L Λ L I T Profile picture
Odia Cinema Chronicler | Digital Creator-Marketeer | #Rourkelite
Aug 13, 2022 143 tweets 61 min read
ନବେ ଦଶକ ପ୍ରାରମ୍ଭରେ ଯେତେବେଳେ ବିଜୟ ମହାନ୍ତି ଚରିତ୍ର ରୋଲ କରିବା ଆରମ୍ଭ କଲେ, ଶ୍ରୀରାମ ପଣ୍ଡା ସନ୍ୟାସ ନେଲେ, ନାୟକ ରୂପରେ ଉତ୍ତମ ମହାନ୍ତି ବୟସ୍କ ଲାଗୁଥିଲେ, ମିହିର ଦାସଙ୍କ ଖେଳ ଜମି ନଥିଲା ସେତେବେଳେ ଜଣେ ନୂତନ ନାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଆବିର୍ଭାବ ହେଲା. ସିଦ୍ଧାନ୍ତ ମହାପାତ୍ର ଅଭିନୟ, ନୃତ୍ୟ, ଫାଇଟିଂ, ସଂଳାପ ଆଦି ସବୁ କ୍ଷେତ୍ରରେ ପରାକାଷ୍ଠା ପ୍ରଦର୍ଶନ କରି ଆଗାମୀ ଏକ ଦଶନ୍ଧିରୁ ଅଧିକ ବର୍ଷ ଯାଏଁ ଓଡ଼ିଆ ସିନେମାରେ ରାଜତ୍ୱ କଲେ. ଉତ୍ତମ ମହାନ୍ତିଙ୍କ ପରେ ସିଏ ହେଲେ ପରବର୍ତ୍ତୀ ସୁପରଷ୍ଟାର.

ସିଦ୍ଧାନ୍ତଙ୍କ ଫିଲ୍ମ ଉପରେ ମେଗା ଥ୍ରେଡ଼.