#ମୋ_ଡାକ୍ତର🩺 Profile picture
Doctor by training, Citizen by profession, Taxpayer by choice
Jun 20, 2023 15 tweets 3 min read
#Adipursh ଦେଖିସାରିଲା ପରେ #AdipurushReview ନଲେଖିଲେ ରାତିରେ ନିଦ ହବନି । ଟିକେ ଲମ୍ବା ହେଇପାରେ ଓ ଆପଣଙ୍କୁ ଭଲ ବି ନଲାଗିପାରେ, ତଥାପି ଲେଖୁଛି ।

ପ୍ରଥମ ଦୃଷ୍ଟିଭଙ୍ଗୀ ବୁଝିବାଟା ଆମଭଳି ଅନେକଙ୍କ ପାଇଁ କଷ୍ଟକର ଏଇଥିପାଇଁ ହେବ ଯେ ଆମେ ରାମାନନ୍ଦ ସାଗରଙ୍କ 'ରାମାୟଣ' କଥାଚିତ୍ରକୁ ଆମ ଆତ୍ମା ସହ ଯୋଡିରଖିଛୁ, ଯେମିତିକି
(୧/୧୪) 'ରାମ' କହିଲେ ଅରୁଣ ଗୋଭିଲ, 'ସୀତା' କହିଲେ ଦୀପିକା ଆଉ ସେଇଭଳି ଦାରା ସିଂ ଓ ଅରବିନ୍ଦ ତ୍ରିବେଦୀ !
ମସ୍ତିଷ୍କର କେଉଁ ଏକ କୋଣରେ ସେମାନଙ୍କର ପ୍ରତିରୂପ ଆବଦ୍ଧ ହେଇ ଅଛି ଆଉ ସେଇଥିପାଇଁ ମାଟିଆ ଗଞ୍ଜି ପିନ୍ଧା ପ୍ରଭାସଙ୍କୁ ଆମେ 'ରାମ' ରୂପରେ ଗ୍ରହଣ କରିପାରୁନାହୁଁ ।
(୨/୧୪)
Jan 5, 2022 6 tweets 1 min read
#ଗୃହସଙ୍ଗରୋଧ ପାଇଁ ଭାରତ ସରକାର ଆଜି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଚାଲନ୍ତୁ ଜାଣିନେବା ଏହା ବିଷୟରେ:
୧: ଲକ୍ଷଣ ବିହୀନ ବା ସାମାନ୍ଯ ଲକ୍ଷଣ (ଅମ୍ଳଜାନ ସାଚୁରେସନ ୯୩ ଠାରୁ ଅଧିକ) ଥିଲେ ଘରେ ସଙ୍ଗରୋଧ ପାଇଁ ଯୋଗ୍ୟ ହେବେ
୨: ତାଙ୍କର ଯତ୍ନ ପାଇଁ ଘରର ଆଉଜଣେ ସଭ୍ୟ, ଯିଏକି ଦୁଇଟିଯାକ ଟୀକା ନେଇଥିବେ, ନିଯୁକ୍ତ ହେବେ ୩: ବୟୋଜ୍ୟେଷ୍ଠ ବ୍ୟକ୍ତି, ଯାହାଙ୍କ ପାଖରେ ଆନୁସଙ୍ଗିକ ରୋଗର ଲକ୍ଷଣ ଥିବ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ, ଫୁସଫୁସ/ଯତ୍କୃତ/ବୃକକ ସମ୍ବଧିତ ରୋଗ ଆଦି, ସେମାନେ କେବଳ ନିଜ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଗୃହସଙ୍ଗରୋଧରେ ରହିପାରିବେ
Jan 4, 2022 9 tweets 3 min read
#ତୃତୀୟ_ଲହର

ଦଶପନ୍ଦର ଦିନ ହେଲା ସବୁଆଡେ ଶୁଣୁଛି ଯେ #ଓମିକ୍ରନ୍ ଏତେ ସାଙ୍ଘାତିକ ହବନି, ଡାକ୍ତରଖାନାରେ ଭର୍ତ୍ତି ବେଶୀ ହେବେନି, ଇତ୍ୟାଦି ଇତ୍ୟାଦି...

ମୁହଁ ଖୋଲିବା ଜରୁରୀ ହୋଇପଡ଼ିଲାଣି ବୋଲି କହୁଛି, ଶୁଣନ୍ତୁ ।
(୧/୯) ଅଧୁନା ପରିସ୍ଥିତିରେ ଅଯଥା #ଓମିକ୍ରନ୍ ର ବ୍ୟବହାର ପଛରେ ପଡନ୍ତୁ ନାହିଁ, କାରଣ ଭେରିଆଣ୍ଟ ଟି ଏବେ ବି ଗବେଷଣାର ପରିସରଭୁକ୍ତ ହେଇ ରହିଛି। ଆମ ପାଇଁ ଚିନ୍ତାର କାରଣ ହେଉଛି #କରୋନା, ସେଇଟା ଯେକୌଣସି ଭେରିଆଣ୍ଟ ହେଉ ନା କାହିଁକି, ଚିନ୍ତାର କାରଣ ନିଶ୍ଚିତ!
କାହିଁକି?
(୨/୯)
Apr 25, 2021 18 tweets 3 min read
#ବେଡ୍_ନାହିଁ
#ଅମ୍ଳଜାନ_ଆବଶ୍ୟକ

ଆଜିର ଥ୍ରେଡ୍ ଏଇ ଦୁଇଟି ବିଷୟରେ ଆଧାରିତ। କେତୋଟି ପ୍ରଶ୍ନ ଆଗେ ନିଜକୁ ପଚାରିବା,

୧-କରୋନାକାଳ ପୂର୍ବରୁ ଆମପାଖରେ ଅନ୍ୟାନ୍ଯ ରୋଗ ପାଇଁ ପର୍ଯ୍ୟାପ୍ତ ବେଡ୍ ଥିଲା କି?
୨-ରୋଗୀକୁ ଅତ୍ୟାଧୁନିକ ଡାକ୍ତରଖାନାରେ ବେଡ୍ ମିଳିଗଲେ କରୋନାରୁ ବଞ୍ଚିବାର ସମ୍ଭାବନା ଅଧିକ କି?
୩-ଏବେ ପ୍ରାୟତଃ ରୋଗୀ, ଠିକ ସମୟରେ ବେଡ୍ ବା ଅମ୍ଳଜାନ ନମିଳିବା ଯୋଗୁଁ ମୃତ୍ୟୁବରଣ କରୁଛନ୍ତି କି?

ଉତ୍ତର: ନାଁ
Apr 1, 2020 17 tweets 6 min read
ଆଜିର ସଂସ୍କରଣରେ ପଢିବା ଘରେ କେମିତି ମାସ୍କ୍ ତିଆରି କରିବା ଆଉ ତାକୁ ଠିକ୍ ଭାବରେ କିପରି ପରିଷ୍କାର ତଥା ବ୍ଯବହାର କରିବା।

ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣଙ୍କ ବ୍ୟବହାର ଏବଂ ସରକାରୀ ନିୟମକୁ ବେଖାତିର କରିବାର ପରିଣାମ ଭୟାବହ ହୋଇପାରେ।

କିନ୍ତୁ ମନେରଖନ୍ତୁ, 'କେବଳ' ମାସ୍କ୍ ବ୍ୟବହାର କରି ଆପଣ ସୁରକ୍ଷିତ ରହିପାରିବେ ନାହିଁ। ଏଠାରେ ବର୍ଣ୍ଣିତ ସମସ୍ତ ପ୍ରକ୍ରିୟା ଭାରତ ସରକାରଙ୍କର ପ୍ରମୁଖ ବିଜ୍ଞାନ ଉପଦେଷ୍ଟାଙ୍କ ଦ୍ୱାରା ଜାରି କରାଯାଇଛି।
କିଛି ସନ୍ଦେହ ଥିଲେ ପଚାରି ପାରନ୍ତି ।
Mar 24, 2020 8 tweets 2 min read
ଏହି ଟୁଇଟ୍ ଲେଖିବାର ସମୟ ଆସିଗଲାଣି ବୋଲି ଆଜି ଲେଖୁଛି। ଧ୍ୟାନ ଦେଇ ପଢିବେ।

ଖୁବ୍ ଶୀଘ୍ର ପ୍ରତିଦିନ ଆମକୁ ନିର୍ଣ୍ଣୟ ନେବାକୁ ହେବ, କାହାକୁ ଚିକିତ୍ସାସେବା ଯୋଗାଇଦିଆଯିବ ଆଉ କାହାକୁ ନୁହେଁ, କାରଣ ସମସ୍ତଙ୍କୁ ସେବା ଯୋଗାଇପାରିବା ଆମ ସପକ୍ଷରେ ସମ୍ଭବପର ହେଇପାରିବ ନାହିଁ।
ମୃତ୍ୟୁକୁ ଆମେ ଏଡାଇପାରିବା ନାହିଁ, କାରଣ ସେଥିରେ ମଧ୍ଯ ଆମକୁ ନିର୍ଣ୍ଣୟ ନେବାକୁ ହେବ, କିଏ ବଞ୍ଚିଲେ ସମାଜର ଟିକିଏ ଅଧିକ ଲାଭ ହେବ। କିଛି ସମୟରେ ଆମକୁ ନିର୍ଣ୍ଣୟ ନେବାକୁ ହେବ ଯେ କିଏ ଡାକ୍ତରଖାନା ଆସିବ ଆଉ କିଏ ନୁହେଁ, କାରଣ ଆମ ପାଖରେ ସମସ୍ତଙ୍କର ଚିକିତ୍ସା ପାଇଁ ସାମର୍ଥ୍ଯ ନାହିଁ।

ହଠାତ ଦିନେ ସକାଳୁ ଜାଣିବି ମୋ ସହିତ କାମ କରୁଥିବା ନର୍ସ ଓ ଫାର୍ମାସୀଷ୍ଟ୍ ସଙ୍କ୍ରମିତ ହୋଇଛନ୍ତି, ମୋର ମନୋବଳ