Prashant Sahu 🇮🇳 Profile picture
CEO, https://t.co/n989iCNr85 (Web Site Company Since 2001) Google Partner- Microsoft Partner - .IN Registrar- Cyber Expert -TV Panelist . FB : https://t.co/sMIhzn20dZ

May 12, 2022, 7 tweets

ଶାବର ଶ୍ରୀକ୍ଷେତ୍ର :

କୋରାପୁଟ ଜିଲ୍ଲାର ମଧ୍ୟସ୍ଥଳରେ ଏକ ପାହାଡ ଉପରେ ଦଣ୍ଡାୟମାନ। ନୀଳାଚଳଧାମ ପୁରୀରେ ୧୯୬୯ ମସିହାରେ ଠାକୁରଙ୍କର ନବକଳେବର ହୋଇଥିଲା। ଏହି ସମୟରେ ବଳକା ଦାରୁକୁ ନେଇ ନିର୍ମିତ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତୀ ଓ ସ୍ଥାନିତ ହୋଇଥିଲେ ସୁଦୂର କୋରାପୁଟରେ। Conti.....

ପ୍ରଥମେ ପୁରୁଣା ପିଚୁ ଟିଣରେ ୧୦×୧୦ ଫୁଟରେ ନିର୍ମିତ ହେଲା ଏକ ଗମ୍ବୁଜାକୃତି ମନ୍ଦିର।ଏହି ମନ୍ଦିରଟି ପ୍ରତିଷ୍ଠା ହେଲା ୧୯୭୨ରେ ପଣ୍ଡିତ ସଦାଶିବ ରଥଶର୍ମାଙ୍କ ପୌରହିତ୍ୟରେ। ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଶବରବଂଶଜ ତଥା କୋରାପୁଟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଭବ୍ୟ ମନ୍ଦିରର ନାମକରଣ ଶ୍ରୀଶର୍ମା ଦେଲେ ଶାବର ଶ୍ରୀକ୍ଷେତ୍ର Cont..

ଶାବର ଶ୍ରୀକ୍ଷେତ୍ର :

ସମୟକ୍ରମେ ୧୯୭୭ ଅକ୍ଟୋବର ୨ ତାରିଖରେ ଶାବର ଶ୍ରୀକ୍ଷେତ୍ର ପରିଚାଳନା ନିମିତ୍ତ ନବ୍ୟକର୍ମକର୍ତ୍ତା ନିର୍ବାଚନ ହେଲା। ସେମାନଙ୍କ ସାଧୁ ଉଦ୍ୟମ ଫଳରେ ଶ୍ରୀଜଗନ୍ନାଥ ଚେତନାକୁ ଲୋକାଭିମୁଖୀ କରିବାରେ ସକ୍ଷମ ହେଲେ। ପରିମାଣରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ମନ୍ଦିର ପ୍ରବେଶାଧିକାର ମିଳିଲା। Conti..

ଶାବର ଶ୍ରୀକ୍ଷେତ୍ର :

ଶାବର ଶ୍ରୀକ୍ଷେତ୍ରରେ ମନ୍ଦିର ପ୍ରଶାସନ ଦ୍ବାରା ରଥଯାତ୍ରା ଆରମ୍ଭ ହୋଇଥିଲା ୧୯୭୨ ମସିହାରେ। ଏହି ଯାତ୍ରାରେ ପୁରୀ ଗଜପତି ରଥରେ ଛେରାପହଁରା କରିଥିଲେ। ଇତ୍ୟବସରେ, ଗଜପତି ଜଣେ ବୃଦ୍ଧ ଆଦିବାସୀଙ୍କୁ ରଥରେ ଛେରାପହଁରା କରିବା ନିମିତ୍ତ ନୂତନ ପରମ୍ପରା ସୃଷ୍ଟି କରିଥିଲେ। Conti...

୧୯୭୮ ମସିହାରେ ଶ୍ରୀଜଗନ୍ନାଥଙ୍କ ପାଇଁ ନିର୍ମିତ ହେଲା ଭବ୍ୟମନ୍ଦିର। ପୁନଶ୍ଚ ଗଜପତିଙ୍କ ଉପସ୍ଥିତିରେ ଚତୁର୍ଦ୍ଧାମୂର୍ତ୍ତି ସିଂହାସନାରୂଢ ହେଲେ,୯୭୮ ମସିହା ଜୁନ୍ ୯ ତାରିଖରେ। କାଳକ୍ରମେ ଶାବର ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ନିମିତ୍ତ, କାଶୀରେ ଦୀର୍ଘ ଦୁଇଶହ ବର୍ଷଧରି ପୂଜିତ ବାଣଲିଙ୍ଗଙ୍କୁ ଅଣାଯାଇ ଶ୍ରୀଶବରେଶ୍ବର ନାମରେ ଅଧିଷ୍ଠିତ ହେଲେ .

୧୯୮୮ ଫେବୃଆରୀ ୨୫ ତାରିଖଠାରୁ ୨୯ ତାରିଖ ମଧ୍ୟରେ ଶାବର ଶ୍ରୀକ୍ଷେତ୍ର ପରିସୀମା ମଧ୍ୟରେ ପାର୍ଶ୍ବ ମନ୍ଦିର ସମୂହ ପ୍ରତିଷ୍ଠା ଲାଭ କରିଥିବା ସମସ୍ତ ଦେବାଦେବୀ ମନ୍ଦିର ଦେଖିବାକୁ ମିଳେ। ଶ୍ରୀଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶର କମନୀୟ ମୂର୍ତ୍ତି ଶାବର ଶ୍ରୀକ୍ଷେତ୍ରକୁ କରିଛି ସରସ ଓ ସୁନ୍ଦର ତଥା ଭକ୍ତ ପ୍ରାଣରେ ବିଭୂପ୍ରେମ ଉଦ୍‌ବେଳିତ କରେ।

ଶ୍ରୀଜୀଉମାନଙ୍କୁ ଶ୍ରୀକ୍ଷେତ୍ର ପୁରୀ ଅନୁକରଣରେ ନିତ୍ୟ ନୈମିତ୍ତିକ ପୂଜା ବିଧି ପ୍ରଚଳିତ। ଶାବର ଶ୍ରୀକ୍ଷେତ୍ରର ନିର୍ମିତ ହୋଇଛି ଆନନ୍ଦବଜାର,ଶାବର ସଂସ୍କୃତି ଗବେଷଣା କେନ୍ଦ୍ର,ଶାବର ଶ୍ରୀକ୍ଷେତ୍ର ପତ୍ରିକା,ଶାବର ଶ୍ରୀକ୍ଷେତ୍ର ସମାଚାର ଯାହାକି ଶ୍ରୀଜଗନ୍ନାଥ ସଂସ୍କୃତିର ସାମ୍ୟ ଓ ମୈତ୍ରୀର ଜୟଗାନ କରେ।
Source : FB Pages. #koraput

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling