Discover and read the best of Twitter Threads about #ଖିଅ

Most recents (3)

#ଖିଅ

ଏ ସେମିତି ଭଲ ପାଇବା ନ ଥିଲା, ସେତେବେଳର ଡର ଓ ସମାଜର ଅଶ୍ରଦ୍ଧାକୁ ଡରି କେଇ ପଦ କଥା ବି ହେଇ ହୁଏନି ତୁମ ସହ, ସମ୍ପର୍କ କହିଲେ- ଖାଲି ନିରବତା; ଆଖି ହଳକର କେତେବେଳେ ଆଉ ଦୁଇ ଆଖି ମିଶିଗଲେ, ତଳକୁ ଆପେ ନଇଁ ଆସୁଥିଲା ପତା।

ନା କେବେ ତୁମକୁ କହି ବି ପାରିଲି କେବେ କିଛି, ତୁମ ତ ସବୁବେଳେ ନିରବ, ଲାଜରେ ଜୁଡୁସୁଡୁ।

ନିରବରେ ବୈତରଣୀ ସୁଅ ରକମ ବହି ଚାଲିଲା ସବୁ, ନା କୂଳ ଲଙ୍ଘିବାର ଇଚ୍ଛା, ବରଂ ଜହ୍ନର ପୁନେଇଁ ଆଲୁଅରେ ପ୍ରତିଫଳିତ ଦୀର୍ଘ ଆଲୋକିତ ରେଖା ପରି।

ବିରଜାଙ୍କ ବେଢ଼ାରେ ମାଆଙ୍କ ଦାଉଦାଉ ଆଖି ସହ ଟୁନା ନନାର ସ୍ତୋତ୍ରରେ କଳନା କରି ପକାଏ ତୁମକୁ, ରକ୍ଷାକାଳୀଙ୍କ ସାମ୍ନାରେ ଘିଅ ଦୀପ ଲଗେଇ ବୋଧେ ମାନସିକ ତୁମକୁ ହିଁ କରୁଥିଲି।

ମନେ ଅଛି ନା ଆମ ଡିପାର୍ଟମେଣ୍ଟ କଡ଼କୁ ଥିଲା ବୁଢା ବରଗଛଟେ, କତିକି ଭଙ୍ଗା ସାଇକେଲ ଷ୍ଟାଣ୍ଡ, ଯୋଉଠି ରବି ଭାଇ ଗୁପଚୁପ ଆଣି ବିକେ। ଗାୟତ୍ରୀ, ପ୍ରଜ୍ଞା ଅପାଙ୍କ ସହ ତୁମେ ସେଠି ନିଇତି ଯୋଡିହୁଅ।

ଲାବୋରେଟାରୀ ଝରକାରୁ ତୁମ ପିଙ୍କ୍ ରଙ୍ଗ ଚୁନରି ହିଁ ଦିଶେ। ପ୍ରଜ୍ଞା ଅପା ହାତ ଥରେ- ପ୍ରକାଶ ଆସ ଖାଇବ।

ତୁମେ ସେଇଠୁ ଆସ୍ତେ ଖସିଯାଆ।

Read 10 tweets
#ଖିଅ
#ଯାଜପୁର

ପାଢ଼ୀ ମଉସା

ବାହାଘର ପରେ ଲାଗିଲା, ଘରେ ସମସ୍ତେ ସାଙ୍ଗ ହୋଇ ରହିଲେ ଭଲ। ସାମ୍ବାଦିକତାରେ ଏ ଜିଲ୍ଲା, ସେ ଜିଲ୍ଲା ବୁଲି, ଭୁବନେଶ୍ୱର ଏକା ରହି ରହି ବଡ଼ ଚିକିଟା ଲାଗୁଥାଏ। ବାପା, ବୋଉ ତ ଘର ଛାଡ଼ି ଆସି ପାରିବେ ନାହିଁ। ତେଣୁ ଗୋଟିଏ ଚାକିରି ଖୋଜି ମୁଁ ଯାଜପୁର ପଳେଇଲି।

ମୋ ଅଫିସରେ ଆଉ ଛଅ ଜଣ ଥିଲେ। ଅକାଉଣ୍ଟାଣ୍ଟ ପାଢ଼ୀ ବାବୁ- ଯାହାଙ୍କ ଘର ବ୍ରହ୍ମବରଦା, କନିଷ୍ଠ ସହାୟକ ମିଶ୍ର ବାବୁ- ତାଙ୍କ ଘର କୋଦଣ୍ଡପୁର, ଡାଟାଏଣ୍ଟ୍ରି ଅପରେଟର ପଣ୍ଡା- ସେ କଲେଜରେ ମୋ ସଂଗେ ପଢୁଥିଲା, ଆଉ ଦୁଇ ଜଣ ସହାୟକ- ପାଢ଼ୀ ମଉସା- ଖଣ୍ଡରା ପାଖ ବାଲିପଦା ତାର ଗାଁ ଓ ଜେନା- ଗାଁ ବୋଦୁଅ। ଜେନା ଥିଲା ଭିନ୍ନକ୍ଷମ।

ମୁଁ ଜଏନ କରିବା ଦିନ ପାଢ଼ୀ ମଉସା ନଥିଲା। ତା ଭାଷାରେ ତାର ସେଦିନ ଡ୍ୟୁଟି ନଥିଲା।

ଦିନେ ସକାଳୁ ଢୁ ଢୁ ବର୍ଷା ବାଡ଼ାଉ ଥାଏ- ଜଣେ ଲୋକ ଗୋଟିଏ ରେନକୋଟ ପିନ୍ଧି ପୁରା ଓଦା ସରସର ହୋଇ ଆସି ପହଁଚିଲା। ପ୍ରବଳ ବର୍ଷାରେ ଆମ ଘରକୁ ରାସ୍ତା ବୁଡ଼ି ସାରିଥାଏ।

Read 14 tweets
#ଖିଅ

ଗୋଟିଏ ଗାଁର ଗପ (୩)

ଡ୍ରାମା

ଡ୍ରାମା ଆରମ୍ଭ ହେବ ସଂଜକୁ। କିନ୍ତୁ ସିଦିଆ ସାଆଁନ୍ତ ଗାଏବ। ସବୁ ରୋଲ କଲା, ରିହର୍ସାଲ କଲା, କିନ୍ତୁ ଠିକ ଡ୍ରାମା ଦିନ ନାହିଁ। ସେଇଠୁ ଲୋକ ପଠାଗଲା ତାଙ୍କ ଘରକୁ। ଯିଏ ଯାଇଥିଲା, ସିଏ ଆସି କହିଲା- ସେ ଶ୍ୱଶୁର ଘରକୁ ରାଗି ପଳେଇଛନ୍ତି।

- କିରେ, ଏଥିରେ ରାଗିବାର କଣ ଅଛି? ଆଜି ଡ୍ରାମା, ରଜ ସଂକ୍ରାନ୍ତି, ଆଉ ସିଏ କିମିତି ପଳେଇଲା ମ! ହଇଆଛାଡ଼ ଲୋକୁଟା।

- ତମେ ତାକୁ ଡ୍ରାମାରେ ମନ୍ତ୍ରୀ ପାର୍ଟ (ରୋଲ) ଦେଲ ତ, ସେଇନାଗି ସିଏ ରାଗିକି ପଳେଇଚି।

- ସିଏ ତ ବଢିଆ ଆକ୍ଟିଂ କରେ ବୋଲି ତାକୁ ମନ୍ତ୍ରୀ ପାର୍ଟ ଦିଆ ଯାଇଥିଲା । ଏଥର ପୁଣି ମନ୍ତ୍ରୀ ପାର୍ଟ ଜମାଣିଆ।

ମୂର୍ଖ, ପାଷାଣ୍ଡ। ଗଲା, କହିଲାନି ଟିକେ, ଜଣେଇଲା ବି ନାହିଁ।

- ସେ ପରା ଫି’ ବର୍ଷ ଡ୍ରାମାରେ ରାଜା ପାର୍ଟ କରୁଥିଲେ। ତାଙ୍କୁ ମନ୍ତ୍ରୀ ପାର୍ଟ ଦେଲ। ଛୋଟ କରିଦେଲ। ତେଣୁ ସିଏ ରାଗିକି ପଳେଇଲେ ବୋଲି ତାଙ୍କ ଘର ଲୋକ କହୁଛନ୍ତି।

ଏଇମିତି ଅଚାନକ ସେ ବର୍ଷ ଡ୍ରାମାରେ ଆସି ଉପୁଜିଲା ବାଧା। କଣ କରାଯିବ? ଏଥିକୁ ଉପାୟ କଣ?

Read 20 tweets

Related hashtags

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!