Discover and read the best of Twitter Threads about #ଯାଜପୁର

Most recents (7)

ବିବାହର ପାଞ୍ଚ ମାସ ପରେ ଗାନ୍ଧିଜୀଙ୍କ ଆହ୍ବାନ ଆସିଲା #ଭାରତ #ଛାଡ଼ ! ଏଭଳି କାର୍ଯ୍ୟକ୍ରମରେ ବିବାହ , ସାମାଜିକ ବ୍ୟବସ୍ଥା କ'ଣ ପ୍ରତିବନ୍ଧକ ସାଜି ପାରେ ? ସ୍ଵାମୀ ସ୍ତ୍ରୀ ଦୁହେଁ ରେମୁଣା ଛାଡ଼ି ଚାଲି ଆସିଲେ ବାଲେଶ୍ଵର , ଆନ୍ଦୋଳନରେ ଯୋଗ ଦେବା ପାଇଁ ।
ଆରମ୍ଭ ହେଲା ସତ୍ୟାଗ୍ରହ , ପଦଯାତ୍ରା , ସଭା , ସ୍ଵାଧୀନତା ହାସଲ ସକାଶେ ଜନ ଜାଗରଣ ।‌ଗିରଫ ହେଲେ ଦୁହେଁ । ଅନ୍ନପୂର୍ଣ୍ଣା ମହାରଣା ସ୍ଥାନାନ୍ତରିତ ହେଲେ କଟକ ଜେଲ୍ । ଦୀର୍ଘ ଏକ ବର୍ଷ ଏଗାର ମାସ ପରେ ଶେଷ ହେଲା ଜେଲ୍ ରହଣି । ହେଲେ ଦେଶ ସ୍ବାଧୀନତା ପାଇଁ ଯିଏ ଆଗରୁ ଶପଥ ନେଇଛନ୍ତି , ସେ କ'ଣ ତୁନି ହୋଇ ବସି ପାରିବେ ?
କଟକ ଜେଲରୁ ମୁକ୍ତ ହେବା ମାତ୍ରେ ଇଂରେଜ ସରକାର ନିଷେଧାଦେଶ ଜାରି କରିଦେଲେ , ଯାଜପୁର ଅଞ୍ଚଳକୁ ନ ଯିବା ପାଇଁ । ସଂଗ୍ରାମୀ ତ ଦେଶ ମାତୃକାର ସେବା କରିବା ପାଇଁ ଜନ୍ମିତ !
Read 4 tweets
#ଯାଜପୁର #ବରୀ #ସେବାଘର --

୧୯୩୪ ମସିହା ଅଗଷ୍ଟ ମାସ ତେର ତାରିଖ ବେଳକୁ ଆରମ୍ଭ ହୋଇଗଲା ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ଠାରେ ଆଶ୍ରମ । ଗୋପବନ୍ଧୁ ଚୌଧୁରୀ , ମା ରମାଦେବୀ ପ୍ରତିଷ୍ଠିତ ଏହି ଆଶ୍ରମ ନାମିତ ହେଲା #ସେବାଘର ନାମରେ । ମାନବ ସେବାର କେନ୍ଦ୍ର ହୋଇ ଉଠିଲା ଏହି ଆଶ୍ରମ ।
ହରିଜନ କଲ୍ୟାଣ , ସ୍ଵାଧୀନତା ବାର୍ତ୍ତା ପ୍ରଚାର , ଶ୍ରମଦାନ , ମୌଳିକ ଶିକ୍ଷାର ଅନନ୍ୟ ଅନୁଷ୍ଠାନ ଭାବରେ ଖ୍ୟାତ ହେଲା ସମଗ୍ର ଭାରତବର୍ଷରେ । ଗାନ୍ଧୀଜୀଙ୍କ ଠାରୁ ଆରମ୍ଭ କରି ବହୁ ଦେଶ ପ୍ରେମୀ ବିଭିନ୍ନ ସମୟରେ ପହଞ୍ଚିବା ଦ୍ୱାରା #ସେବାଘରକୁ ଆହୁରି ସୁନାମ ଆଣିଦେଲା । ବାନର ସେନା , ମାତୃମଙ୍ଗଳ କେନ୍ଦ୍ର
, ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେବା ପାଇଁ ତାଲିମ ସକାଶେ ଶହଶହ କର୍ମୀ ଯୋଗ ଦେଉଥାନ୍ତି ଆଶ୍ରମରେ । ପାଦରେ ଚାଲି ଚାଲି ଶ୍ରମଦାନ , ବସ୍ତି ସଫେଇ , ନୈଶ୍ୟ ବିଦ୍ୟାଳୟ , ହରିଜନ ସେବା , କୁସଂସ୍କାର ଦୂର ଆଦି କର୍ମରେ ଲିପ୍ତ ହୋଇ ଯାଉଥାନ୍ତି ବହୁ ଦେଶପ୍ରେମୀ । ନାରୀ ମାନଙ୍କର ନେତୃତ୍ଵ ନେଉଥାନ୍ତି ଗୋଦାବରୀ ଦେବୀ
Read 5 tweets
କବି ତିଳକ , ବିଦଗ୍ଧ କବି #ଅଭିମନ୍ୟୁସାମନ୍ତସିହାଂର

୧୭୬୦ ମସିହା ଫେବୃଆରୀ ୨୩ତାରିଖ ଦିନ #ଯାଜପୁର ଜିଲ୍ଲାର ବରୀ ବ୍ଲକ ବାଲିଆଠାରେ ହୋଇଥିଲା ।ବାଲିଆ ଗ୍ରାମ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରୁ ଅନତିଦୁରରେ ଅବସ୍ଥିତ। ତାଙ୍କର ପିତା ଥିଲେ ଜଣେ ଅପୁତ୍ରିକ ଜମିଦାର ଇନ୍ଦ୍ରଜିତ ସାମନ୍ତ ସିଂହାର ।
ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ନାମରେ ଜଣେ ପଣ୍ଡିତଙ୍କ ଦେବପୂଜା ହେତୁ ଅଭିମନ୍ୟୁ ଜନ୍ମ ହେବାର ପ୍ରବାଦ ରହିଛି । ସେ ହି ଅଭିମନ୍ୟୁଙ୍କ ଗୁରୁ ଥିଲେ । ମାତ୍ର ୯ ବର୍ଷ ବୟସରେ ସେ ପ୍ରଥମ ପଦ୍ୟ ରଚନା କରିଥିଲେ।

“କରମଙ୍ଗା ଗଛ ଛାଇ ଗୋ,
ମୋର ହୁଁ ଗୋ ।
କରମ ଯାହାର ସଫଳ ହୋଇବ,
କୃଷ୍ଣଙ୍କୁ ଲଭିବ ସେହି ଗୋ,
ମୋର ହୁଁ ଗୋ ।"
~ ଅଭିମନ୍ୟୁ ସାମନ୍ତସିଂହାର ~
ଓଡ଼ିଆ ସାହିତ୍ୟରେ ରୀତି ଯୁଗର ଅଳଙ୍କାରିକ କବିମାନଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଵୀକୃତ ଅଭିମନ୍ୟୁ ସାମନ୍ତସିଂହାର । ଭାରତୀୟ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ସମାଲୋଚକ ଡ. ବି.ସି.ମଜୁମଦାରଙ୍କ ମୂଲ୍ୟାଙ୍କନ ଥିଲା ଏହିପରି –
Read 21 tweets
ଓଳାଶୁଣି ଗୁମ୍ଫା ଓ ବାବା ଅରକ୍ଷିତ ଦାସ
(ଓଳାଶୁଣୀ,ଯାଜପୁର)

କେନ୍ଦ୍ରପଡା, କଟକ, ଯାଜପୁର ଜିଲ୍ଲାର କେନ୍ଦ୍ରରେ ଦଣ୍ଡାୟମାନ ଓଳାଶୁଣି ପାହାଡ଼ରେ ଅବସ୍ଥିତ । ରାଜଧାନୀ ଭୁବନେଶ୍ଵରରୁ ୮୦ କିଲୋମିଟର ଦୁରରେ ରହିଛି ଏହି ପାହାଡ଼ । Image
ଦୈତାରିରୁ ପାରାଦିପ ଲମ୍ବିଯାଇଥିବା ୫ ନଂ (କ ) ରାଜପଥ ନିକଟରେ ଛିଡା ହୋଇଛି ଏହି ଓଳାଶୁଣି ପାହାଡ ଓରଫ ଗୁମ୍ଫା ପାହାଡ । ପାରାଦ୍ଵୀପକୁ ଯିବବେଳେ ସ୍ଥଳ ଭାଗର ଏହା ହେଉଛି ଶେଷ ପାହାଡ଼ | ଏହି ଓଳାଶୁଣି ପାହାଡ଼ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠ ହୋଇଥିଲେ ବି ଗୋଟିଏ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ।
(ସନ୍ଥ_ଅରକ୍ଷିତ_ଦାସ)
ଅରକ୍ଷିତ ଦାସ ଓଡ଼ଶା ଗଞ୍ଜାମ ଜିଲ୍ଲା ବଡଖେମଣ୍ଡାର ବିଜୟନଗର ଗଡରେ ଆନୁମାନିକ ୧୭୮୦ରୁ ୧୭୮୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାବେଳ ନାମ ଥିଲା ବଲଭଦ୍ର ଦାସ । ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା, ପଦ୍ମନାଭ ଦେବ, Image
Read 10 tweets
#ଖିଅ

ଏ ସେମିତି ଭଲ ପାଇବା ନ ଥିଲା, ସେତେବେଳର ଡର ଓ ସମାଜର ଅଶ୍ରଦ୍ଧାକୁ ଡରି କେଇ ପଦ କଥା ବି ହେଇ ହୁଏନି ତୁମ ସହ, ସମ୍ପର୍କ କହିଲେ- ଖାଲି ନିରବତା; ଆଖି ହଳକର କେତେବେଳେ ଆଉ ଦୁଇ ଆଖି ମିଶିଗଲେ, ତଳକୁ ଆପେ ନଇଁ ଆସୁଥିଲା ପତା।

ନା କେବେ ତୁମକୁ କହି ବି ପାରିଲି କେବେ କିଛି, ତୁମ ତ ସବୁବେଳେ ନିରବ, ଲାଜରେ ଜୁଡୁସୁଡୁ।

ନିରବରେ ବୈତରଣୀ ସୁଅ ରକମ ବହି ଚାଲିଲା ସବୁ, ନା କୂଳ ଲଙ୍ଘିବାର ଇଚ୍ଛା, ବରଂ ଜହ୍ନର ପୁନେଇଁ ଆଲୁଅରେ ପ୍ରତିଫଳିତ ଦୀର୍ଘ ଆଲୋକିତ ରେଖା ପରି।

ବିରଜାଙ୍କ ବେଢ଼ାରେ ମାଆଙ୍କ ଦାଉଦାଉ ଆଖି ସହ ଟୁନା ନନାର ସ୍ତୋତ୍ରରେ କଳନା କରି ପକାଏ ତୁମକୁ, ରକ୍ଷାକାଳୀଙ୍କ ସାମ୍ନାରେ ଘିଅ ଦୀପ ଲଗେଇ ବୋଧେ ମାନସିକ ତୁମକୁ ହିଁ କରୁଥିଲି।

ମନେ ଅଛି ନା ଆମ ଡିପାର୍ଟମେଣ୍ଟ କଡ଼କୁ ଥିଲା ବୁଢା ବରଗଛଟେ, କତିକି ଭଙ୍ଗା ସାଇକେଲ ଷ୍ଟାଣ୍ଡ, ଯୋଉଠି ରବି ଭାଇ ଗୁପଚୁପ ଆଣି ବିକେ। ଗାୟତ୍ରୀ, ପ୍ରଜ୍ଞା ଅପାଙ୍କ ସହ ତୁମେ ସେଠି ନିଇତି ଯୋଡିହୁଅ।

ଲାବୋରେଟାରୀ ଝରକାରୁ ତୁମ ପିଙ୍କ୍ ରଙ୍ଗ ଚୁନରି ହିଁ ଦିଶେ। ପ୍ରଜ୍ଞା ଅପା ହାତ ଥରେ- ପ୍ରକାଶ ଆସ ଖାଇବ।

ତୁମେ ସେଇଠୁ ଆସ୍ତେ ଖସିଯାଆ।

Read 10 tweets
#ଖିଅ
#ଯାଜପୁର

ପାଢ଼ୀ ମଉସା

ବାହାଘର ପରେ ଲାଗିଲା, ଘରେ ସମସ୍ତେ ସାଙ୍ଗ ହୋଇ ରହିଲେ ଭଲ। ସାମ୍ବାଦିକତାରେ ଏ ଜିଲ୍ଲା, ସେ ଜିଲ୍ଲା ବୁଲି, ଭୁବନେଶ୍ୱର ଏକା ରହି ରହି ବଡ଼ ଚିକିଟା ଲାଗୁଥାଏ। ବାପା, ବୋଉ ତ ଘର ଛାଡ଼ି ଆସି ପାରିବେ ନାହିଁ। ତେଣୁ ଗୋଟିଏ ଚାକିରି ଖୋଜି ମୁଁ ଯାଜପୁର ପଳେଇଲି।

