#ମୋ_ଡାକ୍ତର Profile picture
Jun 20 15 tweets 3 min read Twitter logo Read on Twitter
#Adipursh ଦେଖିସାରିଲା ପରେ #AdipurushReview ନଲେଖିଲେ ରାତିରେ ନିଦ ହବନି । ଟିକେ ଲମ୍ବା ହେଇପାରେ ଓ ଆପଣଙ୍କୁ ଭଲ ବି ନଲାଗିପାରେ, ତଥାପି ଲେଖୁଛି ।

ପ୍ରଥମ ଦୃଷ୍ଟିଭଙ୍ଗୀ ବୁଝିବାଟା ଆମଭଳି ଅନେକଙ୍କ ପାଇଁ କଷ୍ଟକର ଏଇଥିପାଇଁ ହେବ ଯେ ଆମେ ରାମାନନ୍ଦ ସାଗରଙ୍କ 'ରାମାୟଣ' କଥାଚିତ୍ରକୁ ଆମ ଆତ୍ମା ସହ ଯୋଡିରଖିଛୁ, ଯେମିତିକି
(୧/୧୪)
'ରାମ' କହିଲେ ଅରୁଣ ଗୋଭିଲ, 'ସୀତା' କହିଲେ ଦୀପିକା ଆଉ ସେଇଭଳି ଦାରା ସିଂ ଓ ଅରବିନ୍ଦ ତ୍ରିବେଦୀ !
ମସ୍ତିଷ୍କର କେଉଁ ଏକ କୋଣରେ ସେମାନଙ୍କର ପ୍ରତିରୂପ ଆବଦ୍ଧ ହେଇ ଅଛି ଆଉ ସେଇଥିପାଇଁ ମାଟିଆ ଗଞ୍ଜି ପିନ୍ଧା ପ୍ରଭାସଙ୍କୁ ଆମେ 'ରାମ' ରୂପରେ ଗ୍ରହଣ କରିପାରୁନାହୁଁ ।
(୨/୧୪)
ଯଦି ଆପଣ #ଆଦିପୁରୁଷ ଦେଖିସାରିଛନ୍ତି, ତେବେ ମୁଣ୍ଡରୁ ପୁରୁଣା 'ରାମାୟଣ' ଧାରାବାହିକର ବିଷୟବସ୍ତୁ ଓ କାଷ୍ଟିଂ କୁ ଭୁଲି ଆଉଥରେ ଭାବନ୍ତୁ କି 'ଖରାପ' କ'ଣ ଲାଗିଲା; ମୋ ମତରେ, ସେତେବେଳେ ଆପଣଙ୍କୁ ଆଉ ଏତେମାତ୍ରାରେ ଖରାପ ନଲାଗିପାରେ ।
ଯେଉଁ ଯୁବଗୋଷ୍ଠୀଙ୍କ ଭାଗ୍ଯରେ ରାମାନନ୍ଦ ସାଗରଙ୍କ ରାମାୟଣ ଦେଖିବାର ସୁଯୋଗ ମିଳିନି
(୩/୧୪)
ତାଙ୍କୁ ଏହି ଚଳଚ୍ଚିତ୍ରରେ 'ତୁଳନା' କରିବାର ଭିତ୍ତିଭୂମିର ଅଭାବ ଥିବାରୁ ହୁଏତ ଭଲଲାଗିଥିବ !

ତେବେ ମୋ ସ୍ୱଳ୍ପ ଜ୍ଞାନରେ ବାଲ୍ମିକୀ ରାମାୟଣର କଥାବସ୍ତୁ ସହ ତୁଳନା କଲେ ଯେତେଟା ଅସାମଞ୍ଜସ୍ୟ ଅଛି, ସେଇଟା ଗୋଟେ ବଲିଉଡ ମୁଭି ପାଇଁ କିଛି ବଡ କଥା ନୁହେଁ
(୪/୧୪)
ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶକଙ୍କ ସବୁଠୁ ବଡ ଭୁଲ ହେଲା ସେ ନିଜେ ଜାଣିପାରିନାହାନ୍ତି ଯେ ସେ ରାମାୟଣ ତିଆରି କରୁଛନ୍ତି ନା ରାମାୟଣରୁ ଅନୁପ୍ରାଣିତ ହୋଇ ଛୋଟ ପିଲାଙ୍କ ପାଇଁ କାର୍ଟୁନ୍ ସିରିଜ ତିଆରି କରୁଛନ୍ତି । ଯଦି ଦ୍ୱିତୀୟ ଦୃଷ୍ଟିଭଙ୍ଗୀ ଉପରେ ଆଲୋକପାତ କରିବା, ତେବେ ଏଥିରେ ସେ ଅନେକମାତ୍ରାରେ ସଫଳ ହେଇଛନ୍ତି ।
(୫/୧୪)
ତିନିଘଣ୍ଟାରେ ରାମାୟଣକୁ ଫାଷ୍ଟ ଫରୱାର୍ଡ କରିକି ଶୁଣିଲେ ଯେମିତି ଲାଗିବ, ସେଇଭଳି ହିଁ ପିକ୍ଚରାଇଜେସନ୍ କରିଛନ୍ତି । ମୋ ମତରେ 'ରାମାୟଣ' ବିଷୟରେ ବିଶେଷ ଧାରଣା ନଥିଲେ ଏହି ଚଳଚ୍ଚିତ୍ରଟି 'ରାମାୟଣ'ର କଥାବସ୍ତୁକୁ ସଂକ୍ଷେପରେ ବୁଝେଇବାପାଇଁ କିଛି ଖରାପ ନୁହେଁ

(୬/୧୪)
ହାରି ପୋଟର୍ ଦେଖି କାହାଣୀକୁ ସତ ଭାବିବସୁଥିବା ସେହି ଜେନେରେସନ୍ ଙ୍କ ପାଇଁ #ଆଦିପୁରୁଷ ଏକ ମାଧ୍ୟମ ହେଉ, ଏଇଟା ହିଁ ମୁଁ ଆଶାକରେ ।
ତାଙ୍କ ମନରେ ପ୍ରଶ୍ନ ଉଠୁ, ଜିଜ୍ଞାସାର ସମାଧାନ ଆପଣ କରନ୍ତୁ, ଅଧିକ ପଢାନ୍ତୁ, ଏଇଟାତ ଆମ କର୍ତ୍ତବ୍ଯ!
ହଁ, ଆମ ଜେନେରେସନ୍ କୁ ଏଇଟା ଭଲ ନଲାଗିବାର କାରଣ ଅନେକ ଅନେକ ଅଛି,
(୭/୧୪)
ଇଣ୍ଟରନେଟ ସର୍ଚ ମାରିଲାମାତ୍ରେ ମିମ୍ ରେ ଭରିଯାଉଛି, ସତ ବି, ମୁଁ ମନାକରୁନି ।

ମୋ କହିବାକଥା ଏତିକି ଯେ, ଯଦି ଆପଣଙ୍କ ପରିବାରରେ ଏପରି କେହି ଅଛନ୍ତି ଯିଏ ରାମାନନ୍ଦ ଙ୍କ ରାମାୟଣ ଦେଖିନାହାନ୍ତି, ତେବେ ଆଜିଯାଏଁ ଆପଣ କ'ଣ କରୁଥିଲେ? #ଆଦିପୁରୁଷ ବାହାନାରେ ୟୁଟ୍ୟୁବ୍ ରୁ ଡାଉନଲୋଡ କରି ୭୮ ଟି ଏପିସୋଡ ଦେଖାନ୍ତୁ,
(୮/୧୪)
ବା, ଯଦି ସେଇଟା ସମ୍ଭବ ନୁହେଁ, ତେବେ ତାଙ୍କୁ ନେଇ ଏଇ ଚଳଚ୍ଚିତ୍ର ଦେଖାନ୍ତୁ । ମୁଁ ଗେରେଣ୍ଟି ଦେଉଛି ତାଙ୍କୁ ନିହାତି ଭଲ ଲାଗିବ !
(୯/୧୪)
ଏବେ ଆମ ଜେନେରେସନ୍ ପାଇଁ ରିଭ୍ୟୁ ଦେବା,

ପ୍ରଥମ ଓ ଶେଷ କଥା: ଥରେ ଦେଖିବାଯୋଗ୍ୟ, ବେଶୀ ପଇସା ବିଲକୁଲ ସାରିବେନି, ରାତିରେ ନିଦ ହବନି ନହେଲେ ।

କାହିଁକି?
ଚାଲନ୍ତୁ ଜାଣିବା
(୧୦/୧୪)
ଚଳଚ୍ଚିତ୍ରର ପ୍ରଥମାର୍ଦ୍ଧ ଆଭେଞ୍ଜର୍ସ, ଘୋଷ୍ଟ ହଣ୍ଟର୍ ଆଉ ଜଙ୍ଗଲ ବୁକ୍ ର ଆନିମେସନ୍ ଭଳି ଲାଗିବ । ପ୍ରଡକ୍ସନ୍ କମ୍ପାନୀ କଷ୍ଟ୍ୟୁମ୍ ଡିଜାଇନ କଲାବେଳେ ଭୁଲିଯାଇଥିଲା କି ସେମାନେ ମାଇଥୋଲଜି କେରେକ୍ଟର ବନଉଛନ୍ତି । ମାଇନୁଟ ଡିଟେଲିଂ କୁ ଆଦୌ ଧ୍ୟାନ ଦେଇନାହାନ୍ତି , ସେଠି ପୁଷ୍ପକ ଯାଗାରେ ବଡବାଦୁଡି ଦେଖେଇଦେଲେ ଆଉ !
(୧୧/୧୪)
ଇଣ୍ଟରଭାଲ ପରେ ପୂରା ପ୍ଲାନେଟ ଅଫ୍ ଏପ୍ସ ଆଉ ଲର୍ଡ ଅଫ୍ ଦ ରିଙ୍ଗ୍ସ ଇଫେକ୍ଟ ଆସିଗଲା । ଚିହ୍ନାଜଣା ଭିଏଫେକ୍ସ ବାଲାଙ୍କୁ ନେଇଥିଲେ ଲାଗୁଚି, ସବୁ ପଇସା ସେଇଥିରେ ସାରିଦେଇଛନ୍ତି । ରାବଣ ଛଡା ଆଉ କାହାରି କେରେକ୍ଟର ବିଲ୍ଡ୍ କରିନାହାନ୍ତି, ସେଇଥିପାଇଁ ପ୍ରବଳ ଖାପଛଡା ଲାଗିବ । ଇନ୍ଦ୍ରଜୀତ ର ସ୍ତ୍ରୀ କାହିଁକି ଆସିଲା
(୧୨/୧୪)
ଆଉ ତା' ଲକ୍ଷ୍ମଣଙ୍କୁ ଚିକିତ୍ସା କରିବା ଦେଖିକି ହେରି ପୋଟର ଫିଲ୍ ଆସିବ। ପୃରା ମୁଭିରେ 'ସକାଳ' କେତେବେଳେ ହେଇଥିଲା ମନେ ପଡୁନି, ସବୁ ସେଇ ଗାର୍ଡିଆନ୍ ଅଫ ଗାଲାକ୍ସି ଭଳିଆ ବେକଗ୍ରାଉଣ୍ଡ, ଆଖି ବିନ୍ଧିଯିବ 'ରାମାୟଣ' କଥା ଭାବିଲେ
(୧୩/୧୪)
ମୋଟାମୋଟି କହିବାକୁ ଗଲେ, ଇଣ୍ଟରନେଟ୍ ରେ ଏହି ଫିଲ୍ମ ବିରୋଧରେ ଯାହାବି ରିଭ୍ୟୁ ଦେଖୁଛନ୍ତି/ଶୁଣୁଛନ୍ତି, ସବୁ ସତ, ଖାଲି କିଏ ଟିକେ ବଢେଇଦଉଚି ତ ଆଉ କିଏ କମେଇଦଉଚି ।

ଫାଇନାଲ ରେଟିଂ: ⭐️⭐️/5

ଧନ୍ୟବାଦ
(୧୪/୧୪)
*ବିଭୀଷଣ

• • •

Missing some Tweet in this thread? You can try to force a refresh
 

Keep Current with #ମୋ_ଡାକ୍ତର

#ମୋ_ଡାକ୍ତର Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @drdeepak81

Jan 5, 2022
#ଗୃହସଙ୍ଗରୋଧ ପାଇଁ ଭାରତ ସରକାର ଆଜି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଚାଲନ୍ତୁ ଜାଣିନେବା ଏହା ବିଷୟରେ:
୧: ଲକ୍ଷଣ ବିହୀନ ବା ସାମାନ୍ଯ ଲକ୍ଷଣ (ଅମ୍ଳଜାନ ସାଚୁରେସନ ୯୩ ଠାରୁ ଅଧିକ) ଥିଲେ ଘରେ ସଙ୍ଗରୋଧ ପାଇଁ ଯୋଗ୍ୟ ହେବେ
୨: ତାଙ୍କର ଯତ୍ନ ପାଇଁ ଘରର ଆଉଜଣେ ସଭ୍ୟ, ଯିଏକି ଦୁଇଟିଯାକ ଟୀକା ନେଇଥିବେ, ନିଯୁକ୍ତ ହେବେ
୩: ବୟୋଜ୍ୟେଷ୍ଠ ବ୍ୟକ୍ତି, ଯାହାଙ୍କ ପାଖରେ ଆନୁସଙ୍ଗିକ ରୋଗର ଲକ୍ଷଣ ଥିବ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ, ଫୁସଫୁସ/ଯତ୍କୃତ/ବୃକକ ସମ୍ବଧିତ ରୋଗ ଆଦି, ସେମାନେ କେବଳ ନିଜ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଗୃହସଙ୍ଗରୋଧରେ ରହିପାରିବେ
୪: ଏଚଆଇଭି ପଜିଟିଭ, ଅଙ୍ଗ ପ୍ରତିରୋପଣ କରାଯାଇଥିବା ବ୍ୟକ୍ତି, କର୍କଟରୋଗୀ ଆଦି ଗୃହସଙ୍ଗରୋଧରେ ରହିବା ପାଇଁ ଡାକ୍ତରଙ୍କ ଅନୁମୋଦନ ଆବଶ୍ୟକ ହେବ
୫: ବିନା ଡାକ୍ତରୀ ପରାମର୍ଶରେ ଅଯଥାର୍ଥ ଔଷଧ, ଅଦରକାରୀ ରକ୍ତ ପରୀକ୍ଷା ବା ଛାତି ଏକ୍ସ-ରେ, ସିଟି ସ୍କାନ୍ ଆଦିରୁ ନିବୃତ୍ତ ରୁହନ୍ତୁ
Read 6 tweets
Jan 4, 2022
#ତୃତୀୟ_ଲହର

ଦଶପନ୍ଦର ଦିନ ହେଲା ସବୁଆଡେ ଶୁଣୁଛି ଯେ #ଓମିକ୍ରନ୍ ଏତେ ସାଙ୍ଘାତିକ ହବନି, ଡାକ୍ତରଖାନାରେ ଭର୍ତ୍ତି ବେଶୀ ହେବେନି, ଇତ୍ୟାଦି ଇତ୍ୟାଦି...

ମୁହଁ ଖୋଲିବା ଜରୁରୀ ହୋଇପଡ଼ିଲାଣି ବୋଲି କହୁଛି, ଶୁଣନ୍ତୁ ।
(୧/୯)
ଅଧୁନା ପରିସ୍ଥିତିରେ ଅଯଥା #ଓମିକ୍ରନ୍ ର ବ୍ୟବହାର ପଛରେ ପଡନ୍ତୁ ନାହିଁ, କାରଣ ଭେରିଆଣ୍ଟ ଟି ଏବେ ବି ଗବେଷଣାର ପରିସରଭୁକ୍ତ ହେଇ ରହିଛି। ଆମ ପାଇଁ ଚିନ୍ତାର କାରଣ ହେଉଛି #କରୋନା, ସେଇଟା ଯେକୌଣସି ଭେରିଆଣ୍ଟ ହେଉ ନା କାହିଁକି, ଚିନ୍ତାର କାରଣ ନିଶ୍ଚିତ!
କାହିଁକି?
(୨/୯)
ଦୟାକରି ପାଶ୍ଚାତ୍ଯ ଦେଶରେ ବର୍ତ୍ତମାନର ସଙ୍କ୍ରମଣ ସହ ଭାରତକୁ ତୁଳନା କରି ନିଷ୍କର୍ଷ ବାହାର କରିବାର ଭୁଲ କରନ୍ତୁ ନାହିଁ। ଗତ ଦୁଇବର୍ଷରେ ଭାରତର ସ୍ଵାସ୍ଥ୍ୟ ଭିତ୍ତିଭୂମି ଉପରେ ଆପଣ ସମସ୍ତଙ୍କ ତିଳେବହୁତ ଜ୍ଞାନ ନିହାତି ଆସିଯାଇଥିବ ଆଉ ଏଇଟା ବି ନିହାତି ଜାଣିସାରିଥିବେ ଯେ ଗତ ଦୁଇବର୍ଷରେ କିଛି ଆଖିଦୃଶିଆ ପରିବର୍ତ୍ତନ ବି ହେଇନି
(୩/୯)
Read 9 tweets
Apr 25, 2021
#ବେଡ୍_ନାହିଁ
#ଅମ୍ଳଜାନ_ଆବଶ୍ୟକ

ଆଜିର ଥ୍ରେଡ୍ ଏଇ ଦୁଇଟି ବିଷୟରେ ଆଧାରିତ।
କେତୋଟି ପ୍ରଶ୍ନ ଆଗେ ନିଜକୁ ପଚାରିବା,

୧-କରୋନାକାଳ ପୂର୍ବରୁ ଆମପାଖରେ ଅନ୍ୟାନ୍ଯ ରୋଗ ପାଇଁ ପର୍ଯ୍ୟାପ୍ତ ବେଡ୍ ଥିଲା କି?
୨-ରୋଗୀକୁ ଅତ୍ୟାଧୁନିକ ଡାକ୍ତରଖାନାରେ ବେଡ୍ ମିଳିଗଲେ କରୋନାରୁ ବଞ୍ଚିବାର ସମ୍ଭାବନା ଅଧିକ କି?
୩-ଏବେ ପ୍ରାୟତଃ ରୋଗୀ, ଠିକ ସମୟରେ ବେଡ୍ ବା ଅମ୍ଳଜାନ ନମିଳିବା ଯୋଗୁଁ ମୃତ୍ୟୁବରଣ କରୁଛନ୍ତି କି?

ଉତ୍ତର: ନାଁ
ପ୍ରଥମେ ଜାଣିବା, ଗୋଟେ ଡାକ୍ତରଖାନାରେ କେତେ ବେଡ୍ ହେବା ଆବଶ୍ୟକ?

ଆଜ୍ଞା, ଏଇଟା ଭୁଲ ପ୍ରଶ୍ନ

ସଠିକ୍ ପ୍ରଶ୍ନ ହେଉଛି, ଆପଣଙ୍କ ଦେଶ/ରାଜ୍ୟ/ସହରରେ ଜନସଂଖ୍ୟାର କେତେ ପ୍ରତିଶତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତିହେବାଯୋଗ୍ୟ ରୋଗୀ ଆସିବାର ସମ୍ଭାବନା ଅଛି ଆଉ ଆପଣଙ୍କ ପାଖରେ ଅଛି କେତେ?
Read 18 tweets
Apr 1, 2020
ଆଜିର ସଂସ୍କରଣରେ ପଢିବା ଘରେ କେମିତି ମାସ୍କ୍ ତିଆରି କରିବା ଆଉ ତାକୁ ଠିକ୍ ଭାବରେ କିପରି ପରିଷ୍କାର ତଥା ବ୍ଯବହାର କରିବା।

ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣଙ୍କ ବ୍ୟବହାର ଏବଂ ସରକାରୀ ନିୟମକୁ ବେଖାତିର କରିବାର ପରିଣାମ ଭୟାବହ ହୋଇପାରେ।

କିନ୍ତୁ ମନେରଖନ୍ତୁ, 'କେବଳ' ମାସ୍କ୍ ବ୍ୟବହାର କରି ଆପଣ ସୁରକ୍ଷିତ ରହିପାରିବେ ନାହିଁ।
ଏଠାରେ ବର୍ଣ୍ଣିତ ସମସ୍ତ ପ୍ରକ୍ରିୟା ଭାରତ ସରକାରଙ୍କର ପ୍ରମୁଖ ବିଜ୍ଞାନ ଉପଦେଷ୍ଟାଙ୍କ ଦ୍ୱାରା ଜାରି କରାଯାଇଛି।
କିଛି ସନ୍ଦେହ ଥିଲେ ପଚାରି ପାରନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ମାସ୍କ୍ କେବଳ ସେତେବେଳେ ଉପାଦେୟ, ଯେତେବେଳେ ଆପଣ ମାସ୍କ୍ ପିନ୍ଧିବା ସହ 'ହାତଧୂଆ'ର ସମସ୍ତ ପ୍ରକ୍ରିୟା ମଧ୍ୟ ମାନୁଛନ୍ତି।
Read 17 tweets
Mar 24, 2020
ଏହି ଟୁଇଟ୍ ଲେଖିବାର ସମୟ ଆସିଗଲାଣି ବୋଲି ଆଜି ଲେଖୁଛି। ଧ୍ୟାନ ଦେଇ ପଢିବେ।

ଖୁବ୍ ଶୀଘ୍ର ପ୍ରତିଦିନ ଆମକୁ ନିର୍ଣ୍ଣୟ ନେବାକୁ ହେବ, କାହାକୁ ଚିକିତ୍ସାସେବା ଯୋଗାଇଦିଆଯିବ ଆଉ କାହାକୁ ନୁହେଁ, କାରଣ ସମସ୍ତଙ୍କୁ ସେବା ଯୋଗାଇପାରିବା ଆମ ସପକ୍ଷରେ ସମ୍ଭବପର ହେଇପାରିବ ନାହିଁ।
ମୃତ୍ୟୁକୁ ଆମେ ଏଡାଇପାରିବା ନାହିଁ, କାରଣ ସେଥିରେ ମଧ୍ଯ ଆମକୁ
ନିର୍ଣ୍ଣୟ ନେବାକୁ ହେବ, କିଏ ବଞ୍ଚିଲେ ସମାଜର ଟିକିଏ ଅଧିକ ଲାଭ ହେବ। କିଛି ସମୟରେ ଆମକୁ ନିର୍ଣ୍ଣୟ ନେବାକୁ ହେବ ଯେ କିଏ ଡାକ୍ତରଖାନା ଆସିବ ଆଉ କିଏ ନୁହେଁ, କାରଣ ଆମ ପାଖରେ ସମସ୍ତଙ୍କର ଚିକିତ୍ସା ପାଇଁ ସାମର୍ଥ୍ଯ ନାହିଁ।

ହଠାତ ଦିନେ ସକାଳୁ ଜାଣିବି ମୋ ସହିତ କାମ କରୁଥିବା ନର୍ସ ଓ ଫାର୍ମାସୀଷ୍ଟ୍ ସଙ୍କ୍ରମିତ ହୋଇଛନ୍ତି, ମୋର ମନୋବଳ
ଖିନଭିନ ହେଇଯାଏ। ଦୁଇଜଣ ସାଥୀ ଆସନ୍ତା ୧୪ଦିନ ଯାଏ ଘରେ ବନ୍ଦ ରୁହନ୍ତି। ସେପଟେ ରୋଗୀ ବଢିଯାଆନ୍ତି ଏବଂ ଚିକିତ୍ସା କରିବାକୁ ମୁଁ ଏକା। ମୋ ବ୍ୟସ୍ତତା ଦେଖି ମୋ ପରିବାର ବି ମୋ ଆଶା ଛାଡିଦିଅନ୍ତି। ତାଙ୍କର ସେ ଅଭ୍ୟାସ ଅଛି ଭାବି ମୁଁ ବି ତାଙ୍କ କଥା ଭୁଲିଯାଏ। ପ୍ରତ୍ୟେକ ଦିନ କ୍ରମାଗତ ରୋଗୀ ସଂଖ୍ୟା ବଢୁଥିବାର ଖବର ଆସୁଥାଏ।
Read 8 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Don't want to be a Premium member but still want to support us?

Make a small donation by buying us coffee ($5) or help with server cost ($10)

Donate via Paypal

Or Donate anonymously using crypto!

Ethereum

0xfe58350B80634f60Fa6Dc149a72b4DFbc17D341E copy

Bitcoin

3ATGMxNzCUFzxpMCHL5sWSt4DVtS8UqXpi copy

Thank you for your support!

Follow Us on Twitter!

:(