@Gajapati (ଗଜପତି) Profile picture
ଅନାଲୋଚିତ ଓଡିଶାର ପ୍ରଚାର ଓ ପ୍ରସାର #polyglot_Techie_Researcher_Odisha_Bharata handle by: BM Adhikari

Jul 19, 2021, 5 tweets

ବ୍ରହ୍ମପୁର ରେ ବିଜୁଳି ବତୀ ~

1936 ମସିହା ଡିସେମ୍ବର 27 ତାରିଖରେ ବ୍ରହ୍ମପୁର ସହରରେ ରେ ପ୍ରଥମେ ବିଜୁଳି ଆଲୋକ ଜଳିଥିଲା। ବର୍ତ୍ତମାନର ବ୍ରହ୍ମପୁର ଗିରିମାର୍କେଟ ନିକଟସ୍ଥ ବିଜୁପଟ୍ଟନାୟକ ପାର୍କ ସେତେବେଳେ ଏକ ପୋଖରୀ ଥିଲା । ଯାହାର ନାମ ଥିଲା ତାମେୟା ବନ୍ଧ,
ଏହି ପୋଖରୀ ପାର୍ଶ୍ବରେ ବିଜୁଳି ଅମଳ ଯନ୍ତ୍ର ସ୍ଥାପନା କରାଯାଇଥିଲା
1/n

ମାଡ୍ରାସ ର ଏକ ବିଜୁଳି କର୍ପୋରେସନ କମ୍ପାନୀ ଏଠାରେ ବିଜୁଳି କଳ ପ୍ରତିଷ୍ଠା କରି , ଅମଳ ବଣ୍ଟନ କରୁଥିବାରୁ ଆଜି ମଧ୍ୟ ଗିରି ମାର୍କେଟ , ଆସ୍କା ରୋଡ଼ , ବିଜୁପଟ୍ଟନାୟକ ପାର୍କ ରୋଡ଼ କୁ ଲୋକେ କର୍ପୋରେସନ ରୋଡ଼ କହନ୍ତି ।
* ଆଜିମଧ୍ୟ ବିଜୁପଟ୍ଟନାୟକ ପାର୍କ ପଡିଶାରେ ଇଲେକ୍ଟିକାଲ ଅଫିସ , ସବଷ୍ଟେସନ ଟିଏ ଅଛି ।
2/n

ସେତେବେଳେ ତାମେୟା ବନ୍ଧର ପାଣି ,ପମ୍ପ ଦ୍ବାରା ଉଚ୍ଚକୁ ଉଠାଇ ପ୍ରପାତ କରି ବିଜୁଳି ଅମଳ କରାଯାଉଥିଲା ।
* ଖଲିକୋଟ ରାଜା ଶ୍ରୀ ରାମଚନ୍ଦ୍ର ମର୍ଦରାଜ ଦେଓ ଙ୍କ ଉଦ୍ୟମ ରେ ଏହି ବିଜୁଳି କର୍ପୋରେସନ ପ୍ରତିଷ୍ଠା ହୋଇଥିଲା ।
* ବ୍ରହ୍ମପୁର ଦଳୁଆ ସାହି ର ଇଂଜିନିୟର ଚଲପତି ରାଓ ଯନ୍ତ୍ରି ଏହାର ଥିଲେ ।
3/n

*ପ୍ରଥମେ ବ୍ରହ୍ମପୁର ସହର ର ବଜାରରେ ,ଓ ବଡ଼ବଡ଼ିଆ ଙ୍କ ଘର ମାନଙ୍କରେ ବିଜୁଳି ବତୀ ଜଳିଥିଲା ।
* ସହରରେ କାଠଖମ୍ବ ପୋତି ବିଜୁଳି ଯୋଗାଣ ହୋଇଥିଲା । ସହରର ଆଲୋକ ଦେଖୁ ଲୋକେ କହିଲେ - "ବରମ୍ପୁରୁରେ ରାତି ନାହିଁ , ଇଚ୍ଛାପୁରରେ ଜାତି ନାହିଁ ।"
ଉପରୋକ୍ତ ଖବର କାଗଜ ର ଲେଖା👇
4/n

ବିଜୁବାବୁ ଙ୍କ ଉଦ୍ୟମ ଫଳରେ କୋରାପୁଟ ଡୁଡୁମା ରୁ 1962 ବେଳେ ବ୍ରହ୍ମପୁରକୁ ବିଜୁଳି ଯୋଗାଣ ହୋଇଥିଲା , ସମଗ୍ର ସହର ଏବଂ ଜିଲ୍ଲା କୁ ବିଜୁଳି ଯୋଗାଣ ପର୍ଯ୍ୟାପ୍ତ ହୋଇଥିଲା , ବ୍ରହ୍ମପୁର ଫାଷ୍ଟଗେଟ , ଦିଗପହଣ୍ଡି ରୋଡ଼ ରେ ଡୁଡୁମା କଲୋନୀ , ସବଷ୍ଟେସନ ଆଜି ବି ଅଛି ।
* ତଥ୍ୟ- ଡଃ ଅନନ୍ମରାମ କର
ଉପସ୍ଥାପନା: @VAdkri

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling