କିଛି ସମୟ ପରେ ଆଖି ଟିକିଏ ଲାଗି ଯାଇଥାଏ। ହଠାତ୍ ଏକ ଚିତ୍କାର ଶୁଭେ, ହୋହଲ୍ଲା କୋଳାହଳ, ଯେମିତି ଏକ ସମର ଚାଲିଛି। ତଥାପି ଆଖି ମୁଁ ଖୋଲିବାକୁ ନାରାଜ୍। କୋଉଠି କଣ ଗୋଟେ ହେଉଥିବ ଆଉ।~~~
ଧଡ୍ ଧାଡ୍ ଟିଣ୍ ଟାଣ୍ କରି ଟଣା ଓଟରା ଧସ୍ତାଧସ୍ତି ହୋଇ ଚଢ଼ି ଯାଆନ୍ତି ଗୁଡାଏ ଲୋକ! ଇଞ୍ଚେ ଜାଗା ନ ଛାଡି ବସି ଯାଆନ୍ତି, କିଏ ସିଟ୍ ରେ, କିଏ ତଳେ, କିଏ କାହା କୋଳରେ, ଆଉ କିଏ କାହା କାନ୍ଧ ଉପରେ।
~~~
ନିସ୍ତବ୍ଧ ଆଉ ନିଶ୍ଚଳ ମୁଁ ବାକ୍ ଶୂନ୍ୟ।~~~
ମୁହଁ ଖୋଲି ପଚାରିଲି ପାଖରେ ଲାଗି ବସିଥିବା ଜଣେ ମଧ୍ୟମ ବୟସ୍କ ବ୍ୟକ୍ତିଙ୍କୁ, ଆପଣ କେଉଁଠିକୁ ସବୁ ଯାଉଛନ୍ତି, କାହିଁକି ଯାଉଛନ୍ତି????~~~
ବୁଝିଗଲି ଯେ ସେମାନେ ଇଟା ଗଢିବା ପାଇଁ ସୁଦୂର ତାମିଲନାଡୁକୁ ସପରିବାର ଦାଦନ ଖଟି ବାହାରିଛନ୍ତି।
ମନ ବିଚଳିତ ଲାଗିଲା ଜାଣିଲି ଯେତେବେଳେ ସେମାନେ ମାତ୍ର ୧୫ ହଜାର ଟଙ୍କାରେ ନିଜକୁ ବିକ୍ରୀ କରିଦେଇଛନ୍ତି। ~~~
ପଚାରି ବୁଝିଲି ଏମାନେ ପ୍ରାୟ ଭୂମିହୀନ।~~~
କୌତୁହଳରେ ଜଣକୁ ପଚାରିଦେଲି, ତମ ଘରେ କଣ ତାଲା ପକେଇ ପଳେଇ ଆସିଛ? କହିଲା ଆମ ଘରେ କଣ ଅଛି ଯେ କିଏ ନେବ! ଯାହା ଥିଲା ତ ନେଇ ଆସିଛୁ!!
ଆଉ ଆଜିର ଏହି ଦୁଇ ଝିଅଙ୍କ ମଲା ଖବର ଶୁଣି ଆଖି ମୋ ଛଳ ଛଳ।
ମନେ ପଡିଗଲା ସେ ଦିନର କଥାଟି, ତେଣୁ ଲେଖିଦେଲି। ଧନ୍ୟବାଦ। 😔🙏