@Gajapati (ଗଜପତି) Profile picture
ଅନାଲୋଚିତ ଓଡିଶାର ପ୍ରଚାର ଓ ପ୍ରସାର #polyglot_Techie_Art_Architucture_litrature_culture_Resercher_Epigraphy_Odia. handle by: BM Adhikari

Dec 10, 2021, 10 tweets

ଓଡ଼ିଆ ସାହିତ୍ୟର ଅନାଲୋଚିତ ତାରକା -

ସୁରଙ୍ଗୀ ଦୁର୍ଗାଧିପତି ଇଚ୍ଛାପୁର ନରେଶ ଚନ୍ଦ୍ରଚୂଡ଼ାମଣି ହରିଚନ୍ଦନ ଜଗଦ୍ଦେବ
~
ଓଡ଼ିଆ ରିତିଯୁଗୀୟ ସାହିତ୍ୟ ହେଉ ଅବା ପରବର୍ତ୍ତୀ କାଳୀନ ରଚନା,ସୁରଙ୍ଗୀ ପ୍ରସଙ୍ଗ ଏଥିରେ ସର୍ବାଗ୍ରେ । ଏହା ଆମ ଓଡ଼ିଆସାହିତ୍ୟର ଇତିହାସ କୁହେ

ଏହି ମାଟି ଜନ୍ମ ହେଉଛି ଅଭିମନ୍ୟୁ ସମାନ୍ତସିଂହାର ଙ୍କ ଗୁରୁପୀଠ

୧/n

ଦୀନବନ୍ଧୁ ରାଜ ହରିଚନ୍ଦନ ଜଗଦ୍ଦେବ ଙ୍କ ମାଟି। ସପ୍ତଦଶ ଶତାବ୍ଦୀ ରେ ପରଚିତ ରାଧା ବିଳାସ, ନବ ବୃନ୍ଦାବନ ବିହାର , ମଥୁରା ମହାତ୍ମ୍ୟ , ଚୈତନ୍ୟ ଚରିତ, ବୈଷ୍ଣବାମୃତ ସରୋଦ୍ଧାର ଭଳି କାଳଜୟୀ ରଚନା ଥିଲା ଏହି ମାଟିରେ ପାଳନ କରୁଥିବା ରାଜବଂଶ ର ଓଡ଼ିଆ ସାହିତ୍ୟ ସିନ୍ଦୁକ କୁ ଦାନ।

ସେହି ସୁରଙ୍ଗୀ ଗଡ଼ ତଥା ଇଚ୍ଛାପୁର ସିଂହାସନ
୨/n

ରେ ଜନ୍ମିତ ଅନେକ ଯୋଗଜନ୍ମା ଙ୍କ ଭିତରେ ଚନ୍ଦ୍ରଚୂଡ଼ାମଣି ଅନ୍ୟତମ।

ତତ୍କାଳୀନ ଗଞ୍ଜାମ ଜିଲ୍ଲାର ସୁରଙ୍ଗୀ ଗଡ଼ରେ ୪.୧.୧୮୭୬ ରେ ଜନ୍ମଗ୍ରହଣ କରିଥିଲେ ଚନ୍ଦ୍ରଚୂଡ଼ାମଣି। ଓଡ଼ିଆ , ଇଂରାଜୀ, ସଂସ୍କୃତ , ତେଲୁଗୁ ,ରେ ପାଣ୍ଡିତ୍ୟ ଥିବା ଏହି ବ୍ୟକ୍ତି ଥିଲେ
ଦକ୍ଷିଣ ଓଡ଼ିଶାର ପ୍ରଥମ ବିଦେଶ ଯାତ୍ରୀ।

୩/n

ଅଧୁନା ଆନ୍ଧ୍ରପ୍ରଦେଶ ରାଜ୍ୟ ର ଶ୍ରୀକାକୁଲମ ଜିଲ୍ଲା ର ଇଚ୍ଛାପୁର ସହର ଉପକଣ୍ଠ ରେ ଥିବା ଏହି ଭବ୍ୟ ଅଟାଳିକା ଆଉ କାହାର ନୁହେଁ। ସ୍ୱୟଂ ରାଜା ଚନ୍ଦ୍ରଚୂଡ଼ାମଣି ଙ୍କ ନିର୍ମିତ।

ତେବେ ଚାଲନ୍ତୁ ଆମ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର କଣ ଅବଦାନ ସମ୍ୟକ ଭାବରେ ଜାଣିବା

୪/n

ସାହିତ୍ୟ ଅବଦାନ ଜାଣିବା ପୂର୍ବରୁ ଏତିକି ଜାଣି ରଖିବା ଉଚିତ ଯେ,
ମାଡ୍ରାସ ପ୍ରେସିଡେନ୍ସି ରେ ବିଚ୍ଛିନ୍ନ ଓଡ଼ିଆଙ୍କ ପାଇଁ ଓଡ଼ିଆ ଏକତ୍ରିକରଣ ମୂଳକ "ଉତ୍କଳବାସୀ" ନାମକ ସାପ୍ତାହିକ ପତ୍ରିକା ବାହାର କରିବାରେ ପ୍ରଥମବାର ସଫଳ ହୋଇଥିଲେ।
ଖାଲି ଏତିକି ନୁହଁ ସେ ଥିଲେ ଉତ୍କଳ ସମ୍ମିଳନୀ ଷଷ୍ଠ ଅଧିବେଶନ ର ସଭାପତି।
୫/n

ଚନ୍ଦ୍ରଚୂଡ଼ାମଣି ଙ୍କ ଓଡ଼ିଆ ଭାଷା ର ଅଗାଧ ଜ୍ଞାନ ତାଙ୍କରି ଲେଖନୀ ନିସୃତ ଛାନ୍ଦ , ଚଉପଦୀ , ଚଉତିଶା , କୋଇଲି , ଭ୍ରମଣ କାବ୍ୟ , ଖଣ୍ଡ କାବ୍ୟ , ଜଣାଣ ଓ ନୀତି ଶିକ୍ଷା ପୁସ୍ତକ ରୁ ପାଠକ କିଞ୍ଚିତ ପଠନ ରୁ ଅବଗତ ହୋଇପାରିବେ ।

ସେ ମହାପୁରୁଷ ଙ୍କ ଅସଂଖ୍ୟ କାଳଜୟୀ ଲେଖା ରୁ କିଛି ମାତ୍ର ପ୍ରକାଶନ ହୋଇପାରିଛି।
୧.👇🏾

୬/n

୨.👇🏾
ରାଧାକାନ୍ତ ଜଣାଣ
୭/n

୩. ପ୍ରାର୍ଥନାବଳୀ
୪.ମଣିମାଳା
👇🏾

୮/n

୫. କୃଷ୍ଣ ବିରହ କୋଇଲି
୬.ପ୍ରାର୍ଥନା
👇🏾
୯/n

୭.ତପୋବନ
୮.ମନଜ୍ଞାନ ଚମ୍ପୂ
୯. କ୍ରୁରାଶିନୀ ଜଣାଣ
୧୦. ପୁରୀ କ୍ଷେତ୍ର

ଏହି ଭଳି ସହସ୍ର ପୁସ୍ତକ ର କବି ତଥା ଲେଖକ ଥିଲେ ଚନ୍ଦ୍ରଚୂଡ଼ାମଣି । ସତରେ ଆମେ କଣ ଏହି ସାରସ୍ୱତ ସାଧକଙ୍କ ବିଷୟ ରେ ଅବଗତ କି ?

ଆସନ୍ତା ଅଧ୍ୟାୟରେ ତାଙ୍କରି ଗଦ୍ୟ ସାହିତ୍ୟ ସୃଷ୍ଟି ଉପରେ ଆଲୋଚନା କରିବା।

କ୍ରମଶଃ......

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling