ବନ୍ଦେ ଉତ୍କଳ ଜନନୀ
ସ୍ଵତନ୍ତ୍ର ଉତ୍କଳ ଗଠନର ପୁରା ଚଉରାଅଶୀ ବର୍ଷ ବିତି ଯାଇଛି, ହେଲେ ମଧୁବାବୁଙ୍କ ସେଇ ଓଜସ୍ୱିନୀ କବିତା ସବୁ ଆଜି ବି ଆମପାଇଁ ପ୍ରେରଣାଦାୟକ
ଚାଲନ୍ତୁ ମନେ ପକେଇବା ତାଙ୍କର କିଛି ଅମର ପଂକ୍ତି
#UtkalaDibasa #BandeUtkalaJanani #ଉତ୍କଳଦିବସ
ଆଶା ଥିଲା ମନେ ଦେଖିବି ଜୀବନେ
ଉତ୍କଳ-ମାତାର ସହାସ୍ୟ ବଦନ
ସେ ଆଶା ତୁଟିଲା ସ୍ଵପନ ଭାଙ୍ଗିଲା
ନ ଦେଖି ଉତ୍କଳେ କରତବ୍ୟ ଜ୍ଞାନ
(ଜଣାଣ - ମଧୁବାବୁ)
ଆଜି ଆମେ ମଧୁବାବୁଙ୍କ ସେଇ ସ୍ଵପ୍ନକୁ ପୁରା କରି ପାରିବା କି?
#UtkalaDibasa #BandeUtkalaJanani
#ଉତ୍କଳଦିବସ
ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେ ଦିନେ
ପୂରବ ଗୌରବ ପୁରବ ସାହସ
ପଡିବ କି କେବେ ମନେ
(ଉତ୍କଳ ସନ୍ତାନ - ମଧୁବାବୁ)
#UtkalaDibasa #BandeUtkalaJanani
#ଉତ୍କଳଦିବସ
ଜନନୀର ଦେଖା କରିବାରେ ଇଛା
ଯଦି ହୋଇଥାଏ ମନେ
ଉତ୍କଳର ମାଟି ଆଲିଙ୍ଗନ କରି
ତା ଧୂଳି ଲେପ ବଦନେ
(ସନ୍ତାନର ଉକ୍ତି - ମଧୁବାବୁ)
#UtkalaDibasa #BandeUtkalaJanani
#ଉତ୍କଳଦିବସ
ନିଜର ଜୀବନ ଜାତିକୁ ଅର୍ପଣ
କଲେ ମିଳେ ଜାତି ପ୍ରାଣ
ଜାତୀୟ ଜୀବନ ନ ମିଳିବ କଲେ
ବାଟେ ଘାଟେ ଅନ୍ୱେଷଣ
(ସମ୍ମିଳନୀ - ମଧୁବାବୁ)
#UtkalaDibasa #BandeUtkalaJanani
#ଉତ୍କଳଦିବସ
Share this Scrolly Tale with your friends.
A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.
