@Gajapati (ଗଜପତି) Profile picture
ଅନାଲୋଚିତ ଓଡିଶାର ପ୍ରଚାର ଓ ପ୍ରସାର #polyglot_Techie_Art_Architucture_litrature_culture_Resercher_Epigraphy_Odia. handle by: BM Adhikari

Dec 16, 2021, 12 tweets

ଓଡ଼ିଶା ଇତିହାସର ଅନାଲୋଚିତ ଅଧ୍ୟାୟ ~

ଆଗରୁ ଅନେକ ଥର ପାଇକ ବିଦ୍ରୋହର ଆଦ୍ୟ ସଂଗ୍ରାମ ବିଷୟରେ ଓ ଦକ୍ଷିଣ ଓଡ଼ିଶାରେ ପ୍ରଥମେ ଇଂରେଜ ଙ୍କ ପ୍ରବେଶ ସଂପର୍କରେ ପଢ଼ିଥିଲେ। କିନ୍ତୁ କିଛି ହାତ ଗଣତି ବୀର ଙ୍କ ଛଡ଼ା ହୁଏତ ଆମେ ଅନ୍ୟ ମାନଙ୍କ ବିଷୟ ରେ ଅଜ୍ଞ।

ଆଜି ,ଚାଲନ୍ତୁ ଜାଣିବା ଇତିହାସ ର ସେହି ଅଧ୍ୟାୟ

#ଫାଶୀଓ_ନିର୍ବାସନ
୧/n

1768 ମସିହା ଜାନୁଆରୀ ମାସରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କଲେ। ଏହାପରେ ପାରମ୍ଭ ହେଲା ଦୀର୍ଘ ୨୭ ବର୍ଷର ସଂଗ୍ରାମ

କିନ୍ତୁ ସର୍ବଶେଷରେ ୧୮୦୪ରେ ବ୍ରିଟିଶ ଦକ୍ଷିଣ ଓଡ଼ିଶାରେ ପ୍ରଶାସନିକ ଦପ୍ତର ସ୍ଥାପନ କଲା।କିନ୍ତୁ
ପ୍ରାରମ୍ଭିକ ପର୍ଯ୍ୟାୟ ର ସଂଗ୍ରାମ,ଏହିଠାରୁ ବିଦ୍ରୋହ ର ଦାବାନଳ ରେ ପରିଣତ ହେଲା
୨/n

ସମଗ୍ର ଦକ୍ଷିଣ ଓଡ଼ିଶାର ଇତିହାସ କୁ ଅବଲୋକନ କଲେ ଏହା ଜଣାଯାଏ ଯେ, ଖେମୁଣ୍ଡି ରାଇଜ ର ମୁଗଲ ,ଫରାସୀ ପରେ ଇଂରେଜ ବିଦ୍ରୋହ ର ସଂଗ୍ରାମ ଗଞ୍ଜାମ ଇତିହାସ ରେ ମାଇଲ ଖୁଣ୍ଟ ସାଜିଥିଲା

୧୭୫୭ ରେ ଖେମୁଣ୍ଡି ପ୍ରଜା ଙ୍କ ପରାସୀ ବିଦ୍ରୋହ ହେଉ। ଅବା ପାରଳା ଜଗନ୍ନାଥ ନାରାୟଣ ଦେବଙ୍କ ବିଶାଖାପାଟଣା ରେ ଇଂରେଜ ସେନା ଉପରେ ଆକ୍ରମଣ
୩/n

ଏ ସମଗ୍ର ଆନ୍ଦୋଳନ ରେ ଅନେକ ଙ୍କୁ ମୃତ୍ଯୁଦଣ୍ଡ , ନିର୍ବାସନ ବା ଦ୍ୱିପାନ୍ତର ହେବାକୁ ପଡିଥିଲା।

କେବଳ ଯେ ଶେରଗଡ଼ ର ସାମାନ୍ୟ ରାଜା ଅଦ୍ବୈତ ସିଂହ ନିଜ ଜୀବନ କୁ ଯୁଦ୍ଧରେ ବାଜି ଲଗେଇ 1800 ମେ 4 ରେ ସହୀଦ ହୋଇନଥିଲେ।
ଏହା ପରେ ଗଞ୍ଜାମର ଅନେକ ସଂଗ୍ରାମୀ ଦେଶମାତୃକାର ସୁରକ୍ଷା ଲାଗି ପ୍ରାଣ ବଳି ଦେଇଥିଲେ।

ଚାଲନ୍ତୁ ଜାଣିବା
୪/n

ମଧ୍ୟ ଯୁଗୀୟ ଶାସନ ର ଅନ୍ତପରେ ଦକ୍ଷିଣ ଓଡ଼ିଶାର ୧୯ ଟି ଜମିଦାରୀ ଖେମୁଣ୍ଡି ରାଜଙ୍କ ଅଧୀନରେ ସାମନ୍ତ ରାଜ୍ୟ ରୂପେ ଶାସନ କରୁଥିଲେ।

୧୮୩୪ ମସିହା ପର୍ଯ୍ୟନ୍ତ ଖେମୁଣ୍ଡି ନରପତି ମାନଙ୍କ ବିଶାଳ ସୈନ୍ୟ ବାହିନୀ ଥିଲା। ଇଂରେଜ ମାନେ ଏଇ ପାଇକ ମାନଙ୍କୁ " ରାଜାସ୍ ପିଅନ" କହୁଥିଲେ।

ଯୁଦ୍ଧ ସମୟରେ ଯୁଦ୍ଧ କରିବା ସହିତ ଅନ୍ୟ ସମୟରେ ଏମାନେ
୫/n

ରାଜ ଦତ୍ତ ଜାଗିର ରେ କୃଷିକରି ବଞ୍ଚୁଥିଲେ। ଗଜପତି ରାଜାଙ୍କ ଏହି ପାଇକ ଗୋଷ୍ଠୀ ପ୍ରଗଣା ଗୁଡିକ ମୁଠା ଓ ଗଡ଼ ରେ ବିଭକ୍ତ ଥିଲା।

ଏଥିର ମୁଖିଆ ମାନେ ଥିଲେ ଦୋରା , ବିଶୋଇ ନାୟକ ଓ ଦଣ୍ଡସେନା। କିନ୍ତୁ ଯୁଦ୍ଧ ସମୟରେ ସ୍ବେଚ୍ଛାକୃତ ଜନତା ମଧ୍ୟ ଭାଗ ନେଇ ପାରୁଥିଲେ। ଯାହା ଖେମୁଣ୍ଡି ରାଜା ଙ୍କ ସାମରିକ ବୃତ୍ତି ସ୍ୱୀକୃତ ଥିଲା
୬/n

୧୭୬୮ ରୁ ୧୮୦୪ , ଏବଂ ୧୮୦୪ ରୁ ୧୮୪୫ପର୍ଯ୍ୟନ୍ତ ପ୍ରାୟ ଦୀର୍ଘ ୮୦ ବର୍ଷ ର ଇଂରେଜ ବିରୋଧୀ ସଂଗ୍ରାମ ବିଷୟ ରେ ଆମ ଚିରାଚରିତ ଇତିହାସ ନିରବ।

କିନ୍ତୁ ଜାଣିରଖିବା ଉଚିତ ଏ ଦୀର୍ଘ ୮୦ ବର୍ଷରେ ୩୮ ଟି ଯୁଦ୍ଧ ଘଟିଛି। ଏହାର ମଙ୍ଗ ଧରିଥିଲେ ପାରଳା ଓ ଘୁମୁସୁର ରାଜ ପରିବାର।

୭/n

ସଂଗ୍ରାମ ରେ ମୃତ୍ୟୁଦଣ୍ଡ ପାଇଥିବା ଓ ନିର୍ବାସନ ଦଣ୍ଡ ଭୋଗ କରିବା କିଛି ଦେଶଭକ୍ତଙ୍କ ତାଲିକାମଧ୍ୟରୁ ଏଥର ଆଲୋଚନା ରେ ଖେମୁଣ୍ଡିର ଦେଶଭକ୍ତ ଗଣ।

କରନେଲ ପିଚଙ୍କ ଠାରୁ ଆରମ୍ଭ କରି କ୍ୟାପ୍ ଟେନ ଉଇଲସନ ଙ୍କ ପର୍ଯ୍ୟନ୍ତ ପାରଳା ର ୧୩ ଜଣଙ୍କୁ ଫାଶୀ,୨୫ ଜଣଙ୍କୁ ଦ୍ବୀପାନ୍ତର ଏବଂ ୧୦୩ ଜଣଙ୍କୁ ରାଜବନ୍ଦୀ କରିଥିଲା ଲିଖିତ ପ୍ରମାଣ ମିଳେ
୮/n

ଫାଶୀ-

1834 ସଂଗ୍ରାମ -
ଫେବୃଆରୀ ୨୨ ତାରିଖ

ରାମନାଥ ବିଶୋଇ - ଲାବନ୍ୟଗଡ଼
କମନାଲା ବିଶୋଇ - ରାୟଗଡ଼
ଗୋପୀନାଥ ପଟନାୟକ -କରଣଗଣ୍ଡାହାତୀକୋଟ

ଏପ୍ରିଲ ୧୫ ତାରିଖ
ଶଭରା ମଙ୍ଗୁଳୁ

୯/n

ଦ୍ବୀପାନ୍ତର-

୧୮୩୫ ଏପ୍ରିଲ ୨୧

ଭିକାରୀ ଜାରିକି - ଗଣ୍ଡାହାତୀ
ଯାକ ଦାସ
ବହୁ ପାଣି
ବୁଦ୍ଧି ପିଅନ
ପାଞ୍ଜି ନାୟକ

ଖମୁ - ଜେରିଙ୍ଗି
ସୌରା ସୁକୁଡୁ- ଭିମାଭର
ହନୁ ପ୍ରଧାନୀ - ଜେରିଙ୍ଗି
ଭଗବାନ ବଡ଼ ଦଳେଇ
ଦୁର୍ବାବୁ

ଏପ୍ରିଲ ୨୫ ତାରିଖ
ରାମକୃଷ୍ଣ ବଡ଼ କମାରୁ - କଇଁ ପୁରୁ
ପୁରୁଷୋତ୍ତମ ପିଅନ
ରାମକୃଷ୍ନ ଦଳେଇ
୧୦/n

ଏପ୍ରିଲ ୨୯ ତାରିଖ

ସଉରା ଜଗଡୁ - ଗୁମ୍ମା
ସୌରା ଗୁରନାଲ
ମାଦଳା ବୁରୁଜା - ଜେରିଙ୍ଗି

1824 ମସିହା ଏପ୍ରିଲ ୨୯
**************
ସାମୁହିକ ଫାଶୀ -
ସୋବରାମ ବିଶୋଇ - ବିଜୟନଗ୍ରଗଡ଼
ଦାଶରଥି ଜେନା - ପାରଳା
ବୋବିଲି ନାଇଡୁ
ନୀଳକଣ୍ଠ ନାଇଡୁ

ଉତ୍ତମ ସିଂହ (ମକସାଦାର)
୧୧/n

ଏତତ୍ ବ୍ୟତୀତ ଅନେକ ଙ୍କୁ ପଣବନ୍ଦୀ ହେବାକୁ ପଡିଲା , ଯାହାକି ଆଗାମୀ ଥରକୁ ଜାଣିବା।

କ୍ରମଶଃ........
ରଚନା : @VAdkri

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling