My Authors
Read all threads
ଆଜିର ସଂସ୍କରଣରେ ପଢିବା ଘରେ କେମିତି ମାସ୍କ୍ ତିଆରି କରିବା ଆଉ ତାକୁ ଠିକ୍ ଭାବରେ କିପରି ପରିଷ୍କାର ତଥା ବ୍ଯବହାର କରିବା।

ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣଙ୍କ ବ୍ୟବହାର ଏବଂ ସରକାରୀ ନିୟମକୁ ବେଖାତିର କରିବାର ପରିଣାମ ଭୟାବହ ହୋଇପାରେ।

କିନ୍ତୁ ମନେରଖନ୍ତୁ, 'କେବଳ' ମାସ୍କ୍ ବ୍ୟବହାର କରି ଆପଣ ସୁରକ୍ଷିତ ରହିପାରିବେ ନାହିଁ।
ଏଠାରେ ବର୍ଣ୍ଣିତ ସମସ୍ତ ପ୍ରକ୍ରିୟା ଭାରତ ସରକାରଙ୍କର ପ୍ରମୁଖ ବିଜ୍ଞାନ ଉପଦେଷ୍ଟାଙ୍କ ଦ୍ୱାରା ଜାରି କରାଯାଇଛି।
କିଛି ସନ୍ଦେହ ଥିଲେ ପଚାରି ପାରନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ମାସ୍କ୍ କେବଳ ସେତେବେଳେ ଉପାଦେୟ, ଯେତେବେଳେ ଆପଣ ମାସ୍କ୍ ପିନ୍ଧିବା ସହ 'ହାତଧୂଆ'ର ସମସ୍ତ ପ୍ରକ୍ରିୟା ମଧ୍ୟ ମାନୁଛନ୍ତି।
ସାଧାରଣତଃ ଦୁଇ ପ୍ରକାରର ମାସ୍କ୍ ଆପଣ ବ୍ୟବହାର କରିପାରିବେ:

୧: ପୁନଃ ବ୍ୟବହାର 'ଅଯୋଗ୍ୟ' ଡାକ୍ତରୀ ମାସ୍କ୍
୨: ପୁନଃ ବ୍ୟବହାର 'ଯୋଗ୍ୟ' କପଡା ମାସ୍କ୍

ଆଜିର ପରିସ୍ଥିତିରେ ୨ନଂ ମାସ୍କ୍ କେମିତି ଘରେ ତିଆରି କରିପାରିବା, ତାହାହିଁ ଶିଖିବା।
ଏହିଟି ହେଉଛି ଘରେ #ମାସ୍କ୍ ତିଆରି କରିବାର ପ୍ରଥମ ଉପାୟ, ଯେଉଁଥିରେ କି #ସିଲେଇ_ମେସିନ୍ ର ଆବଶ୍ୟକତା ରହିବ।
ଆବଶ୍ୟକୀୟ ସରଞ୍ଜାମ:
୧: ଶତ ପ୍ରତିଶତ ସୂତା କପଡା। ପୁରୁଣା କପଡାକୁ ଭଲରେ ସଫା କରି ୫ମିନିଟ ଯାଏଁ ଫୁଟୁଥିବା ପାଣିରେ ବୁଡେଇ-ଶୁଖେଇ ମାସ୍କ୍ ତିଆରିବା ପାଇଁ ବ୍ୟବହାର କରିପାରିବେ
୨: ଛୋଟ ବଡ ହିସାବରେ ଚାରିଚି କପଡା ରଶି
୩: କଇଁଚି
୪: ସିଲେଇ ମେସିନ୍ ବା ଛୁଞ୍ଚି-ସୂତା
ତଳ ମାପ ହିସାବରେ କପଡା କାଟନ୍ତୁ

ବୟସ୍କଙ୍କ ପାଇଁ: ୯ ଇଞ୍ଚ x ୭ ଇଞ୍ଚ
ପିଲାଙ୍କ ପାଇଁ: ୭ ଇଞ୍ଚ x ୫ ଇଞ୍ଚ

ଫିତା ପାଇଁ
୧.୫ ଇଞ୍ଚ x ୫ ଇଞ୍ଚ - ଦୁଇଟି
୧.୫ ଇଞ୍ଚ x ୪୦ ଇଞ୍ଚ - ଦୁଇଟି
- ମୁଖ୍ୟ କପଡାରେ ତଳପଟକୁ ଦେଢ ଇଞ୍ଚ ଓସାରରେ ତିନୋଟି ଭାଙ୍ଗ ଦେଇ ଦୁଇପଟ ସିଲେଇ କରନ୍ତୁ।
- ଚିତ୍ରରେ ପ୍ରଦର୍ଶିତ ହିସାବରେ ୧.୫x୫ ଇଞ୍ଚର ଦୁଇଟି ଫିତାକୁ ଦୁଇପଟେ ସିଲେଇ କରନ୍ତୁ
୪୦ ଇଞ୍ଚ ର ଦୁଇଟି ଫିତାକୁ ମୁହଁରେ ବାନ୍ଧିବା ପରି ଫିତା ସଦୃଶ ସିଲେଇ କରନ୍ତୁ
ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମାସ୍କ୍
ଧ୍ୟାନ ରଖିବେ
୧- ଭାଙ୍ଗ ଗୁଡିକ ଯେପରି ତଳକୁ ରଖିବେ
୨- ପୁନଃ ବ୍ୟବହାର ପୂର୍ବରୁ ଭଲଭାବରେ ଧୋଇ-ଶୁଖେଇ ବ୍ୟବହାର କରିବେ

ପୁନଃ ବ୍ୟବହାର ପୂର୍ବର ପ୍ରସ୍ତୁତି ବର୍ଣ୍ଣନା କରିଯିବ
ଧ୍ୟାନ ରଖିବେ, ପିନ୍ଧିବା ପୂର୍ବରୁ ଏବଂ ଖୋଲିବା ପରେ ହାତକୁ ଭଲଭାବରେ ସାବୁନ୍ ରେ ଧୋଇବେ

ମାସ୍କ୍ ପିନ୍ଧି ବୁଲିଲାବେଳେ ମଧ୍ୟ ପରସ୍ପର ମଧ୍ୟରେ ଦୂରତା ବନେଇ ରଖିବେ
ଘରେ ସିଲେଇ ମେସିନ୍ ନଥିଲେ ବା ଛୁଞ୍ଚି ସୂତା ବ୍ୟବହାର ନଜାଣି ଥିଲେ ଆପଣଙ୍କ ସୂତା ରୁମାଲ୍ ଏବଂ ଦୁଇଟି ରବର୍ ବ୍ୟାଣ୍ଡ୍ ସାହାଯ୍ୟରେ ତଳ ପ୍ରଦର୍ଶିତ ଚିତ୍ର ଅନୁସାରେ ବ୍ୟବହାର ଉପଯୋଗୀ ମାସ୍କ୍ ତିଆରି କରିପାରିବେ।
ଘରତିଆରି ମାସ୍କ୍ ବ୍ୟବହାର କରିବା ନିମନ୍ତେ ଅତ୍ୟନ୍ତ ଜରୁରୀ:
୧: ପ୍ରତ୍ୟେକ ଥର ବ୍ୟବହାର ପୂର୍ବରୁ ଭଲଭାବରେ ଧୋଇବେ ଏବଂ ଶୁଖେଇବେ
୨: ହାତକୁ ଭଲଭାବରେ ଧୋଇବେ
୩: ମାସ୍କ୍ ଓଦା ହୋଇଗଲାପରେ ତୁରନ୍ତ ନୂତନ ମାସ୍କ୍ ପିନ୍ଧିବେ
୪: କୌଣସି ପରିସ୍ଥିତିରେ ବିନା ଧୋଇ ପୁନଃ ବ୍ୟବହାର କରିବେ ନାହିଁ
ମାସ୍କ୍ ଖୋଲିବା ସମୟରେ
୧: ମାସ୍କ୍ ର ସାମ୍ନା ପାଖରେ ହାତ ଲଗେଇବେ ନାହିଁ। ଫିତାକୁ ପଛପଟରୁ ଖୋଲିବେ
୨: ପ୍ରଥମେ ତଳ ଫିତା ଏବଂ ତା'ପରେ ଉପର ଫିତାକୁ ଖୋଲିବେ
୩: ଖୋଲିବା ପରେ ହାତକୁ ଭଲ ଭାବରେ ଧୋଇବେ
୪: ମାସ୍କ୍ କୁ ତୁରନ୍ତ ସାବୁନ୍ ପାଣି ବା ଫୁଟୁଥିବା ପାଣିରେ ପକେଇବେ (ଗରମ ପାଣିରେ ଲୁଣ ପଡିଥିଲେ ଭଲ)
ଘର ତିଆରି ମାସ୍କ୍ ସଫା କରିବା ପ୍ରଣାଳୀ:
୧: ସାବୁନ୍ ପାଣିରେ ଭଲରେ ଧୋଇ ଅତି କମ୍ ରେ ପାଞ୍ଚ ଘଣ୍ଟା ଖରାରେ ଶୁଖେଇବେ
ବା
୨: ପାଣିରେ ଲୁଣ ପକେଇ ପ୍ରେସର୍ କୁକର୍ ରେ ଦଶମିନିଟ୍ ଯାଏଁ ଫୁଟେଇବେ
ବା
୩: ସାଧାରଣ ପାତ୍ରରେ ଲୁଣ ପାଣି ପକେଇ ପନ୍ଦର ମିନିଟ୍ ଯାଏଁ ଫୁଟେଇବେ
ବା
୪: ସାବୁନ୍ ରେ ସଫା କରି ଶୁଖେଇ ପାଞ୍ଚ ମିନିଟ୍ ଯାଏଁ ଆଇରନ୍ ଦେବେ
ଅତି କମ୍ ରେ ଦୁଇଟି ମାସ୍କ୍ ତିଆରି କରିବେ। ଗୋଟିଏ ସଫାକରି ଶୁଖେଇଲା ବେଳେ ଅନ୍ୟଟି ବ୍ୟବହାର କରିବେ।

ସଫା ମାସ୍କ୍ କୁ ଗୋଟିଏ ସଫା ପଲିଥିନ୍ ଭିତରେ ରଖିବେ
ମନେରଖନ୍ତୁ:
୧: ଘରତିଆରି କପଡା ମାସ୍କ୍, କରୋନା ପାଇଁ 'ସମ୍ପୂର୍ଣ୍ଣ ସୁରକ୍ଷା' ଦେଇପାରିବ ନାହିଁ
୨: ଭଲରେ ସଫା ନକରିଥିଲେ ଏହା ପୁନଃ ଉପଯୋଗୀ ନୁହେଁ
୩: ଡିସ୍ପୋଜେବଲ୍ ମାସ୍କ୍ ଧୂଆଯାଇପାରିବ ନାହିଁ ଏବଂ ଏହା କୌଣସି ପରିସ୍ଥିତିରେ ପୁନଃ ଉପଯୋଗୀ ହୋଇପାରିବ ନାହିଁ
୪: ବାରମ୍ବାର ହାତ ଧୋଇବା ଭୁଲିବେ ନାହିଁ

ଧନ୍ୟବାଦ 🙏🏻
Missing some Tweet in this thread? You can try to force a refresh.

Enjoying this thread?

Keep Current with #ମୋ_ଡାକ୍ତର

Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

Twitter may remove this content at anytime, convert it as a PDF, save and print for later use!

Try unrolling a thread yourself!

how to unroll video

1) Follow Thread Reader App on Twitter so you can easily mention us!

2) Go to a Twitter thread (series of Tweets by the same owner) and mention us with a keyword "unroll" @threadreaderapp unroll

You can practice here first or read more on our help page!

Follow Us on Twitter!

Did Thread Reader help you today?

Support us! We are indie developers!


This site is made by just three indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!