@Gajapati (ଗଜପତି) Profile picture
ଅନାଲୋଚିତ ଓଡିଶାର ପ୍ରଚାର ଓ ପ୍ରସାର #polyglot_Techie_Art_Architucture_litrature_culture_Resercher_Epigraphy_Odia. handle by: BM Adhikari

Apr 1, 2022, 13 tweets

ନୂତନ ପ୍ରଦେଶର ଉଦ୍‌ଘାଟନ ଉତ୍ସବ
#UtkalaDibasa
#Thread
#ଉତ୍କଳଦିବସ
ନୂତନ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ରୂପେ ସାରଜନ୍ ହବାକ୍‌ଙ୍କ ମନୋନୟନ ଥିଲା ସର୍ବପ୍ରଥମ ଆନୁଷ୍ଠାନିକ ଘୋଷଣା।ଏହି ଘୋଷଣା ପରେ ରେଭେନ୍ସାକଲେଜରେ ଏକ ଦରବାର ଆୟୋଜନ କରାଯାଇ ସ୍ବତନ୍ତ୍ର ଓଡ଼ିଶାର କର୍ଣ୍ଣଧାର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଏହି ଉତ୍ସବରେ
୧/n

ସମ୍ମାନଜନକ ଆସନ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ପାଟଣା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଓ ନୂତନ ପ୍ରଦେଶର ଶୁଭାକାଂକ୍ଷୀ କଟନି ଟେରେଲ୍ (Cutney Terrel) ଗଭର୍ଣ୍ଣର ହବାକ୍‌ଙ୍କୁ ଶପଥ ପାଠ କରାଇଥିଲେ ।ସେହିଦିନ ଜିଲା ମଇଦାନରେ ଅନୁଷ୍ଠିତ ଜନସଭା ଓ ସାଂସ୍କୃତିକ ଉତ୍ସବରେ ମହାରାଜା ଥିଲେ ସମବେତ ଜନତାର ପ୍ରଧାନ ଆକର୍ଷଣ ।
୨/n

ମଇଦାନରେ ଆୟୋଜିତ ଗାର୍ଡନପାର୍ଟିର ସମସ୍ତ ଖର୍ଚ୍ଚ ସେ ନିଜେ ବହନ କରିଥିଲେ ମହାରାଜା। ଏହି ଅବସରରେ ଯେଉଁ ସବୁ ବିଶିଷ୍ଟ ବ୍ୟକ୍ତିଙ୍କର ବାର୍ତ୍ତା ପଠନ କରାଯାଇଥିଲା , ଭାରତମନ୍ତ୍ରୀ ସାର ସାମୁଏଲ୍‌ ହୋର୍‌ଙ୍କ ବାର୍ତ୍ତା ଥ୍ୟା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ସେ ଲେଖିଥିଲେ -
୩/n

" On the inauguration of the new province of Orissa , I am glad to have the opportunity of sending a message of greeting and congratulation to the Oriya people and to wish them all prosperity and success in future . Ever since I became acquainted with the long history of the
4/n

Oriya people and their cultural traditions I have actively sympathised with their desire to be reunited and I am glad that I have the chance of contributing towards the satisfaction of their hopes . "
5/n

ପ୍ରଦେଶ ଗଠନର ସୁସମ୍ବାଦ ଶଶିଭୂଷଣ ରଥଙ୍କ ‘ ଦୈନିକ ଆଶା ’ ଓ ‘ ନିଉ ଓଡ଼ିଶା ’ ମାଧ୍ୟମରେ ପୁରପଲ୍ଲୀରେ ପ୍ରଚାରିତ ହେଲା । ନିଜର ସ୍ଵାଭାବିକ ଶୈଳୀରେ ଶଶିଭୂଷଣ ଲେଖିଥିଲେ ଯେ ଯେଉଁ ଉତ୍କଳପ୍ରେମୀ ନେତା ଓ ବୁଦ୍ଧିଜୀବୀ ଏଭଳି ଏକ ଶୁଭ ମୁହୂର୍ତ୍ତରେ ଜୀବିତ ଅଛନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟବାନ ।
୬/n

କିନ୍ତୁ ଷାଠିଏ ବର୍ଷରୁ ଉର୍ଦ୍ଧ୍ୱକାଳ ଓଡ଼ିଆଜାତିକୁ ଅନୁପ୍ରାଣିତ କରିଥିବା ମଧୁବାବୁ,ସିଂହଭୂମି ଓଡ଼ିଆଙ୍କ ମଧ୍ୟରେ ଉନ୍ମାଦନା ସୃଷ୍ଟି କରିଥିବା ଗୋପବନ୍ଧୁ, ମାନ୍ଦ୍ରାଜ ବ୍ୟବସ୍ଥାପକ ସଭାର ଆଲୋଡ଼ନକାରୀ ଶ୍ରୀନିବାସ ରାଜମଣି ଓ ଓଡ଼େନାଲ୍ କମିଟି ସମୟର ଶ୍ରେଷ୍ଠତମ ସଂଗଠକ ରାଜା ଗୌରଚନ୍ଦ୍ର ଦେବ ନୂତନ ପ୍ରଦେଶ ଦେଖିବାକୁ ଆଉ ନାହାନ୍ତି ।
୭/n

ସ୍ୱତନ୍ତ୍ର ପ୍ରଦେଶ ଗଠନ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ନିଃସ୍ୱାର୍ଥପର ଉଦ୍ୟମର ଯେ ମହାର୍ଘ ପରିଣତି ଏକଥା ସର୍ବତ୍ର ଆଲୋଚିତ ହୋଇଥିଲା । ସର୍ବଭାରତୀୟ ସ୍ତରରେ ଓଡ଼ିଆଙ୍କ ସ୍ଥିତିକୁ ସ୍ବଦୃଢ଼ କରିବା ପାଇଁ ଯେଉଁମାନେ ପରିକଳ୍ପନା କରିଥିଲେ ସ୍ବାଧୀନତା ପ୍ରାପ୍ତି ଓ ବୈଦେଶିକ ଶାସନର ଅବସାନ ପୂର୍ବରୁ ପ୍ରଦେଶ ଗଠନ ଦେଖି
8/n

ସେମାନେ ଅଶେଷ ଶାନ୍ତି ଲାଭକଲେ । କାରଣ ପଟ୍ଟାଭି ସିତାରାମେୟା , ଟି . ପ୍ରକାଶମ , କୋଣ୍ଡା ଭେଙ୍କଟାପେୟା , ରାମଚନ୍ଦ୍ର ରାଓ ପ୍ରମୁଖ ବିଶିଷ୍ଟ ଆନ୍ଧ୍ରଭାଷୀ ନେତାମାନଙ୍କର ଶକ୍ତିଶାଳୀ ନେତୃତ୍ବ ସତ୍ତ୍ଵେ ସ୍ବାଧୀନତା ପୂର୍ବରୁ ଆନ୍ଧ୍ରପ୍ରଦେଶ ଗଠନ ସମ୍ଭବପର ହୋଇ ପାରି ନଥିଲା ।
9/n

ମହତାବଙ୍କ ସମେତ କିଛି ମୁଷ୍ଟିମେୟ କଂଗ୍ରେସ ନେତା ଚାହିଁଥିଲେ ଯେ କଂଗ୍ରେସ ସଙ୍ଗଠନ ମାଧ୍ୟମରେହିଁ ସ୍ୱତନ୍ତ୍ର ପ୍ରଦେଶ ସୃଷ୍ଟି କରାଯାଉ । ଓଡ଼ିଶାବାସୀଙ୍କ ସୌଭାଗ୍ୟକୁ କିନ୍ତୁ ତାହା ହେଲାନାହିଁ । ନଚେତ ବିଭିନ୍ନ ଅଂଚଳରେ ଷଢ଼େଇକଳା ଅବସ୍ଥା ହିଁ ସୂତ୍ରପାତ ହୋଇଥାନ୍ତା ।
୧୦/n

ମଧୁବାବୁ ଯେତେବେଳେ ଶାରୀରିକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇ ପଡ଼ିଲେ ତାଙ୍କରି ସାଙ୍ଗଠନିକ ଉତ୍ତରାଧିକାରୀ ହେଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ।ଉତ୍କଳ ସମ୍ମିଳନୀ ସହିତ ନିରବଚ୍ଛିନ୍ନ ସମ୍ପର୍କ ରକ୍ଷା କରି ମଣ୍ଟାରୁ - ଚେମସ୍‌ଫୋର୍ଡ଼ କମିଶନ୍ ,ଫିଲିପ୍ - ଡ଼ଫ୍ କମିଟି ,ସାଇମନ୍ କମିଶନ ,ଅଟଲି
୧୧/n
ଓଡ଼େନାଲ୍ କମିଟି ଓ ମହାରାଜା

ଓଡ଼େନାଲ୍ କମିଟି ପ୍ରଭୃତି ବିଭିନ୍ନ ଅନୁସନ୍ଧାନକାରୀ ଦଳକୁ ଉପାଦେୟ ତଥ୍ୟ ପରିବେଷଣ କରି ପ୍ରଦେଶ ଗଠନର ଯାଥାର୍ଥ୍ୟ ସେ ପ୍ରତିପାଦନ କରିଥିଲେ । ତଥାପି ତାଙ୍କୁ #ତିନିଥର ବିଲାତ ଯାଇ ବ୍ରିଟୀଶ ପ୍ରଧାନ ମନ୍ତ୍ରୀ ,ଭାରତମନ୍ତ୍ରୀ ଓ ପାର୍ଲାମେଣ୍ଟ ସଦସ୍ୟମାନଙ୍କୁ ବ୍ୟକ୍ତିଗତ ଭାବରେ ବୁଝାଇବାକୁ ପଡ଼ିଥିଲା ।
୧୨/n

ମାନ୍ଧାତା ଗୋରାଚାନ୍ଦ,ରାମଚନ୍ଦ୍ର ମର୍ଦ୍ଦରାଜ ଭୁବନାନନ୍ଦ ଦାସ,ଗୌରଚନ୍ଦ୍ର ଦେବ,ଲିଙ୍ଗରାଜ ପାଣିଗ୍ରାହୀ,ବିକ୍ରମଦେବ ବର୍ମା,ରାମଚନ୍ଦ୍ର ମର୍ଦ୍ଦରାଜ,ଦୀନବନ୍ଧୁ ଦାସ,ଶ୍ୟାମସୁନ୍ଦର ଗନ୍ତାୟତ , ସତ୍ୟନାରାୟଣ ରାଜଗୁରୁ ପ୍ରଭୃତି ବୁଦ୍ଧିଜୀବୀ ଓ ସଂଗଠକମାନେ ବିଭିନ୍ନ ଭାବରେ ତାଙ୍କୁ ସହାୟତା ଯୋଗାଇ ତାଙ୍କ ଉଦ୍ୟମକୁ ସାଫଲ୍ୟମଣ୍ଡିତ କରିଥିଲେ ।

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling