#କିଶୋରୀସଂଗ୍ରାମୀ -- 🙏
ପାଞ୍ଚ ବର୍ଷ ବୟସରେ ତ୍ରିରଙ୍ଗା ଉତ୍ତୋଳନ , ସାତ ବର୍ଷ ବୟସରେ ଦେଶ ମାତୃକାର ସ୍ଵାଧୀନତା ପାଇଁ ବଜ୍ର ଶପଥ ସଂଗ୍ରାମୀ ପରିବାରର ଚାଲିଚଳନ ରହିଯାଇଥିଲା ଜୀବନର ଭିତ୍ତିଭୂମି ଭାବେ । ସେତେବେଳକୁ ହୋଇଥାଏ ମାତ୍ର ତେର ବର୍ଷ ।
୧୯୩୦ ମସିହାର ନଭେମ୍ବର ମାସ ଏଗାର ତାରିଖ ।‌ଗାନ୍ଧୀଜୀଙ୍କ ଡାକରା ଆସିଯାଇଥାଏ ଅହରହ ସଂଗ୍ରାମ ଜାରି ରଖିବା ପାଇଁ ଦେଶ ସ୍ବାଧୀନ ନ ହେବା ପର୍ଯ୍ୟନ୍ତ । କିଶୋରୀଟିର ପାଦ କି ସମ୍ଭଳା ପଡ଼େ ! ସେହି ଆହ୍ଵାନରେ ଝାସ ଦେଲେ ସ୍ଵାଧୀନତା ସଂଗ୍ରାମରେ । କିନ୍ତୁ ସେ ଯେ ତେର ବର୍ଷର ନାବାଳିକା କନ୍ୟାଟିଏ ମାତ୍ର !
ଏବଂ ଏହି ସମୟରେ ବାପା , ମା , ଦାଦା , ଖୁଡ଼ି ସମସ୍ତେ ଜେଲରେ । ଏହି ସଂଗ୍ରାମ ତ ଚଳାଇ ରଖିବାକୁ ହେବ ! ସକ୍ରିୟ ହୋଇ ଯାଇଥିଲେ ଅନ୍ନପୂର୍ଣ୍ଣା । ଗଠନ ହୋଇ ସାରିଥିଲା
#ବାନର #ସେନା । ଅଗଣିତ ଛାତ୍ରଛାତ୍ରୀ , କିଶୋର , କିଶୋରୀ ଗୋଟିଏ ପରେ ଗୋଟିଏ ଝାସ ଦେଉଥାନ୍ତି ବାନର ସେନାରେ । ଆଗରେ ଅନ୍ନପୂର୍ଣ୍ଣା , ମଙ୍ଗଳା ସେନଗୁପ୍ତା
, ଋତୁପର୍ଣ୍ଣା ( ଫକୀରମୋହନ ସେନାପତିଙ୍କ ନାତୁଣୀ ) । ଖାଲି ପାଦରେ ଚାଲି ଚାଲି ଚାନ୍ଦା ସଂଗ୍ରହ କରିବା ଆରମ୍ଭ କରିଦେଲେ କଟକ ସହରର ପ୍ରତି ସାହିରେ ସ୍ଵରାଜ ପାଣ୍ଠି ପାଇଁ । ଅବକାରୀ ଦୋକାନ , ବିଲାତି ଲୁଗା ଦୋକାନ ଆଗରେ ଆରମ୍ଭ କଲେ ପିକେଟିଂ । ଗିରଫ ହେଲେ ପୋଲିସ ଦ୍ବାରା ।
କିନ୍ତୁ ଅଳ୍ପ ବୟସ୍କା ହୋଇ ଥିବାରୁ ଦୁଇଶହ ଟଙ୍କା ଜରିମାନା ନେଇ ପୋଲିସ ଛାଡ଼ି ଦେଲା ଚାରି ଦିନ ପରେ ଅନ୍ନପୂର୍ଣ୍ଣା ଓ ଋତୁପର୍ଣ୍ଣାଙ୍କୁ । ଏଥିରେ କିନ୍ତୁ ବନ୍ଦ ହୋଇନଥିଲା ସ୍ଵରାଜ୍ୟ ପାଇଁ ସଂଗ୍ରାମ । ଘର ଘର ବୁଲି ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଲେ ଗାନ୍ଧୀଙ୍କ ବାର୍ତ୍ତା ,ଅନ୍ୟ ଜନନାୟକ ମାନଙ୍କ ବାଣୀ । ଜାତୀୟକବି ବୀରକିଶୋରଙ୍କ କବିତା
ଗାଇ ଗାଇ ବାନର ସେନା ବୁଲୁଥାନ୍ତି କଟକ ସହରର ପ୍ରତି ଗଳିକନ୍ଦିରେ --

ବିଦ୍ରୋହୀ ଉଠ , ସୈନିକ ଉଠ
ରଣନାଶୀ ରଣ ସେବକ
ମୁକ୍ତ କଣ୍ଠେ ଗାଅ ହେ ସର୍ବେ
ଆମ୍ଭେ ସ୍ଵାଧୀନ ଯୁବକ ।‌
ଭାରତ ସିଂହ ଜାଗ୍ରତ ଆଜି
ଅଳସ ତନ୍ଦ୍ରା ଯାଇଅଛି ଭାଜି
ଅତ୍ୟାଚାରୀର ମାନସ ରାଜ୍ୟେ
ଆଣିଅଛି ଭୀମ ଚମକ ।

• • •

Missing some Tweet in this thread? You can try to force a refresh
 

Keep Current with 𝕾𝖚𝖇𝖍𝖆𝖐𝖆𝖓𝖙𝖆🇮🇳

𝕾𝖚𝖇𝖍𝖆𝖐𝖆𝖓𝖙𝖆🇮🇳 Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @Subha_Odisha

Dec 9
ବିବାହର ପାଞ୍ଚ ମାସ ପରେ ଗାନ୍ଧିଜୀଙ୍କ ଆହ୍ବାନ ଆସିଲା #ଭାରତ #ଛାଡ଼ ! ଏଭଳି କାର୍ଯ୍ୟକ୍ରମରେ ବିବାହ , ସାମାଜିକ ବ୍ୟବସ୍ଥା କ'ଣ ପ୍ରତିବନ୍ଧକ ସାଜି ପାରେ ? ସ୍ଵାମୀ ସ୍ତ୍ରୀ ଦୁହେଁ ରେମୁଣା ଛାଡ଼ି ଚାଲି ଆସିଲେ ବାଲେଶ୍ଵର , ଆନ୍ଦୋଳନରେ ଯୋଗ ଦେବା ପାଇଁ ।
ଆରମ୍ଭ ହେଲା ସତ୍ୟାଗ୍ରହ , ପଦଯାତ୍ରା , ସଭା , ସ୍ଵାଧୀନତା ହାସଲ ସକାଶେ ଜନ ଜାଗରଣ ।‌ଗିରଫ ହେଲେ ଦୁହେଁ । ଅନ୍ନପୂର୍ଣ୍ଣା ମହାରଣା ସ୍ଥାନାନ୍ତରିତ ହେଲେ କଟକ ଜେଲ୍ । ଦୀର୍ଘ ଏକ ବର୍ଷ ଏଗାର ମାସ ପରେ ଶେଷ ହେଲା ଜେଲ୍ ରହଣି । ହେଲେ ଦେଶ ସ୍ବାଧୀନତା ପାଇଁ ଯିଏ ଆଗରୁ ଶପଥ ନେଇଛନ୍ତି , ସେ କ'ଣ ତୁନି ହୋଇ ବସି ପାରିବେ ?
କଟକ ଜେଲରୁ ମୁକ୍ତ ହେବା ମାତ୍ରେ ଇଂରେଜ ସରକାର ନିଷେଧାଦେଶ ଜାରି କରିଦେଲେ , ଯାଜପୁର ଅଞ୍ଚଳକୁ ନ ଯିବା ପାଇଁ । ସଂଗ୍ରାମୀ ତ ଦେଶ ମାତୃକାର ସେବା କରିବା ପାଇଁ ଜନ୍ମିତ !
Read 4 tweets
Dec 9
#ଯାଜପୁର #ବରୀ #ସେବାଘର --

୧୯୩୪ ମସିହା ଅଗଷ୍ଟ ମାସ ତେର ତାରିଖ ବେଳକୁ ଆରମ୍ଭ ହୋଇଗଲା ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ଠାରେ ଆଶ୍ରମ । ଗୋପବନ୍ଧୁ ଚୌଧୁରୀ , ମା ରମାଦେବୀ ପ୍ରତିଷ୍ଠିତ ଏହି ଆଶ୍ରମ ନାମିତ ହେଲା #ସେବାଘର ନାମରେ । ମାନବ ସେବାର କେନ୍ଦ୍ର ହୋଇ ଉଠିଲା ଏହି ଆଶ୍ରମ ।
ହରିଜନ କଲ୍ୟାଣ , ସ୍ଵାଧୀନତା ବାର୍ତ୍ତା ପ୍ରଚାର , ଶ୍ରମଦାନ , ମୌଳିକ ଶିକ୍ଷାର ଅନନ୍ୟ ଅନୁଷ୍ଠାନ ଭାବରେ ଖ୍ୟାତ ହେଲା ସମଗ୍ର ଭାରତବର୍ଷରେ । ଗାନ୍ଧୀଜୀଙ୍କ ଠାରୁ ଆରମ୍ଭ କରି ବହୁ ଦେଶ ପ୍ରେମୀ ବିଭିନ୍ନ ସମୟରେ ପହଞ୍ଚିବା ଦ୍ୱାରା #ସେବାଘରକୁ ଆହୁରି ସୁନାମ ଆଣିଦେଲା । ବାନର ସେନା , ମାତୃମଙ୍ଗଳ କେନ୍ଦ୍ର
, ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେବା ପାଇଁ ତାଲିମ ସକାଶେ ଶହଶହ କର୍ମୀ ଯୋଗ ଦେଉଥାନ୍ତି ଆଶ୍ରମରେ । ପାଦରେ ଚାଲି ଚାଲି ଶ୍ରମଦାନ , ବସ୍ତି ସଫେଇ , ନୈଶ୍ୟ ବିଦ୍ୟାଳୟ , ହରିଜନ ସେବା , କୁସଂସ୍କାର ଦୂର ଆଦି କର୍ମରେ ଲିପ୍ତ ହୋଇ ଯାଉଥାନ୍ତି ବହୁ ଦେଶପ୍ରେମୀ । ନାରୀ ମାନଙ୍କର ନେତୃତ୍ଵ ନେଉଥାନ୍ତି ଗୋଦାବରୀ ଦେବୀ
Read 5 tweets
Dec 9
ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାରଣା , ଜନ୍ମ କଟକ ସହର ୧୯୧୭ ମସିହା ନଭେମ୍ବର ମାସ ୦୩ ତାରିଖ। ବାଲ୍ୟକାଳରୁ ସଂଗ୍ରାମୀ । ଆନୁଷ୍ଠାନିକ ଭାବେ ପାଠ ପଢ଼ିନାହାନ୍ତି ବିଦ୍ୟାଳୟରେ । ସେ ବଂଶର ପ୍ରତ୍ୟେକ ମଣିଷ ତ ଅଚଳାଚଳ ସମ୍ପତ୍ତି ତ୍ୟାଗ କରି ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ଦେଶ ମାତୃକାର ସେବା କରିବା ପାଇଁ ,
ତେଣୁ ପାଠପଢ଼ାରେ ମନ ଲାଗିବ କୁଆଡ଼େ ! ବିଦ୍ୟାଳୟ ମାଟି ତ ମାଡ଼ିଲେ ନାହିଁ , ହେଲେ ଶିକ୍ଷା ଲାଭ କଲେ ବାପା ଗୋପବନ୍ଧୁ ଚୌଧୁରୀଙ୍କ ଠାରୁ ଚାଟଶାଳୀ ପାଠ , ସେପଟେ ଜାତୀୟ କବି ବୀରକିଶୋର ପଢ଼ାଇଲେ ସଂସ୍କୃତ , ବଙ୍ଗଳା ଓ ଗୁଜୁରାଟି ଭାଷାର ପୁସ୍ତକ , ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ,
ଗାନ୍ଧୀ ମଣିଷ ନବକୃଷ୍ଣ ଚୌଧୁରୀ କିଶୋରୀଟିର ମନରେ ଦେଶମୁକ୍ତି ଆନ୍ଦୋଳନର ବୀଜ ବୁଣି ଦେଲେ ଓ ସଂସ୍କାର ଓ ସେବାର ଗୁରୁମନ୍ତ୍ର ଦେଲେ ମାଁ ରମାଦେବୀ ! ଏଭଳି ଶିକ୍ଷକମାନେ ଥାଉଁ ଥାଉଁ , ବିଦ୍ୟାଳୟ ଯିବା ଆଉ କ'ଣ ଦରକାର ଯେ !
Read 6 tweets
Dec 9
#ପୂଜ୍ୟପୂଜା
#ଅନ୍ନପୂର୍ଣ୍ଣା #ମହାରଣା

୧୯୨୪ ମସିହା ଅପ୍ରେଲ ମାସ ୩ ତାରିଖ । କଟକ ଟାଉନ୍ ହଲରେ ସ୍ଵାଧୀନଚେତା ବୁଦ୍ଧିଜୀବୀ ମାନଙ୍କୁ ନେଇ ପାଳିତ ହେଉଥାଏ ବ୍ରିଟିଶ ସରକାରଙ୍କ ନାରକୀୟ ହତ୍ୟାକାଣ୍ଡ ' ଜାଲିଆନାୱାଲାବାଗ ' ଦିବସ । ସଭାସ୍ଥଳ ଭରପୂର।
ଗୋଟିଏ ସାତ ବର୍ଷର ଝିଅ ତାର ନଅ ବର୍ଷର ଭାଇ ସହ ଆଗଧାଡି଼ରେ ଶ୍ରୋତା ରୂପେ ବସିଥାନ୍ତି । ବିଶିଷ୍ଟ ରାଜନେତା ଓ ସ୍ଵାଧୀନତା ସଂଗ୍ରାମୀ ରାଜକୃଷ୍ଣ ବୋଷ ବର୍ଣ୍ଣନା କରୁଛନ୍ତି ଏହି ହତ୍ୟାକାଣ୍ଡ ସମ୍ପର୍କରେ । ଉପସ୍ଥିତ ଶ୍ରୋତା ମାନଙ୍କର ରକ୍ତ ତାତି ଉଠୁଛି ଏବଂ ଦୁଇ ଭାଇ ଭଉଣୀ ଭାଷଣ ଶୁଣି ଉତ୍ତେଜିତ ହୋଇ ଉଠୁଛନ୍ତି ।
କ୍ଷୋଭ ଜାଗ୍ରତ ହୋଇ ଉଠୁଛି ଦୁହିଁଙ୍କ ହୃଦୟରେ । ଶପଥ କରିଛନ୍ତି ଦୁହେଁ -
" ଦେଶର ସ୍ବାଧିନତା ପାଇଁ ଜୀବନ ଉତ୍ସର୍ଗ କରିବା , ଦେଶକୁ ସ୍ବାଧୀନ କରିବା ଓ ଗାନ୍ଧୀଜୀଙ୍କ ଆହ୍ଵାନରେ ଆରମ୍ଭ ହୋଇଥିବା ଆନ୍ଦୋଳନରେ ଝାସ ଦେବା ।" ସେହି ଝିଅ ---

ଗୋଟିଏ ଆଭିଜାତ୍ୟ ପୂର୍ଣ୍ଣ ତଥା ବୁନିଆଦି ଘରର କନ୍ୟା ।
Read 7 tweets
Dec 8
ଏହି କାବ୍ୟର ତତ୍ତ୍ଵ ସମ୍ବନ୍ଧରେ କବିଙ୍କ ଦୃଢ଼ତା ସହ ରାଧାକୃଷ୍ଣଙ୍କ ଅନୁଗାମୀ ମାନଙ୍କୁ କି ସୁନ୍ଦର ଆହ୍ବାନ:
“ଡାକି କହୁଛି ମୁଁ ରାଗମାର୍ଗ ଭକ୍ତଜନେ
ଡେରି କର୍ଣ୍ଣ ସସ୍ନେହତ୍ କର ମୋ ବର୍ଣ୍ଣନେ ହେ ।”
ଭଗବାନ ପ୍ରେମ ସ୍ବରୂପ । ତାଙ୍କର ଶକ୍ତି ମଧ୍ୟରେ ପ୍ରୀତି ଶକ୍ତି ଶ୍ରେଷ୍ଠ । ସେହି ପ୍ରେମମୟ ଶକ୍ତି ବଳରେ ଗୋପୀମାନେ ଭକ୍ତ ଶିରୋମଣି !
ତନ୍ମଧ୍ୟରୁ ଶ୍ରେଷ୍ଠ ହେଉଛନ୍ତି ଶ୍ରୀରାଧା । ସେ ପ୍ରେମ ସ୍ବରୂପ ଭଗବାନଙ୍କ ପ୍ରେମମୟୀ ଆନନ୍ଦମୟୀ ଶକ୍ତି, ସେ ହ୍ଳାଦିନୀ ଅଂଶ ସମ୍ଭୂତା, ଆହ୍ଳାଦିନୀକାରିଣୀ ଶକ୍ତି ।
“ସନ୍ଧିନୀ ସମ୍ବନ୍ଧିନୀ ଆହ୍ଳାଦିନୀ
ବିକାର ତତ୍ତ୍ଵ ଗୁଣ ଅଛି ଘେନି
କାର୍ଯ୍ୟ କାରଣ ସମ୍ଭବ କାରିଣୀ
ସର୍ବଶକ୍ତିମୂଳ ଏ ଘେନି ଜାଣି ।”
ବିଦଗ୍ଧ ଚିନ୍ତାମଣିରେ ସାଧନାର ମାର୍ଗ
କାମ-ପ୍ରମତ୍ତମାନଙ୍କର ଆଦିମ ପ୍ରବୃତ୍ତିର ଜାନ୍ତବ ଚରିତାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ, ସେହି ସାଧକମାନେ ଅଧିକାରୀ ନୁହନ୍ତି ଏ ମାର୍ଗର:
“ବନ୍ଧାଇବ ଯେ ହୀରାରେ ଛାତିକି
ମତ ବଳାଇବ ସେହି ପ୍ରୀତିକି ।
ଜୀବନ ଯାହା ସ୍ଵ ଆୟତ୍ତରେ ଥିବ
ସେହି ତ ପ୍ରୀତି ପଥେ ପାଦ ଦେବ ।”
Read 5 tweets
Dec 8
କବି ତିଳକ , ବିଦଗ୍ଧ କବି #ଅଭିମନ୍ୟୁସାମନ୍ତସିହାଂର

୧୭୬୦ ମସିହା ଫେବୃଆରୀ ୨୩ତାରିଖ ଦିନ #ଯାଜପୁର ଜିଲ୍ଲାର ବରୀ ବ୍ଲକ ବାଲିଆଠାରେ ହୋଇଥିଲା ।ବାଲିଆ ଗ୍ରାମ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରୁ ଅନତିଦୁରରେ ଅବସ୍ଥିତ। ତାଙ୍କର ପିତା ଥିଲେ ଜଣେ ଅପୁତ୍ରିକ ଜମିଦାର ଇନ୍ଦ୍ରଜିତ ସାମନ୍ତ ସିଂହାର ।
ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ନାମରେ ଜଣେ ପଣ୍ଡିତଙ୍କ ଦେବପୂଜା ହେତୁ ଅଭିମନ୍ୟୁ ଜନ୍ମ ହେବାର ପ୍ରବାଦ ରହିଛି । ସେ ହି ଅଭିମନ୍ୟୁଙ୍କ ଗୁରୁ ଥିଲେ । ମାତ୍ର ୯ ବର୍ଷ ବୟସରେ ସେ ପ୍ରଥମ ପଦ୍ୟ ରଚନା କରିଥିଲେ।

“କରମଙ୍ଗା ଗଛ ଛାଇ ଗୋ,
ମୋର ହୁଁ ଗୋ ।
କରମ ଯାହାର ସଫଳ ହୋଇବ,
କୃଷ୍ଣଙ୍କୁ ଲଭିବ ସେହି ଗୋ,
ମୋର ହୁଁ ଗୋ ।"
~ ଅଭିମନ୍ୟୁ ସାମନ୍ତସିଂହାର ~
ଓଡ଼ିଆ ସାହିତ୍ୟରେ ରୀତି ଯୁଗର ଅଳଙ୍କାରିକ କବିମାନଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଵୀକୃତ ଅଭିମନ୍ୟୁ ସାମନ୍ତସିଂହାର । ଭାରତୀୟ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ସମାଲୋଚକ ଡ. ବି.ସି.ମଜୁମଦାରଙ୍କ ମୂଲ୍ୟାଙ୍କନ ଥିଲା ଏହିପରି –
Read 21 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Don't want to be a Premium member but still want to support us?

Make a small donation by buying us coffee ($5) or help with server cost ($10)

Donate via Paypal

Or Donate anonymously using crypto!

Ethereum

0xfe58350B80634f60Fa6Dc149a72b4DFbc17D341E copy

Bitcoin

3ATGMxNzCUFzxpMCHL5sWSt4DVtS8UqXpi copy

Thank you for your support!

Follow Us on Twitter!

:(