Jyoti Prakash Mohapatra Profile picture
ସମୁଦ୍ରରେ ଏ ଗର୍ଜନ କାହାର ? ବୋଧେ ନଦୀର ଦୀର୍ଘ ନିରବତାର...
Nov 20, 2022 10 tweets 3 min read
#ଖିଅ

ଏ ସେମିତି ଭଲ ପାଇବା ନ ଥିଲା, ସେତେବେଳର ଡର ଓ ସମାଜର ଅଶ୍ରଦ୍ଧାକୁ ଡରି କେଇ ପଦ କଥା ବି ହେଇ ହୁଏନି ତୁମ ସହ, ସମ୍ପର୍କ କହିଲେ- ଖାଲି ନିରବତା; ଆଖି ହଳକର କେତେବେଳେ ଆଉ ଦୁଇ ଆଖି ମିଶିଗଲେ, ତଳକୁ ଆପେ ନଇଁ ଆସୁଥିଲା ପତା।

ନା କେବେ ତୁମକୁ କହି ବି ପାରିଲି କେବେ କିଛି, ତୁମ ତ ସବୁବେଳେ ନିରବ, ଲାଜରେ ଜୁଡୁସୁଡୁ।

୧ ନିରବରେ ବୈତରଣୀ ସୁଅ ରକମ ବହି ଚାଲିଲା ସବୁ, ନା କୂଳ ଲଙ୍ଘିବାର ଇଚ୍ଛା, ବରଂ ଜହ୍ନର ପୁନେଇଁ ଆଲୁଅରେ ପ୍ରତିଫଳିତ ଦୀର୍ଘ ଆଲୋକିତ ରେଖା ପରି।

ବିରଜାଙ୍କ ବେଢ଼ାରେ ମାଆଙ୍କ ଦାଉଦାଉ ଆଖି ସହ ଟୁନା ନନାର ସ୍ତୋତ୍ରରେ କଳନା କରି ପକାଏ ତୁମକୁ, ରକ୍ଷାକାଳୀଙ୍କ ସାମ୍ନାରେ ଘିଅ ଦୀପ ଲଗେଇ ବୋଧେ ମାନସିକ ତୁମକୁ ହିଁ କରୁଥିଲି।

Apr 9, 2022 4 tweets 1 min read
ଚୈତ୍ରର ବଣକୁ ସାନ୍ତ୍ୱନା ଦେଇ ଦେଇ ଅଣେ ଅଣେ ଲମ୍ବି ଚାଲିଛି ଚୈତ୍ରର ବାଟ, ତା'ର ଥିଲା ଆଜି ନାହିଁ, ୟା'ର ନଥିଲା ଆଜି ପୁରିଛି, ଦୁହେଁ ମିଶିଯାଇ ପୁଣି ସେହି ଚେତନାର ଗହଳି ବଣ, ଗଛର ବଣ ପାତଳ ହୋଇଛି, ମଣିଷର ବଣ ବଢିଛି।

ସେହି ସରୁ ଗୋଡ଼ଦଳା ଚଲାବାଟ, ଲାଜ ସୁରୁସୁରୁ, ଭୟ ଥୁରୁଥୁରୁ, ଆଭିଜାତ୍ୟର ପିତ୍ତଳ ଛାତି ଉପରେ ଝକଝକେଇ ସେ କେବେ
୧ ଇତିହାସ ତିଆରି କରିବାର ଦମ୍ଭ ଦେଖାଇ, ପୃଥିବୀ ଆଗରେ ଗଫା ବଖାଣି ନାହିଁ, ଆଜି ତା'ର ଶିରାଏ ଶିରାଏ ମଣିଷ ଖୁନ୍ଦାଖୁନ୍ଦି, ତା'ର ବାଙ୍କେ ବାଙ୍କେ ସର୍ଜନାର ଅପୂର୍ବ ସରାଗ, ସେଠି କୋଳାହଳ ସେଠି ଆନନ୍ଦ ସେଠି ରଙ୍ଗ। ପଞ୍ଝା ପଞ୍ଝା ଆସନ୍ତି ପଞ୍ଝାପଞ୍ଝା ଯାଆନ୍ତି ସେହି ଆପଣା- ଭୁଲା ସରୁ ବାଟରେ।

Apr 6, 2022 14 tweets 3 min read
#ଖିଅ
#ଯାଜପୁର

ପାଢ଼ୀ ମଉସା

ବାହାଘର ପରେ ଲାଗିଲା, ଘରେ ସମସ୍ତେ ସାଙ୍ଗ ହୋଇ ରହିଲେ ଭଲ। ସାମ୍ବାଦିକତାରେ ଏ ଜିଲ୍ଲା, ସେ ଜିଲ୍ଲା ବୁଲି, ଭୁବନେଶ୍ୱର ଏକା ରହି ରହି ବଡ଼ ଚିକିଟା ଲାଗୁଥାଏ। ବାପା, ବୋଉ ତ ଘର ଛାଡ଼ି ଆସି ପାରିବେ ନାହିଁ। ତେଣୁ ଗୋଟିଏ ଚାକିରି ଖୋଜି ମୁଁ ଯାଜପୁର ପଳେଇଲି।

୧ ମୋ ଅଫିସରେ ଆଉ ଛଅ ଜଣ ଥିଲେ। ଅକାଉଣ୍ଟାଣ୍ଟ ପାଢ଼ୀ ବାବୁ- ଯାହାଙ୍କ ଘର ବ୍ରହ୍ମବରଦା, କନିଷ୍ଠ ସହାୟକ ମିଶ୍ର ବାବୁ- ତାଙ୍କ ଘର କୋଦଣ୍ଡପୁର, ଡାଟାଏଣ୍ଟ୍ରି ଅପରେଟର ପଣ୍ଡା- ସେ କଲେଜରେ ମୋ ସଂଗେ ପଢୁଥିଲା, ଆଉ ଦୁଇ ଜଣ ସହାୟକ- ପାଢ଼ୀ ମଉସା- ଖଣ୍ଡରା ପାଖ ବାଲିପଦା ତାର ଗାଁ ଓ ଜେନା- ଗାଁ ବୋଦୁଅ। ଜେନା ଥିଲା ଭିନ୍ନକ୍ଷମ।

Dec 26, 2021 20 tweets 4 min read
#ଖିଅ

ଗୋଟିଏ ଗାଁର ଗପ (୩)

ଡ୍ରାମା

ଡ୍ରାମା ଆରମ୍ଭ ହେବ ସଂଜକୁ। କିନ୍ତୁ ସିଦିଆ ସାଆଁନ୍ତ ଗାଏବ। ସବୁ ରୋଲ କଲା, ରିହର୍ସାଲ କଲା, କିନ୍ତୁ ଠିକ ଡ୍ରାମା ଦିନ ନାହିଁ। ସେଇଠୁ ଲୋକ ପଠାଗଲା ତାଙ୍କ ଘରକୁ। ଯିଏ ଯାଇଥିଲା, ସିଏ ଆସି କହିଲା- ସେ ଶ୍ୱଶୁର ଘରକୁ ରାଗି ପଳେଇଛନ୍ତି।

୧ - କିରେ, ଏଥିରେ ରାଗିବାର କଣ ଅଛି? ଆଜି ଡ୍ରାମା, ରଜ ସଂକ୍ରାନ୍ତି, ଆଉ ସିଏ କିମିତି ପଳେଇଲା ମ! ହଇଆଛାଡ଼ ଲୋକୁଟା।

- ତମେ ତାକୁ ଡ୍ରାମାରେ ମନ୍ତ୍ରୀ ପାର୍ଟ (ରୋଲ) ଦେଲ ତ, ସେଇନାଗି ସିଏ ରାଗିକି ପଳେଇଚି।

- ସିଏ ତ ବଢିଆ ଆକ୍ଟିଂ କରେ ବୋଲି ତାକୁ ମନ୍ତ୍ରୀ ପାର୍ଟ ଦିଆ ଯାଇଥିଲା । ଏଥର ପୁଣି ମନ୍ତ୍ରୀ ପାର୍ଟ ଜମାଣିଆ।

Oct 20, 2021 18 tweets 3 min read
#ସାମ୍ବାଦିକତାର_ଫର୍ଦ୍ଦ (୩)

ଅପହଞ୍ଚ ଆକାଶ

ଭୁବନେଶ୍ୱରରୁ ଦିନେ ଅଚାନକ ବଦଳି ହେଲା।ବଦଳି ହେଲା ବୋଲି ନ କହି, ବରଂ ବଦଳି କରେଇ ନେଲି କହିଲେ ଚଳିବ। ରାଜଧାନୀର ଏଡ଼େ ଚଉଡ଼ା ରାସ୍ତା, ଫାଙ୍କା ଫାଙ୍କା ବଜାର ମତେ ଭଲ ଲାଗିଲା ନାହିଁ। ଆଜି ବି ଲାଗେନି।

୧ ଛୋଟିଆ ସହର, ଗଳି ଭିତରେ ସାଇକେଲ ଯାଇ ପାରୁ ନଥିବ, ଭିଡରେ ଅଣନିଶ୍ୱାସୀ ହେଉଥିବ ମଣିଷ, ଝାଳ ମୁହଁରେ ବାଜି ଲୁଣିଆ ଲାଗୁଥିବ- ସେ ସହର ସବୁଦିନ ପସନ୍ଦ। ମୁଁ ନିଜେ ବାଧ୍ୟ କଲି ମତେ ବଦଳି କରିଦିଆ ଯାଉ ଓ ଶେଷକୁ ବାଲେଶ୍ୱର ଗଲି।

ବାଲେଶ୍ୱର ପରିଚିତ ସହର। ଯୁକ୍ତ ଦୁଇ ସେଠି ମୁଁ ପଢ଼ୁଥିଲି। ମୋ ମଝିଆ ପିଉସୀ ସେଇଠି ରହୁଥିଲା।

Oct 19, 2021 6 tweets 1 min read
बीत गए दिन, प्यार के पल-छीन
सपना बनी ये रातें
भूल गए वो, तू भी भुला दे
प्यार की वो मुलाकातें
सब दूर आंधेरा
मुसाफिर जाएगा कहाँ...

1/n
कोई भी तेरी, राह ने देखे
नैन बिछाए न कोई
दर्द से तेरे, कोई ना तड़पा
आँख किसी की ना रोई
कहे किसको तू मेरा
मुसाफिर जाएगा कहाँ...

2/n
Oct 18, 2021 15 tweets 3 min read
#ସାମ୍ବାଦିକତାର_ଫର୍ଦ୍ଦ (୨)

ଏକ ଅକୁହା ସମ୍ପର୍କ

ଜଗତସିଂହପୁର ଜିଲ୍ଲା ସଦର ମହକୁମା ଖୁଉବ ବକୁଟେ ଥିଲା ୨୦୦୩ ବେଳକୁ। ମଟର ସାଇକେଲରେ ବୁଲିଲେ ପାଞ୍ଚ ମିନିଟରେ ସରି ଯାଉଥିଲା। ଅଧା ସହର ସାଙ୍ଗରେ ସମାନ୍ତରାଳ ହୋଇ କେନାଲଟେ ଚାଲିଥିବ।

କିନ୍ତୁ ଲୋକେ ପକ୍କା ରାଜନୀତିରେ ରୁଚି ରଖନ୍ତି।

୧ ସକାଳୁ ପୋଷ୍ଟ ଅଫିସ ଛକରେ ଚାହା ଗିଲାସ ଓ ଖବରକାଗଜ ସହ ଖଟି- ସେ ସହରର ନିୟମିତ ଦୃଶ୍ୟ ଥିଲା।

ଜିଲ୍ଲାରେ ଯୋଗ ଦେବା ପରେ ମୁଁ ଜିଲ୍ଲାପାଳଙ୍କୁ ଆଗ ଦେଖା କରିବାକୁ ଗଲି ପରଦିନ ସଂଜରେ। ତାଙ୍କ ଆବାସିକ କାର୍ଯ୍ୟାଳୟରେ। କେଇ ଜଣ ଅଫିସରଙ୍କ ସହ ସେ କଥା ହେଉ ଥାଆନ୍ତି।

Sep 24, 2021 9 tweets 2 min read
#ଅରିନ୍ଦମ

ଅରିନ୍ଦମ କଥା କୋଉଠୁ ଆରମ୍ଭ କରିବି ? ଲେଖିହେବ କି ସେ କେବେ କେଇ ଶହ ଶବ୍ଦ ଭିତରେ ?

ଏଇ ସାତ ଦିନ ତଳେ ଦେଖା ହୋଇଥିଲା, ଯୋଡ଼େ ଫର୍ମ ସାଙ୍ଗରେ ଧରି ଆସିଥିଲା। କହିଲା- ସାର୍, (ଯେବେ ତା ଇଚ୍ଛା ହୁଏ ମତେ ଭାଇ ଡାକେ) ଚାଲନ୍ତୁ ଲ' ପଢିବା। ଏଇ ଆପଣଙ୍କ ଫର୍ମ, ଏ ଫର୍ମ ମୋର। ସାଙ୍ଗ ହୋଇ ଓକିଲ ହେବା।

ତା' ପନ୍ଦର ଦିନ ଆଗରୁ ଜବରଦସ୍ତ ମତେ ଡକେଇ ଦେଖା କଲା।

କହିଲା- ଇଚ୍ଛା ନାହିଁ। ଭାବୁଛି ସମ୍ବାଦିକତା ଛାଡ଼ିଦେବି।
- କିନ୍ତୁ, କରିବ କଣ ?
- ମୋମୋ ଦୋକାନ।
ମୁଁ ହସିଲି। ଓଡ଼ିଶାର ଏଡ଼େ ପ୍ରସିଦ୍ଧ, ସଦା ନିର୍ଭୟ ଓ ଅନ୍ୟତମ ଶ୍ରେଷ୍ଠ ରିପୋର୍ଟର ସମ୍ବାଦିକତା ଛାଡିଦେବ !
- ହଁ, ସାର୍। ଭଲ ଲାଗୁନି ଆଉ।

Aug 5, 2021 25 tweets 6 min read
#ସୂତା
#ଯାଜପୁର

ଝିଅ ଦେଖା

ସକାଳେ ବସି ମୋ ପାହାଚ ଉପରେ ମୁଁ ଖବରକାଗଜ ପଢୁଥାଏ ଭୁବନେଶ୍ୱରରେ।
ବାପାଙ୍କ ଫୋନ ଆସିଲା- କାଲି ତୁ ଯାଜପୁର ଆସେ। ଜରୁରି ଅଛି ।
- କଣ ହେଲା କି ?
- ନାଇଁ ତୁ କାଲି ସକାଳେ ଆସି ପହଁଚି ଯାଆ। ଫାଷ୍ଟ ବସରେ ଚାଲି ଆସିବୁ।

୨୦୧୦ ମସିହାର କଥା ଇଏ।

୧ ମୁଁ ସକାଳେ ଫାଷ୍ଟ ବସ ଧରି ଯାଜପୁରରେ ପହଁଚିଲା ବେଳକୁ ସକାଳ ୧୦ଟା। ଖାଇ ସାରି ଉଠିଲା ବେଳକୁ ବାପା କହିଲେ- ତୁ ଝିଅ ଦେଖିବା ପାଇଁ ଯିବୁ।
- କୋଉ ଝିଅ ?
- ତୋ ବାହାଘର ପାଇଁ । ଗାନ୍ଧି ବାବୁ ଯିବେ ତୋ ସାଙ୍ଗରେ। ଜଲଦି ବାହାରି ଯାଆ।
- କି ଝିଅ, କିଏ ସେ କିଛି ମୁଁ ଜାଣିନି। କଣ ଦେଖିବା ପାଇଁ ଯିବି?

Aug 4, 2021 6 tweets 2 min read
#OdiaJournalismDay

୨୦୧୩ ମସିହା ଜୁଲାଇ ମାସ ଶେଷ। କେଇ ମାସ ପୂର୍ବରୁ ଆଇଆଇଏମସିରେ ଯୋଗ ଦେଇଥାଏ। ସଂଜରେ Mrinal Chatterjee ସାରଙ୍କ ସହ IIMC Dhenkanalରେ ଚାହା ପିଉଥାଏ। ସାର୍ କହିଲେ- ଅଗଷ୍ଟ ୪ ତାରିଖ କଣ ଜାଣିଛୁ ?
ମୁଁ କହିଲି- କାହାର ବୋଧେ ଜନ୍ମଦିନ ହୋଇଥିବ।

୧ ସାର୍ କହିଲେ- ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା ସେଦିନ ଜନ୍ମ ନେଇଥିଲା। ତାର ଜନ୍ମଦିନ ପାଳିବା ଦରକାର। ଭାରତୀୟ ଖବରକାଗଜ ଦିବସ ଜାନୁଆରୀ ୨୯ ତାରିଖରେ। ସେମିତି ହିନ୍ଦୀ, ମରାଠୀ ଏମିତିକି କୋଙ୍କଣୀ ଖବରକାଗଜ ଦିବସ ଅଛି। ଆମର ସବୁ ଥାଇ ବି ଆମେ ଭୁଲି ଯାଇଛୁ।

Jul 22, 2021 29 tweets 7 min read
#ସୂତା

ଅପରାହଣର ଚିଠି

ରେଭେନ୍ସାରେ ମୁଁ ପଢୁଥିଲି ସେତେବେଳେ । ପିଜି ଫିଫଥ ଇଅର ସରି ଯାଇଥାଏ । ପରୀକ୍ଷା ସରି ନଥାଏ । ଖରାଛୁଟି। ନିଉ ପିଜି ହଷ୍ଟେଲରେ ଭାତ, ଡାଲମା ରାନ୍ଧି ଖାଇ ସାରିବା ପରେ ଉପରବେଳା ଗୋଟେ ଚିଠି କିଏ ଆଣି ଦେଲା ।

୧ ସବୁଜ ଇନଲାଣ୍ଡରେ ଆସିଥାଏ ସେ ଚିଠି । ଫ୍ରମ୍ (ଚିଠି କାହାଠୁ ଆସିଛି) ଜାଗାରେ ଲେଖା ହୋଇଥାଏ- ଫ୍ରମ ଇଓର ଫ୍ରେଣ୍ଡ (ଜଣେ ବନ୍ଧୁଙ୍କଠାରୁ ଚିଠି)।

ଅକ୍ଷର ଚିହ୍ନା ଲାଗୁଥିଲା । ପରିଚିତ ଜଣା ପଡ଼ୁଥିଲା । କିନ୍ତୁ ଆଖିରେ ନିଦ ଥିଲା ମୋର। ଚିଠିଟିକୁ ଟେବୁଲ ଉପରେ ରଖି ଶୋଇ ପଡ଼ିଲି ।

Jun 21, 2021 30 tweets 6 min read
(ସୂତା)

ଗୋଟିଏ ଗାଁରେ ରଜ
#ରଜପର୍ବ

ଗାଁରେ ରଜ ଆସେ ବାଲିଝରି ଛନ୍ଦାରୁ । ଆସ୍ତେ ଆସ୍ତେ ଚାପିଚୁପି। ବର୍ଷା ଓ ଓଦା ପଣତ ଢାଙ୍କି ହୋଇ । ବାଲିଝରି ଛନ୍ଦା କଡ଼କୁ ବାବାସାହି ଗାଁ । ନଈ ସେପାଖେ । ଗଛପତ୍ର ଭିତରେ ଭର୍ତ୍ତି ହୋଇ କୁନି, ବକୁଟେ ଗାଁ । ଗାଁ ତ ନୁହେଁ, ସାହିଟେ କହିଲେ ଚଳିବ । ତା’ ଆଗକୁ ବଢେଇ ସାହି ।

୧ ସେ ଜାଗାରେ ନଈ କୂଳେ ଘଞ୍ଚ ଗଛ ଅଧିକ ଆଉ ନଈ ବି ଟିକେ ଗଭୀର ହୋଇ ଯାଇଛି । ସେଇଠି ନଈର ଗଣ୍ଡ ଅଧିକ । ମୁଁ ସବୁଦିନେ ନଈବନ୍ଧରେ ବସି ଅନେଇଲା ବେଳେ ମତେ ଲାଗେ- ରଜ ସେଇଠୁ ଉଠି ଆସୁଛି । କାଖରେ ପାଣି ମାଠିଆ ଧରି । ନଈବନ୍ଧ ବାଟେ ଦାଣ୍ଡ ଗଡ଼ିଆ ଦେଇ ଗାଁ ଭିତରକୁ ପଶୁଛି ।

Jun 20, 2021 6 tweets 2 min read
#ବାପା

ବାପା ହେବା ଭାରି ସହଜ ମ !

ବୋଉ ଉପରେ ସଂସାର ଛାଡ଼ିଦେଇ
ଖରା, ବର୍ଷାରେ ସେ ସଂସାର ପାଇଁ
ତିଆରୁ ଥିବ ଛାତ,
ପୁଅ ଝିଅ ଶୋଇଗଲେ
ଅନ୍ଧାରରେ ଲୁଚି
ତାଙ୍କ କପାଳରେ
ଛୁଉଁଥିବ ଆଶୀର୍ବାଦର ଅଭୟ ହାତ ଭଲ ଜାମା, ଗେଂଜି କେବେ କିଣିବ ହିଁ ନାହିଁ
ସଭିଙ୍କୁ ଶାଢ଼ୀ କି ଜାମା କିଣିଦେଇ
ନିଜର ଦି' ଖଣ୍ଡ ଲୁଙ୍ଗିକୁ
ଧୋଇ ଶୁଖେଇ
ପିନ୍ଧିବାରେ କି କଷ୍ଟ ଯେ !

ପୁଅର ଗାଡ଼ି ପାଇଁ ପେଟ୍ରୋଲ ପଇସା ରଖିଦେଇ
ସାଇକେଲରେ ଫାଙ୍କା ପବନରେ
ହାଟ, ବନ୍ଧୁ, ଝିଅ ଝିଆଣି ଘରେ ବୁଲିବା
ଓ ଆଠ ଦଶୁଟା ବେଗ ଦେଇ ଆସିବାରେ
କି କଳା କୌଶଳ ଦର୍କାର କୁହ ତ !