ଗଞ୍ଜାମ
ଇ. ବିଷ୍ଣୁମୋହନ ଅଧିକାରୀ, ଗଜପତି

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling