ଛାମୁ Profile picture
ଛାମୁ ଛାମୁ ବୋଲି ଡାକନ୍ତି ନୁକ, ଛତା ଜୋତା ନେଇ ରାଇଜ ଯାକ।
Jun 4, 2020 10 tweets 3 min read
ଛ ବର୍ଷ ତଳର କଥା। ମୁଁ ଅଉ ମୋ ବନ୍ଧୁ ନୂଆପଡା ଷ୍ଟେସନରୁ ଟ୍ରେନ୍ ଚଢିଲୁ, ଟିଟିଲାଗଡ ପାଇଁ (ମାତ୍ର ଦେଢ଼ ଘଣ୍ଟାର ଯାତ୍ରା)। ବିନା ସଂରକ୍ଷଣ ବଗିରେ ବସିଥିଲୁ, ପୁଣି ଟିଟିଲାଗଡରୁ ଲମ୍ବା ଯାତ୍ରା କରିବାର ଥାଏ। କମ୍ପାର୍ଟମେଣ୍ଟ ପ୍ରାୟ ଖାଲି ଥିଲା। ଅଳ୍ପ ଅଳ୍ପ ଗରମ ଲାଗୁଥିଲା। ଛୋଟ ମୋଟ ଗୁଡାଏ ଷ୍ଟେସନ ପାରିହୋଇ ଟ୍ରେନ୍ ଚାଲିଥଏ। ~~~ ~~~ ମଧ୍ୟାହ୍ନ ଭୋଜନ ପରର ଯାତ୍ରା ଯେହେତୁ, ବସି ବସି ଛାୟା ନିଦ ମାଡି ଆସୁଥାଏ। ଯେମିତି ଛୁକ୍ ଛୁକ୍ ଶବ୍ଦ ବିନା ବାକିସବୁ ଶୂନ୍ୟ ଓ ନିରବ।
କିଛି ସମୟ ପରେ ଆଖି ଟିକିଏ ଲାଗି ଯାଇଥାଏ। ହଠାତ୍ ଏକ ଚିତ୍କାର ଶୁଭେ, ହୋହଲ୍ଲା କୋଳାହଳ, ଯେମିତି ଏକ ସମର ଚାଲିଛି। ତଥାପି ଆଖି ମୁଁ ଖୋଲିବାକୁ ନାରାଜ୍। କୋଉଠି କଣ ଗୋଟେ ହେଉଥିବ ଆଉ।~~~
May 9, 2020 15 tweets 9 min read
ନିଜସ୍ୱ ମତାମତ:

ନିୟତୀର ନ୍ୟାୟରେ କ୍ରୀଡନକ ମଣିଷ ଜାତି ଆଜି ଭୟଭିତ, ଆତଙ୍କିତ ଆଉ ଭବିଷ୍ୟତକୁ ନେଇ ସନ୍ଦିହାନ ମଧ୍ୟ। କାହିଁକି ନ ହେବ, ଅଜଣା #ମହାମାରୀ କୁ ଅଙ୍ଗେ ନିଭେଇବା କ'ଣ ଏକ ସାଧାରଣ ପରିସ୍ଥିତି କି? ଅବଶ୍ୟ ଏଇ ଘଡିସନ୍ଧି ମୁହୁର୍ତ୍ତରେ ଆମ ପାଇଁ ଅଣ୍ଟା ଭିଡିଛନ୍ତି ଅନେକ #ଯୋଦ୍ଧା, #କରୋନା_ଯୋଦ୍ଧା। (1/n) ନିଜ କର୍ମକୁ ଭଗବାନ ମାନିନେଇ, ଲୋକଙ୍କ ପାଇଁ ଅଜାଣତରେ ସାଜିଛନ୍ତି ନିଜେ ଜଣେ ଜଣେ ପ୍ରତ୍ୟେକ୍ଷ ଈଶ୍ବର। ହଁ ସେମାନେ ତ ନିଶ୍ଚୟ ଜିତିବେ; ଏ ଯୁଦ୍ଧରେ; ସେମାନଙ୍କ ପାଇଁ, ଆମ ପାଇଁ, ଆମ ସମସ୍ତଙ୍କ ପାଇଁ। କେବଳ ଟିକିଏ #ସହଯୋଗ, #ସହାନୁଭୂତି ଆଉ #ଯତ୍ନଶୀଳତା ଲୋଡା।
ଏ ସମୟର କଟାକ୍ଷ ଯେତେ ଯନ୍ତ୍ରଣା ଦେଉନା କାହିଁକି, (2/n) ...