@Gajapati (ଗଜପତି) Profile picture
ଅନାଲୋଚିତ ଓଡିଶାର ପ୍ରଚାର ଓ ପ୍ରସାର #polyglot_Techie_Art_Architucture_litrature_culture_Resercher handle by: BM Adhikari

May 14, 2022, 9 tweets

ସିଂହଗିରି ରେ ଓଡ଼ିଆ ଅର୍ଚ୍ଚନା :-
#NarasimhaJayanti
ବିଶାଖାପାଟଣା ,
ଯାହା ପୂର୍ବେ ମାଠର,ଗଙ୍ଗ,ଗଜପତି,ଶିଳା,ସୂର୍ଯ୍ୟ ବଂଶୀ ମାନଙ୍କ ରାଜତ୍ୱ ଅଧୀନରେ ଥିଲା, ତାହାର ଶ୍ରେଷ୍ଟତ୍ଵ ବଜାୟ ରଖିଥିଲା ଏହାର ପରମ ବୈଷ୍ଣବ କ୍ଷେତ୍ର ସିଂହାଚଳ। ତ୍ରୟୋଦଶ ଶତାବ୍ଦୀରେ କଳିଙ୍ଗ ନରେଶ ଲାଙ୍ଗୁଳା ନରସିଂହ ଦେବ ଏହି ଦେଉଳ ନିର୍ମାଣ କରିଥିଲେ।
1/n

ପରବର୍ତ୍ତୀ ସମୟ ରେ ଏହି ଦେଉଳ ରେ ଭାନୁଦେବ , ନରସିଂହ ଦେବ ୨ୟ , ନିଶଙ୍କ ଭାନୁଦେଵ ଏହି ଭଳି ଅନେକ ଗଙ୍ଗ ମହାରାଜା ଏହାକୁ ପରିପାଳନ କଲେ।
ପରେ ସୂର୍ଯ୍ୟ ବଂଶୀ ସମ୍ରାଟ କପିଳେନ୍ଦ୍ର ଦେବ ,ପୁରୁଷୋତ୍ତମ ଦେବ ,ପ୍ରତାପରୁଦ୍ର ଦେବ ମନ୍ଦିର କୁ ଅଜସ୍ର ଆୟ ଅଳଙ୍କାର ଦେଇ ବିଭିନ୍ନ ଦେବ ନିଯୋଗ ଖଞ୍ଜିଲେ। ଯାହା ଶିଳାଲେଖ କୁହେ
2/n

କଳିଙ୍ଗ ର ଏହି ବୈଷ୍ଣବ କ୍ଷେତ୍ରରେ ଦେବସଂସ୍କାର ଓ ନୀତି ନିଯୋଗ ପ୍ରଥମେ ଶ୍ରୀ ରାମାନୁଯାଚାର୍ଯ୍ୟ, ମାଧ୍ଵ ସମ୍ପ୍ରଦାୟର ନରହରି ତୀର୍ଥ , ଗୌଡିୟ ସମ୍ପ୍ରଦାୟର ଚୈତନ୍ୟ ମହାପ୍ରଭୁ ଙ୍କ ଆଗମନ ରେ ସମୟ କ୍ରମେ ପରିବର୍ତ୍ତନ ହୋଇଛି।

କିନ୍ତୁବ ବୈଷ୍ଣବ ସମ୍ପ୍ରଦାୟର ମଧ୍ୟରୁ " ଶ୍ରୀ ସମ୍ପ୍ରଦାୟର "ନୀତି ଏଠାରେ ସର୍ବୋଚ୍ଚ। ତଥାପି
3/n

ଗତାନୁଗତିକ ଭାବରେ ଏଠାରେ ଦେଉଳ ନିର୍ମାଣ ସମୟ ରୁ ଓଡ଼ିଆ ଭକ୍ତ ଓ ସେବାୟତ ଙ୍କ ସେବା ନିରବଚ୍ଛିନ୍ନ ଭାବେ ଚାଲି ଆସିଛି।

ପରମ୍ପରା କ୍ରମେ ବର୍ଷ ସାରା ଦକ୍ଷିଣ ର ଶ୍ରୀ ବୈଷ୍ଣବ ସମ୍ପ୍ରଦାୟର ର ସେବା ଏହି ମନ୍ଦିର ରେ ଚଲିଲା ବେଳେ । ନୃସିଂହନାଥ ଙ୍କ ସର୍ବଶ୍ରେଷ୍ଠ ଯାତ୍ରା "ଚନ୍ଦନ ଯାତ୍ରା" ପାରମ୍ଭ ହେଲେ ଦେଉଳ ରେ ଓଡ଼ିଆ ସେବା ଚାଲେ।
2/n

ଅକ୍ଷୟ ତୃତୀୟା ଠାରୁ ଆଷାଢ଼ ପୂର୍ଣ୍ଣମୀ ଯାଏ ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ର ଦାସ ସେବାୟତ ଏଠାରେ ମହାପ୍ରଭୁଙ୍କ ଚାମର ସେବା, ଲକ୍ଷ୍ମୀ ଦେଉଳ ଅର୍ଚ୍ଚନା , ଧୂପ , ନିତ୍ୟ କଲ୍ୟାଣ , ତୁଳସୀ ଅଙ୍ଗ ଲାଗି ସେବା କରନ୍ତି।
ବର୍ଷକରେ ଏହି ତିନିମାସ ହିଁ ଓଡ଼ିଆ ସେବା ଚାଲି ଆସେ। ଏହାକୁ ବର୍ତ୍ତମାନ ସେହି ଦାସ ପରମ୍ପରା ର
3/n

ଲକ୍ଷ୍ମୀକାନ୍ତ ନାୟକ ଓ ତାଙ୍କ ବଂଶଧର କରି ଆସୁଛନ୍ତି। ତେବେ ଇତିହାସ ଅନୁସାରେ ଏହାଙ୍କ ପୂର୍ବଜ ମାନେ ଶୁଦ୍ର ଶ୍ରେଣୀୟ ଥିଲେ। ଏବଂ ସୀମାଞ୍ଚଳ କ୍ଷେତ୍ରପାଳକ ତ୍ରିପୁରାନ୍ତକାରୀ ଦେଉଳ ରେ ଓଡ଼ିଆ ଜଗତି ସ୍ଥାପି ସିଂହାଚଳ କୁ ଆସୁଥିବା ଭକ୍ତ ଙ୍କୁ ଦେବ ଦର୍ଶନ କରାଉଥିଲେ।
4/n

ପରବର୍ତ୍ତୀ ସମୟ ରେ ଏହି ମହାପ୍ରଭୁଙ୍କ ସେବା ରେ ପ୍ରୀତ ହେଇ ଗଜପତି ମାନେ ଏହାଙ୍କ ସେବା କୁ ବର୍ଷକେ ଉତ୍ସବ ତିନି ମାସ ଖଞ୍ଜା କରାଇଲେ।

ଏଣୁ ଅକ୍ଷୟ ତୃତୀୟା ପରେ ଓ ନୃସିଂହ ଚତୁର୍ଦ୍ଦଶୀ ପୂର୍ବରୁ ଓଡ଼ିଆ ଦାସ ମାନେ ଦେଉଳ ରେ ପ୍ରବେଶ କରନ୍ତି।ଯେମିତି ଶ୍ରୀ ମନ୍ଦିର ରେ ଦଇତା ମାନେ
5/n

ଯେପରି ପ୍ରବେଶ କରନ୍ତି ସ୍ନାନ ଯାତ୍ରା ରେ ଓ ଶେଷ ହୁଏ ତାହା ନୀଳାଦ୍ରି ବିଜେରେ ।ଏହି ପରମ୍ପରା କାହିଁ କେଉଁ କାଳ ରୁ ଚାଲି ଆସିଛି। ଏହି ନାୟକ ଙ୍କ ଆଗମନ ରେ ମନ୍ଦିର ହୋଇ ହୁଠେ ଚଳଚଞ୍ଚଳ। ମହାପ୍ରଭୁଙ୍କ ଶୃଙ୍ଗାର ଠାରୁ ନିତ୍ୟ ଅର୍ଚ୍ଚନା ରେ ଏହାଙ୍କ ପ୍ରବେଶ ଓଡ଼ିଆ ସେବା ର ପ୍ରବାହିତ ଧାରା କୁ ସୂଚାଏ।
6/n

ଦାସ ବାବୁ ଙ୍କ ମତରେ ସେ ତାଙ୍କ ଜୀବଦ୍ଦଶାରେ ନିଜ ବଡ଼ ବାପା ହୃଷିକେଶ ନାୟକ ଓ ଜେଜେବାପା ମୁକୁନ୍ଦ ନାୟକ ଙ୍କ ଠାରୁ ଏହା କୁ ଅତି ନିକଟରୁ ଦେଖୁଛନ୍ତି । ଏବଂ ନିଜ ପରିବାର , ବଂଶ ବର୍ଗ ଙ୍କ ସହିତ ନଅ ବର୍ଷ କାଳ ରୁ କରି ଆସୁଛନ୍ତି । ଆଲେଖ୍ୟ: @VAdkri
ସୌଜନ୍ୟ : satyachandra K

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling