@Gajapati (ଗଜପତି) Profile picture
ଅନାଲୋଚିତ ଓଡିଶାର ପ୍ରଚାର ଓ ପ୍ରସାର #polyglot_Techie_Art_Architucture_litrature_culture_Resercher_Epigraphy_Odia. handle by: BM Adhikari

Aug 17, 2021, 7 tweets

ଓଡ଼ିଶାର ପ୍ରଥମ ଶହୀଦ
ଗଞ୍ଜାମ ଶେରଗଡ଼ ରାଜା ଶ୍ରୀ ଅଦ୍ବୈତ ସିଂହ -
ଜୟୀ ରାଜଗୁରୁ ଓଡ଼ିଶାର ପ୍ରଥମ ଶହୀଦ ନୁହଁନ୍ତି

ଓଡ଼ିଶାର କେତେକ ଇତିହାସ ପୁସ୍ତକ,ସାଧାରଣ ଜ୍ଞାନ ପୁସ୍ତକ ଏବଂGoogle/wiki ଭଳି ଜ୍ଞାନବାହୀ ସଂସ୍ଥା,ପୁରୀ ଗଜପତିଙ୍କ ମନ୍ତ୍ରୀ ଶ୍ରୀ ଜୟୀ ରାଜଗୁରୁ ଙ୍କୁ ପ୍ରଥମ ଶହୀଦ ଉଲ୍ଲେଖ କରିଛନ୍ତି।

ଯାହା ସମ୍ପୂର୍ଣ୍ଣ ଭୁଲ
1/n

1803 ମସିହାରେ ବ୍ରିଟିଶ୍ ସେନା ଗଞ୍ଜାମ ରୁ ପୁରୀ ଏବଂ କଟକ ଯାଇଥିଲେ , ପୁରୀ ଦଖଲ ବେଳେ ପୁରୀ ରାଜାଙ୍କ ମନ୍ତ୍ରୀ ଜୟୀ ରାଜଗୁରୁ ଙ୍କୁ ଦୋଷୀ ସାବ୍ୟସ୍ତ କରି 1806 ଡିସେମ୍ବର 6 ତାରିଖରେ ମେଦିନୀପୁର ର ବାଘା ତୋଟା ରେ ଫାଶୀ ଦେଇଥିଲେ ।

ପ୍ରକାଶ ଥାଉକି ବ୍ରିଟିଶ କଂପାନୀ ସରକାର ପ୍ରଥମେ 1767 ରେ ଗଞ୍ଜାମ ରେ ପ୍ରବେଶ କରିଥିଲେ

2/n

ଗଞ୍ଜାମର ପାଇକ ମାନେ ଦୀର୍ଘ 36 ବର୍ଷ ଧରି ଅନବରତ ଇଂରାଜୀ ସେନା ସହ ଯୁଦ୍ଧ ଚଳାଇଥିଲେ * ପାରଳାଖେମୁଣ୍ଡି ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ନାରାୟଣ ଦେବ ଏବଂ ବଡଖେମୁଣ୍ଡି ରାଜା ଶ୍ରୀ ପୁରୁଷୋତ୍ତମ ଅନଙ୍ଗ ଭୀମ ଦେବ ଙ୍କ ମିଳିତ ପାଇକ ବାହିନୀ ବ୍ରିଟିଶ୍ ଆଗମନ କୁ ପ୍ରତିରୋଧ କରିବାରେ ସମର୍ଥ ହୋଇଥିଲେ।
ଏବଂ ବିଦ୍ରୋହ ଜାରି ରହିଥିଲା
3/n

ପରବର୍ତ୍ତୀ ସମୟରେ।
* 1800 ମସିହା ମଇ ମାସରେ ଗଞ୍ଜାମ ସାନଖେମୁଣ୍ଡି ରାଜା ଶ୍ରୀ ଜଗନ୍ନାଥ ଦେବ , ବଡଖେମୁଣ୍ଡି ରାଜା ଶ୍ରୀ ପଦ୍ମନାଭ ମଣିଦେବ , ଶେରଗଡ଼ ରାଜା ଶ୍ରୀ ଅଦ୍ବୈତ ସିଂହ ,ଏବଂ ଧରାକୋଟ ରାଜା ଶ୍ରୀ ଜଗନ୍ନାଥ ସିଂହ ଙ୍କ ମିଳିତ ପାଇକ ସେନା ବ୍ରିଟିଶ୍ ଆର୍ମି ସହିତ ସମ୍ମୁଖ ସମର ଯୁଦ୍ଧ କଲେ ।

4/n
ଗଜପତି ଜିଲ୍ଲା ନାରାୟଣପୁରର ତୋପ

1800 ମେ ମାସ 4 ତାରିଖ ମଧ୍ୟାହ୍ନରେ ଆଡପଡା ଗ୍ରାମ ନିକଟସ୍ଥ ଲଙ୍ଗା ପଡ଼ିଆରେ ସମ୍ମୁଖ ସମର ବେଳେ ବ୍ରିଟିଶ୍ ସେନାର ଏକ ତୋପରୁ 6 ପାଉଣ୍ଡ ଓଜନର ଗୋଟିଏ ଗୋଳା ନିକ୍ଷେପ ରେ ଶେରଗଡ଼ ରାଜା ଶ୍ରୀ ଅଦ୍ବୈତ ସିଂହଙ୍କ ଶରୀର ରୁ ମୁଣ୍ଡଟି ଛିଣ୍ଡି ଉଡିଯାଇଥିଲା ।
ଦେଶ ମାତୃକାର ମୁକ୍ତି ପାଇଁ ଶେରଗଡ଼ ରାଜାଏଠି ଶହୀଦ ହୋଇଗଲେ
5/n
ଆଡ଼ପଡ଼ା ପଡ଼ିଆ

ଏହି ଘଟଣା ଥିଲା ଜୟୀ ରାଜଗୁରୁ ଙ୍କ ଫାଶୀ ର 6 ବର୍ଷ 6 ମାସ ପୂର୍ବ ର ଘଟଣା ।
ଏହି ଐତିହାସିକ ସତ୍ୟ ରୁ ପ୍ରତିପାଦିତ ଯେ- ଜୟୀ ରାଜଗୁରୁ ନୁହଁ ବରଂ ଶେରଗଡ଼ ରାଜା ଶ୍ରୀ ଅଦ୍ବୈତ ସିଂହ ହେଉଛନ୍ତି ଓଡ଼ିଶାର ପ୍ରଥମ ଶହୀଦ ।
* 1882 ମସିହାରେ ପ୍ରକାଶିତ T.J.Maltby ନାମକ ବ୍ରିଟିଶ
6/n

ଐତିହାସିକ The Ganjam Manual ନାମକ ପୁସ୍ତକ ର 158 ପୃଷ୍ଠା ରେ ଏ ସମ୍ପର୍କରେ ବିଶଦ ତଥ୍ୟ ଉପସ୍ଥାପନା କରିଛନ୍ତି।

ତେବେ ସତ କୁ କେତେ ଦୂର ଆମେ ଗ୍ରହଣ କରିଛେ , ତାହା ପ୍ରକାଶକରିବା ବେଳ ଆସିଲା

ଉତ୍ସ- ଡଃ ଅନନ୍ମରାମ କର କୌଣ୍ଡିନ୍ୟ , ଗଞ୍ଜାମ

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling