Dialect of Western Odisha
#Sambalpuri
#Thread
#ସମ୍ବଲପୁରୀଦିନ୍
ସମ୍ବଲପୁରୀ ଭାଷା ର ଅସ୍ତିତ୍ୱ ଓ ମାଧୁର୍ଯ୍ୟ::
--------------//---ଜୁହାର----//----------
ଓଡିଆ ଯେ କେବଳ ଉପକୂଳ ଅଞ୍ଚଳ ରେ ବୋଲା ଯାଉଥିବା ଭାଷା କୁ ହିଁ କୁହାଯାଏ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହଁ। ତେବେ ପ୍ରାଦେଶିକ ଓଡ଼ିଆ ର ପ୍ରାଚୀନତା କୁ ଆମେ ହୁଏତ
ଅଣଦେଖା କରିଅଛୁ। ଅଥବା ସେ ସମ୍ୱନ୍ଧ ରେ ଅଜ୍ଞାନ ବଶବର୍ତ୍ତୀ। ଓଡିଶା ର ଉପକୂଳ ଅଞ୍ଚଳରେ ଅନ୍ୟାନ୍ୟ ପ୍ରଦେଶ ରୁ ଆଗତ ଆର୍ଯ୍ୟ ଓ ଦ୍ରାବିଡ଼ ମାନଙ୍କର ସହଚର୍ଯ୍ୟ ରେ ସେମାନଙ୍କ ଭାଷା ରେ ଯେପରି ଦ୍ରୁତ ପରିବର୍ତ୍ତନ ଦେଖା ଯାଇଛି । ତାହା ସୁନ୍ଦର ବନାନୀ ଘେରା ପଶ୍ଚିମାଞ୍ଚଳ ରେ ସେ ଗତି ରେ ଦେଖା ଯାଇନାହିଁ। ଅର୍ଥାତ ,
ପଶ୍ଚିମ ଓଡ଼ିଶାର ଭାଷା ପ୍ରାଚୀନ ଉଡ୍ର ଭାଷା ର ଶତକଡା ୭୦ ଭାଗ ଅପରିବର୍ତ୍ତିତ ରୂପ। ତା ମାନେ ପଶ୍ଚିମ ଓଡିଶାର ଭାଷା ହିଁ ଆମ ଓଡ଼ିଆ ର ପ୍ରାଚୀନ ରୂପ।
#ଉଡ୍ରଭାଷା
#ପଶ୍ଚିମାଞ୍ଚଳ_ଲୋକଭାଷା
#UdraPrakruta_Sambalpuri
ଇତିହାସ କୁ ଦେଖିଲେ ଜଣାଯାଏ ଯେ ବର୍ତ୍ତମାନ ଯେଉଁ ଅଞ୍ଚଳର ଭାଷା ବିଷୟରେ ଆଲୋଚନା କରୁଛେ, ସେ ଅଞ୍ଚଳ ରାଜନୈତିକ କ୍ଷେତ୍ର ରେ ପୂର୍ବରୁ ଉପକୂଳବର୍ତ୍ତୀ କଳିଙ୍ଗ,କଙ୍ଗୋଦ ,ତୋଷାଳୀ ବା ଉତ୍କଳ ଠାରୁ ଭିନ୍ନ ଭାବେ "ଦକ୍ଷିଣ କୋଶଳ" ରୂପେ ପରିଚିତ ଥିଲା। ପରେ ଏହା ମହାକୋଶଳ ରୂପେ ପ୍ରସିଦ୍ଧି ଲାଭ କଲା। ପ୍ରାଚୀନ ଓ ମଧ୍ୟ ଯୁଗ ରେ ପାଣ୍ଡୁ ବଂଶୀୟ
ରାଜା ଓ ସୋମ ବଂଶୀୟ ରାଜା ମାନେ ରାଜୁତି କରୁଥିଲେ।ତେବେ ଛତିଶଗଡ଼, କଳିଙ୍ଗ , ଓ ଉତ୍କଳ ର ମଧ୍ୟବର୍ତ୍ତୀ ଅଞ୍ଚଳ ଉଡ୍ର ପ୍ରାକୃତ ର ମୌଳିକ ରୂପ ବୋଲି ଐତିହାସିକ ଡ଼ଃ ସତ୍ୟନାରାୟଣ ରାଜଗୁରୁ ମତ ଦିଅନ୍ତି।
Ref:ଓଡ଼ିଆ ଭାଷା ର କ୍ରମ ବିକାଶ
#Sambalpuria
ପରବର୍ତ୍ତୀ କାଳ ରେ ପୂର୍ବ ମାଗଧୀ ର ଏହି ମୌଳିକ ରୂପ ରେ କିଛି ପରିବର୍ତ୍ତନ ଦେଖାଦେଇଛି। ଏଥିପାଇଁ ଛତିଶଗଡ଼ ଅଞ୍ଚଳ ପଟୁ ଚେଦି,ହୈହୟ ବା କାଳଚୁରୀ ଙ୍କ ଘନ ଘନ ଆକ୍ରମଣ ଦାୟୀ।
#history_of_Sambalpuria_dialect
ଦକ୍ଷିଣ କୋଶଳ ରେ ସୋମବଂଶୀ ରାଜା ମାନଙ୍କ ଉଚ୍ଛେଦପରେ ଦକ୍ଷିଣରୁ ତେଲୁଗୁଚୋଳ ମାନେ ସୁବର୍ଣ୍ଣପୁର ଅଧିକାର କଲେ। ତାଙ୍କସଙ୍ଗେ ତେଲୁଗୁ ଭାଷୀଲୋକ ମଧ୍ୟ ଆସି ସେଠାରେ ରହିଲେ। ସୋମେଶ୍ୱର ବର୍ମାଙ୍କ ତାମ୍ର ଶାସନ ଏହାର ପ୍ରମାଣ ଦିଏ। ତେଣୁ ଏ ଅଞ୍ଚଳ ର ଭାଷା ରେ ତେଲୁଗୁ ପ୍ରଭାବ ପଡିଲା। ଯେପରି ଦେଉଳ=ଗୁଡି
Ref: Epigraphica Indica vol XIX
ତେବେ ପଶ୍ଚିମାଞ୍ଚଳରେ କୁଇ ଓ କିସନ୍ ମାନଙ୍କ ଅଞ୍ଚଳ ରୁ ଏହାର ପ୍ରାବଲ୍ୟ ଦେଖା ଗଲା।୧୧ଶ ଓ ୧୨ଶ ଶତାବ୍ଦୀ ରେ କାଳଚୁରି ମାନେ ଅନେକ ଥର ସାମୟିକ ବିଜୟ ପାଇଛନ୍ତି।ତେବେ ସେମାନଙ୍କ ମୁଖ୍ୟ ଅଞ୍ଚଳ ଥାଏ ଛତିଶଗଡ଼। ସେମାନଙ୍କ ସହ ବାଣିଜ୍ୟ ବ୍ୟବସାୟ କରି ଓଡ୍ର ବ୍ୟବସାୟୀ (ଲରିଆ)ମାନେ " ହିନ୍ଦୀ ଓ ମଧ୍ୟ ପ୍ରଦେଶ ର ଆଞ୍ଚଳିକ ଭାଷା କୁ ଆପଣାଇଲେ।
ଏହି ଠାରୁ ଓଡ୍ର ପ୍ରାକୃତ ରେ ତେଲୁଗୁ ଓ ହିନ୍ଦୀ ର ପ୍ରଭାବ ମିଶ୍ରଣ ରୂପ ଦେଖା ଗଲା। ସୁରୁଗୁଜା, ରାୟପୁର, ବସ୍ତର ଆଦି ଅଞ୍ଚଳ ରେ ପଶ୍ଚିମାଞ୍ଚଳ ର ଲୁଣ ବେପାରୀ ଙ୍କୁ 'ଖାଉଡ଼' କହୁଥିଲେ। ଏହାର ଅର୍ଥ ଖା-ଉଡ୍ର ବା ଖାଣ୍ଟି ଉଡ୍ର ।
#ସମ୍ବଲପୁରୀଦିନ୍
#ପଶ୍ଚିମାଞ୍ଚଳଲୋକଭାଷା
ତେବେ ସମ୍ବଲପୁର ର ପ୍ରଚଳିତ ଭାଷା ପ୍ରାଚୀନ ଉଡ୍ର ଭାଷା ର ଏକ ପରବର୍ତ୍ତି ସଂସ୍କରଣ ମାତ୍ର। ତାହା ଯଦି ଆଲୋଚନା କରିବା ,ପାଠକ ଙ୍କୁ ରୋଚକ ବୋଧ ହେବ। ଉଡ୍ର ଭାଷା ଓ ସଂସ୍କୃତ ରେ ନାସ୍ତିଅର୍ଥ ର ବାକ୍ୟ ଆରମ୍ଭ ରେ ଦେଖିବାକୁ ମିଳୁଥିଲା । ଉଦାହରଣ ସାରଳା ଙ୍କ ମହାଭାରତ:
" ନିପୁଣ ଭାଜିଯିବ ବହିଲେ ପବନ"
"ନଦେଖିବା ଲୋକ ର ନୋହିବ ପରତେ"
ସଂସ୍କୃତ ରେ,
"ମାକୁରୁ ଧନ ଜନ ଯୌବନ ଗର୍ବମ"
ପ୍ରଥମେ ନାସ୍ତି ସୂଚକ ର ବ୍ୟବହାର ମାକୁରୁ = ନାହିଁ କର, ନଦେଖିବା = ନାହିଁ ଦେଖିବା
କର ନାହିଁ କୁ ନାହିଁ କର/ନାଇଁ କର ବ୍ୟବହାର ଟି ପଶ୍ଚିମ ଓଡ଼ିଆ ରେ ଅପରିବର୍ତ୍ତିତ।
ଓ~ ସେ ଏପର୍ଯ୍ୟନ୍ତ ଆସିନାହିଁ
ସମ୍ବଲପୁରୀ~ ସେ ନାଇଁ ଆସ୍ ବାର୍ ତା (କ*)
~ସେ ନଏଁ ଆସ୍ ବାର୍ ତାଏଲ
କ୍ରିୟାପଦର ଆଗରେ ନାସ୍ତି ସୂଚକର ବ୍ୟବହାର ସମ୍ବଲପୁରୀ ର ପ୍ରାଚୀନ ପ୍ରଚଳନକୁ ବୁଝାଏ। ଏପରିକି ସଂସ୍କୃତ ସନ୍ନିକଟ ଦକ୍ଷିଣଭାରତୀୟ ଭାଷା ମାନଙ୍କ ରେ ମଧ୍ୟ ଏ ପ୍ରଚୀନତା ପରିଲକ୍ଷିତ ହୋଇନଥାଏ।
* ପ୍ରାକୃତଶବ୍ଦ ପ୍ରଚଳନ:
ପ୍ରାକୃତ ଶବ୍ଦରେ 'ହ' ଯୁକ୍ତ ଶବ୍ଦାବଳୀ ର ବ୍ୟବହାର ରହିଛି ଯେପରି 'ଆମ୍ ହେ', 'ତୁମ୍ ହେ'. ତୁହ
Ref: ପ୍ରବନ୍ଧାବଳୀ
ଚର୍ଯ୍ୟା ଗୀତି ରେ ମଧ୍ୟ 'ଆମ୍ ହେ' ତୁମ୍ ହେ ପ୍ରଭୃତି ବ୍ୟବହାର ହୋଇଛି। ଏହାର ଗୀତ ଗୁଡିକ ଆଣି ପ୍ରସଙ୍ଗ କୁ ଜଟିଳ କରିବା ବୋଧ କରୁନାହିଁ।
(Ref:Banshidhar mohanty ଭାଷା ର କ୍ରମବିକାଶ p 57). ଠିକ ସେଭଳି ସମ୍ବଲପୁରୀ ରେ
କଣା ~ କଣହାଁ
ଆମର~ ଆମହର୍ । ଭଳି ପ୍ରାକୃତ କୁ ପ୍ରଧାନ୍ୟ ଦିଆ ଯାଇଛି।
ଉପଭାଷା ଗୋଟିଏ ଭାଷା କୁ ସମୃଦ୍ଧ କରେ, କଦାଚିତ ଭିନ୍ନ କରେନାହିଁ।କିନ୍ତୁ କିଛି ହୀନ ମାନସିକତାର ବ୍ୟକ୍ତିବୃନ୍ଦ ଏହାର ବିପରୀତ ଅର୍ଥ ବାହାର କରିସାରିଲେଣି।ବର୍ତ୍ତମାନ ପ୍ରାଦେଶିକକଥା କହିବା ମାନେ ହିଁ କେବଳ କୁତର୍କ ଓ ଅସଙ୍ଗତ ପ୍ରସଙ୍ଗ ମଣୁଛନ୍ତି।ଏ ସବୁରୁ ବିରତ ରହି ଉକ୍ତଭାଷା ର ମାଧୁର୍ଯ୍ୟକୁ ବିଲୋକିବା ଆମର କର୍ତ୍ତବ୍ୟ ହେବା ଉଚିତ।
କିଛି ସ୍ୱତନ୍ତ୍ର ଶବ୍ଦକୋଷ ଯାହା ସମ୍ବଲପୁରୀ କୁ ଭିନ୍ନ ରୂପ ଦିଏ ତ କିଛି ବିକଶିତ ଓଡ଼ିଆ ର ସମକକ୍ଷ ଦର୍ଶାଇ ଥାଏ। ଯେପରି,
କ୍ରୋଧରେ ଅନାଇବା=ଏ6ଣ୍ଟରେଇବା
ଅଭିଯୋଗ କରିବା= ପୁଣ୍ଡ୍ରେଇବା
ହତାଶ ଦେଖିବା = ପେଣ୍ଡ୍ରେଇବା
କିଛି ଢଗ ଢ଼ମାଳି ଓଡ଼ିଆର ସମକକ୍ଷ ଦେଖାଇ ଥାଏ।ଯେପରି
ଚାଲି ନାଇଁ ଜାନି ବାଟ ର୍ ଦୋସ୍
Ref:ସମ୍ବଲପୁର ଗେଜେଟିଅର୍
*ଗାଁ ଭିନ୍ ଭିନ୍ ମନୁସ ଏକା
* ଘି ପାଏଲ ବାହ୍ମନ୍ କୁରବୁରାସ୍
* ସାଗ୍ ଭାତ୍ ଖାଇ ମାଛ କଁଟେ ଅଡୁଆ
ଏହା ଓଡ଼ିଆ ଢଗସମ ପ୍ରତୀତ ହୁଏ। ଯେପରି ଶାଗ ଭାତ ଖାଇ ମାଛକଣ୍ଟାରେ ହିନସ୍ତା ।ଅର୍ଥାତ ସରଳ ଲୋକ ର ଅଯଥା ହଇରାଣ ହେବାକୁ ସୁଚାଏ।
ସେପରି ଚାଲନ୍ତୁ ଆଉ କିଛି ସୁନ୍ଦର ଢଗ କୁ ଜାଣିବା
* ଆ କୁଢାରୀ ବେକେ ବସ୍ - ଅଯଥା ନିଜେ ବିପଦକୁ ଡାକିବା
*ଦହି ହାଁଣ୍ଡିକେ ବିଲେଇ ସାକ୍ଷୀ
*'ଲାଜ୍ ନାଇଁ ଥାଇ ଲଜଉଛେ
ଫଟା ମାଦଲ ବଜଉଛେ ଅର୍ଥାତ ନିଜ ଅପକର୍ମରେ ଲାଜ ନକରି ପୁଣି ଦେଖେଇ ହେବା ପ୍ରବୃତ୍ତି।
* ଲୁକ୍ ଲୁକ୍ ନେଲେ ପିଡ଼ତେ ଲୁକା
ଅର୍ଥାତ ଅତି ଗୁପ୍ତ ଜିନିଷ ପଦା ରେ ପଡିବା
* ଉପର୍ ବଡ଼ଡା ଖସୁଛେ
ତଲ ବଡ଼ଡା ଉଁସୁଛେ
ରରରେ ତଲ ବଡ଼ଡା
ତୋର୍ ଦିନ କାଲ ଆସୁଛେ
ଖାଲି ସେତିକି ନୁହଁ ଗଦ୍ୟ ସାହିତ୍ୟକୁ ଦେଖିଲେ ମଧ୍ୟ ସମ୍ବଲପୁରୀ ଭାଷା ର ଏକ ଭିନ୍ନ ମହତ୍ତ୍ୱ ଦେଖିବାକୁ ମିଳେ।ପୌରାଣିକ ଆଖ୍ୟାନ ଗୁଡିକୁ ଲୋକ ଭାଷା ରେ ପଢିବା ର ମଜା କେବେଳ ସେ ପ୍ରଦେଶର ଲୋକ ହିଁ ଜାଣି ପାରିବ।
ଉଦାହରଣ :ମହାଭାରତ୍ କଥା ରୁ ଦୁଇ ଧାଡ଼ି-
" ବାକି ଦୁର୍ଯୋଧନ୍ ର୍ ସାଙ୍ଗ ମାନେ ଦୁର୍ଯ୍ୟୋଧନ୍ ର୍ ପ୍ରଶଂସା କରି ଯଜ୍ଞର୍
ଗୁନ୍ ଗାହେଲେ। ସେମାନେ ଦୁର୍ଯୋଧନ୍ ର୍ ଦିହେ ଫୁଲ୍ ଚନ୍ଦନ୍ ଲଗେଇ କହେଲେ କି, '' ଆଗ ଯଯାତି , ମାନ୍ଧାତା କି ଉତ୍ତର୍ ଯେନ୍ ଯଜ୍ଞ କରିଥିଲେ , ଇ ଯଜ୍ଞ ତାହାନୁ କେହେନି ହିସାବଥି କମ୍ ନୁହେଁ। ତାଙ୍କ ସାଥି ମାନଙ୍କର୍ ପ୍ରଶଂସା ଶୁନିକରି ଦୁର୍ଯ୍ୟୋଧନ୍ ବଡା ଭଗତ୍ ହେଲେ।
ସୌ: ମହାଭାରତ୍ କଥା , ଭାରତୀ ପଣ୍ଡା ,ସମ୍ବଲପୁର
ତେବେ ଅନେକ ଭାବନ୍ତି , ସମ୍ବଲପୁରୀ କଣ ହିନ୍ଦୀ/ବଙ୍ଗାଳୀ ମିଶା ଓଡ଼ିଆ କି ??
ଉତ୍ତର : ନା
ଯେକୌଣସି ଉପଭାଷା ର ପରିବର୍ତ୍ତିତ ଉଚ୍ଚାରଣ ରୀତି ଓ ଶବ୍ଦ ପ୍ରୟୋଗ ଯେ କେବଳ ପଡୋଶୀ ଭାଷା ର ପ୍ରଭାବ ର ପରିଣତି ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ବରଂ ତାହା ପୂର୍ବ ରୁ ଅଭ୍ୟସ୍ତ ପ୍ରାକୃତ ଭାଷା ର ସ୍ୱରୂପ ବୋଲି କହି ପାରିବା ।
ଯେପରି ସମ୍ବଲପୁର ଓଡ଼ିଆରେ ହଳନ୍ତ ର ବ୍ୟବହାର। ଯଥା ଲାଜ୍ , ଭିନ୍ ,ବାଘ୍
* ଅଧିକ ସ୍ଥାନ ରେ 'ର' ସ୍ଥାନେ 'କ' , ଣ ସ୍ଥାନେ ନ, ଇ ସ୍ଥାନେ ଏ, ଆଦି ବ୍ୟବହାର ହୋଇଥାଏ।
ବେଲ୍ କେ = ବେଳ ରେ (କେ =ରେ)
ଜାନି = ଜାଣି (ନି = ଣି)
ଦେମି = ଦେବି (ମି=ବି)
ପ୍ରାକୃତ ସାହିତ୍ୟରେ ଏହି କ୍ରମ ଏକ ସାଧାରଣ ପଦ୍ଧତି
Ref: ଓଡ଼ିଆ ଭାଷା ତତ୍ତ୍ୱ
ସମ୍ବଲପୁରୀ ରେ କେତେକ ସ୍ଥାନ ରେ 'ହ' ଲୋପ ହୋଇ ଶବ୍ଦ ଉଚ୍ଚାରିତ ହୁଏ। ଯଥା :
ମୁହିଁ- ମୁଇଁ
ନାହିଁ- ନାଇଁ
ଏହା ଉଡ୍ର ଭାଷା ର ଏକ ପ୍ରାଚୀନ ସ୍ୱରୂପ। ଓଡ଼ିଆ କୁ ରାଜ ଭାଷା ର ମାନ୍ୟତା ଦେଲା ବେଳେ ଏଭଳି ଓଡ଼ିଆ ବ୍ୟବହାର ହେଉଥିଲା। ଯାହା ଆମେ ପୁରୀ ଶ୍ରୀ ମନ୍ଦିର ଜୟ ବିଜୟ ଦ୍ୱାର ଶିଳାଲେଖ ରୁ ପାଇବା
Ref: ଓଡ଼ିଶାଇତିହାସ
ତେବେ ଏ ମୁଇଁ , ନାଇଁ , ତୁଇ ଭଳି ଶବ୍ଦ ସିନା ପୂର୍ବ ତଥା ଉପକୂଳ ଓଡ଼ିଶା ରୁ ଆସ୍ତେ ଆସ୍ତେ ହଟି ଯାଇଛି। ପଶ୍ଚିମ ଭଳି ଦକ୍ଷିଣ ଓଡିଶା ରେ ମଧ୍ୟ ପ୍ରାଚୀନ ଉଡ୍ର ଭାଷା ର ବ୍ୟବହାର ବର୍ତ୍ତମାନ ସୁଦ୍ଧା ଚାଲି ଆସି ଅଛି।
ଖାଲି ଲୋକ ଭାଷା କାହିଁକି , ଦକ୍ଷିଣ ଓଡ଼ିଆ ବା (ଗଞ୍ଜାମୀ+ଦେଶିଆ) ଉଭୟ ର କବି ଲେଖକ ଓ ସାହିତ୍ୟିକ ଏହି ପ୍ରାଚୀନ ଭାଷା
କୁ ମର୍ଯ୍ୟାଦା ଦେଇ ଆସି ଅଛନ୍ତି। ଉଦାହରଣ ସ୍ୱରୂପ :
କର୍ଣ୍ଣ ବୋଇଲେ ତୋର କିଛି ଦେଇ ନାଇଁ ଇଛା
(କୃଷ୍ଣ ସିଂହ ମହାଭାରତ)
ସୌ: ଶ୍ରୀ ଭାରତ ଦର୍ପଣ ( ପଣ୍ଡିତ ଶ୍ରୀ ଗୋପୀନାଥ ନନ୍ଦ ଶର୍ମା) ପ୍ରଥମ ଓଡ଼ିଆ ଭାଷାକୋଷ ରଚିୟିତା ।
(ଗଞ୍ଜାମ)
ତା ପରେ ଆସିବା ପଶ୍ଚିମାଞ୍ଚଲ୍ ଓଡ଼ିଆ ବା ସମ୍ବଲପୁରୀ ଭାଷା ର ଭିନ୍ନ ଭିନ୍ନ ରୂପ। ଆଜି ସମଗ୍ର ପଶ୍ଚିମ ଆଞ୍ଚଳିକ ଭାଷା କୁ ମିଶେଇ କେତେକ କୋଶଲୀ ବୋଲି କହୁଛନ୍ତି। କିନ୍ତୁ "କୋଶଲୀ" ଶବ୍ଦ ର ଇତିହାସ ରେ କିମ୍ବା ପ୍ରାକୃତ ସାହିତ୍ୟ ରେ ସ୍ଥାନ ନାହିଁ। ଏପରିକି ସୋନପୁର ତାମ୍ରପଟା ହେଉ କି ଅଷ୍ଟାଦଶ ଶତାବ୍ଦୀରେ ସମ୍ବଲପୁର ରାଜାଙ୍କ ପ୍ରଶସ୍ତି
ଉଡ୍ର ଦେଶ ର ଏହି ଅଞ୍ଚଳ କୁ ଏକ ଭିନ୍ନ ପ୍ରଦେଶ ବୋଲି ଗଣିବା ମୋତେ କାହିଁକି ଠିକ ମନେ ହୁଏ ନାହିଁ। ଯଦି ଆମେ ପୁରୁଣା କବି ଓ ଲେଖକ ମାନଙ୍କ ରଚନା କୁ ଦେଖିବା ସେମାନେ ନିଜ ରଚନା ରେ ଓଡିଶା ର ପ୍ରତ୍ୟେକ ସ୍ଥାନ ର ମହିମା ଗାନ କରିଛନ୍ତି।
ଉଦାହରଣ ସ୍ୱରୂପ:
ନୂଆପଡା ଜିଲ୍ଲା ଖରୀଆର୍ ବା ଖଡ଼ିଆଳର ବର୍ଣ୍ଣନା
ଉପକୂଳ ଓଡିଶା ର କବି
ଚୈତନ୍ୟ ଦାସ କରନ୍ତି:
"" କହିବି ରାଜ୍ୟ ର ଭାବନା
ନାମ ତା କାଉଁରୀ ପାଟଣା।
ପ୍ରତାପ ରୁଦ୍ର ରାଜା ଦେଶ,
ନଗ୍ର ଖଡିଆଳ ବିଶେଷ।।"'
କାଉଁରୀ ପାଟଣା ରେ କାମଚଣ୍ଡୀ ଜଣେ ଅଧିଷ୍ଠାତ୍ରୀ ଦେବୀ ଥିଲେ।
Source: ନିର୍ଗୁଣ ମାହାତ୍ମ୍ୟ
ଖାଲି ସ୍ଥାନ ଚର୍ଚ୍ଚା କାହିଁକି ? ଆମ ସାହିତ୍ୟ ଓ ଲୋକ ସଂସ୍କୃତି ର ଧାରା ବି ଏକ ଓ ଅଭିନ୍ନ ।
ଏ ତ ଥିଲା ସାହିତ୍ୟ ର ସମ୍ପର୍କ । ବର୍ତ୍ତମାନ ଯଦି ଲୋକ ପରମ୍ପରା କୁ ଦେଖିବା ଦକ୍ଷିଣ ଓଡିଶା ର ଦଣ୍ଡ ନାଟ ଭଳି ପଶ୍ଚିମ ଓଡିଶା ର ଡ଼ଣ୍ ନାଟ ଏକ ପୁରାତନ ଲୋକ ସଂସ୍କୃତି। ଯେଉଁଥିରେ କି ଆମ ଓଡିଶୀ ସଙ୍ଗୀତ ଧାରା ର ଗୀତ ଭଳି ଛନ୍ଦ ରେ ଗୀତ ଗୁଡିକ ବୋଲା ଯାଇ ଥାଏ।
ଉଦାହରଣ :Ancient Poetry of Western Odisha
ଡ଼ଣ୍ ନାଟ୍ ଗୀତ
"ଜୟ ଜୟ ମାଗୋ କାଲୀ କରାଲୀ
ଲାଲ ଟହ ଟହ ମନ୍ଦାର ମାଲି
ଲହ ଲହ ଜିଭ ଲାଗୁଛେ ଡର
ହାତେ ଧରିଛୁ ମାଁ ଖଣ୍ଡା ଖପର
ପଶୁଛେଁ ଶରନ୍ ଗୋ
ମା କାଲିକା ରାଉ
କାଲିକା ରାଉ ଗୋ
ଛତର ତଲେ ପୂଜା ଖାଉ ।"
(ପ୍ରାଚୀନ ଓଡ଼ିଆ ର କ୍ରମ ବିକାଶ)
ପଶ୍ଚିମ ଓଡ଼ିଆ ବା ସମ୍ବଲପୁରୀ ରେ #ଆଷାଢ଼ଶୁଳ୍କ
ସମ୍ବଲପୁରୀ ଭାଷା ର ପରିସର ମଧ୍ୟରେ ଅନେକ ପ୍ରାଦେଶିକ ଭାଷା ଗଣା ହୁଏ, ତାହାର ବ୍ୟବହାର କୁ ନେଇ। ବିଶେଷ କରି ସୁନ୍ଦରଗଡ଼ ରେ ଶବ୍ଦ ଶେଷ ରେ 'ନ' ଯୁକ୍ତ ହେବା ଦ୍ୱାରା କ୍ରିୟା ର ନିଶ୍ଚିତାର୍ଥ କୁ ବୁଝାଏ। ଯେପରି
ସ~ ନାଇଁ ଯାଏଁ
ସୁନ୍ଦର~ ନି ଯାଏସି
ଆଉ କିଛି ଶବ୍ଦ ଯେପରି କାନ୍ଦୁଛେ କୁ ରୁଉଛେ। ଏ ରୁ ଉଛେ ଶବ୍ଦ ଟି ରୋଦନ ରୁ ଆସିଛି।
ଯଦି କଳାହାଣ୍ଡି କଥା ଦେଖିବା ତାହାଲେ ମଧ୍ୟ ଆମେ ଭିନ୍ନତା ଦେଖିବାକୁ ପାଇବା।ଶବ୍ଦ ଶେଷରେ ସ୍ୱର ବର୍ଣ୍ଣ 'ଇ ' ଲୋପ ହୋଇ ଶେଷ ଅକ୍ଷର ଆଗରେ 'ଏ' ଯୋଗ ହୁଏ।
ରାତି=ରାଏତ୍,ଜାତି=ଜାଏତି,ମାଟି = ମାଏଟ।
ସମ୍ବଲପୁରୀ ଓ କଲହାଣ୍ଡିର ପାର୍ଥକ୍ୟ ମଧ୍ୟ ବାରି ହୋଇପଡେ ଯେପରି
ସ:କ:ଓ
ମାୟା-ଜାମ-ପିଜୁଳି
ମାଖନ୍-କୁମୁଡ଼ା-କଖାରୁ
S: TheDist Gazetteer
ଓଡ଼ିଆଭାଷା ଏକ ନିର୍ନିୟମ ଭାଷା ନୁହେଁ।ଏହାର ଆଞ୍ଚଳିକ ଭାଷାରମଧ୍ୟ ଠିକ ସେତିକି ମହତ୍ତ୍ୱ ରହିଛି ଯେତିକି ମାନକ ଭାଷାର ମହତ୍ତ୍ୱ ଅଛି।ଅତଏବ ଗଞ୍ଜାମିଆ, କୋରାପୁଟିଆ,ସମ୍ବଲପୁରିଆ,ବାଲେଶ୍ୱରିଆ ଅବା କଟକିଆର ସମାହାରରେହିଁ ଆମଭାଷାର ସମୃଦ୍ଧି।ଆଞ୍ଚଳିକତା,ବିଭେଦ ସୃଷ୍ଟିପାଇଁ ଉଦ୍ଧିଷ୍ଟ ନୁହଁ ଏହାର ଜନ୍ମ ସାହିତ୍ୟକୁ ପାରିପୃଷ୍ଟ କରିବା ଲାଗି।
ସମସ୍ତ ଙ୍କୁ ମୋର ତରଫରୁ ସମ୍ବଲପୁରୀ ଦିନ ର ଶୁଭେଚ୍ଛା।
ଜୟ ମା ମାଣିକେଶ୍ୱରୀ 🙏
Share this Scrolly Tale with your friends.
A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.
