ଶୁଭ....✍︎  𝕏 Profile picture
କିଛି କଥା ହୃଦୟର ଆଉ କିଛି ମୋ ଭାବନାର ଯାହାକୁ ମୁଁ କାଗଜ ପୃଷ୍ଠାରେ ଉତାରି ଦିଏ.....✍︎ #ଶୁଭକାନ୍ତ... ✍︎#ଅଫେରାବାଟୋଇ ଲେଖା ମୋ ଜୀବନ...♡♡♡ @QuotesBySubha  𝕏

Dec 5, 2022, 8 tweets

ଛତିଆବଟ , ଯାଜପୁର

ଛତିଆ ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏକ ପର୍ଯ୍ୟଟନ ସ୍ଥଳ । ଏଠାରେ ଥିବା ପ୍ରସିଦ୍ଧ ବର ଗଛ ପାଇଁ ଏହା 'ଛତିଆବଟ' ନାମରେ ମଧ୍ୟ ପରିଚିତ । ଏଠାରେ ଥିବା ଜଗନ୍ନାଥ ମନ୍ଦିର ଆଧୁନିକ ଉତ୍କଳୀୟ ସ୍ଥାପତ୍ୟ କଳାର ଏକ ଜ୍ୱଳନ୍ତ ଉଦାହରଣ ।

ଚୋଡ଼ଗଙ୍ଗଦେବଙ୍କର ପାଞ୍ଚଟି ପ୍ରଧାନ ଦୁର୍ଗ ମଧ୍ୟରୁ ଅନ୍ୟତମ ଦୁର୍ଗ ଅମରାବତୀ-କଟକର ଅବଶେଷ ମଧ୍ୟ ଏହିଠାରେ ଅବସ୍ଥିତ।

ସାରଳା ମହାଭାରତ ଅନୁସାରେ ପାଣ୍ଡବମାନେ ନିଜର ସ୍ୱର୍ଗଗମନ ପୁର୍ବରୁ କଳିଙ୍ଗ ଯାତ୍ରା କରିଥିଲେ । ଏହି ଯାତ୍ରା ସମୟରେ ସେମାନେ

ଅମରାବତୀ-କଟକରେ ୭୫ ବର୍ଷ କାଳ ରହିଥିଲେ । ହରି ସାହୁ ନାମକ ଜନେ ସ୍ଥାନୀୟ ବାସିନ୍ଦା ନିଜ ଝିଅ 'ସୁହାନି କନ୍ୟା'ଙ୍କୁ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିରଙ୍କୁ ଏହି ସମୟରେ ବିଭା ଦେଇଥିଲେ । ପାଣ୍ଡବମାନଙ୍କର ନାତୀ ପରିକ୍ଷୀତଙ୍କୁ 'ଜଜାନ ନଗର'ର ରାଜା କରାଯାଇଥିଲା ।

ଜଜାନ ନଗର' ବର୍ତ୍ତମାନ ଚୌଦ୍ୱାର ନାମରେ ପରିଚିତ ।
ସନ୍ଥ ହାଡ଼ିଦାସଙ୍କ ରଚିତ ମାଳିକାରେ ଛତିଆର ସ୍ୱତନ୍ତ୍ର ବର୍ଣ୍ଣନା କରାଯାଇଛି । ସନ୍ଥ ହାଡ଼ି ଦାସ ମଧ୍ୟ ଏହିଠାରେ ସମାଧୀ ନେଇଥିଲେ ।

ଶ୍ରୀ ଅଚ୍ୟୁତାନନ୍ଦ ଦାସ ତାଙ୍କ ମାଳିକା ରେ ଏହି ମନ୍ଦିର ର ଉଦ୍ଦେଶ୍ୟ ଉଲ୍ଲେଖ କରିଛନ୍ତି। ଶ୍ରୀଜଗନ୍ନାଥ କଳିଯୁଗ ର ଅନ୍ତିମ ସମୟରେ କଳ୍କୀ ଅବତାର ନେଇ ଏହି ଯୁଗର ବିରାମ ଦେବେ।ପୁରୀ ରୁ ଜଗନ୍ନାଥ ଆସି ଛତିଆବଟରେ ରହିବେ ,ବାଇଶି ପାହାଚରେ ମୀନ ଖେଳିବ। ଉଲେଖଜେ ରହସ୍ୟମୟ କଳ୍କୀ ଙ୍କ ଖଡ୍ଗଗ ଛତିଆବଟ ରେ ରହିଛି ଯାହା ନିରନ୍ତର ବୃଦ୍ଧି ପାଉଛି।

ସେଇ ଖଡ୍ଗ୍ ଦ୍ବାବିଂଶ ହାତ ବଢିଲା ପରେ କଳିଯୁଗର ସମାପ୍ତ ହେବ।ଅନ୍ୟ ଏକ ବିଶେଷ୍ୟ ଆଲୋଚ୍ୟ ତଥ୍ୟ ମଧ୍ୟ ଦେଖିବାକୁ ମିଳେ ମନ୍ଦିର ପରିସରରେ।ହାଡ଼ିଦାସ ଙ୍କ ସମଧି ରହିଛି।ଏବଂ ମୁଖ୍ୟ ଜଗନ୍ନାଥ ମନ୍ଦିର ରତ୍ନ ବେଦି ରେ ଶ୍ରୀ ଜଗନ୍ନାଥ , ଭଗବାନ ବଳଭଦ୍ର ଏବଂ ଦେବୀ ସୁଭଦ୍ରା କ୍ରମନୁସାରେ ଏହିପରି ସିଂହାସନରେ ପ୍ରତିଷ୍ଠିତ।

ସେଠାରେ ହଡିଦାସ ଙ୍କ ସମାଧି ରହିଛି ,ସମାଧି ଭିତର ବିଗ୍ରହ ଙ୍କୁ ସାମ୍ନା ପଟୁ ଦର୍ଶନ କରିହୁଏ ନାହି,ଏକ ଦର୍ପଣ ସାହାଯ୍ୟ ରେ ଦେଖିହୁଏ କେବଳ ପ୍ରତିବିମ୍ବକୁ। ଏହା ହେଉଛି ଛତିଆ ବଟ ର କିଛି ମାଧ୍ୟମ 🙏

#KnowOdisha #Jajpur #Chhatiabata

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling