ଗୋମାତାଙ୍କ ବିଷୟ ରେ କିଛି ମହତ୍ତ୍ବ ପୂର୍ଣ୍ଣ ତଥ୍ୟ ~
ଯାହା ସ୍ମୃତି ଶାସ୍ତ୍ର ଓ ପୁରାଣ ବର୍ଣ୍ଣିତ ~

୧-ଗୋ ମାତା ଯେଉଁଠି ଛିଡା ହୋଇ ଆନନ୍ଦରେ ପ୍ରଶ୍ବାସ ନିଅନ୍ତି, ସେଠାରେ ବାସ୍ତୁ ଦୋଷ ରହେନାହିଁ।

୨-ଗୋ ମାତାର ଶରୀରରେ ତେତିଶ କୋଟି(ପ୍ରକାର)ଦେବା ଦେବୀ ନିବାସ କରନ୍ତି।
୩-ଯେଉଁଠି ଗୋ ମାତା ଖୁସିରେ ପାଗୁଳି କରନ୍ତି,ସେଠାରେ ଦେବତା ମାନେ ଅଦୃଶ୍ୟ ଶୁଭ ପୁଷ୍ପ ବୃଷ୍ଟି କରିଥାନ୍ତି।

୪-ଗୋ ମାତା ବେକରେ ବନ୍ଧା ଯାଇଥିବା ଘଣ୍ଟିଶବ୍ଦରେ ଗୋମାତାଙ୍କ ଆରତୀ ହେବା ସହିତ ଦେବାଦେବୀଙ୍କ ଆରତୀ ହୋଇଯାଏ।

୫-ଭକ୍ତିର ସହିତ ଗୋମାତା ଙ୍କ ସେବା କଲେ ସମସ୍ତ ଆପଦ ବିପଦ ଦୂରରେ ରହେ।
୬-ଗୋ ମାତାଙ୍କ ର ନିୟମିତ ଖୁରା ପଡୁଥିବା ସ୍ଥାନରେ ସର୍ପ ଓ ବୃଶ୍ଚିକଙ୍କ ପ୍ରାଦୁର୍ଭାବ ରୁହେନି।

୭-ଗୋମାତା ଙ୍କ ଗୋବରରେ ଲକ୍ଷ୍ମୀଙ୍କର ବାସ।

୮-ଗୋ ମୂତ୍ରରେ ଗଙ୍ଗା ବିଦ୍ୟମାନ ।

୯-ଗୋବର ଘଷି ଧୂଆଁ ରେ ଘର ବାତାବରଣ ଶୁଦ୍ଧ ହୁଏ ଏବଂ ସେଥିରୁ ସକାରାତ୍ମକ ଶକ୍ତି ପ୍ରାପ୍ତ ହୁଏ।
୧୦-ଗୋ ମାତାଙ୍କ ର ଗୋଟିଏ ଆଖିରେ ଚନ୍ଦ୍ର ଜ୍ୟୋତି ତ ଆଉ ଗୋଟିଏ ଆଖିରେ ସୂର୍ଯ୍ୟ ଙ୍କ ଜ୍ୟୋତି ଥାଏ।

୧୧-ଗୋ ମାତା ଏ ସଂସାରରେ ପ୍ରତ୍ୟକ୍ଷ ଦେବତା।

୧୨-ଗୋ ମାତା କାମଧେନୁଙ୍କ ରୂପ। ସେ ସନ୍ତୁଷ୍ଟ ହେଲେ ଯାଇ ସକଳ କାମନା ପୂର୍ଣ୍ଣ ହୋଇଥାଏ।
୧୩-ଗୋ ମାତାଙ୍କ କ୍ଷୀରରେ ସୁବର୍ଣ୍ଣ ତତ୍ତ୍ବ ଥାଏ।ତେଣୁ ନିୟମିତ କ୍ଷୀର ଖାଉଥିବା ବ୍ୟକ୍ତି ଶରୀରରେ କେବେ ହେଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୁଏନା।

୧୪-ଗୋ ମାତା ଙ୍କ ଲାଞ୍ଜରେ ହନୁମାନ ରହିଥାନ୍ତି। ତେଣୁ କୁଦୃଷ୍ଟି ପଡିଥିଲେ ଗାଈ ଲାଞ୍ଜରେ ଝାଡିଦେଲେ କୁଦୃଷ୍ଟିଦୋଷ ନିବାରଣ ହୁଏ।
୧୫-ଗୋ ମାତାଙ୍କ ମେରୁଦଣ୍ଡ ରେ ସୂର୍ଯ୍ୟକେତୁ ନାମକ ନାଡି ଥାଏ। ପ୍ରତିଦିନ ପାଞ୍ଚ ମିନିଟ୍ ସେଥିରେ ହାତ ବୁଲାଇ ଆଉଁସିଲେ ସବୁ ରୋଗ ନଷ୍ଟ ହୁଏ।

୧୬-ଗୋମାତା ଙ୍କ କ୍ଷୀର ଅମୃତ ତୁଲ୍ୟ।

୧୭-ଗୋ ମାତା ଧର୍ମ ର ମୂଳ ଆଧାର ଗୋ ମାତାଙ୍କୁ ଛାଡି ସନାତନ ଧର୍ମର କଳ୍ପନା ବି କରାଯାଇ ପାରେନା।

୧୮-ଗୋ ମାତା ପୃଥ୍ବୀ ମାଆର ରୂପ।
୧୯-ଗୋ ମାତା ଜଗତ ଜନନୀ ସ୍ବରୂପା।

୨୦-ଗୋ ମାତା ସର୍ବ ବେଦମୟୀ, ସର୍ବ ଦେବମୟୀ, ତାହା ବିନା ପୂଜା ଅସମ୍ପୂର୍ଣ୍ଣ।

୨୧-ଗୋଟିଏ ଗୋ ମାତାଙ୍କୁ ଘାସ ଇତ୍ୟାଦି ଭୋଜନ କରାଇଲେ। ତେତିଶ କୋଟି ଦେବତାଙ୍କୁ ଭୋଗ ଲଗାଇବା ସହ ସମାନ।

୨୨-ଗୋ ଗୋଷ୍ଠ କୁ ନେଇ ମନୁଷ୍ୟରେ ଗୋତ୍ର ପ୍ରଚଳିତ।
୨୩-ସମୂଦ୍ର ମନ୍ଥନ ରେ ବାହାରିଥିବା ଚଉଦ ରତ୍ନ ମାନଙ୍କ ଭିତରୁ ଗୋଟିଏ।

୨୪-ଗୋ ମାତା ସ୍ବୟଂ ମାତା ଭବାନୀ ସ୍ବରୂପା।

୨୫-ପଞ୍ଚଗବ୍ୟ ବିନା ଆନୁଷ୍ଠାନିକ ପୂଜା ହୁଏନି। ହୋମ ସମ୍ପୂର୍ଣ୍ଣ ହୁଏନି।

୨୬-ପଞ୍ଚଗବ୍ଯ ଦ୍ବାରା ଅନେକ ଅସାଧ୍ୟ ରୋଗ ଠିକ୍ ହୋଇଯାଏ।
୨୭-ଗୋ ସେବା କରୁଥିବା ବ୍ଯକ୍ତି ର ଅକାଳ ମୃତ୍ୟୁ ହୁଏନା। ସେ ସୁଖୀ ଆଧ୍ୟାତ୍ମିକ ଜୀବନ ଯାପନ କରେ।

୨୮-ତନ,ମନ,ଧନ ରେ ଯେ ଗୋ ସେବାକରେ ତାର ମୃତ୍ୟୁ ଉତ୍ତାରେ ସେ ବିଷ୍ଣୁଙ୍କ ଧାମ ଗୋଲୋକରେ ବାସକରେ। ଗାଈଲାଞ୍ଜ ଧରି ସହଜରେ ତପ୍ତ ବୈତରଣୀ ପାରହୁଏ।

୨୯-ଗୋ ମାତା ସବୁ ଦେବତା ଓ ମନୁଷ୍ୟଙ୍କ ଈଷ୍ଟ ଓ ଆରାଧ୍ୟ।
୩୦-ଗୋ ମାତା ବିନା ପୃଥିବୀର ସଂରଚନା ସମ୍ଭବ ହୋଇ ନଥାନ୍ତା।

୩୧-ଗୋ ମାତାଙ୍କ ଦିବ୍ୟ ଶକ୍ତିରେ ସଂସାର ର ସନ୍ତୁଳନ ରକ୍ଷା ହୋଇଛି।

୩୨-ଗୋ ବଂଶଦ୍ବାରା ଉପୂଜା ଯାଇଥିବା ଶସ୍ୟ ଫସଲ ସର୍ବୋତ୍କୃଷ୍ଟ ଅଟେ।

୩୩-ଗୋ ମାତା ମନୁଷ୍ୟ ସମାଜକୁ ସର୍ବଦା ଦୁଗ୍ଧ ଜାତ ପଦାର୍ଥ ଦେଇ ଉର୍ଜାର ଉତ୍ସ ହୋଇଛି।
୩୪-ଯେଉଁଠି ଗୋ ମାତାଙ୍କ ର ନିବାସ ସେଠି ସକଳ ତୀର୍ଥ ଧାମ ରହିଥାଏ ।

୩୫-ଗୋ ମାତାଙ୍କ ର ସେବା ପରିକ୍ରମା ରେ ତୀର୍ଥ ଯାତ୍ରାର ଫଳ ମିଳେ।

୩୬-ଯାହାର ଭାଗ୍ୟ ଅସ୍ତମିତ ବା ହାତରେ ଭାଗ୍ୟ ରେଖା ନାହିଁ। ସେ ନିଜ ହାତରେ ଗାଈଙ୍କୁ ଗୁଡ ଚଟାଇଲେ ଭାଗ୍ୟ ଉଦୟ ହୁଏ।
୩୭-ଗୋମାତାଙ୍କ ର ଚାରି ଗୋଡ ମଝିରେ ଗଳିଗଲେ ମନୁଷ୍ୟ କୁ ନିର୍ଭୟତା ପ୍ରାପ୍ତ ହୁଏ

୩୮-ଗୋମାତାଙ୍କ ର ଆନନ୍ଦ ମୟ ଶ୍ବାସ କ୍ରିୟାରେ ବାତାବରଣ ଶୁଦ୍ଧ ହୁଏ ,ନକାରାତ୍ମକ ଶକ୍ତି ବିନଷ୍ଟ ହୁଏ।

୩୯-ଗୋ ମାତାଙ୍କ ର ଗର୍ଭରୁ ପ୍ରଖ୍ୟାତ ବିଦ୍ବାନ ଗୋକଣ୍ଣ ଜୀ ମହାରାଜ ଜାତ ହୋଇଥିଲେ।
୪୦-ଗୋ ମାତାଙ୍କ ସେବା କରିବା ପାଇଁ ଏ ଧରାଧାମରେ ଅନେକ ପୂଣ୍ୟାତ୍ମା ଓ ଦେବୀ ଦେବତା ଅବତାର ନିଅନ୍ତି।

୪୧-ଗାଈର ପ୍ରଥମ କ୍ଷୀର ବନ୍ଧ୍ୟା ନାରୀକୁ ପାନ କରାଇଲେ ସେ ବାଞ୍ଝ ଦୋଷରୁ ମୁକ୍ତିପାଏ।

୪୨-ଗୋଧନ ଅର୍କ(ଶୁଦ୍ଧ)ଗୋମୂତ୍ର ସେବନ ରେ ସମସ୍ତ ରୋଗ ଦୂରୀଭୂତ ହୁଏ।

୪୩-ଗୋ ଗୋମାତାଙ୍କୁ ବାତ୍ସଲ୍ୟ ଦୃଷ୍ଟିରେ ଚାହିଁ ଦେଲେ ଦୈବୀ କୃପା ହୁଏ।
୪୪-ଗୋମାତା ଜଗତର ପ୍ରାଣ କେନ୍ଦ୍ର।

୪୫-କାଳୀଗାଈ ପୂଜନରେ ଗ୍ରହ ଶାନ୍ତି ହୁଏ, ଶତ୍ରୁ ଦାଉରୁ ମୁକ୍ତି ମିଳେ ।

୪୬- ଗୋ ମାତା ଧାର୍ମିକ, ସାଂସ୍କୃତିକ, ଓ ଆଧ୍ୟାତ୍ମିକ ଦୃଷ୍ଟିରେ ସର୍ବଗୁଣ ସମ୍ପନ୍ନ।

୪୭-ଗୋ ଗୋଷ୍ଠ ଚଳନ୍ତି ଦେବାଳୟ ନିତି ଗୋ ସେବା କଲେ ସମସ୍ତ ଦେବ ଦର୍ଶନ ପୂଜନର ଫଳ ମିଳେ।
୪୮-କୌଣସି ଶୁଭ କର୍ମ ଅଟକିଥିଲେ, ଗୋ ମାତାଙ୍କ କାନ ପାଖରେ ନିଜ ଦୁଃଖ ଜଣାନ୍ତୁ। କାର୍ଯ୍ୟ ନିଶ୍ଚୟ ସଫଳ ହେବ।

୪୯-ମୋକ୍ଷକାମୀ ବ୍ୟକ୍ତି ଗୋ ସେବାରେ ବ୍ରତୀ ହେବା ଉଚିତ।

୫୦-ଗୋ ମାତା ସର୍ବ ସୁଖଦାୟୀ ମାଆ।

ହେ! ମାଆ ତୋ'ର ମହିମା ଅନନ୍ତ, ଗୁଣ ଅପାର,
ସମସ୍ତ ଗୁଣ ବର୍ଣ୍ଣନକୁ ଅସମର୍ଥ ଏ ଅଧମୀ। କୃପା କର ମାତା ତୋ'ର କୃପାବଳରେ ଭକ୍ତିମୁକ୍ତି ମିଳୁ..

ତଥ୍ୟ ଉପସ୍ଥାପନା - ନୀଳାଦ୍ରି ନାଥ ଜଗନ୍ନାଥ
ପୋଷ୍ଟ ରେ କିଛି ତ୍ରୁଟି ଥିବାରୁ ଦୁଃଖିତ, କ୍ଷମା କରିବେ 🙏
ସମସ୍ତଙ୍କୁ ଅନୁରୋଧ କିଛି ତ୍ରୁଟି ଥିଲେ ଲେଖନ୍ତୁ ଏଠି ❤️🙏

• • •

Missing some Tweet in this thread? You can try to force a refresh
 

Keep Current with ~ Pɾαʋαƚ Pαɾιʝα ~ 🇮🇳

~ Pɾαʋαƚ Pαɾιʝα ~ 🇮🇳 Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal

Thank you for your support!

Follow Us on Twitter!

:(