@Gajapati (ଗଜପତି) Profile picture
ଅନାଲୋଚିତ ଓଡିଶାର ପ୍ରଚାର ଓ ପ୍ରସାର #polyglot_Techie_Researcher_Odisha_Bharata handle by: BM Adhikari

Jul 10, 2021, 9 tweets

ଗଙ୍ଗ-ଗଜପତିଙ୍କ ରାଜକୀୟ ପ୍ରତୀକ~
* ଭାରତବର୍ଷରେ ଚାରିଗୋଟି ପ୍ରମୁଖ ରାଜବଂଶ- ଅଶ୍ବପତି, ଗଜପତି, ନରପତି, ଛତ୍ରପତି ଙ୍କ ମଧ୍ୟରୁ ଓଡ଼ିଶାର ଗଜପତି ରାଜବଂଶ ପ୍ରଧାନ ଏବଂ ଗତ ଏକ ହଜାର ବର୍ଷ ଧରି ଏହି ରାଜବଂଶର ସର୍ବଭାରତୀୟ ପ୍ରତିଷ୍ଠା ରହିଛି।
* ଓଡ଼ିଶାର ଧର୍ମ,ସଂସ୍କୃତି, ଜାତୀୟତା, ରାଜନୀତି, ଭାଷା ସାହିତ୍ୟ, ପ୍ରଦେଶ ଗଠନ ରେ
1/n

ଏହି ରାଜବଂଶର ମହନୀୟ ଅବଦାନ ରହିଛି।
* ପାରଳାଖେମୁଣ୍ଡି ଜମିଦାରୀ ନିକଟ ବଂଶଧାରା ନଦୀ କୂଳର-ରୋଣାଙ୍କି -ନାମକ ଗ୍ରାମର ପ୍ରାଚୀନ ଶିବାଳୟ କାନ୍ଥରେ-ଗଜପତି -ଶବ୍ଦ ପ୍ରଥମ ଥର ପାଇଁ ଖୋଦନ ହୋଇଥିଲା।
* ସକଳ କଳିଙ୍ଗୋତ୍କଳ କଙ୍ଗୋଦକୋଶଳ ର ସମ୍ରାଟ ଶ୍ରୀ ଅନନ୍ତ ବର୍ମା ଚୋଡ଼ଗଙ୍ଗ ଦେବ ସମଗ୍ର ଦକ୍ଷିଣ ପୂର୍ବ ଭାରତ ରେ ନିଜର ପ୍ରତିଷ୍ଠା
2/n

ଅକ୍ଷୁର୍ଣ୍ଣ କରି ଖ୍ରୀଷ୍ଟାବ୍ଦ-1093 ଡିସେମ୍ବର 24 ତାରିଖ,ରୋଣାଙ୍କି ଶିଳାଲେଖ ରେ ନିଜକୁ -ଗଜପତି- ବୋଲି ଘୋଷଣା କରିଥିଲେ।
* କାରଣ ମହାରାଜା ଶ୍ରୀ ଅନନ୍ତ ବର୍ମା ଚୋଡ଼ଗଙ୍ଗ ଦେବଙ୍କ 99 ହଜାର ହାତୀ ଥିଲେ। ଏଣୁ ସେ- ନବନବତିତମ ସହସ୍ର କୁଞ୍ଜରାଧୀଶ୍ବର ଉପାଧି ବହନ କରିଥିଲେ।
3/n

* ପରବର୍ତ୍ତୀ କାଳରେ ମହାରାଜା ଶ୍ରୀ ଅନନ୍ତ ବର୍ମା ଚୋଡ଼ଗଙ୍ଗ ଦେବ ଙ୍କ ବଂଶଧର ମାନେ କଟକ, ପାରଳାଖେମୁଣ୍ଡି, ବଡଖେମୁଣ୍ଡି, ସାନଖେମୁଣ୍ଡି ରେ ରାଜତ୍ଵ କରି ଗଜପତି ରାଜା ରୂପେ ପରିଚିତ ଅଛନ୍ତି।
* ପରବର୍ତ୍ତୀ କାଳରେ ଓଡ଼ିଶାର ସୂର୍ଯ୍ୟବଂଶ, ଭୋଇ ବଂଶର ରାଜା ମାନେ ମଧ୍ୟ ନିଜକୁ ଗୈାରବାବହ ଗଜପତି ବୋଲାଇଲେ।

ପାରଳା ଗଜପତି ଙ୍କ ପ୍ରତୀକ
4/n

ବଡ଼ ଖେମୁଣ୍ଡି ଗଜପତି ଙ୍କ ପ୍ରତୀକ
ଓ ରାଜା ବୀର ଶ୍ରୀ କୃପାମୟ ଅନଙ୍ଗଭୀମ ଦେବ
(ବିଜୟନଗ୍ର ଗଡ଼)

5/n

ସାନଖେମୁଣ୍ଡି ଗଜପତିଙ୍କ ପ୍ରତୀକ

ଓ ରାଜା ସାହେବ ଗଜପତି ନନ୍ଦକିଶୋର ଅନାଙ୍ଗଭୀମ ଦେବ

(ପ୍ରତାପଗିରି)
6/n

ପୁରୀ ଗଜପତି ଙ୍କ ପ୍ରତୀକ

ଏବଂ ଠାକୁର ରାଜା ଶ୍ରୀ ବୀରକିଶୋର ଦେବ
(ଶ୍ରୀ କ୍ଷେତ୍ର)
7/n

ଏପରି କି ଦେଖାଶିଖା ଆନ୍ଧ୍ର ବିଜୟନଗରମ ରାଜବଂଶ ମଧ୍ୟ ନୋନ ଗଜପତି ଙ୍କୁ ହରାଇ ନିଜକୁ ଗଜପତି ବୋଲାଉଛନ୍ତି।
* ଏହାର ଉଦେଶ୍ୟ ସୂର୍ଯ୍ୟ ବଂଶୀ ଗଜପତି ସମ୍ରାଟ ଙ୍କ କୌଣସି ଅଙ୍ଗୁଷ୍ଠି ଆକ୍ଷେପ ନୁହେଁ
ବରଂ ବର୍ତ୍ତମାନ ଓଡ଼ିଶାର ଗଜପତି ମାନଙ୍କ ତଥ୍ୟ କୁ ପଦା କୁ ଆଣିବା ପାଇଁ ଏକ ପ୍ରୟାସ

ଗଜପତି ଭାଇ ଗଣ ଏକ ସଙ୍ଗେ

ତଥ୍ୟ : ଡ଼ଃ ଅନନ୍ତ କର , ଭୀଷ୍ମଗିରି
ଉପସ୍ଥାପନ @VAdkri

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling