@Gajapati (ଗଜପତି) Profile picture
ଅନାଲୋଚିତ ଓଡିଶାର ପ୍ରଚାର ଓ ପ୍ରସାର #polyglot_Techie_Researcher_Odisha_Bharata handle by: BM Adhikari

Jun 6, 2021, 7 tweets

*** କଉଡ଼ି ***
ସଂସ୍କୃତ ଭାଷାର କପର୍ଦ୍ଦକ ଶବ୍ଦ ରୁ ଓଡ଼ିଆ ରେ କଉଡ଼ି ହୋଇଛି ।
ଗେଣ୍ଡା , ଶାମୁକା , ଶଙ୍ଖ ଭଳି କଉଡ଼ି ମଧ୍ୟ ଏକ ସାମୁଦ୍ରିକ ଜୀବ , ଏହାର ବୈଜ୍ଞାନିକ ନାମ ସାଇପ୍ରିଆ , Cypraea .
* ପୃଥିବୀରେ ପ୍ରାୟ 230 କିସମର କଉଡ଼ି ମିଳେ , ଏପରି କି ସୁନା ରଙ୍ଗର କଉଡ଼ି ମଧ୍ୟ ମିଳେ ।
ଭାରତ ମହାସାଗର ,
1/n

ପ୍ରଶାନ୍ତ ମହାସାଗର ଉପକୂଳ ଅଞ୍ଚଳରେ ଅଧିକ କଉଡ଼ି ମିଳେ ।
* ଏକଦା କଉଡ଼ି ଥିଲା ଭାରତ ର ବିନିମୟ ମୁଦ୍ରା ।
* ଗୋଟିଏ କଉଡ଼ି କୁ – କଡା - କୁହା ଯାଉଥିଲା , ଓଡ଼ିଆ ଭାଷା ର- ଦିକଡା ଗାଳି ଏଇଠୁ ଆରମ୍ଭ , ଯାହା ମୂଲ୍ୟ ହୀନ କିମ୍ବା ନାମମାତ୍ର ଅର୍ଥ ରେ କୁହାଯାଏ ।
2/n

ପୂର୍ବେ କଉଡ଼ି ରେ କସିପାଞ୍ଜି , ପାଇଁଛେକ , ଚାରି ଚଉକ , ଆଠପଚିଶ , ହାଡିହାଡିକା , ଟିପାଟିପି , ଶୂଳେଇ , କାଚ କଉଡ଼ି , ବାରିଆ୦ , ଆଠପାଞ୍ଚ , ଆଦି ଖେଳ ଖେଳୁଥିଲେ ।
* କଉଡ଼ି ର ମାଳ ମଧ୍ୟ ପିନ୍ଧିବା ସହ ଘର ସଜା , ଏବଂ ବଳଦ ମଥାରେ କଉଡ଼ି ମଥାମଣି ବାନ୍ଧୁଥିଲେ ।
3/n

* ଖୋର୍ଦ୍ଧା ପାଇକ ବିଦ୍ରୋହ ର ଗୋଟିଏ କାରଣ ଥିଲା କଉଡ଼ି , ପୂର୍ବରୁ ପ୍ରଜା ମାନେ ଏକ ଟଙ୍କା ରେ 5120 କଉଡ଼ି ପ୍ରଦାନ କରୁଥିଲେ , ବ୍ରିଟିଶ୍ ପ୍ରଶାସନ କହିଲେ ଟଙ୍କାରେ 7680 କଉଡି ଦିଅ ।
* ଶିଶୁ ଜନ୍ମ ର ଷଷ୍ଠ ଦିନରେ ଓଡ଼ିଆ ଘରେ ଈଶାଣ କାନ୍ଥ ରେ ମାଟି ପିତୁଳା ରେ କଉଡ଼ି ପୋତି ଷଦେବୀ ପୂଜା କରାଯାଏ ।
4/n

ଆୟୁର୍ବେଦ ମତରେ କଉଡ଼ି ରୁ ଶୂଳ , ଅମ୍ଳ ପିତ୍ତ , ବ୍ରଣ , କାନପଚା , ଶକ୍ତି ବୃଦ୍ଧି , ଅଗ୍ନିମାନ୍ଦ୍ୟ , ଅର୍ଶ , ମୂତ୍ରାଶୟ ରୋଗ ର ଔଷଧ ପ୍ରସ୍ତୁତ ହୁଏ ।

ଓଡ଼ିଶା ର ସାଧବ ମାନେ ପୂର୍ବଭାରତର ଦ୍ଵୀପପୁଞ୍ଜ ରୁ କଉଡ଼ି ସଂଗ୍ରହ କରି ଚିଲିକା ବାଟଦେଇ ଆଣୁଥିଲେ । * ଖୋର୍ଦ୍ଧା ଜିଲ୍ଲାରେ ଉପକୂଳ ରେ କଉଡ଼ି ଖଣି ଏକ ଗ୍ରାମ ଅଛି ,
5/n

1920 ବେଳେ ଗଞ୍ଜାମ ଜିଲ୍ଲାର କୋଦଳା ନିକଟ ମଲିକେଶ୍ବର ଗ୍ରାମ ରୁ ଏକ କଉଡ଼ି ଖଣି ମିଳିଥିଲା , ସେକାଳରେ କଉଡ଼ି କୁ ଖଣିରେ ପୋତି ରଖୁଥିଲେ । * ପୁଣି ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ରେ କଉଡିଆ ନାମକ ଏକ ଗ୍ରାମ ଅଛି , ଯାହାର ଅର୍ଥ ଧନସମୃଦ୍ଧି ପୂର୍ଣ୍ଣ ଗ୍ରାମ
6/n

* ଖଇ କଉଡି- ଶବ ଯାତ୍ରା ବେଳେ ଖଇ କଉଡି ଫିଙ୍ଗିବା ଅର୍ଥ , ମୃତବ୍ୟକ୍ତି ର ସ୍ବର୍ଗ ଯାତ୍ରାର ବାଟଖର୍ଚ

ଏପରି କି ବିବାହ ରେ କଉଡ଼ି ଖେଳ ପ୍ରାଚୀନ ଓଡ଼ିଆ ରଚନା କୁ ଦେଖି କରାଯାଏ। ଯେଉଁଠି ଲକ୍ଷ୍ମୀ ନାରାୟଣ କଉଡ଼ି ଖେଳନ୍ତି।

ତଥ୍ୟ ଓ ଉପସ୍ଥାପନା : ଡ଼ଃ ଅନନ୍ତ ରାମ କର , @VAdkri
#end

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling