Rushiraj Pattanayak ଋଷିରାଜ ପଟ୍ଟନାୟକ Profile picture
Aesthete || Culture Vulture ||Antiquarian||Green Panther|| Jay Jagannath Mayurbhanj 🌹ବନ୍ଦେ ଉତ୍କଳ ଜନନୀ🌹

Jan 15, 2022, 18 tweets

#ମୟୂରଭଞ୍ଜ#କେନ୍ଦୁଝର ର ମକର୍ ପର୍ବ
ମକର ସଂକ୍ରାନ୍ତିକୁ ବାଥୁଡି ସମ୍ପ୍ରଦାୟର ଲୋକେ ମୁଖ୍ୟତଃ ୩ ଦିନ ଧରି ପାଳନ କରି ଥାନ୍ତି । ଏହି ସଂକ୍ରାନ୍ତିକୁ ଏମାନେ ନିଜର ନବବର୍ଷ ରୂପେ ମଧ୍ୟ ପାଳନ କରିଥାନ୍ତି ।

ମକର ବାଉଣ୍ଡି:-
ମକର ସଂକ୍ରାନ୍ତିର ପୂର୍ବଦିନକୁ ମକର ବାଉଣ୍ଡି ବୋଲି କୁହାଯାଏ । ସମସ୍ତ ଗ୍ରାମବାସୀ ନିଜନିଜ ଘର ବାହାର ଲିପା ପୋଛା କରି ଝୋଟି ଆଙ୍କି ଦେଇଥାନ୍ତି । ଏହି ଦିନ ଗ୍ରାମର ବଡାମ ଶାଳ ,ଠାକୁରାଣୀ ଶାଳ ତଥା ଗ୍ରାମର ଇଷ୍ଟ ଦେବାଦେବୀଙ୍କୁ ପୂଜା କରାଯାଏ

ସମସ୍ତେ ଶୁଭ୍ରବସ୍ତ୍ର ପରିଧାନକରି (ପୁରୁଷ ମାନେ ଧଳା ଧୋତି ଓ ଧଳା ଗଞ୍ଜି ,ନାରୀ ମାନେ ଧଳା ଲଷ୍ମୀଶାଢୀ )ଶାଳକୁ ପୂଜା ସାମଗ୍ରୀ ଧରି ପହଞ୍ଚି ଥାନ୍ତି । ଶାଳରେ ପ୍ଲାଷ୍ଟିକ ଜରି ତଥା ଧୂପକାଠି ବର୍ଜନୀୟ ଅଟେ । ସମସ୍ତେ ଶାଳ ପତ୍ରକୁ ନିମକାଠି କିମ୍ବା ବାଉଁଶକାଠି ଦ୍ୱାରା ଟିପି ଠୋଲା ବନେଇ ସେଥିରେ ପୂଜା ସାମଗ୍ରୀ ଧରି ଶାଳକୁ ଆସିଥାନ୍ତି

ଶାଳରେ କେବଳ ପ୍ରାକୃତିକ ଶିମିଳିପାଳ ଝୁଣା ଓ ଦୀପର ହିଁ ବ୍ୟବହାର ହୋଇଥାଏ । ଧୂପକାଠିର ବ୍ୟବହାର ସମ୍ପୂର୍ଣ୍ଣ ବର୍ଜ୍ୟନୀୟ । ସେଦିନ ଶାଳ ମାନଙ୍କରେ କେବଳ ଶୀତଳ ଭୋଗ ହିଁ ଲାଗି ହୁଏ । ଗ୍ରାମର ଦେହୁରୀ ସମ୍ପୂର୍ଣ୍ଣ ପୂଜାକାର୍ଯ୍ୟ ତୁଲେଇଥାନ୍ତି । ତାଙ୍କୁ ପୂଜାରେ ସହଯୋଗ କରିବା ପାଇଁବ୍ୟୟ୍ଯଜେଷ୍ଠ ବ୍ୟକ୍ତି ଥାନ୍ତି ତାଙ୍କୁ ବାହୁକ କୁହାଯାଏ

ଗ୍ରାମର ଶୁଭ ମନାସି ସେଦିନ ଗ୍ରାମର ସବୁ ଶାଳ ରେ ପୂଜାହୁଏ । ଏତତ୍ ବାଦ ସେଦିନ ସନ୍ଧ୍ୟାରେ ସମସ୍ତଙ୍କ ଘରେ ଭଳିକି ଭଳି ପିଠା ପ୍ରସ୍ତୁତ କରାଯାଏ ।ପ୍ରସ୍ତୁତ କରାଯାଉ ଥିବା ପିଠା ମାନଙ୍କ ମଧ୍ୟ ରେ ଆରିସା,କାକର,ଗୂଡ଼ ପିଠା,ଉଷୁନା ପିଠା ଆଦି ପ୍ରସିଦ୍ଧ।

ମକର ସଂକ୍ରାନ୍ତି:-ସମସ୍ତଙ୍କର ଏହି ଦିନଟି ଆରମ୍ଭ ହୁଏ ମକର ବୁଡ଼ରୁ ।ସମସ୍ତେ ପାହାନ୍ତିଆ ବେଳୁ ଉଠି ପଡି ନଦୀ,ପୋଖରୀ ଆଦିକୁ ଯାଇଥାନ୍ତି ମକର ବୁଡ଼ ଦେବାକୁ। ସମସ୍ତେ ବୁଡ଼ ଦେବାପରେ ସେଇଠି ଗ୍ରାମ ର ଦେହୁରୀ ପୂଜାକରନ୍ତି ଓ ପୂଜା ରେ ବ୍ୟବହୃତ ଦୀପ ରୁ ଅଗ୍ନି ଦେଇ ଥାନ୍ତି ।

ଜୀବନରେ କେବେ କାହାକୁ ମୁଖାଗ୍ନି ଦେଇନଥିବା ଲୋକ ମାନେ ହିଁ ସେ ଅଗ୍ନିକୁ ଆଣି ପୂର୍ବରୁ ପ୍ରସ୍ତୁତ କରିଥିବା ମକର ପୋଲା ବା ମକର ଧୁନିରେ ଅଗ୍ନି ସଂଯୋଗ କରି ନିଆଁ ସେକି ହୋଇ ଶୀତ ଛଡେଇଥାନ୍ତି ହରି ବୋଲ ଦେଇ। ମକର ବୁଡ଼ ଦେଇ ସାରି ସମସ୍ତେ ପ୍ରତ୍ୟାବର୍ତ୍ତନ କରନ୍ତି ନିଜ ଘରକୁ ।

ଘରେ ପହଞ୍ଚି ସମସ୍ତେ ନିଜର ଗୃହର ଇଷ୍ଟ ଦେବତା ଙ୍କୁ ନିଜର ଇସାଣ ଗୃହରେ ଓ ଧାନ ଖଳା ରେ ପୂଜା କରିଥାନ୍ତି।ଏଥିରେ ମକର ଚାଉଳ,ମକର ପିଠା , ନବବସ୍ତ୍ର ଆଦିଲାଗି କରାଯାଏ । ନବବସ୍ତ୍ରକୁ ପୂଜା କରି ସାରିଲା ପରେ ସମସ୍ତେ ନବବସ୍ତ୍ର ପରିଧାନ ପୂର୍ବକ ମକର ପିଠାଗ୍ରହଣ କରିଥାନ୍ତି । ତାପରେ ଆରମ୍ଭ ହୋଇଯାଏ ମକର ମଉଜ ।

ପ୍ରତିଟି ବାଥୁଡି ଗାଁ ରେ ଆରମ୍ଭ ହୋଇ ଯାଏ #ପାଇକାଳି_ନୃତ୍ୟ ବା #ସାଧନ_ଖେଳ । ଏହା ଏକ ବୀର ରସ ର ନୃତ୍ୟ । ପୂର୍ବ ରୁ ବାଥୁଡି ସମ୍ପ୍ରଦାୟର ଲୋକେ ଅତ୍ୟନ୍ତ ବଳ ଶାଳି ଥିଲେ ଓ ରାଜା ଙ୍କର ସୈନ୍ୟ ସାମନ୍ତରେ ଯୋଗ ଦେଇ ଯୁଦ୍ଧ କରୁ ଥିଲେ । ଏପରିକି ବାଥୁଡିମାନେ #ରାଜା_ମୁକୁନ୍ଦଦେବ ଙ୍କୁ ମଧ୍ୟ ଯୁଦ୍ଧ ରେ ସାହାଯ୍ୟ କରୁଥିଲେ ।

ଏହାର ବର୍ଣ୍ଣନା କବି ଶେଖର ଚିନ୍ତାମଣି ମହାନ୍ତିଙ୍କ ରଚିତ "ମୁକୁନ୍ଦ ଦେବ " କାବ୍ୟର ନବମ ସ୍ୱର୍ଗ ରେ ଦେଖିବାକୁ ମିଳେ ଜଗନ୍ତି ଆଖଟେ ତହିଁ ବନ୍ୟବୀର ବର୍ଗ ବାଥୁଡି, କୁରୁମୀ ଆଦି ଉଜ୍ଜ୍ୱଳ କୃଷ୍ଣାଭ
ଅଵ୍ୟର୍ଥ ସନ୍ଧାନୀ ସର୍ବେ ଅଵ୍ୟର୍ଥ ପ୍ରତିଜ୍ଞ //
ଖଣ୍ଡା ଓ ଧନୁସର ବାଥୁଡି ମାନଙ୍କର ପ୍ରମୁଖ ଅସ୍ତ୍ର ।

ତେଣୁ ଚକ୍ରଧର ମିଶ୍ରଙ୍କ ଦ୍ଵାରା ରଚିତ "ବଡାମ ପୁରାଣ" ରେ ମଧ୍ୟ ଏହାର ବର୍ଣ୍ଣନା ଦେଖାଯାଏ ।
// ଚାଙ୍ଗୁ,ଖଣ୍ଡା,ଧନୁସର ବଡାମ ସନ୍ତକ
ବାଥୁଡିରେ ନୁହେଁ ଗଣା ନ ଥିଲେ ଏତକ//
ଅତୀତ ରେ ଏକ ସାମରିକ ଜାତି ର ଅଖ୍ୟା ପାଇ ଥିବା ଏହି ବାଥୁଡି ଜନ ଜାତିଙ୍କର ଯୁଦ୍ଧ କୌଶଳ ପ୍ରଦର୍ଶନ କୁ ହିଁ ସାଧନ ଖେଳ ବା ପାଇକାଳି ନୃତ୍ୟ କୁହା ଯାଏ ।

ସାଧନ ଖେଳରେ ଭାଗ ନେଉ ଥିବା ଗ୍ରାମର ପୁରୁଷ ମାନେ ପ୍ରଥମେ ଗ୍ରାମର ବଡାମ ଶାଳରେ କିମ୍ବା ଭୈରବ ଶାଳରେ ଯାଇ ପୂଜାର୍ଚ୍ଚନା କରିସାରିବା ପରେ ଗ୍ରାମରେ ସାଧନ ଖେଳ ପ୍ରଦର୍ଶନ କରିଥାନ୍ତି ।
ଏହି ନୃତ୍ୟ ରେ ସାମରିକ କଳା କୌଶଳ ଦୁଃସାହସିକ ଖେଳ ଆଦି ପ୍ରଦର୍ଶିତ ହୋଇ ଥାଏ । ଏଥିରେ ଖଣ୍ଡା ଢାଲ ଲାଠି ଆଦି ବ୍ୟବହୃତ ହୋଇ ଥାଏ ।

ଏହା ଅତି କଠିନ ନୃତ୍ୟ ହୋଇଥିବାରୁ ଏହାକୁ ପ୍ରଦର୍ଶନ କରିବାପାଇଁ ପ୍ରାୟ ୨,୩ ମାସଆଗରୁ ଗ୍ରାମର ଭୈରବ ଶାଳରେ ସାଧନ କେନ୍ଦ୍ର ବା ସାଧନ ଆଖାଡା ପ୍ରସ୍ତୁତକରି ଅଭ୍ୟାସ କରିଥାନ୍ତି।ଏହି ସାଧାନ ଆଖାଡା ର ଅନୁରୂପ ହେଉଛି ଛଉ ଆଖାଡା।ଏହି ସାଧନ ଖେଳ ବା ପାଇକାଳି ନୃତ୍ୟ ପରବର୍ତ୍ତୀ ସମୟରେ ବିଶ୍ୱ ପ୍ରସିଦ୍ଧ #ଛଉ ନୃତ୍ୟକୁ ରୂପାନ୍ତରିତ ହୋଇ ଥିଲା ।

ଏହି ପରି ଭାବ ରେ ଦିନ ତମାମ ପାଇକାଳି ନୃତ୍ୟ ପରିବେଷଣ ପରେ ପରେ ସନ୍ଧ୍ୟା ରେ ଆରମ୍ଭ ହୁଏ ଚାଙ୍ଗୁ ନାଟ । ଚାଙ୍ଗୁ ନାଟ ରେ ଉଭୟ ପୁରୁଷ ଓ ମହିଳା ମାନେ ମଜି ଯାଇ ରାତି ତମାମ ଚାଙ୍ଗୁ ର ତାଳେ ତାଳେ ନୃତ୍ୟ କରି ଥାନ୍ତି ।

ମକର ବାସୀ:- ବାଥୁଡି ସମ୍ପ୍ରଦାୟର ଲୋକେ କୃଷି ଉପରେ ନିର୍ଭର ଶୀଳ । ତେଣୁ ପଳାନ କରୁ ଥିବା ପର୍ବ ପର୍ବାଣି ଗୁଡିକ ମଧ୍ୟ କୃଷି ଭିତ୍ତିକ ହୋଇ ଥାଏ । ମକର ସଂକ୍ରାନ୍ତି ପୂର୍ବ ରୁ ପ୍ରାୟତଃ ସମସ୍ତଙ୍କର ଶସ୍ୟ ଅମଳ ସରି ଯାଇ ଥାଏ ଓ କୃଷି କାର୍ଯ୍ୟ ରୁ କିଛି ଦିନ ପାଇଁ ସମୂହ ବିରତି ମିଳି ଥାଏ ।

ମକର ସଂକ୍ରାନ୍ତି ହେଉଛି ସେହି ବିଶ୍ରାମ ର ଶେଷ ଦିନ । ମକର ସଂକ୍ରାନ୍ତି ର ପର ଦିନ କୁ ମକର ବାସୀ କୁହା ଯାଏ । ଏହି ଦିନ ଠୁ ଏକ ନୂତନ କୃଷି ବର୍ଷ ର ଶୁଭାରମ୍ଭ ହୋଇ ଥାଏ । ଏହି କୃଷି ବର୍ଷ କୁ ହିଁ ବାଥୁଡି ମାନେ ନିଜ ର ନବ ବର୍ଷ ଆକାର ରେ ପାଳନ କରନ୍ତି । ଏହି ଦିନ ସକାଳୁ ଗାଧେଇ ବଳଦ ମାନଙ୍କ ସହ ଲଙ୍ଗଳ ଜୁଆଳି ଧରି ବିଲ କୁ ଯାନ୍ତି ।

ବିଲ ରେ ପୂଜାର୍ଚ୍ଚନା ପରେ ସେଦିନ ବିଧି ମୁତାବକ କେବେଳ ଗୋଟିଏ ବିଲ ରେ ଅଢେଇ ବେଳହା ହିଁ ହଳ ବୁଲେଇ ଥାନ୍ତି । ତା ପରେ ବଳଦ ଦେହ ରେ ସେମିତି ଜୁଆଳି ବନ୍ଧା ଅବସ୍ଥା ରେ ହିଁ ଘର କୁ ନେଇ ଆସନ୍ତି । ଘର ର ଘରଣୀ ବଳଦ ମାନଙ୍କୁ ବନ୍ଦାପନା କରି ଘର କୁ ପାଛଟି ନିଅନ୍ତି ।

ଏହି ଦିନ ରେ ନିଜର ମକର , ସଙ୍ଗାତ ଆଦି ଘର ମାନଙ୍କୁ ମକର ଚାଉଳ , ମକର ପିଠା ଆଦି ନେଇ ଦେବାର ପରମ୍ପରା ମଧ୍ୟ ରହିଛି । ଏହି ଭଳି ଭାବେ ବାଥୁଡି ମାନେ ମକର ପର୍ବ କୁ ୩ ଦିନ ଧରି ଅତି ଉତ୍ସାହ ର ସହ ପାଳନ କରି ଥାନ୍ତି ।

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling