Discover and read the best of Twitter Threads about #ସୂତା

Most recents (12)

#ସୂତା
#ଯାଜପୁର

ଝିଅ ଦେଖା

ସକାଳେ ବସି ମୋ ପାହାଚ ଉପରେ ମୁଁ ଖବରକାଗଜ ପଢୁଥାଏ ଭୁବନେଶ୍ୱରରେ।
ବାପାଙ୍କ ଫୋନ ଆସିଲା- କାଲି ତୁ ଯାଜପୁର ଆସେ। ଜରୁରି ଅଛି ।
- କଣ ହେଲା କି ?
- ନାଇଁ ତୁ କାଲି ସକାଳେ ଆସି ପହଁଚି ଯାଆ। ଫାଷ୍ଟ ବସରେ ଚାଲି ଆସିବୁ।

୨୦୧୦ ମସିହାର କଥା ଇଏ।

ମୁଁ ସକାଳେ ଫାଷ୍ଟ ବସ ଧରି ଯାଜପୁରରେ ପହଁଚିଲା ବେଳକୁ ସକାଳ ୧୦ଟା। ଖାଇ ସାରି ଉଠିଲା ବେଳକୁ ବାପା କହିଲେ- ତୁ ଝିଅ ଦେଖିବା ପାଇଁ ଯିବୁ।
- କୋଉ ଝିଅ ?
- ତୋ ବାହାଘର ପାଇଁ । ଗାନ୍ଧି ବାବୁ ଯିବେ ତୋ ସାଙ୍ଗରେ। ଜଲଦି ବାହାରି ଯାଆ।
- କି ଝିଅ, କିଏ ସେ କିଛି ମୁଁ ଜାଣିନି। କଣ ଦେଖିବା ପାଇଁ ଯିବି?

- କାଳନ୍ଦୀ ପିଉସା ପ୍ରସ୍ତାବ ଦେଇଛନ୍ତି। ତୁ ଜଲଦି ଯାଆ। ଖାଇବା ପୂର୍ବରୁ ଫେରି ଆସିବୁ।

ଛାତ ଉପରକୁ ମୁଁ ରାଗରେ ପଳେଇଲି।

ମାୟା ଆମ ଡ୍ରାଇଭର ଆସି ଡାକିଲା- ଭାଇ ଆସନ୍ତୁ। ଡେରି ହୋଇଯିବ ନ ହେଲେ। ତଳେ ଦେଖିଲା ବେଳକୁ ଗାନ୍ଧି ସାର ଛିଡ଼ା ହୋଇଛନ୍ତି।

ଗାନ୍ଧି ସାର ଇଂରାଜୀ ବିଭାଗର ଅଧ୍ୟାପକ ଥିଲେ ଯାଜପୁରରେ।

Read 25 tweets
#ସୂତା

ଅପରାହଣର ଚିଠି

ରେଭେନ୍ସାରେ ମୁଁ ପଢୁଥିଲି ସେତେବେଳେ । ପିଜି ଫିଫଥ ଇଅର ସରି ଯାଇଥାଏ । ପରୀକ୍ଷା ସରି ନଥାଏ । ଖରାଛୁଟି। ନିଉ ପିଜି ହଷ୍ଟେଲରେ ଭାତ, ଡାଲମା ରାନ୍ଧି ଖାଇ ସାରିବା ପରେ ଉପରବେଳା ଗୋଟେ ଚିଠି କିଏ ଆଣି ଦେଲା ।

ସବୁଜ ଇନଲାଣ୍ଡରେ ଆସିଥାଏ ସେ ଚିଠି । ଫ୍ରମ୍ (ଚିଠି କାହାଠୁ ଆସିଛି) ଜାଗାରେ ଲେଖା ହୋଇଥାଏ- ଫ୍ରମ ଇଓର ଫ୍ରେଣ୍ଡ (ଜଣେ ବନ୍ଧୁଙ୍କଠାରୁ ଚିଠି)।

ଅକ୍ଷର ଚିହ୍ନା ଲାଗୁଥିଲା । ପରିଚିତ ଜଣା ପଡ଼ୁଥିଲା । କିନ୍ତୁ ଆଖିରେ ନିଦ ଥିଲା ମୋର। ଚିଠିଟିକୁ ଟେବୁଲ ଉପରେ ରଖି ଶୋଇ ପଡ଼ିଲି ।

ସଂଜକୁ ନ୍ୟୁ ପିଜି ହଷ୍ଟେଲ ସାମ୍ନା ରେଭେନ୍ସା ପଡ଼ିଆରେ ଗପ ଜମେ । ଅନ୍ଧାର ଭିତରେ ବିଶାଳ ପଡ଼ିଆ । ତଳେ ଘାସ ଓ ବାଲି । ଉପରେ ଛପିଛପିକା ଜହ୍ନ ଆଲୁଅ ଓ ସଂଜର ମତୁଆଲା ପବନ।

ଗପ ସାରି ରାତିରେ ରୁମରେ ପଖାଳ ଖାଇ ମୁଁ ରେଡ଼ିଓରୁ ଗୀତ ଶୁଣୁଛି, ମୋର ଚିଠି କଥା ମନେ ପଡ଼ିଲା।

Read 29 tweets
ଅନୁରୋଧ #ସୂତା #Thread #FAQ regarding HRCT scan of Thorax
୧/
ରୋଗୀ ନିହାତି CT କରିବା କଥା? ରୋଗ ଆରମ୍ଭରୁ କଲେ ଭଲ? XRay?

ନାହିଁ। ଅଯଥା ରେଡିଏସନ୍ ଏକ୍ସୋପୋଜର। ଏକ୍ସରେ ଅପେକ୍ଷା ସିଟିରେ ୫୦-୧୦୦ଗୁଣ ଅଧିକ ଏକ୍ସୋପୋଜର।
୨/
CT score/CORADS grade ଅଧିକ ଥିଲେ ହାସପାତାଳ ଆଡମିସନ ଦରକାର? ଅମ୍ଳଜାନ କମିଯିବ?

ସେମିତି କିଛି ଶକ୍ତ ସମ୍ପର୍କ ନାହିଁ। କିନ୍ତୁ ସ୍କୋର ଅଧିକ ମାନେ lung involvement ଅଧିକ।
୩/
ତାହେଲେ କାହାର CT ଦରକାର?

ହାସପାତାଳରେ ଆଡମିସନ ବେଳେ, ସବୁ ଔଷଧ ବ୍ୟବହାର ସତ୍ତ୍ବେ ଯଦି ରୋଗୀ ଗୁରୁତର ହେଉଥାଏ, ତେବେ ଦରକାର। ଯଦି ଚିକିତ୍ସାରେ ଗୁରୁତର ରୋଗୀର ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି ତେବେ CT/Angio/ECMO ଅଦରକାରୀ। ସିଭିଅର ଡିଜିଜ୍(RR 30,SpO2 90) ରେ କରାଯାଇପାରେ।
Read 9 tweets
ଅନୁରୋଧ #ସୂତା #FAQ Treatment of Asymptomatic Patients ଲକ୍ଷଣବିହୀନ ରୋଗୀ
୧/
ଲକ୍ଷଣହୀନ ରୋଗୀ କାହିଁକି?

-ରୋଗପ୍ରତିରୋଧକ ଶକ୍ତି ଭଲ ଥାଏ ପ୍ରାୟ। ଏମାନଙ୍କ ମଧ୍ୟରୁ ୨୦% ଲକ୍ଷଣ ଦେଖାନ୍ତି ଆଗକୁ। ଆଉ ୮୦% ପ୍ରାୟ ସେମିତି ରହିଯାନ୍ତି।
୨/
ଏମାନଙ୍କୁ ଭୟ କାହିଁକି?

ବିବିଧ ଗବେଷଣା କହେ, ଚାରିଭାଗରୁ ଏକଭାଗ କୋବିଡ଼ ସଂକ୍ରମଣ, ଲକ୍ଷଣହୀନ ରୋଗୀଙ୍କ ଠାରୁହୁଏ ଏବଂ ଚାରିଭାଗରୁ ଆଉ ଏକଭାଗ ଲକ୍ଷଣଆରମ୍ଭ ପୂର୍ବରୁ(ପ୍ରି ସିମ୍ପ୍ଟମାଟିକ) ହୋଇଯାଏ
୩/
ସଂଖ୍ୟା ବା ହାର କେତେ?

ବିବିଧ ଭୌଗୋଳିକ ଅବସ୍ଥିତିରେ, total ସଂକ୍ରମଣର ୩୦-୫୦-୭୦% ଯାଏଁ ଲକ୍ଷଣବିହୀନ ରୋଗୀ ମିଳିପାରନ୍ତି।
Read 9 tweets
ଗୁରୁତ୍ୱପୂର୍ଣ୍ଣ #Thread #ସୂତା #FAQ
୧/
ଲମ୍ବା ଓଷଦ ଲିଷ୍ଟଗୁଡା ବୁଲୁଚି SM ରେ। ମୁଁ କଣ ଖାଇବି?

-ଯେତକ ଓଷଦ ଲେଖାହେଇଚି ସେ ଲିଷ୍ଟଗୁଡାରେ, ସମସ୍ତଙ୍କୁ ଭୂତାଣୁ ଶକ୍ତ ବେଖାତିର କରେ
-୮୦%ରୁ ଅଧିକ ଲୋକ ଜରଥଣ୍ଡା ଥିଲେ ପାରାସିଟାମଲ୍ ଓ ସେଟିରିଜିନରେ ଭଲହେବେ
-ଲକ୍ଷଣ ଅନୁସାରେ ନାକବନ୍ଦ, କାଶ, ଝାଡା ପାଇଁ ଅନ୍ୟ ଓଷଦ ଲାଗିପାରେ
୨/
କଣ ଓଷଦ ଅଛି ତାହେଲେ?

-ଚିକିତ୍ସା ନିଶ୍ଚିତ ଅଛି
-କିନ୍ତୁ
ଆଜିଥ୍ରୋ
ଡକ୍ସି
ହାଇଡ୍ରକ୍ସିକ୍ଲୋରୋ
ଆଇଭରମେକ୍ଟ
ଫାବିପିରା
ଭେଟାମିନ...
ସବୁ ତଦ୍ରୁପ
-ସ୍ଥଳବିଶେଷରେ ଡାକ୍ତରୀ ପରାମର୍ଶରେ କେବଳ ବ୍ୟବହାର କରାଯାଏ
୩/
କେତେବେଳେ ଡାକ୍ତରଙ୍କୁ ଦେଖାଇବୁ? ଆଡମିସନ ଦରକାର?

-୬୦ବର୍ଷରୁ ଅଧିକ ଲୋକ ଯଦି ଡାଇବେଟିସ ବ୍ଲଡପ୍ରେସର ଶ୍ବାସ କ୍ୟାନସର କିଡନିରୋଗ ହାର୍ଟରୋଗ ଆଦି ଅଛି
-ଅନ୍ୟ କ୍ଷେତ୍ରରେ ୯୨%ରୁ ଅମ୍ଳଜାନ ଖସିଲେ
-ପାରାଲିସିସ ପରି ହେଲେ, ନେଳିଆ ପଡିଲେ, ଅଣନିଶ୍ବାସୀ ହେଲେ, ବାଉଳିଚାଉଳି ଓ କନଫ୍ୟୁଜ୍ଡ ହେଲେ...
Read 10 tweets
#FAQ on DM #Thread #ସୂତା
୧/
କୋଭାକ୍ସିନ୍ ନେଲେ ବିଦେଶ ଯାଇ ହେବନି?

ହା ହା😂😉। ସେମିତି କିଛି ବି ନୁହେଁ। ଏବେ ଗୁଡାଏ ଟୀକା ଦିଆହେଉଛି ବିବିଧ ଦେଶରେ ଓ ବହୁତ ଟୀକା ଆଗକୁ ଆସୁଛି। WHO ଦ୍ବାରା ଏବଂ ଅନ୍ୟ ଦେଶରେ emergency use ପାଇଁ ଦରଖାସ୍ତ କରି ସେମାନଙ୍କୁ ଅନୁମୋଦନ ଆଣିବାକୁ ହେବ, ସମୟ ଲାଗିପାରେ।
୨/
କୋଭାକ୍ସିନ୍ କାମ କରିବ ନା ଭେରିଆଣ୍ଟରେ?

ହଁ, ପାରମ୍ପରିକ ଇଆକ୍ଟିଭେଟେଡ ଟୀକା। ୱନ ଅଫ୍ ଦ ବେଷ୍ଟ। early reports ବି ଟୀକା ସପକ୍ଷରେ।
୩/
କୋଭାକ୍ସିନ୍ ୨ୟ ଡୋଜ୍?

୪ହପ୍ତା ପରେ ଯେବେ ମିଳିବ ନେବେ। ୨ୟ ଟୀକାର ସମୟ ଗଡିଲେ, ଟୀକାକରଣକୁ ନଲିଫାଏ କରାଯାଏନି। ଭୁଲରେ ଆଗରୁ ନେଇଯାଇଥିଲେ ବା ସମୟ ଗଡିଗଲାପରେ ନେଲେବି ସୁରକ୍ଷା ସୁନିଶ୍ଚିତ, ଭୁଲିବେନି।
Read 7 tweets
ଛୋଟିଆ #Thread #ସୂତା ଟିଏ କରିବା। #FAQ ଉପରେ।
୧/
ଗର୍ଭବତୀକୁ କୋବିଡ଼। ଲେବର୍ ପେନ୍ ଆରମ୍ଭ ହେଲାଣି। କେଉଁଠିକୁ ନେବା?

କୋବିଡ଼ ହାସପାତାଳରେ ଭର୍ତ୍ତି କର
୨/
ଛୁଆ ଜନ୍ମପରେ କେଉଁଠି ରହିବ?

ମା'ଠୁ ସଂକ୍ରମଣ ଭୟ ଥିବା ପର୍ଯ୍ୟନ୍ତ ଅଲଗା ରହିବ, SNCU ରେ
୩/
ଛୁଆର ପରୀକ୍ଷା?

ଜନ୍ମପରେ ସଙ୍ଗେ ସଙ୍ଗେ। ପଜିଟିଭ ହେଲେ କି ଦେହ ବେଶୀ ଖରାପ ହେଲେ କୋବିଡ଼ ହାସପାତାଳରେ ଆଡମିସନ
Read 10 tweets
#Thread #ସୂତା #FAQ
୧/
ପଜିଟିଭ ଆସିଚି। ଟିପ୍ସ ଦିଅନ୍ତୁ

ନିଅନ୍ତୁ
👇
-୧୦ଦିନ ଆଇସୋଲେସନରେ ରହି ଓଷଦ ଖାଇବ
-ସାଧାରଣ ଲକ୍ଷଣ ୧୦ଦିନପରେବି ରହିପାରେ
-ପେଟେଇ ଶୋଇବ
-ଅମ୍ଳଜାନ ମାପିବ
-୮ଦିନପରେ ସଂକ୍ରମଣ କ୍ଷୀଣ
-ନେଗେଟିଭ ପାଇଁ ଟେଷ୍ଟ କରିବନି
-ରିଇନଫେକସନ ବିରଳ, ଟୀକା ୩-୬ ମାସ ପରେ ନବ
-ଆଣ୍ଟିବଡି ୪-୬ମାସ ରହିବ, ଇମ୍ୟୁନିଟି ୧-୨ବର୍ଷ
୨/
ଆଣ୍ଟିଜେନ ପଜିଟିଭ ଅଛି। PCR କରିବି?

ପଜିଟିଭମାନେ ଷୋହଳ ଅଣା ରୋଗ। PCR confirmation ଅଦରକାରୀ। ନେଗେଟିଭ ହେବାକୁବି ଟେଷ୍ଟ କରିବନି। ଭଲହେଲାପରେବି ଆଣ୍ଟିବଡି ମାପିବନି। ୩-୬ ମାସପରେ ଟୀକା ନେବ। ରିଇନଫେକସନ ବିରଳ ଓ ପ୍ରାୟତଃ ସାଧାରଣ।
୩/
କାଲି ସାଙ୍ଗପାଖରେ ବସିଥିଲି। ଆଜି ତାହାର ପଜିଟିଭ? ଭାବୁଚି PCR କରିବି।

ନାହିଁ। ୧୪ଦିନ କ୍ବାରାଣ୍ଟାଇନରେ ରୁହ। ଲକ୍ଷଣ ଆସିଲେ RAT କରିବ, ନହେଲେ ନାହିଁ। ଶକ୍ତ ଲକ୍ଷଣରେ RAT ନେଗେଟିଭରେ PCR କରିବ। ଲକ୍ଷଣ ନଆସିଲେ ଟେଷ୍ଟକରିବା ବା ମଝିରେ କ୍ବାରାଣ୍ଟାଇନ ଭାଙ୍ଗିବାରେ ସମାନ କ୍ଷତି। ୫-୧୦ଦିନ ମଧ୍ୟରେ ଅପାରଗସ୍ଥଳେ ପରୀକ୍ଷା କରିପାର।
Read 9 tweets
ଅପେକ୍ଷାରେ ଥିବା ଟୀକା #Thread #ସୂତା। ଏଇବର୍ଷ ଶେଷସୁଦ୍ଧା ଭାରତୀୟ ବଜାରରେ ମିଳିବାକୁ ଆଶାଥିବା ପ୍ରତିକ୍ଷିତ ଟୀକା। (ଏବେଯାଏଁ ପ୍ରଥମ ୩ଟାକୁ ଅନୁମତି ମିଳିସାରିଛି)।
୧/
କୋଭାକ୍ସିନ୍
ଭାରତ ବାୟୋଟେକ୍-ICMR
୮୦% ଏଫିକାସୀ,୨ଡୋଜ,୪-୬ହପ୍ତା
୬୦୦/୧୨୦୦ ରେଟ୍
ଇନାକ୍ଟିଭେଟେଡ୍ ପାରମ୍ପରିକ ଘରୋଇ ଟୀକା
୨/
କୋଭିସିଲ୍ଡ
ସିରମ୍ ଇନଷ୍ଟିଚିଉଟ-ଆଷ୍ଟ୍ରାଜିନିକା
୭୦% ଏଫିକାସୀ,୨ଡୋଜ,୧୨-୧୬ହପ୍ତା
୪୦୦/୬୦୦ରେଟ
ଭେକ୍ଟର ଟୀକା
୩/
ସ୍ପୁଟନିକ ଭି
ଗାମାଳେୟ ରୁଷ-ଡଃ ରେଡି
୯୦%ଏଫିକାସୀ, ଅଲଗା ୨ଡୋଜ୍,୩ହପ୍ତା
୧୦୦୦/କମିପାରେ
ଭେକ୍ଟର ଟୀକା
Read 9 tweets
ସ୍ପୁଟନିକବି ବିଷୟରେ କିଛି ପ୍ରଶ୍ନୋତ୍ତର #FAQ #Thread #ସୂତା Sputnik V
୧/
କି ପ୍ରକାର ଟୀକା?

ଭାଇରାଲ ଭେକ୍ଟର । ୨ପ୍ରକାର ଆଡେନୋଭୂତାଣୁ ବ୍ୟବହୃତ। ରୁଷର ଟୀକା। ଏପଟେ ଡଃ ରେଡି ଫେଜ ୩ ଟ୍ରାଏଲ କରିଛି। ଏବେ ମଗାଉଛି। ଆଗକୁ ତିଆରିକରିବ। ୫-୭ ଅଲଗା କମ୍ପାନୀ ବି ତିଆରି କରିପାରନ୍ତି।
୨/
ଅଲଗା କି?

ହଁ। ୨ଟା ଡୋଜ୍ ଅଲଗା। ୨ଟା ଅଲଗା ଭାଇରାଲ ଭେକ୍ଟର। ତେଣୁ ଏଫିକାସୀ ଅଧିକ ବୋଲି ହୁରି ପଡିଚି। ୨ୟ ଡୋଜକୁ ୧ମ ଡୋଜ୍ ପରେ କଳ୍ପିତ ରେଜିଷ୍ଟାନ୍ସ କମ୍। ତେଣୁ ଇମ୍ୟୁନିଟି ଏଫିକାସୀ ୯୦% ଉପରେ।
୩/
କେମିତି ନିଅନ୍ତି?

୩ହପ୍ତା ବ୍ୟବଧାନରେ ୦.୫ମିଲି ୨ ଡୋଜ୍। ପ୍ରଥମ ଓ ୨ୟ ଡୋଜ୍ ଅଲଗା। ତେଣୁ ତିଆରି ପାଇଁ ସମୟ ମଧ୍ୟ ଅଧିକ ଲାଗିପାରେ।
Read 9 tweets
#FAQ on Vaccination #Thread #ସୂତା
(ବାରମ୍ବାର ଶୁଣୁଥିବା ପ୍ରଶ୍ନର ଉତ୍ତର)

୧/
କୋଭିସିଲ୍ଡ ସେକେଣ୍ଡ ଡୋଜ କେବେ?

-୬-୮ ସପ୍ତାହରେ ମିଳିଲେ ନେବେ
-୪-୧୨ ସପ୍ତାହରେ ନେଇହେବ
-୪ସପ୍ତାହ ପୂର୍ବରୁ ଭୁଲରେ ନେଇଗଲେ, ରିପିଟ୍ କରିବେନି
-୧୨ସପ୍ତାହ ପରେ ଡେଇଁଲେ, ଯେତେ ଜଲଦି ମିଳିବ ନେବେ

କୋଭାକ୍ସିନ୍?

-୪ସପ୍ତାହପରେ ଯେବେ ଜଲଦି ମିଳିବ
୨/
ବୁଷ୍ଟର? ଯଦି ମିଳିଲା ମୋଫତରେ?
ବୁଷ୍ଟର ଏକ୍ଷେତ୍ରରେ ନାହିଁ। ଦୁଇଟା ଫାଇନାଲ୍।

ପ୍ରେଗାନିଉଜ୍?
ନୋ !

ଟୀକାନେଇକି ପିଲାପିଲି ପାଇଁ ଚେଷ୍ଟା କରିହେବନା?
ପାରିବେ।
୩/
ଗୋଟେ କୋଭିସିଲ୍ଡ ନେଇକି ତାପରେ କୋଭାକ୍ସିନ୍?
ନାହିଁ, ବଦଳେଇ ହେବନି।

୨ଟା କୋଭିସିଲ୍ଡ ପରେ କୋଭାକ୍ସିନ୍?
ନାହିଁ, ଏବେ ଦରକାର ନାହିଁ।

କୋଭିସିଲ୍ଡ/କୋଭାକ୍ସିନ୍ ପରେ ଆଉ କିଛି ଭଲ?
ନାହିଁ। ବିଲକୁଲ୍ ନୁହେଁ ଏବେ।
Read 9 tweets
#କଳାକବକ #ମ୍ୟୁକରମାଇକୋସିସ #ସୂତା #Thread
(ପ୍ର: ମିତ୍ରଙ୍କସହ କଥାହେବାପରେ, ବଡ଼ଭାଇ ଜାଣନ୍ତି ତାଙ୍କୁ)

ଏହା ଏକ ସୁବିଧାବାଦୀ ବା ଅପର୍ଚୁନିଷ୍ଟିକ ମାରାତ୍ମକ କବକ ସଂକ୍ରମଣ
୧/
କେଉଁଠି ଦେଖାଯାଏ?

-ରୋଗପ୍ରତିରୋଧକ ଶକ୍ତି କମ୍ ଥିଲେ
-ଅଣାୟତ୍ତ ମଧୁମେହ
-କୋଭିଡ ଚିକିତ୍ସାରେ
-ଅଧିକ ଦିନ ଅମ୍ଳଜାନ ନେଲେ
-ଭେଣ୍ଟିଲେଟରରେ ରହିଲେ
୨/
କୋଭିଡ଼ରେ କାହିଁକି?

-ଷ୍ଟିରଏଡ ବ୍ୟବହାର ଇମ୍ୟୁନିଟି କମାଏ
-ଟୋସିଲିଜୁମାବ ଇମ୍ୟୁନୋମଡୁଲେଟର ବ୍ୟବହାର
-ଭେଣ୍ଟିଲେଟରରେ ରହିବା ବା ଅଧିକ ଦିନ ଅମ୍ଳଜାନ ନେବାରେ ହ୍ୟୁମିଡିଫାୟର ର ବ୍ୟବହାର
୩/
କେଉଁ କୋଭିଡ଼ ରୋଗୀଙ୍କ ବିପଦ ଅଧିକ?

-ଅଣାୟତ୍ତ ଡାଇବେଟିସ ଥିଲେ
-ଯଥେଷ୍ଟ ଅଧିକ ଦିନ ଆଇସିୟୁ ରେ ରହୁଥିଲେ
-ଓଦା ସର୍ଫେସ୍ ର ଲମ୍ବା ଓକ୍ସୋପୋଜର୍
-ଅତ୍ୟଧିକ ଷ୍ଟିରଏଡ ଓ ଟୋସିଲିଜୁମାବ, ଇଟୋଲିଜୁମାବ, ଇଣ୍ଟରଫେରନ ବ୍ୟବହାର
Read 14 tweets

Related hashtags

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!