@Gajapati (ଗଜପତି) Profile picture
ଅନାଲୋଚିତ ଓଡିଶା କୁ ଆଗକୁ ଆଣିବା ମୋର ପ୍ରୟାସ #polyglot #Techie #Researcher #archivist

Apr 27, 2022, 24 tweets

ସ୍ୱାଭିମାନୀ ପାଇଁ ଅଭିମାନୀ କିଏ ?
*******************************
ଉତ୍ତର ମୋ ଆଲେଖ୍ୟ ପଢି ଶେଷ ରେ ଦେବେ
#Thread
#ସ୍ୱାଭିମାନଦିବସ
କଥା ରେ ଅଛି ,
" ଜୀବନେ ନ ଦେଲୁ ତୁଣ୍ଡେ
ମଲେ ଦେବୁ ଗାଁ ମୁଣ୍ଡେ।"
ଓଡ଼ିଶା ରେ ଆଜି ଉତ୍କଳ ଗୌରବ, କୂଳବୃଦ୍ଧ, ଶତାବ୍ଦୀ ସୂର୍ଯ୍ୟ ବୋଲି ମଧୁବାବୁ ଙ୍କୁ
୧/n

ସମସ୍ତେ ଜାଣନ୍ତି।
* ସେଥିଲେ ସବୁଥିରେ ପ୍ରଥମ ଓଡ଼ିଆ- ଓଡ଼ିଶାର ପ୍ରଥମ ଗ୍ରଜୁଏଟ୍, ପୋଷ୍ଟଗ୍ରାଜୁଏଟ, Advocate, ମନ୍ତ୍ରୀ, ଶିଳ୍ପପତି, ଏବଂ ଓଡ଼ିଶା ର ପ୍ରଥମ ବିଦେଶ ଯାତ୍ରୀ। ଇତ୍ୟାଦି ଇତ୍ୟାଦି।
ହେଲେ ଏତେ ସବୁ ହେଇ ବି କେଉଁ ତତ୍କାଳୀନ ଓଡ଼ିଶା ବୋଲାଉଥିବା ଅଞ୍ଚଳର ଲୋକେ ମଧୁବାବୁଙ୍କ ଦୁର୍ଦ୍ଦିନରେ ତାଙ୍କ ପିଠିରେ ପଡିନଥିଲେ।
୨/n

ଆଜ୍ଞା ହଁ ସତ୍ୟ କଟୁ ହେଇପାରେ , କିନ୍ତୁ ଏ ସବୁ ଲୋକ ଲୋଚନ କୁ ଆଣିବାକୁ ପଡିବ ଚିନ୍ତାକଲି।
ଆଜି ଯେଉଁ ବଡ଼ବଡ଼ିଆ ଓଡ଼ିଆ ଅମୁକ ଦିନ ସମୁକ ଦିବସ ରେ ଫୁଲମାଳ ପାଉଛନ୍ତି। ସେଇମାନେ ଦିନେ
ଏ ଜାତି ର ସର୍ବଶ୍ରେଷ୍ଠ ପୁରୁଷଙ୍କ ଚରିତ୍ର ସଂହାର କରିଥିଲେ।
👇🏾
ଫୋଟ ଟିକୁ ଦେଖନ୍ତୁ ମଣ୍ଡଳୀ ଭିତର ଥିବା ମଣିଷ ଟି ମଧୁବାବୁ
୩/ନ

ମଧୁବାବୁଙ୍କୁ ବସିବାକୁ ସ୍ଥାନ ମଧ୍ୟ ଦେଉ ନଥିଲେ ଏମାନେ।
ଏପରିକି ମଧୁବାବୁ ଯେବେ କଲିକତା ରେ ପାଠ ପଢି,ଖିରସ୍ତାନୀ ଯୁବତୀଙ୍କୁ ବିବାହ କରିଥିଲେ, ସେତେବେଳେ ଓଡ଼ିଶାର ଉତ୍କଳ ଦୀପିକା ପତ୍ରିକା ମଧୁବାବୁ ଙ୍କ ଚରିତ୍ର କୁ ଆକ୍ଷେପ କରି ଲେଖିଲା-
ଉତ୍କଳ ଦୀପିକା- ୧୮.୮.୧୮୮୬
୪/n

କିନ୍ତୁ ସେମାନେ ଭାବି ନଥିଲେ ଯେ ଜଣେ ସାଧାରଣ ଓଡ଼ିଆ କୁ ଉଚ୍ଚ ସ୍ତର କୁ ଯିବାକୁ କି କି କଷଣ କୁ ସହିବାକୁ ହେଉଥିଲା।
ଛାଡ଼ନ୍ତୁ,
ଏମିତି କି ଥରେ କିଛି ନିନ୍ଦୁକ ମଧୁବାବୁ ବଞ୍ଚିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଗଲା ବୋଲି ମିଛ ଖବର ପ୍ରଚାରିତ କରିଥିଲେ।
୫/ନ

ଆଉଥରେ ଓଡିଶା ଉପକୂଳ ଅଞ୍ଚଳର କିଛି ଯୁବନେତା ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ ପ୍ରମୁଖ ମଧୁବାବୁଙ୍କ ଫଟୋକୁ କୋକେଇରେ ଶୁଆଇ ପୋଡିବାକୁ ମଶାଣିକୁ‌ ନେଇଥିଲେ।
- ହାଏ ରେ ଓଡ଼ିଆ ଜାତି , କଟକ ସହରର ବିଚ୍ ରାସ୍ତା ରେ ସ୍ଲୋଗାନ ଦେଇ କହିଲେ- ରାମ‌ନାମ ସତ୍ଯହେ,ମଧୁଦାସ ମରିଗଲା
୬/ନ

ଓଡ଼ିଆଙ୍କ ଜାତୀୟ ଜୀବନର ମାନ ରକ୍ଷା ପାଇଁ ତାଙ୍କୁ ଦିନେ ଦେବାଳିଆ ହେବାକୁ ପଡ଼ିଥିଲା।ଉତ୍କଳ ଟେନେରୀ ନିଲାମ ହେଲା।
* ୧୯୨୭ ମାର୍ଚ୍ଚ ୨୧ ତାରିଖରେ ମଧୁବାବୁ ନିଜର ଦେବାଳିଆ ଆବେଦନ ଦାଖଲ କରିଥିଲେ।
ଆଉ ସେତେବେଳେ ର ତୁଙ୍ଗ ନେତାମାନେ କଣ ବଞ୍ଚି ନଥିଲେ ?
୭/n

ଥରେ ଭାବନ୍ତୁ, ଅଶୀବର୍ଷର କୁଳବୃଦ୍ଧ ମଧୁସୂଦନ ଙ୍କୁ ଆସନ ଟିଏ ଯାଚି ନଥିବା ଲୋକ ସତରେ କଣ ସ୍ୱାଭିମାନୀ? ନା ଏକା ମଧୁବାବୁ
* ମଧୁବାବୁଙ୍କ ମୃତ୍ୟୁ ପରେ ଓଡ଼ିଆମାନେ ତାଙ୍କୁ ‌ସତେ ଯେମିତି ମହାନ୍ କରିଦେଲେ ?
ନୁହେଁ କି ?
୮/n

ଯାହା ଗଲା ଗଲା । କିନ୍ତୁ ମଧୁବାବୁ ଏ ବିପଦ ରୁ କିପରି ବର୍ତିଲେ ଜାଣିବା ଚାଲନ୍ତୁ -
ସେତେବେଳେ ନିମ୍ନ ପ୍ରଦତ୍ତ ପୀଠ ଥିଲା ଉତ୍କଳ ର ପୁଣ୍ୟ ପୀଠ। ଯାହାକୁ ବ୍ୟାସକବି ଦଣ୍ଡବତ କରି କହିଲେ-
" ଓଡିଶା ଦକ୍ଷିଣ ସୀମା ପାରଳାଖେମଡ଼ି
ଧନ-ମାନେ କିଏ ଅଛି ତାଙ୍କୁ ବେଢ଼ି ?"
ଏହି ପୀଠ ରେ ଚର୍ଚ୍ଚା ପଡ଼ିଲା ,ମଧୁ ବାବୁ
୯/n

ଙ୍କର ଏ କି ଅବସ୍ଥା ?
ସେ ଦିନ ପାରଳା ମହାରାଜା ଙ୍କ ଦେବାନ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ( @Naveen_Odisha ଙ୍କ ଜେଜେବାପା) ଡେଲାଙ୍ଗ ରୁ ଆସି ଗଜପତି ନଅର ରେ ଏ କଥା ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ ଙ୍କୁ କହିଲେ -
ମିଷ୍ଟର ଦାସଙ୍କ ଟେନେରୀ କଲିକତା ରେ ନିଲାମ ହେବ। ଟଙ୍କା ଆଣି ବେଙ୍କ ରୁ ସେ ଆଉ ସୁଝି ପାରି ନାହାନ୍ତି।
୧୦/n

ସେତେବେଳେ ପାରଳା ରାଜବାଟୀ ଥିଲା ଉତ୍କଳ ପ୍ରଦେଶ ଗଠନ ର ଏକ ପ୍ରମୁଖ ପେଣ୍ଠ। ସବୁଦିନ ଦରବାର କୁ ତୁଙ୍ଗ ନେତାମାନେ ଆସି ପ୍ରଦେଶ ଗଠନ ଚର୍ଚ୍ଚା କରୁଥାଆନ୍ତି, ଏବଂ ଦରବାର ବସିଲା ବେଳେ ମହାରାଜା ଙ୍କୁ ଭଲ ମନ୍ଦ ସମାଚାର ଜଣାନ୍ତି।
ସେହି ବୈଠକ ରେ ଯୋଗ ଦେବାକୁ ଯୁଗୋଳ କିଶୋର ପାଣିଗ୍ରାହୀ, ଶ୍ୟାମସୁନ୍ଦର ଗନ୍ତାୟତ
୧୧/n

ଏବଂ ସତ୍ୟନାରାୟଣ ରାଜଗୁରୁ ଆସନ୍ତି। ପ୍ରଥମେ ପତ୍ରପତ୍ରିକା ର କଥା ଆଲୋଚନା ହୁଏ। ପରେ ମହାରାଜା ବିଜେ ହେଲେ ଭଲ ମନ୍ଦ କୁହାହୁଏ।
- ମହାରାଜା ବସିଥାନ୍ତି
ଏହି ସମୟ ରେ ରାଜଗୁରୁ ପାଣିଗ୍ରାହୀ ଙ୍କୁ କହିଲେ ମାଷ୍ଟ୍ରେ ପଟନାୟକେ କହୁଥିଲେ ମିଷ୍ଟର ଦାସ ଙ୍କ ଟେନେରୀ ନିଲାମ ହେବ। ଋଣ ମୁକ୍ତ ହେବା ପାଇଁ କେହି ଆଗ୍ରହ ଦେଖାଉ ନାହାନ୍ତି।
୧୨/n

ଏହା ମହାରାଜା କାନ ରେ ପଡିବା କ୍ଷଣି ସେ ପଢ଼ୁଥିବା ଖବର କାଗଜ ଟେବୁଲ ଉପରେ ରଖି ପଚାରିଲେ ମିଷ୍ଟର ଦାସ ଙ୍କ ଟେନେରୀ କାହିଁକି କିପରି ନିଲାମ ହେଉଛି? ଏବଂ ସବିଶେଷ ଜାଣିବାକୁ ପାଇଲେ।
ମହାରାଜା କହିଲେ-
" ତାଙ୍କ ଋଣ ପରିଶୋଧ ପାଇଁ ଆମେ ଟଙ୍କା ଦେଇଦେଲେ ହେବ।"
୧୩/n

ରାଜଗୁରୁ କହିଲେ - ମହାରାଜା ମୁଁ ଶୁଣିଛି ସେ ଭାରି ସ୍ୱାଭିମାନୀ, ମହାରାଜାଙ୍କ ଦାନ ସେ ଗ୍ରହଣ କରିବେ କି ନାହିଁ ? କହି ହେବନି।

ମହାରାଜା ଦୀର୍ଘ ନିଶ୍ଵାସ ତ୍ୟାଗକଲେ , କିଛି ଗୋଟାଏ ଚିନ୍ତା କରି ବୈଠକ ରୁ ମେଲାଣି ନେଲେ। ପର ଦିନ ମହାରାଜା ଦେବାନ ଙ୍କୁ ଡାକି କହିଲେ
ମିଷ୍ଟର ଦାସଙ୍କୁ ଟେଲିଗ୍ରାମ କରିଦେବ। କହିବ -
୧୪/n

ପାରଳା ମହାରାଜା ଙ୍କ ଗୋଟିଏ କେସ ପାଟନା ହାଇକୋର୍ଟରେ କରିବାକୁ ହେବ, ଟେଲିଗ୍ରାମ ପାଇ ମହାରାଜାଙ୍କ ସଙ୍ଗେ କଥାବାର୍ତ୍ତା କରିବେ।
ମହାରାଜା ଙ୍କ ଗୁଣ ଗାରିମା ଆଗରୁ ମଧୁବାବୁ ଙ୍କୁ ଦଶମ ଅଧିବେଶନ ଠାରୁ ଅବଗତ ଥାଏ। ଏଣୁ ଟେଲିଗ୍ରାମ ପାଉ ପାଉ ମଧୁବାବୁ ଆସି ପହଁଚିଲେ ପାରଳା ରେ।
୧୫/n

ଏତିକି ଭିତରେ ପେଲେସ ର କର୍ମଚାରୀ ଜଣେ ରାଜଗୁରୁ ଙ୍କ ନିକଟରେ ପହଁଚିଲା - କହିଲା ମହାରାଜା ଶୀଘ୍ର ପହଁଚିବାକୁ କହିଛନ୍ତି ନଅର କୁ। ରାଜଗୁରୁ ଯାଆଁନ୍ତେ, ମହାରାଜା କହିଲେ , " ବାବୁ , ମିଷ୍ଟର ଦାସ ଆସିଛନ୍ତି, କଥାବାର୍ତ୍ତା କଲି। ସେ ଚାହୁଁଛନ୍ତି ଆମ ଗଙ୍ଗ ବଂଶ ର ଇତିହାସ । ଏହା ସଂପୂର୍ଣ୍ଣ କେଉଁଠି ମିଳିବ?
୧୬/n

ରାଜଗୁରୁ କହିଲେ ମହାରାଜା ବିଶେଷ ଭାବେ ଗଙ୍ଗ ଇତିହାସ ଲେଖା ହୋଇନାହିଁ । କିନ୍ତୁ ଅନେକ ତଥ୍ୟ ଏନସାଇକ୍ଲୋପିଡ଼ିଆ ମାଡ୍ରାସ ଆଉ ଗଞ୍ଜାମ ମାନୁଆଲ ରେ ଲେଖା ଅଛି।
ଏବଂ ଏହା ପେଲେସ ଲାଇବ୍ରେରୀ ରେ ଉପଲବ୍ଧ। ମହାରାଜା କହିଲେ ସେ ଦୁଇ ଖଣ୍ଡ ବହି ଆଣି ଟେଲର ବଙ୍ଗଳା(ଆଜିର @DM_Gajapati house) ଯାଇ ମିଷ୍ଟର ଦାସଙ୍କୁ ଦେଖାଅ
୧୭/n

ରାଜଗୁରୁ ଏହି ବହି ଦୁଇଖଣ୍ଡ ନେଇ ମଧୁବାବୁ ଙ୍କୁ ଦେଖାଇଲେ। ମଧୁବାବୁ କହିଲେ ଏହି ବହି ଦୁଇଟି ରଖିଲି। କିନ୍ତୁ ରାଜଗୁରୁ କହିଥିଲେ ମୋତେ ମହାର୍ଜା ଦେଖାଇବାକୁ କହିଛନ୍ତି ,ଦେବାର ଅନୁମତି ନାହିଁ। ପଚାରିକି ଦେବି। ଏହା ମହାରାଜା ଙ୍କୁ ରାଜଗୁରୁ ଜଣାଇଲେ,ସେ କହିଲେ ତାଙ୍କୁ ଯେଉଁ ଅଂଶ ଦରକାର ଆମ ଟାଇପିଷ୍ଟ କୁ କୁହାଇ ଟାଇପ କରି ଛତ୍ରପୁର
୧୮/n

ମାଜିଷ୍ଟ୍ରେଟଙ୍କ ସିଲ ଦେଇ ଦେବା। ସେତେବେଳେ ମହାରାଜା ଙ୍କ ଅନେକ ତାମିଲ ତଳିଆ କର୍ମଚାରୀ ଥାଆନ୍ତି। ସେଥିରୁ ଜଣେ ମିଣ୍ଟ କୁ ୭୦ ୱାର୍ଡ ଟାଇପ କରେ,ସେ ଦୁଇଟି ପୁସ୍ତକ ଦୁଇ ଦିନ ରେ ଟାଇପ କରିଦେଲା।

ହେଲେ ଏ ବିଷୟ କଣ ? କାହିଁକି ଏ ଇତିହାସ ର ଆବଶ୍ୟକତା? ମହାରାଜା କି କେସ କରିବାକୁ ଚାହୁଁଥିଲେ ?
୧୯/n

ମହାରାଜା ପାଟନା ହାଇକୋର୍ଟରେ ପାରଳା ଜମିଦାରୀ କୁ ଗୋଟିଏ ଶାସନାଧୀନ ଅଞ୍ଚଳରେ ରଖିବା ପାଇଁ ଅପିଲ କଲେ। ଯାହା କି ଏକ ଅସମ୍ଭବ ବ୍ୟାପାର ଥିଲା।
କାରଣ ମହାରାଜା ଙ୍କ ଅଧା ଇଷ୍ଟେଟ ଗଞ୍ଜାମ(ମାଡ୍ରାସ ରେ ଥିଲା ବେଳେ) ଅଧା ଡେଲାଙ୍ଗ, ପୁରୀ(ବିହାର ପ୍ରେସିଡେନ୍ସି ରେ ଥିଲା)
୨୦/n

ଏହି କେସ କଥା କହି ମଧୁବାବୁଙ୍କୁ କେସ ଖର୍ଚ୍ଚ ବାବଦରେ ଆଡ଼ଭାନ୍ସ ୧୦୦୦୦ ଟଙ୍କାର ଚେକ୍ ଟିଏ ବଢ଼ାଇଦେଲେ।ଆଉ କହିଲେ "ଆଉ ଯାହା ଖର୍ଚ୍ଚ ହେବ ପରେଦେବି।"
ହେଲେ ଏହି କେସ କେବଳ ନାମକୁ ମାତ୍ର ମହାରାଜା ଭିଆଣ କଲେ।ଏ କଥା ମହାରାଜା ସ୍ୱୟଂ ଜାଣିଥିଲେ।
ଏଥିରେ ମହାରାଜାଙ୍କ ମୁଖ୍ୟ ଉଦେଶ୍ୟ ଥିଲା ମଧୁବାବୁଙ୍କ ଟେନେରୀ ନିଲାମରୁ ମୁକ୍ତକରିବା
୨୧/n

ମଧୁବାବୁ ମହାରାଜାଙ୍କ ଠାରୁ ପାରିଶ୍ରମିକ ପାଇ ଟେନେରୀ ନିଲାମ ଟଙ୍କା ୪ ହଜାରରେ ସୁଝି ଋଣମୁକ୍ତ ହେଲେ। ବଳକା ଅର୍ଥରେ ତାଙ୍କ କଟକଚଣ୍ଡିରୁ ବକ୍ସି ବଜାର ଯିବା ରାସ୍ତା ରେ ଥିବା ଗୃହ ର ମରାମତି କରାଇଲେ। ଯାହା ବର୍ତ୍ତମାନ ଶୈଳବାଳା ମହିଳା କଲେଜ ନାମରେ ପରିଚିତ।
୨୨/n

ଏ ଅବକାଶରେ ମଧୁବାବୁ ଙ୍କ ଏକ କବିତା ମନେ ପଡ଼େ-
ମା' ,ମା', ବୋଲି କେତେ ମୁଁ ଖୋଜିଲି
ମା' କୁ ପାଇଲି ନାହିଁ।
ଭାଇ, ଭାଇ ବୋଲି କେତେ ମୁଁ ଡାକିଲି,
ନଦେଲେ ଉତ୍ତର କେହି।

ଆଜ୍ଞା thread ଟି ଏଇଠି ସରିଲା, ପଢି ମନ୍ତବ୍ୟ ଦେବେ ।
#end
#Madhubabujayanti

ଆଉ ଏ ଥିଲା ମଧୁବାବୁ ଙ୍କ ହାତ ଲେଖା

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling