My Authors
Read all threads
ଶ୍ରୀ ଜଗନ୍ନାଥଙ୍କ ଅଣସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନର ମାହାତ୍ମ୍ୟ :-

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ବା ଅନବସର ସମୟରେ ବ୍ରହ୍ମଗିରିସ୍ଥ ଶ୍ରୀ ଅଲାରନାଥ ଦେବଙ୍କ କଥା ସମସ୍ତଙ୍କର ମନେପଡ଼େ, ଏପରିକି ବୈଷ୍ଣବଧର୍ମର ପ୍ରଚାରକ ଶ୍ରୀ ଚୈତନ୍ୟ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଚାଲି ଚାଲି ଯାଇ ବ୍ରହ୍ମଗିରିରେ
ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇ ଆନନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ଯାହାର ନିଦର୍ଶନ ସ୍ବରୂପ ସେଠାରେ ଶ୍ରୀ ଚୈତନ୍ୟଙ୍କ ମନ୍ଦିର ନିର୍ମାଣ କରାଯାଇଛି । କଥିତ ଅଛି ଅଣସର ସମୟରେ ଗୋଟିଏ ଦିନ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ସମାନ ଏବଂ କୋଟିପୂଣ୍ୟ ଫଳ ଅର୍ଜନ କରାଯାଇଥାଏ ।
ସ୍ନାନ ପୂର୍ଣିମା ପରଠାରୁ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ଶ୍ରୀ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର ସୁଯୋଗ ମିଳେନାହିଁ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀ ଅଲାରନାଥଙ୍କ ଦର୍ଶନ କରିଥାନ୍ତି । କାରଣ ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସମଫଳ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ଦର୍ଶନରୁ ମିଲିଥାଏ ।
ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ପୁରୀର ପବିତ୍ର ନରେନ୍ଦ୍ର ପୁଷ୍କରିଣୀଠାରୁ ବାମପାର୍ଶ୍ୱ ପୁରୀ-ସାତପଡ଼ା ରାସ୍ତାରେଜାତୀୟ ରାଜପଥ-୨୦୩(କ)ରେ ୨୦ କି.ମି ଗଲେ ବ୍ରହ୍ମଗିରି ।ପାଞ୍ଚ ଏକର ପରିମିତ ଜାଗାରେ କେତକୀ, ବଉଳ ଓ ନାରିକେଳ ଜଙ୍ଗଲ ପରିବେଶ ମଧ୍ୟରେ ୫୦ଫୁଟ ୫ଇଞ୍ଚ ଉଚ୍ଚତା ବିଶିଷ୍ଟ
ଶ୍ରୀଅଲାରନାଥଙ୍କ ମନ୍ଦିର ଅବସ୍ଥିତ ।ଏହି ମନ୍ଦିର ଚତୁଃପାର୍ଶ୍ୱରେ ଶ୍ରୀଚୈତନ୍ୟ ମନ୍ଦିର, ଶିବ ମନ୍ଦିର ଓ ବିଭିନ୍ନ ଠାକୁରାଣୀଙ୍କ ମନ୍ଦିର, ନବଗ୍ରହ ପ୍ରସ୍ତର, ନାଟମନ୍ଦିର, ପ୍ରାର୍ଥନା ଗୃହ, ଭୋଗମଣ୍ଡପ, ମୁଖଶାଳା, ତଥା ଯଜ୍ଞ ମଣ୍ଡପ ଅବସ୍ଥିତ । ରଥଯାତ୍ରା ପୂର୍ବରୁ ପ୍ରଥମେ ପଡେ ସ୍ନାନଯାତ୍ରା ।
ଏହି ମହାସ୍ନାନ ପରେ ଶ୍ରୀଜୀଉମାନେ ଲୌକିକ ମତରେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ିରହନ୍ତି । ଅଣସରର ତାଳତାଟି ଭିତରେ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବାଶୁଶ୍ରୁଷା କରନ୍ତି । ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ ।
ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି ।
ତେଣୁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗିରହିଥାଏ । ଏହା କୌଣସି ପର୍ଯ୍ୟଟନସ୍ଥଳୀ ନହେଲେ ବି କୃଷ୍ଣଭକ୍ତମାନଙ୍କ ପାଇଁ ଏକ ପ୍ରସିଦ୍ଧ ସ୍ଥାନ । କାରଣ ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ।
ମନ୍ଦିର :-

ଐତିହାସିକମାନଙ୍କ ମତରେ ୧୧୨୮ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ଚତୁର୍ଥ ନରପତି ମଦନ ମହାଦେବଙ୍କ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା । ମନ୍ଦିରର ବିମାନ ବା ଗର୍ଭଗୃହର ମଧ୍ୟଭାଗରେ ପ୍ରତିଷ୍ଠିତ ଏକ ପ୍ରସ୍ତର ସିଂହାସନରେ ଚିକ୍‌କଣ କଳା ମୁଗୁନି ପ୍ରସ୍ତର ନିର୍ମିତ ଚତୁର୍ଭୁଜ ବିଶିଷ୍ଟ ଅଲାରନାଥ ବିଗ୍ରହ ଅତ୍ୟନ୍ତ କମନୀୟ ।
ଦଣ୍ଡାୟମାନ ଭଙ୍ଗୀରେ ଥିବା ଏହି ବିଗ୍ରହଙ୍କର ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ସୁଶୋଭିତ । ସୂକ୍ଷ୍ମ କରୁକାର୍ଯ୍ୟ ସମ୍ପନ୍ନ ଅଲାରନାଥଙ୍କ ବିଗ୍ରହରେ ଦ୍ରାବିଡ଼ ଶୈଳୀର ଭାସ୍କର୍ଯ୍ୟ ପରିଲକ୍ଷିତ ହୋଇଥାଏ । ଅତ୍ୟନ୍ତ ପ୍ରାଚୀନ ସମୟରୁ ବଂଶାନୁକ୍ରମିକ ଭାବେ ଏଠାକାର ପୂଜକମାନେ ଅଲାରନାଥ ମହାପ୍ରଭୁଙ୍କ ସେବା ସମ୍ପାଦନ କରି ଆସୁଛନ୍ତି ।
ଶ୍ରୀ ଅଲାରନାଥଙ୍କ ବିଗ୍ରହମୂର୍ତ୍ତି କଳାମୁଗୁନି ପଥରରେ ନିର୍ମିତ । ମୂର୍ତ୍ତି ଚାରିପଟେ ତୋରଣ ଅଛି । ତୋରଣ ତଳେ ପାର୍ଶ୍ୱଦେବୀ ଶ୍ରୀଦେବୀ, ଭୂଦେବୀ ବିଦ୍ୟମାନ କରୁଛନ୍ତି । ପଦଯୁଗ ତଳେ ଗରୁଡ଼ ପ୍ରାର୍ଥନାରତ। ଶ୍ରୀ ଜୀଉଙ୍କ ଊର୍ଦ୍ଧ୍ୱ ବାମ ହସ୍ତରେ ଶଙ୍ଖ, ଡାହଣ ହସ୍ତରେ ଚକ୍ରଚିହ୍ନ ଅଛି । ନିମ୍ନ ବାମ ହସ୍ତରେ ଗଦା ଓ ଡାହାଣ ହସ୍ତରେ ପଦ୍ମ
ଚିହ୍ନ ବିଦ୍ୟମାନ । ଏଣୁ ଶ୍ରୀ ଅଲାରନାଥଙ୍କୁ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ କୁହାଯାଏ ।

ପୌରାଣିକ :-

ଅଲାରନାଥଙ୍କୁ ନେଇ ଆହୁରି ଏକ ପୌରାଣିକ ବିଷୟବସ୍ତୁ ରହିଛି । [ସତ୍ୟଯୁଗ]] ସମୟର କଥା, ଏକଦା ସୃଷ୍ଟିକର୍ତ୍ତା ବ୍ରହ୍ମା ଭଗବାନ୍ ବିଷ୍ଣୁଙ୍କ ଦର୍ଶନ ଲାଭ କରିବା ଲାଗି ଘୋର ତପସ୍ୟା କଲେ ।
ବ୍ରହ୍ମାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ୍ ବିଷ୍ଣୁ ଚତୁର୍ଭୁଜ ରୂପ ଧାରଣ କରି ତାଙ୍କ ସମ୍ମୁଖରେ ପ୍ରକଟ ହେଲେ ଓ କହିଲେ ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ । ତୁମେ ମୋର ଏକ ଚତୁର୍ଭୁଜ ମୂର୍ତ୍ତି ନିର୍ମାଣ କରି ଏଠାରେ ପୂଜାର୍ଚ୍ଚନା କର । ଭଗବାନଙ୍କ ଆଜ୍ଞା ପାଳନ କରି ବ୍ରହ୍ମା କଳା ମୁଗୁନି ପଥରରେ ବିଷ୍ଣୁଙ୍କ ଚଳନ୍ତି ପ୍ରତିମା ନିର୍ମାଣ
କରି ସେଠାରେ ପୂଜାର୍ଚ୍ଚନା କଲେ । ସେହି ପ୍ରତିମୂର୍ତ୍ତି ସମ୍ପ୍ରତ୍ତି ଅଲାରନାଥ ନାମରେ ସର୍ବତ୍ର ବିଖ୍ୟାତ । ଯେଉଁ ପର୍ବତ ଉପରେ ସେ ତପସ୍ୟା କଲେ ସେହି ସ୍ଥାନଟି ପରବର୍ତ୍ତୀ କାଳରେ ବ୍ରହ୍ମଗିରି ନାମରେ ବିଖ୍ୟାତ ହେଲା । ପରବର୍ତ୍ତୀ ସମୟରେ ସେହି ଅଞ୍ଚଳକୁ ବ୍ରହ୍ମଗିରି ବୋଲି କୁହାଗଲା ।
ସେହିପରି ଆଉ ଏକ ପୌରାଣିକ କଥା ଯେ, ରାଜା ଇନ୍ଦ୍ରଦ୍ୟୁମ୍ନ ରାଜତ୍ୱ କାଳରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା ଲାଗି ମର୍ତ୍ତ୍ୟଭୂମିକୁ ଆସିଥିଲେ । ସେ ପ୍ରଥମେ ଯେଉଁ ସ୍ଥାନରେ ମର୍ତ୍ତ୍ୟଭୂମିକୁ ଓହ୍ଲାଇଲେ ସେହି ସ୍ଥାନକୁ ପରବର୍ତ୍ତୀ ସମୟରେ ବ୍ରହ୍ମଗିରି ବୋଲି କୁହାଗଲା ।
ସୃଷ୍ଟିକର୍ତ୍ତା ମର୍ତ୍ତ୍ୟଭୂମିରେ ପାଦ ଦେବା ପରେ ବିଷ୍ଣୁଙ୍କ ପୂଜା କରିଥିଲେ । ଯେଉଁଠାରେ ସେ ବିଷ୍ଣୁଙ୍କ ପୂଜା କରିଥିଲେ ପରବର୍ତ୍ତୀ ସମୟରେ ତାହା ଅଲାରନାଥ ନାମରେ ଖ୍ୟାତି ଅର୍ଜନ କଲା ।
ଇତିହାସ :-

ତାମିଲନାଡୁରୁ ଆସିଥିବା ଆଲବର ସମ୍ପ୍ରଦାୟମାନେ ଏଠାରେ ଚତୁର୍ଦ୍ଧାମୂର୍ତ୍ତି ସ୍ଥାପନ କରିଥିଲେ ଏବଂ ଏହି ସମ୍ପ୍ରଦାୟର ବ୍ରାହ୍ମଣମାନେ ପ୍ରଭୁଙ୍କର ପୂଜାର୍ଚ୍ଚନା କରନ୍ତି । ପୁରୁଷୋତ୍ତମ ଚନ୍ଦ୍ରିକାରୁ ଜଣାପଡ଼େ ଅଲବନ୍ଦ ଆଚାର୍ଯ୍ୟ ନାମକ ଏକ ତାନ୍ତ୍ରିକ ବ୍ରାହ୍ମଣ ଅନବସର ସମୟରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ୱର୍ଗଦ୍ୱାର
ନିକଟ ସୋଲାଖିଆ ବଟବୃକ୍ଷରେ ମହୂମାଛି ହୋଇ ଶ୍ରୀମନ୍ଦିରକୁ ଯାଆନ୍ତେ ସେଠାରେ ବାଧାପ୍ରାପ୍ତ ହୋଇ ସମୁଦ୍ରରେ ଝାସ ଦେବାକୁ ଯିବା ସମୟରେ ଏକ ମର୍କଟ ବାଧାଦେବାରୁ ସେ ଶ୍ରୀ ଅଲାରନାଥଙ୍କ ପୀଠରେ ଆସି ପଡ଼ିଲେ l ଅଲବନ୍ଦାରନାଥଙ୍କ ଠାକୁରଙ୍କୁ କାଳକ୍ରମେ ଶ୍ରୀ ଅଲାରନାଥ ଭାବେ ପୂଜା ହେଉଥିବା କୁହାଯାଏ ।
ଗବେଷକମାନଙ୍କ ମତାନୁଯାୟୀ ‘ଅଲାରନାଥ’ ନାଁଟି ଏକ ଦ୍ରାବିଡ଼ ଶବ୍ଦରୁ ଆସିଛି । ଦ୍ରାବିଡ଼ ଶବ୍ଦ ‘ଆଲୋୟାର’ର ଅର୍ଥ ଭକ୍ତ । ଏଣୁ ଆଲୋୟାରନାଥ ପ୍ରକୃତରେ ଭକ୍ତଙ୍କର ନାଥ । କାଳକ୍ରମେ ଆଲୋୟାରନାଥ ଶବ୍ଦର ଅପଭ୍ରଂଶ ଘଟି ଆଲବନ୍ଦାନାଥ, ଅଲବରନାଥ, ଆଲାଲାନାଥ ଏବଂ ପରିଶେଷରେ ସ୍ଥାନୀୟ ଲୋକମୁଖରେ ଏହା ‘ଅଲାରନାଥ’ ନାମରେ ପ୍ରସିଦ୍ଧି ଲାଭ କରିଛି ।
ଅପରପକ୍ଷରେ ପୁରୁଷୋତ୍ତମ ଚନ୍ଦ୍ରିକାରେ ହୋଇଥିବା ଉଲ୍ଲେଖ ଅନୁସାରେ ପରମ ତାନ୍ତ୍ରିକ ବାବା ଅଲବନ୍ଦାଚାର୍ଯ୍ୟ ନାମକ ଜଣେ ତନ୍ତ୍ର ସାଧକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥିବା ସମୟରେ ଅଣସର ହେତୁ ଦର୍ଶନ ପାଇ ପାରି ନ ଥିଲେ । ନିଜର ତନ୍ତ୍ର ସାଧନା ପ୍ରୟୋଗ କରି ସେ ଏକ ଭ୍ରମର ରୂପରେ ଅଣସର ଗୃହକୁ ପ୍ରବେଶ କରିଥିଲେ ।
ଅଣସର ଗୃହରେ ଏକ ଅଷ୍ଟଦଳ ପଦ୍ମ ଦେଖି ଅଲ୍‌ବନ୍ଦା ପଦ୍ମ ଉପରେ ବସିବାକୁ ଉଦ୍ୟମ କରିବା ବେଳେ ପଦ୍ମର ପାଖୁଡ଼ା ଗୁଡିକ ଜଣେ ଜଣେ ସୁନ୍ଦରୀ ନାରୀରେ ପରିଣତ ହୋଇ ଭ୍ରମରକୁ ଉପହାସ କରିଥିଲେ । ଫଳରେ ଅଲ୍‌ବନ୍ଦାଚାର୍ଯ୍ୟ ଅପମାନ ପୂର୍ବକ ଜଗନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇ ସମୁଦ୍ରରେ ପ୍ରାଣ ବିସର୍ଜନ ନିମନ୍ତେ ଉଦ୍ୟମ ହୁଅନ୍ତେ ହଠାତ୍ ଏକ ବିରାଟକାୟ
ମର୍କଟ ତାଙ୍କ ସମ୍ମୁଖରେ ଲମ୍ଫ ପ୍ରଦାନ କରି ଦକ୍ଷିଣ ଦିଗକୁ ଗତି କରିଥିଲା । ଏହା ଭଗବାନଙ୍କ ନିର୍ଦ୍ଦେଶ ଭାବି ସେ ଦକ୍ଷିଣାଭିମୁଖୀ ଦିଗରେ ଯାତ୍ରା କରି ବ୍ରହ୍ମଗିରିସ୍ଥ ଅଲାରନାଥ ପୀଠରେ ପହଞ୍ଚି ସେଠାରେ ଶିଳାରୂପୀ ବିଷ୍ଣୁ ବିଗ୍ରହଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ ।
ସେବେଠାରୁ ଅଲ୍ ବିନ୍ଦାଙ୍କ ପ୍ରଭୁ ବା ନାଥ ଅଲ୍ ବିନ୍ଦାନାଥ ଓ ପରେ ଅପଭ୍ରଂଶ ହୋଇ ଅଲାରନାଥ ନାମରେ ନାମିତ ହୋଇଛନ୍ତି । ଅଲାରନାଥଙ୍କ ମନ୍ଦିରଟି ଏକ ସୂକ୍ଷ୍ମ କାରୁକଳା ବିମଣ୍ଡିତ ପ୍ରାଚୀନ ମନ୍ଦିର ।
ଭୋଗ :-

ଶ୍ରୀମନ୍ଦିର ଭୋଗନୀତି ପରି ଏଠାରେ ମଧ୍ୟ ଭୋଗ ଅନୁଷ୍ଠିତ ହୁଏ । ସକାଳ ୮ଟାରେ ବାଳଭୋଗ, ସକାଳ ଧୂପରେ ଅଣ୍ଡି, ଖେଚେଡ଼ି, ଡାଲି ଓ ତରକାରୀ ଭୋଗ କରାଯାଏ । ମାଧ୍ୟାହ୍ନରେ କ୍ଷୀର ଭୋଗ କରାଯାଇ ପହୁଡ଼ ପଡ଼େ । ରାତିରେ ଦହି ପଖାଳ ଓ ଭଜା ଭୋଗ କରାଯାଏ । ଶ୍ରୀଅଲାରନାଥଙ୍କ କ୍ଷୀରି ଭୋଗ ସବୁଠାରୁ ପ୍ରିୟ ।
ଶ୍ରୀମନ୍ଦିର ଭଳି ଏଠାରେ ପ୍ରଭୁ ଅଲାରନାଥଙ୍କ ଦୈନଦିନ ଆଳତୀ, ଅବକାଶ, ବଲ୍ଲଭ, ଅନ୍ନଭୋଗ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ପହୁଡ଼ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ । ବିଶେଷ କରି ଅଣସର ସମୟରେ ଉକ୍ତ ମନ୍ଦିରରେ ଦ୍ୱାର ଫିଟା, ମଙ୍ଗଳ ଆରତୀ, ଅବକାଶ, ଅଣସର ବେଶ, ଚନ୍ଦନ ତୁଳସୀ ଲାଗି, ବଲ୍ଲଭ ଭୋଗ, ସର୍ବସାଧାରଣ ଦର୍ଶନ, ସକାଳ ଧୂପ,
ଦ୍ୱିପହର ଧୂପ (କ୍ଷୀର ଭୋଗ), ଦିବା ପହୁଡ଼, ଚିଆଁ ପହୁଡ଼, ସର୍ବସାଧାରଣ ଦର୍ଶନ, ସନ୍ଧ୍ୟା ଆଳତୀ, ମଇଲମ, ଅଣସର ବେଶ, ସର୍ବସାଧାରଣ ଦର୍ଶନ, ସନ୍ଧ୍ୟା ଧୂପ, ବଡ଼ ସିଂହାର ବେଶ ଓ ତତ୍ପରେ ପହୁଡ଼ ନୀତି ହୋଇ ମନ୍ଦିର ଦ୍ୱାର ବନ୍ଦ ହୋଇଥାଏ । ଅଣସର ସମୟରେ ଭକ୍ତମାନଙ୍କର ପ୍ରବଳ ଜନସମାଗମ ହେତୁ ଅଲାରନାଥଙ୍କ କ୍ଷୀରି ପ୍ରସାଦର
ଚାହିଦା ଅତ୍ୟଧିକ ହୋଇଥାଏ । ଏହି ସମୟରେ ପ୍ରତ୍ୟହ ମନ୍ଦିରର ରୋଷଘରେ ୫୦ହଣ୍ଡା କ୍ଷୀରି ପ୍ରସ୍ତୁତ ହୋଇଥାଏ । ଦଶ ସେର କ୍ଷୀରରେ ଏକ ହଣ୍ଡା କ୍ଷୀରି ପ୍ରସ୍ତୁତ ହୁଏ । ଏଥିରେ ଆବଶ୍ୟକ ପରିମାଣର ଚାଉଳ, ଚିନି, ଅଳେଇଚ, ଖିସ୍ ମିସ୍ ଇତ୍ୟାଦି ପକାଯାଏ ।
କ୍ଷୀରିଭୋଗ କିମ୍ବଦନ୍ତୀ :-

ଅଲାରନାଥଙ୍କ କ୍ଷୀରିଭୋଗ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ଏଠାରେ ପ୍ରଚଳିତ । ଏକଦା ସେବା କାର୍ଯ୍ୟରେ ନିୟୋଜିତ ଅଲାରନାଥଙ୍କ ପୂଜକ କାର୍ଯ୍ୟବଶତଃ ଅନ୍ୟ ଗ୍ରାମକୁ କେତେଦିନ ପାଇଁ ଚାଲିଯାଇଥିଲେ । ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ରକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ ।
ଅଜ୍ଞାନ ବାଳକ ପୂଜା ପଦ୍ଧତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସୁଦ୍ଧା କ୍ଷୀରି ହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚି ତାର ଚପଳ ବୁଦ୍ଧି ଓ ଭକ୍ତି ସହକାରେ ଆଖି ବନ୍ଦ କରି ଠାକୁରଙ୍କୁ ଆବାହନ କରିବା ପରେ ଦେଖିଲା ହାଣ୍ଡିରେ କିଛି କ୍ଷୀରି ନାହିଁ । ଘରକୁ ଖାଲି ହାଣ୍ଡି ଧରି ଫେରି ତା’ମା ଆଗରେ ସମସ୍ତ ଘଟଣା କହିଲେ ସୁଦ୍ଧା
ମା’ର ବିଶ୍ୱାସ ହେଲା ନାହିଁ । ବିଲେଇ କ୍ଷୀରି ବୋଧହୁଏ ଖାଇ ଦେଇଥିବ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବ, ଏହି ଆଶଙ୍କାରେ ପୁତ୍ରର ମା’ ରାତ୍ରି ସାରା ଶୋଇ ପାରି ନ ଥିଲେ । ତା ପରଦିନ ପୁଅକୁ କ୍ଷୀରି ହାଣ୍ଡି ସହ ପଠାଇ ବାଳକଟିର ମାଆ ଅଲାରନାଥ ବିଗ୍ରହଙ୍କର ପଶ୍ଚାତ୍ ଭାଗରେ ଲୁଚି ରହିଥିଲେ ।
କ୍ଷୀରି ଖାଇବା ପାଇଁ ବାଳକଟି ଠାକୁରଙ୍କୁ ଆବାହନ କଲା ମାତ୍ରେ, ପ୍ରଭୁ ଅଲାରନାଥ ନଇଁ ପଡ଼ି କ୍ଷୀରି ଖାଉଥିବା ବେଳେ ବାଳକଟିର ମା’ ଭୟରେ ଚିତ୍କାର କରିଥିଲେ । ଗରମ କ୍ଷୀରି ପ୍ରଭୁଙ୍କ ହାତ ଓ ମୁହଁରେ ପଡ଼ି ଫୋଟକା ହୋଇଯାଇଥିଲା । ଅଦ୍ୟାବଧି ଏହାର ସ୍ମୃତି ସ୍ୱରୂପ ସ୍ଥାନୀୟ ପୂଜକମାନେ ବିଗ୍ରହଙ୍କର ମୁହଁରେ ଥିବା ଫୋଟକା ଚିହ୍ନ ଦେଖାଇଥାନ୍ତି
ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସ ଯେ, ପ୍ରଭୁ ଅଲାରନାଥ ସ୍ୱୟଂ କ୍ଷୀରିକୁ ଏଠାରେ ଆଘ୍ରାଣ କରି ଥାଆନ୍ତି, ଯାହାଫଳରେ କି ଏଠାରେ କ୍ଷୀର ଭୋଗ ଅତ୍ୟନ୍ତ ସୁସ୍ୱାଦୁ ଓ ପ୍ରସାଦ ରୂପେ ଭାରତ ବର୍ଷର ସମସ୍ତ ଭକ୍ତମାନଙ୍କ ଗ୍ରହଣୀୟ ହୋଇଛି ।
ଉପସ୍ଥାପନା :- @OdiaWiki
Missing some Tweet in this thread? You can try to force a refresh.

Keep Current with || Pravat Parija || OD|IND 🇮🇳

Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

Twitter may remove this content at anytime, convert it as a PDF, save and print for later use!

Try unrolling a thread yourself!

how to unroll video

1) Follow Thread Reader App on Twitter so you can easily mention us!

2) Go to a Twitter thread (series of Tweets by the same owner) and mention us with a keyword "unroll" @threadreaderapp unroll

You can practice here first or read more on our help page!

Follow Us on Twitter!

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!