ମୋ ଅଫିସରେ ଆଉ ଛଅ ଜଣ ଥିଲେ। ଅକାଉଣ୍ଟାଣ୍ଟ ପାଢ଼ୀ ବାବୁ- ଯାହାଙ୍କ ଘର ବ୍ରହ୍ମବରଦା, କନିଷ୍ଠ ସହାୟକ ମିଶ୍ର ବାବୁ- ତାଙ୍କ ଘର କୋଦଣ୍ଡପୁର, ଡାଟାଏଣ୍ଟ୍ରି ଅପରେଟର ପଣ୍ଡା- ସେ କଲେଜରେ ମୋ ସଂଗେ ପଢୁଥିଲା, ଆଉ ଦୁଇ ଜଣ ସହାୟକ- ପାଢ଼ୀ ମଉସା- ଖଣ୍ଡରା ପାଖ ବାଲିପଦା ତାର ଗାଁ ଓ ଜେନା- ଗାଁ ବୋଦୁଅ। ଜେନା ଥିଲା ଭିନ୍ନକ୍ଷମ।

ମୁଁ ଜଏନ କରିବା ଦିନ ପାଢ଼ୀ ମଉସା ନଥିଲା। ତା ଭାଷାରେ ତାର ସେଦିନ ଡ୍ୟୁଟି ନଥିଲା।

ଦିନେ ସକାଳୁ ଢୁ ଢୁ ବର୍ଷା ବାଡ଼ାଉ ଥାଏ- ଜଣେ ଲୋକ ଗୋଟିଏ ରେନକୋଟ ପିନ୍ଧି ପୁରା ଓଦା ସରସର ହୋଇ ଆସି ପହଁଚିଲା। ପ୍ରବଳ ବର୍ଷାରେ ଆମ ଘରକୁ ରାସ୍ତା ବୁଡ଼ି ସାରିଥାଏ।

Read 14 tweets
#ସୂତା
#ଯାଜପୁର

ଝିଅ ଦେଖା

ସକାଳେ ବସି ମୋ ପାହାଚ ଉପରେ ମୁଁ ଖବରକାଗଜ ପଢୁଥାଏ ଭୁବନେଶ୍ୱରରେ।
ବାପାଙ୍କ ଫୋନ ଆସିଲା- କାଲି ତୁ ଯାଜପୁର ଆସେ। ଜରୁରି ଅଛି ।
- କଣ ହେଲା କି ?
- ନାଇଁ ତୁ କାଲି ସକାଳେ ଆସି ପହଁଚି ଯାଆ। ଫାଷ୍ଟ ବସରେ ଚାଲି ଆସିବୁ।

୨୦୧୦ ମସିହାର କଥା ଇଏ।

ମୁଁ ସକାଳେ ଫାଷ୍ଟ ବସ ଧରି ଯାଜପୁରରେ ପହଁଚିଲା ବେଳକୁ ସକାଳ ୧୦ଟା। ଖାଇ ସାରି ଉଠିଲା ବେଳକୁ ବାପା କହିଲେ- ତୁ ଝିଅ ଦେଖିବା ପାଇଁ ଯିବୁ।
- କୋଉ ଝିଅ ?
- ତୋ ବାହାଘର ପାଇଁ । ଗାନ୍ଧି ବାବୁ ଯିବେ ତୋ ସାଙ୍ଗରେ। ଜଲଦି ବାହାରି ଯାଆ।
- କି ଝିଅ, କିଏ ସେ କିଛି ମୁଁ ଜାଣିନି। କଣ ଦେଖିବା ପାଇଁ ଯିବି?

- କାଳନ୍ଦୀ ପିଉସା ପ୍ରସ୍ତାବ ଦେଇଛନ୍ତି। ତୁ ଜଲଦି ଯାଆ। ଖାଇବା ପୂର୍ବରୁ ଫେରି ଆସିବୁ।

ଛାତ ଉପରକୁ ମୁଁ ରାଗରେ ପଳେଇଲି।

ମାୟା ଆମ ଡ୍ରାଇଭର ଆସି ଡାକିଲା- ଭାଇ ଆସନ୍ତୁ। ଡେରି ହୋଇଯିବ ନ ହେଲେ। ତଳେ ଦେଖିଲା ବେଳକୁ ଗାନ୍ଧି ସାର ଛିଡ଼ା ହୋଇଛନ୍ତି।

ଗାନ୍ଧି ସାର ଇଂରାଜୀ ବିଭାଗର ଅଧ୍ୟାପକ ଥିଲେ ଯାଜପୁରରେ।

Read 25 tweets

Related hashtags

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!