#ଖିଅ
#ଯାଜପୁର

ପାଢ଼ୀ ମଉସା

ବାହାଘର ପରେ ଲାଗିଲା, ଘରେ ସମସ୍ତେ ସାଙ୍ଗ ହୋଇ ରହିଲେ ଭଲ। ସାମ୍ବାଦିକତାରେ ଏ ଜିଲ୍ଲା, ସେ ଜିଲ୍ଲା ବୁଲି, ଭୁବନେଶ୍ୱର ଏକା ରହି ରହି ବଡ଼ ଚିକିଟା ଲାଗୁଥାଏ। ବାପା, ବୋଉ ତ ଘର ଛାଡ଼ି ଆସି ପାରିବେ ନାହିଁ। ତେଣୁ ଗୋଟିଏ ଚାକିରି ଖୋଜି ମୁଁ ଯାଜପୁର ପଳେଇଲି।

ମୋ ଅଫିସରେ ଆଉ ଛଅ ଜଣ ଥିଲେ। ଅକାଉଣ୍ଟାଣ୍ଟ ପାଢ଼ୀ ବାବୁ- ଯାହାଙ୍କ ଘର ବ୍ରହ୍ମବରଦା, କନିଷ୍ଠ ସହାୟକ ମିଶ୍ର ବାବୁ- ତାଙ୍କ ଘର କୋଦଣ୍ଡପୁର, ଡାଟାଏଣ୍ଟ୍ରି ଅପରେଟର ପଣ୍ଡା- ସେ କଲେଜରେ ମୋ ସଂଗେ ପଢୁଥିଲା, ଆଉ ଦୁଇ ଜଣ ସହାୟକ- ପାଢ଼ୀ ମଉସା- ଖଣ୍ଡରା ପାଖ ବାଲିପଦା ତାର ଗାଁ ଓ ଜେନା- ଗାଁ ବୋଦୁଅ। ଜେନା ଥିଲା ଭିନ୍ନକ୍ଷମ।

ମୁଁ ଜଏନ କରିବା ଦିନ ପାଢ଼ୀ ମଉସା ନଥିଲା। ତା ଭାଷାରେ ତାର ସେଦିନ ଡ୍ୟୁଟି ନଥିଲା।

ଦିନେ ସକାଳୁ ଢୁ ଢୁ ବର୍ଷା ବାଡ଼ାଉ ଥାଏ- ଜଣେ ଲୋକ ଗୋଟିଏ ରେନକୋଟ ପିନ୍ଧି ପୁରା ଓଦା ସରସର ହୋଇ ଆସି ପହଁଚିଲା। ପ୍ରବଳ ବର୍ଷାରେ ଆମ ଘରକୁ ରାସ୍ତା ବୁଡ଼ି ସାରିଥାଏ।

ମୁଁ ପଚାରିଲି- କିଏ ଆପଣ ?
କାଳିଆ, ବୁଢା କିନ୍ତୁ ଟାଣୁଆ ମଣିଷ ଉତ୍ତର ଦେଲା- ମୁଁ ପାଢ଼ୀ। ଅଫିସ ପିଅନ ସାର।
- ଏତେ ବର୍ଷାରେ ଆସିଲେ ?
- ଦେଖା କରିବାକୁ।

ପରେ ସେ ଅଫିସରେ କ୍ରମଶଃ ପାଢ଼ୀ ମଉସାକୁ ପରିବର୍ତ୍ତନ ହୋଇଗଲା। ଠିକ ୧୧ଟା ବେଳେ ଆସି କବାଟ ଫାଙ୍କରେ ଅନେଇ କହିବ- ଆପଣଙ୍କ ଚାହା ପିଇବା ଟାଇମ ହୋଇଗଲା।

ପଇସା ନେଇ ଗୋଟିଏ ଫ୍ଲାସ୍କ ଧରି ସାଇକେଲ ମାରି ଗାନ୍ଧୀଛକରୁ ଆମ ସଭିଙ୍କ ପାଇଁ ଚାହା ଆଣିବ। ନିଜେ ଦି ସୁଡୁକା ମାରିବ। ଉପରବେଳା ୪ଟା ବାଜିଲେ ବରା ଆଣିବା ପାଇଁ ମୁହଁ ଦେଖାଇବ। ତାର ଓ ମୋର ଅଧିକ ସିଙ୍ଗଡ଼ା ଆଣିବ। ସଂଜରେ ମୁଁ ଅଧିକ ସମୟ ରହିଲେ, ସମସ୍ତେ ଘରକୁ ଗଲେ ବି ପାଢ଼ୀ ମଉସା ଥିବ। ଯେତେ କହିଲେ ଯିବନି।

ଚାହା ଆଣିବ- ଏଥର ଦି ତିନିଥର ପିଇବାକୁ। ସାଙ୍ଗ ହୋଇ ତାର ମୋର ଘରକୁ ଫେରିବୁ। ବହୁତ ଥର ତାର ମୋର ଚାଲି ଚାଲି ଫେରୁ ଡେରି ସଂଜକୁ। ସେ ଫେରି ରାମ ମନ୍ଦିର ଯାଏ ତବଲା ବଜେଇବାକୁ।

ମୁଁ ଯୁଆଡେ ଯାଏ ଅଫିସ କାମରେ ପାଢ଼ୀ ମଉସା ମୋ ସାଙ୍ଗରେ ଯିବ। ବାଟରେ ଭାତ, ମାଉଁସ ଖାଇବ, ନହେଲେ ମନ ମୋଟା କରିବ।

ରବିବାର ସଂଜରେ କି ବୁଧବାର ଦିନରେ ତାର ମୋର ବସଷ୍ଟାଣ୍ଡ ବାଇଆ ନା ହୋଟେଲ ଯାଇ- ଭାତ ମାଉଁସ ଖାଉ। ବୁଢ଼ାର ଖାଇବା ଶୈଳୀ ଭାରି ସୁନ୍ଦର। ଦାନ୍ତ ନଥିଲା, କିନ୍ତୁ କଣ୍ଟା ଛାଡି ସବୁ ମାଉଁସ ସେ ଖାଇବ। ଗୋଟା ପିଆଜ ବାରବାର ମାଗି ଖାଇବ।

ଯାଜପୁରରେ ଥିବା ବେଳେ ମୁଁ ଅଧିକାଂଶ ଦିନ ବାଇକ ନେଇ ଆଖଣ୍ଡଳମଣି ପଳାଏ।

ଫେରିଲା ବେଳେ ପେଣ୍ଟ ମୋଡ଼ି ଦେଇ ମୁଁ ଫେରିବା ସମୟରେ ହିମାଂଶୁ ଦେଖାହେବ ବଉଳାଙ୍ଗରେ। ହସି ପଚାରିବ- କଣ ସାର, ଆଖଣ୍ଡଳମଣିଙ୍କ ପାଖରୁ ଫେରିଲେ ?

ଦିନେ ବୁଢ଼ା ପାଢ଼ୀ ଓ ମୁଁ ଗଲୁ। ସେ ହିଁ ମତେ ବାଟରେ କହିଲା- ନଈ ସେପାରି ଭଦ୍ରକର ମଠସାହିରେ ଭଲ ଦେଶୀ କୁକୁଡ଼ା ମିଳେ। ଫେରିବା ବେଳକୁ କିଣିଲୁ। ବୁଢ଼ା କିନ୍ତୁ ଧରିବା ପାଇଁ ନାରାଜ।

- ମୋ ଧର୍ମ ଯିବ, ଏ କୁକୁଡ଼ା ଧରି ମୁଁ ବସିବି ? ହେ ଭଗବାନ, ଭଗବାନ !
- ନାଇଁ, ଖାଇଲା ବେଳକୁ ଧର୍ମ ଆଉ ତୁମର ଯାଉନି ?
- ଛାଡ଼ନ୍ତୁ, ଚାକିରି ତ କରିଛି !
- ଠିକ, ସେଇଆ ଭାବି ଧରିକି ବସ। ଦେଶୀ କୁକୁଡ଼ା ଯେ ସେ !

ଆଉ ଦୁବକଣ ପାଖରେ ସେ କୁକୁଡ଼ା ଉଡ଼ିଗଲା। ପାଢ଼ୀ ମଉସା ଓ ମୁଁ ସେ ବିଲରେ ଗୋଡେଇ ଗୋଡେଇ ତାକୁ ଧରିଲୁ ମୁହଁ ସଂଜରେ।

ମଉସା ଯେତେ ବିରକ୍ତ ହୋଇଛି, ତା ଧର୍ମ ପଳେଇଲା ବୋଲି। ବୁଢା ଖାଇଲେ ଶାନ୍ତି, ଆଉ ରାଗିବ ନାହିଁ। କହିବ- ହଉ, ଯାହା ହେଲା ହେଲା।

ମୁଁ ଚିଙ୍ଗୁଡ଼ି ଗାନ୍ଧୀଛକରୁ କିଣିବି ତ ବୁଢାକୁ ନେଇ ଖଣ୍ଡରା ଛକରେ ଦେଇ ଆସେ। ସେ ଖାଇଲେ, ଖୁସି ହେବ। ହସିଦେବ।

୧୦
ଭାରି ସ୍ନେହୀ, ଅମଳିନ ଭାବେ ସେ ମତେ ଭଲ ପାଏ। ସେଇଲାଗି ତ ଦୁର୍ଗାପୂଜାରେ ଆମ ଗାଆଁରେ ଯାଇ ଭଜନ ସଂଧ୍ୟା ସେ କରିଛି। ମୁଁ ଖାଇବି ବୋଲି କଞ୍ଚା ବାଦାମ ବିଲରୁ ଉପାଡି ନେଇ ଭୋରରୁ ଆସି ଆମ ଘରେ ହାଜର ହୋଇଛି। ମାଉଁସ ଖାଇବା ପରେ ହସି ହସି ଆଶୀର୍ବାଦ ଦେଇଛି- ଆପଣଙ୍କ ପକେଟ ଖାଲି ନହେଉ। ଠାକୁରେ! (କହି ସେ ହାତ ଯୋଡ଼ିଛି)

୧୧
ମୁଁ ତା ସହ ବହୁ ବର୍ଷ ପରେ ଥରେ ଗଲା ବର୍ଷ କଥାହେଲି।
- ପାଢ଼ୀ ବାବୁ କହୁଛନ୍ତି ?
- ନମସ୍କାର ସାର। ମୋ ଭାଗ୍ୟ, ଆପଣ ଫୋନ କରିଛନ୍ତି।
- ସେମିତି କୁହନି ମଉସା। ମୋର ଗର୍ବ ହୋଇଯିବ ଯଦି!
- ହା ହା, ନାହିଁ ନାହିଁ ହେବନି।

ବିରଜାଙ୍କ ବେଢ଼ାରେ ତାର ମୋର ସଂଜକୁ ବସିଚୁ। ମୁଁ ଜହ୍ନକୁ ଅନେଇଲା ବେଳେ ସେ ତବଲା ବଜେଇ ଭଜନ ଗାଇଛି।

୧୨
ଯେବେ ବି ମୁଁ ଯାଜପୁର ଯାଏ, ପାଢ଼ୀ ମଉସାକୁ ଭେଟେ। ଆମେ ବାଇଆ ନା ହୋଟେଲ ଯାଉ।

ଗଲା ବର୍ଷ ଭୁବନେଶ୍ୱରରେ ଦେଖାହେଲା। ଭାରି କାନ୍ଦିଲା- ଆପଣ ପଳେଇ ଆସିଲା ପରେ ବିପତ୍ତି ଧରିଚି ମତେ। ସାନ ପୁଅ କିଡନି ଖରାପ।

କିନ୍ତୁ ସେ କେବେ ବି କହିନି କି ମତେ ସାହାଯ୍ୟ କରିବେ।

୧୩
ମୁଁ ନିଜକୁ ବଡ଼ ଦେଖେଇ ତାକୁ କହିଥିଲି ଯାହା ସମ୍ଭବ ମୁଁ କରିବି। ବ୍ୟସ୍ତ ହେବନି।
- ହଁ, ଆପଣ ଅଛନ୍ତି, ବ୍ୟସ୍ତ କଣ ପାଇଁ ? ମଉସା କହିଥିଲା।

ମୁଁ କିନ୍ତୁ ତାକୁ କିଛି କରି ପାରିଲି ନାହିଁ, ମୋର ବାହାସ୍ଫୋଟ ସତ୍ୱେ।
ଅକୃତଜ୍ଞ ମୁଁ !!!

ଏବେ ସେ ଦେଖା ହୁଅନ୍ତି। ତାଙ୍କ ଚାକିରି ଚାଲି ଯାଇଛି।ଘର ଓ ବୟସ ବୋଝ ବୋହି ବି ସେ ସଳଖ। ସିଧା।

୧୪

• • •

Missing some Tweet in this thread? You can try to force a refresh
 

Keep Current with Jyoti Prakash Mohapatra

Jyoti Prakash Mohapatra Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @jp_mohapatra

Apr 9
ଚୈତ୍ରର ବଣକୁ ସାନ୍ତ୍ୱନା ଦେଇ ଦେଇ ଅଣେ ଅଣେ ଲମ୍ବି ଚାଲିଛି ଚୈତ୍ରର ବାଟ, ତା'ର ଥିଲା ଆଜି ନାହିଁ, ୟା'ର ନଥିଲା ଆଜି ପୁରିଛି, ଦୁହେଁ ମିଶିଯାଇ ପୁଣି ସେହି ଚେତନାର ଗହଳି ବଣ, ଗଛର ବଣ ପାତଳ ହୋଇଛି, ମଣିଷର ବଣ ବଢିଛି।

ସେହି ସରୁ ଗୋଡ଼ଦଳା ଚଲାବାଟ, ଲାଜ ସୁରୁସୁରୁ, ଭୟ ଥୁରୁଥୁରୁ, ଆଭିଜାତ୍ୟର ପିତ୍ତଳ ଛାତି ଉପରେ ଝକଝକେଇ ସେ କେବେ
ଇତିହାସ ତିଆରି କରିବାର ଦମ୍ଭ ଦେଖାଇ, ପୃଥିବୀ ଆଗରେ ଗଫା ବଖାଣି ନାହିଁ, ଆଜି ତା'ର ଶିରାଏ ଶିରାଏ ମଣିଷ ଖୁନ୍ଦାଖୁନ୍ଦି, ତା'ର ବାଙ୍କେ ବାଙ୍କେ ସର୍ଜନାର ଅପୂର୍ବ ସରାଗ, ସେଠି କୋଳାହଳ ସେଠି ଆନନ୍ଦ ସେଠି ରଙ୍ଗ। ପଞ୍ଝା ପଞ୍ଝା ଆସନ୍ତି ପଞ୍ଝାପଞ୍ଝା ଯାଆନ୍ତି ସେହି ଆପଣା- ଭୁଲା ସରୁ ବାଟରେ।

ପର୍ବତର ଅନ୍ଧି ସନ୍ଧି, ଘାଟି ଟିକ୍ରାର ପାହାଚେ ପାହାଚେ, ପତ୍ରଲଟାର ସୁଡଙ୍ଗର ତଳେ ତଳେ ଚହଟି ବୁଲନ୍ତି ଅଗଣିତ ମଣିଷ, ବାଟର ବରଗଛ ମୂଳେ ମେଳା ବସେ, ଖାଲରେ ଶିକାର, ପଥୁରିଆ ଝୋଲାକୂଳର ସାନ ସାନ ଗୁମ୍ଫାରେ ଶିଉଳିର ଶେଯ ଉପରେ ଯେଉଁଠି ଝୋଲାର ଛଳଛଳରେ ଚେତନାର ଉନ୍ମେଷ ହୁଏ,

Read 4 tweets
Dec 26, 2021
#ଖିଅ

ଗୋଟିଏ ଗାଁର ଗପ (୩)

ଡ୍ରାମା

ଡ୍ରାମା ଆରମ୍ଭ ହେବ ସଂଜକୁ। କିନ୍ତୁ ସିଦିଆ ସାଆଁନ୍ତ ଗାଏବ। ସବୁ ରୋଲ କଲା, ରିହର୍ସାଲ କଲା, କିନ୍ତୁ ଠିକ ଡ୍ରାମା ଦିନ ନାହିଁ। ସେଇଠୁ ଲୋକ ପଠାଗଲା ତାଙ୍କ ଘରକୁ। ଯିଏ ଯାଇଥିଲା, ସିଏ ଆସି କହିଲା- ସେ ଶ୍ୱଶୁର ଘରକୁ ରାଗି ପଳେଇଛନ୍ତି।

- କିରେ, ଏଥିରେ ରାଗିବାର କଣ ଅଛି? ଆଜି ଡ୍ରାମା, ରଜ ସଂକ୍ରାନ୍ତି, ଆଉ ସିଏ କିମିତି ପଳେଇଲା ମ! ହଇଆଛାଡ଼ ଲୋକୁଟା।

- ତମେ ତାକୁ ଡ୍ରାମାରେ ମନ୍ତ୍ରୀ ପାର୍ଟ (ରୋଲ) ଦେଲ ତ, ସେଇନାଗି ସିଏ ରାଗିକି ପଳେଇଚି।

- ସିଏ ତ ବଢିଆ ଆକ୍ଟିଂ କରେ ବୋଲି ତାକୁ ମନ୍ତ୍ରୀ ପାର୍ଟ ଦିଆ ଯାଇଥିଲା । ଏଥର ପୁଣି ମନ୍ତ୍ରୀ ପାର୍ଟ ଜମାଣିଆ।

ମୂର୍ଖ, ପାଷାଣ୍ଡ। ଗଲା, କହିଲାନି ଟିକେ, ଜଣେଇଲା ବି ନାହିଁ।

- ସେ ପରା ଫି’ ବର୍ଷ ଡ୍ରାମାରେ ରାଜା ପାର୍ଟ କରୁଥିଲେ। ତାଙ୍କୁ ମନ୍ତ୍ରୀ ପାର୍ଟ ଦେଲ। ଛୋଟ କରିଦେଲ। ତେଣୁ ସିଏ ରାଗିକି ପଳେଇଲେ ବୋଲି ତାଙ୍କ ଘର ଲୋକ କହୁଛନ୍ତି।

ଏଇମିତି ଅଚାନକ ସେ ବର୍ଷ ଡ୍ରାମାରେ ଆସି ଉପୁଜିଲା ବାଧା। କଣ କରାଯିବ? ଏଥିକୁ ଉପାୟ କଣ?

Read 20 tweets
Oct 20, 2021
#ସାମ୍ବାଦିକତାର_ଫର୍ଦ୍ଦ (୩)

ଅପହଞ୍ଚ ଆକାଶ

ଭୁବନେଶ୍ୱରରୁ ଦିନେ ଅଚାନକ ବଦଳି ହେଲା।ବଦଳି ହେଲା ବୋଲି ନ କହି, ବରଂ ବଦଳି କରେଇ ନେଲି କହିଲେ ଚଳିବ। ରାଜଧାନୀର ଏଡ଼େ ଚଉଡ଼ା ରାସ୍ତା, ଫାଙ୍କା ଫାଙ୍କା ବଜାର ମତେ ଭଲ ଲାଗିଲା ନାହିଁ। ଆଜି ବି ଲାଗେନି।

ଛୋଟିଆ ସହର, ଗଳି ଭିତରେ ସାଇକେଲ ଯାଇ ପାରୁ ନଥିବ, ଭିଡରେ ଅଣନିଶ୍ୱାସୀ ହେଉଥିବ ମଣିଷ, ଝାଳ ମୁହଁରେ ବାଜି ଲୁଣିଆ ଲାଗୁଥିବ- ସେ ସହର ସବୁଦିନ ପସନ୍ଦ। ମୁଁ ନିଜେ ବାଧ୍ୟ କଲି ମତେ ବଦଳି କରିଦିଆ ଯାଉ ଓ ଶେଷକୁ ବାଲେଶ୍ୱର ଗଲି।

ବାଲେଶ୍ୱର ପରିଚିତ ସହର। ଯୁକ୍ତ ଦୁଇ ସେଠି ମୁଁ ପଢ଼ୁଥିଲି। ମୋ ମଝିଆ ପିଉସୀ ସେଇଠି ରହୁଥିଲା।

ପୁଚୁକା, ଚାଟ୍, ଷ୍ଟେସନ ବଜାର, ପୁଲିସ ଲାଇନ୍ ଛକ ସବୁ ଜଣା, ଚିହ୍ନା।

ବାଲେଶ୍ୱରରେ ମୋ ପାଖେ ସାଇକେଲଟେ ଥିଲା। ତାକୁ ହିଁ ନେଇ ଅଫିସ ଯାଏ, ରିପୋର୍ଟିଂ ବି। ବାପା ପରେ ମଟର ସାଇକେଲ ପଠେଇଲେ। ଆମ 'ସମ୍ବାଦ' ଅଫିସ ଥିଲା ଶିଳ୍ପାଞ୍ଚଳରେ। ଓରି ପ୍ଲାଷ୍ଟ ଆଗକୁ। କେଇ ଶ' ମିଟର ଦୂରରେ ଜଗନ୍ନାଥ ମନ୍ଦିର।

Read 18 tweets
Oct 19, 2021
बीत गए दिन, प्यार के पल-छीन
सपना बनी ये रातें
भूल गए वो, तू भी भुला दे
प्यार की वो मुलाकातें
सब दूर आंधेरा
मुसाफिर जाएगा कहाँ...

1/n
कोई भी तेरी, राह ने देखे
नैन बिछाए न कोई
दर्द से तेरे, कोई ना तड़पा
आँख किसी की ना रोई
कहे किसको तू मेरा
मुसाफिर जाएगा कहाँ...

2/n
तूने तो सबको, राह बताई
तू अपनी मंज़िल क्यूँ भूला
सुलझा के राजा, औरों की उलझन
क्यूँ कच्चे धागों में झूला
क्यूँ नाचे सपेरा
मुसाफिर जाएगा कहाँ...

3/n
Read 6 tweets
Oct 18, 2021
#ସାମ୍ବାଦିକତାର_ଫର୍ଦ୍ଦ (୨)

ଏକ ଅକୁହା ସମ୍ପର୍କ

ଜଗତସିଂହପୁର ଜିଲ୍ଲା ସଦର ମହକୁମା ଖୁଉବ ବକୁଟେ ଥିଲା ୨୦୦୩ ବେଳକୁ। ମଟର ସାଇକେଲରେ ବୁଲିଲେ ପାଞ୍ଚ ମିନିଟରେ ସରି ଯାଉଥିଲା। ଅଧା ସହର ସାଙ୍ଗରେ ସମାନ୍ତରାଳ ହୋଇ କେନାଲଟେ ଚାଲିଥିବ।

କିନ୍ତୁ ଲୋକେ ପକ୍କା ରାଜନୀତିରେ ରୁଚି ରଖନ୍ତି।

ସକାଳୁ ପୋଷ୍ଟ ଅଫିସ ଛକରେ ଚାହା ଗିଲାସ ଓ ଖବରକାଗଜ ସହ ଖଟି- ସେ ସହରର ନିୟମିତ ଦୃଶ୍ୟ ଥିଲା।

ଜିଲ୍ଲାରେ ଯୋଗ ଦେବା ପରେ ମୁଁ ଜିଲ୍ଲାପାଳଙ୍କୁ ଆଗ ଦେଖା କରିବାକୁ ଗଲି ପରଦିନ ସଂଜରେ। ତାଙ୍କ ଆବାସିକ କାର୍ଯ୍ୟାଳୟରେ। କେଇ ଜଣ ଅଫିସରଙ୍କ ସହ ସେ କଥା ହେଉ ଥାଆନ୍ତି।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନେଇ ଚିହ୍ନେଇ ଦେଲେ। ସେମିତି ଛିଡ଼ା ଛିଡ଼ାରେ ଦୁଇ ପଦ କଥା ହୋଇ ସେ ମତେ ବିଦା କରିଦେଲେ।

ଶୁଣିଲି- ସେ ଚାହୁଁ ନାହାଁନ୍ତି ସେ ଜିଲ୍ଲାକୁ ମୁଁ ଯାଏ ବୋଲି। ତାଙ୍କୁ ତ ମୁଁ ଚିହ୍ନି ନ ଥାଏ। ଲାଗିଲା- ଜଣେ ସାମ୍ବାଦିକ କୋଉଠି ଚାକିରି କରିବ କଣ ତାହା ଜଣେ ବରିଷ୍ଠ ଓଏଏସ୍ ଠିକ କରିବ କି ?

Read 15 tweets
Sep 24, 2021
#ଅରିନ୍ଦମ

ଅରିନ୍ଦମ କଥା କୋଉଠୁ ଆରମ୍ଭ କରିବି ? ଲେଖିହେବ କି ସେ କେବେ କେଇ ଶହ ଶବ୍ଦ ଭିତରେ ?

ଏଇ ସାତ ଦିନ ତଳେ ଦେଖା ହୋଇଥିଲା, ଯୋଡ଼େ ଫର୍ମ ସାଙ୍ଗରେ ଧରି ଆସିଥିଲା। କହିଲା- ସାର୍, (ଯେବେ ତା ଇଚ୍ଛା ହୁଏ ମତେ ଭାଇ ଡାକେ) ଚାଲନ୍ତୁ ଲ' ପଢିବା। ଏଇ ଆପଣଙ୍କ ଫର୍ମ, ଏ ଫର୍ମ ମୋର। ସାଙ୍ଗ ହୋଇ ଓକିଲ ହେବା।

ତା' ପନ୍ଦର ଦିନ ଆଗରୁ ଜବରଦସ୍ତ ମତେ ଡକେଇ ଦେଖା କଲା।

କହିଲା- ଇଚ୍ଛା ନାହିଁ। ଭାବୁଛି ସମ୍ବାଦିକତା ଛାଡ଼ିଦେବି।
- କିନ୍ତୁ, କରିବ କଣ ?
- ମୋମୋ ଦୋକାନ।
ମୁଁ ହସିଲି। ଓଡ଼ିଶାର ଏଡ଼େ ପ୍ରସିଦ୍ଧ, ସଦା ନିର୍ଭୟ ଓ ଅନ୍ୟତମ ଶ୍ରେଷ୍ଠ ରିପୋର୍ଟର ସମ୍ବାଦିକତା ଛାଡିଦେବ !
- ହଁ, ସାର୍। ଭଲ ଲାଗୁନି ଆଉ।

ମେ ଫେୟାର ପାଖ ଗଳିରେ ବହୁତ ସମୟ କଥା ହେଲୁ। ମତେ ସେ କଥା ଦେଲା ଏବେ ସାମ୍ବାଦିକତା ଛାଡ଼ିବ ନାହିଁ।

କେଇ ଦିନ ଆଗରୁ ଯାଇଥିଲା ଢେଙ୍କାନାଳ। ମେଞ୍ଚେ ମିଠା ନେଇ ସାଙ୍ଗରେ ଓ କେଡ଼େ ମିଠା କଥା କହିଥିଲା- ସାର୍, କରୋନା ଯୋଗୁଁ ଦେଖା ହୋଇ ପାରୁନି। ଆପଣ ତ ଇଆଡ଼େ ଚାଲି ଆସିଲେ। ମୁଁ ଟିକେ ଦେଖିବାକୁ ଆସିଗଲି। ଆପଣଙ୍କୁ ଆଉ ମୋ ଆଇଆଇଏମସିକୁ।
Read 9 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Don't want to be a Premium member but still want to support us?

Make a small donation by buying us coffee ($5) or help with server cost ($10)

Donate via Paypal

Or Donate anonymously using crypto!

Ethereum

0xfe58350B80634f60Fa6Dc149a72b4DFbc17D341E copy

Bitcoin

3ATGMxNzCUFzxpMCHL5sWSt4DVtS8UqXpi copy

Thank you for your support!

Follow Us on Twitter!

:(