My Authors
Read all threads
ଏହି ଟୁଇଟ୍ ଲେଖିବାର ସମୟ ଆସିଗଲାଣି ବୋଲି ଆଜି ଲେଖୁଛି। ଧ୍ୟାନ ଦେଇ ପଢିବେ।

ଖୁବ୍ ଶୀଘ୍ର ପ୍ରତିଦିନ ଆମକୁ ନିର୍ଣ୍ଣୟ ନେବାକୁ ହେବ, କାହାକୁ ଚିକିତ୍ସାସେବା ଯୋଗାଇଦିଆଯିବ ଆଉ କାହାକୁ ନୁହେଁ, କାରଣ ସମସ୍ତଙ୍କୁ ସେବା ଯୋଗାଇପାରିବା ଆମ ସପକ୍ଷରେ ସମ୍ଭବପର ହେଇପାରିବ ନାହିଁ।
ମୃତ୍ୟୁକୁ ଆମେ ଏଡାଇପାରିବା ନାହିଁ, କାରଣ ସେଥିରେ ମଧ୍ଯ ଆମକୁ
ନିର୍ଣ୍ଣୟ ନେବାକୁ ହେବ, କିଏ ବଞ୍ଚିଲେ ସମାଜର ଟିକିଏ ଅଧିକ ଲାଭ ହେବ। କିଛି ସମୟରେ ଆମକୁ ନିର୍ଣ୍ଣୟ ନେବାକୁ ହେବ ଯେ କିଏ ଡାକ୍ତରଖାନା ଆସିବ ଆଉ କିଏ ନୁହେଁ, କାରଣ ଆମ ପାଖରେ ସମସ୍ତଙ୍କର ଚିକିତ୍ସା ପାଇଁ ସାମର୍ଥ୍ଯ ନାହିଁ।

ହଠାତ ଦିନେ ସକାଳୁ ଜାଣିବି ମୋ ସହିତ କାମ କରୁଥିବା ନର୍ସ ଓ ଫାର୍ମାସୀଷ୍ଟ୍ ସଙ୍କ୍ରମିତ ହୋଇଛନ୍ତି, ମୋର ମନୋବଳ
ଖିନଭିନ ହେଇଯାଏ। ଦୁଇଜଣ ସାଥୀ ଆସନ୍ତା ୧୪ଦିନ ଯାଏ ଘରେ ବନ୍ଦ ରୁହନ୍ତି। ସେପଟେ ରୋଗୀ ବଢିଯାଆନ୍ତି ଏବଂ ଚିକିତ୍ସା କରିବାକୁ ମୁଁ ଏକା। ମୋ ବ୍ୟସ୍ତତା ଦେଖି ମୋ ପରିବାର ବି ମୋ ଆଶା ଛାଡିଦିଅନ୍ତି। ତାଙ୍କର ସେ ଅଭ୍ୟାସ ଅଛି ଭାବି ମୁଁ ବି ତାଙ୍କ କଥା ଭୁଲିଯାଏ। ପ୍ରତ୍ୟେକ ଦିନ କ୍ରମାଗତ ରୋଗୀ ସଂଖ୍ୟା ବଢୁଥିବାର ଖବର ଆସୁଥାଏ।
ଚିକିତ୍ସା ଅଭାବରୁ ସଙ୍କ୍ରମଣ ବଢୁଥିବାର ଚର୍ଚ୍ଚା ସବୁଆଡେ। ଘରେ ବନ୍ଦ ରହି ସମସ୍ତ ସୁଯୋଗ ପାଉଥିବା କିଛି ସୁଧିଜନ ମୋର କ୍ଷମତା, ଆନ୍ତରିକତା ଏପରି ଧର୍ମକୁ ନେଇ ବି ପ୍ରଶ୍ନ କରିବାକୁ ଆରମ୍ଭ କରିଦିଅନ୍ତି। ମୁଁ ପୁନଶ୍ଚିଚ ସେହି ଚିରାଚରିତ ପ୍ରଶ୍ନର ସମ୍ମୁଖୀନ ହୁଏ।
ଦିନେ ଅସହ୍ଯ ମାନସିକ ଯନ୍ତ୍ରଣାରେ ମୁଁ ଆତ୍ମହତ୍ୟା କରେ।

କିନ୍ତୁ ଏଥିରେ କିଛି ଲାଭ ହେଲାନି, ମୋ କାନ ସିନା ବନ୍ଦ ହେଇଗଲା,ଲୋକଙ୍କ ମୁହଁ ବନ୍ଦ ହେଲାନି। ମୋ ଆତ୍ମହତ୍ୟାକୁ ପାରିବାରିକ କଳହର ନାଁ ଦେଇ ଟିଆରପି ଗୋଟେଇବାରେ ଲାଗିଗଲେ।
ସେପଟେ, ରୋଗୀ ବଢି ଚାଲିଳେଣି, ଡାକ୍ତରଖାନାରେ ଖାଲି ରୋଗୀ, କିନ୍ତୁ ଚିକିତ୍ସା କରିବାକୁ କେହି ନାହାନ୍ତି
ଘରେ ବସିବସି ଆପଣ ମୋତେ ଆଉ ସରକାରକୁ ଗାଳି ଦେଉଥିବେ।

ହେଲେ ସେତେବେଳଯାଏଁ ବି ଆପଣ ଭାବୁନଥିବେ ଯେ, ଏ ସମସ୍ତ ସମସ୍ୟା ପାଇଁ 'ଆପଣ' ଦାୟୀ।

ସେତେବେଳେ ଆପଣଙ୍କ ଗାଳି ଶୁଣିବାକୁ ମୁଁ ଆଉ ନଥିବି।

ଆଜି ଯାହା କହୁଛୁ, ମାନନ୍ତୁ। ମୋତେ ପୁଣି ଗାଳିଦେବେ, କିନ୍ତୁ ମୁଁ ବଞ୍ଚିରହି ଶୁଣିବାକୁ ଚାହୁଁଛି।
ମୋର ବି ପରିବାର ଅଛି,
ମୋତେ ବି ଘରେ ରହିବାକୁ ଇଚ୍ଛା ହେଉଛି। ମୋ ପରିବାରକୁ କେମିତି ସୁରକ୍ଷିତ ରଖିବି ମୋତେ ଭଲଭାବରେ ଜଣା ଅଛି। ତଥାପି, ଆପଣ କହିପାରିବେ କି ଆଜି ଏ ପରିସ୍ଥିତିରେ ମୁଁ କାହିଁକି ବାହାରକୁ ବାହାରିଛି?

କାରଣ ମୁଁ ଯଦି ମୋ ପରିବାର କଥା ଭାବିବି, ଆପଣମାନଙ୍କ ପରିବାର ଆଉ ନଥିବ।

ତେଣୁ,
ଘରେ ରୁହନ୍ତୁ, ମୋତେ ମୋ ପରିବାର ପାଖକୁ ଫେରିବାକୁ ଦିଅନ୍ତୁ
ପଢିଥିଲେ ଧନ୍ୟବାଦ
ନପଢିଥିଲେ ବି ଧନ୍ୟବାଦ
Missing some Tweet in this thread? You can try to force a refresh.

Enjoying this thread?

Keep Current with #ମୋ_ଡାକ୍ତର

Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

Twitter may remove this content at anytime, convert it as a PDF, save and print for later use!

Try unrolling a thread yourself!

how to unroll video

1) Follow Thread Reader App on Twitter so you can easily mention us!

2) Go to a Twitter thread (series of Tweets by the same owner) and mention us with a keyword "unroll" @threadreaderapp unroll

You can practice here first or read more on our help page!

Follow Us on Twitter!

Did Thread Reader help you today?

Support us! We are indie developers!


This site is made by just three indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!