ମହାପ୍ରଭୁ ଧବଳେଶ୍ୱରଙ୍କର କିରାତ ଅର୍ଜୁନ ବେଶ 🙏 🚩

ଜୟ ବାବା ଧବଳେଶ୍ବର 🙏 🔱

#ବଡ_ଓଷା🔱🌺🙏

(କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ)

ବଡ ଓଷାର ମହିମା ପୁରାଣ ବର୍ଣ୍ଣିତ । ଏକଦା ମହାଦେବ ଶିବଙ୍କ ଦର୍ଶନ ନିମିତ୍ତ ଦେବର୍ଷି ନାରଦ କୈଳାସରେ ପହଞ୍ଚି ମହାଦେବଙ୍କୁ ଦର୍ଶନ କରି ଶିବ ଭକ୍ତ ମାନଙ୍କ ଦୁଃଖ - ଦୁର୍ଦ୍ଦଶା ସମ୍ପର୍କରେ
ମହାଦେବଙ୍କୁ ଅବଗତ କରାଇଲେ ଓ ଉକ୍ତଙ୍କର ଦୁଃଖ ଓ ଦୁର୍ଦ୍ଦଶା ନିବାରଣ ଉପାୟ ପାଇଁ ପ୍ରାର୍ଥନା କଲେ । ମହା ଦେବ ଉତ୍ତରରେ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଧଶୀ ଶିବ ଦର୍ଶନ ବ୍ରତ ଧାରଣ କଥା କହିଲେ । ତାପର ଠାରୁ ମର୍ତ୍ତ୍ୟବାସୀ ମାନେ ନିଷ୍ଠାର ସହିତ ଏହି ବଡ ଓଷା ପାଳନ କରି ଆସୁଛନ୍ତି ।
ବଡ ଓଷାର ମୁଖ୍ୟ ପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିର , ଏହା କଟକ ମହାନଦୀ ପଠାରେ ଅବସ୍ଥିତ ବ୍ରହ୍ମା ଙ୍କ ଦ୍ଵାରା ଶାପଗ୍ରସ୍ତ ଦେବରାଜ ଇନ୍ଦ୍ର ଶ୍ରୀଶ୍ରୀ ଧବଳେଶ୍ୱର ମହାଦେବ ପୀଠ କୁ ଆସି ଶିବ ଆରାଧନାରେ ଶାପ ମୁକ୍ତ ହୋଇଥିଲେ ବୋଲି ପୁରାଣରେ ବର୍ଣିତ ଅଛି ।
କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ବଡ ଓଷା ଅତି ନିଷ୍ଠାର ସହ ପାଳନ କରାଯାଏ । । ଏହି ଓଷା ପାଳନ ଦିନ ମହାଦେବଙ୍କ ଠାରେ ସ୍ଵତନ୍ତ୍ର ପିଠା ଭୋଗ ଲାଗି ହୋଇଥାଏ । ସେହି ପ୍ରସାଦର ନାମ ଗଜ ପିଠା। ସମ୍ପୂର୍ଣ୍ଣ ରୂପେ ଧବଳ ଏହାର ପ୍ରସ୍ତୁତି ପ୍ରଣାଳୀ ଏହି ପ୍ରକାର ।
ଅରୁଆ ଚାଉଳ ଚୁନାରେ ଅଥାର ବସାଯାଇ ପିଠା ପ୍ରସ୍ତୁତ କରାଯାଇ ମହାଦେବଙ୍କୁ ଅର୍ପଣ ପରେ ବ୍ରତ ବଡ ଓଷାଧାରୀ ଭକ୍ତ ଓ ଶ୍ରଦ୍ଧାଳୁମାନେ ସେବନ କରନ୍ତି ।

• • •

Missing some Tweet in this thread? You can try to force a refresh
 

Keep Current with ଓଡ଼ିଆ ଜଗତ

ଓଡ଼ିଆ ଜଗତ Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @odiajagat

29 Nov
ମହାପ୍ରଭୁ ଶ୍ରୀ ସିଦ୍ଧବଳଦେବ ଓ କେନ୍ଦ୍ରାପଡ଼ା।
**************
ବଳଦେବ ଦୁଷ୍ଟ ଦଳନକାରୀ, ସେଥିପାଇଁ ଗୋଟିଏ ହାତରେ ମୂଷଳ ଧରି ଥାଆନ୍ତି । ସେ କୃଷି ଉତ୍କର୍ଷକାରୀ, ସେଥିପାଇଁ ଅନ୍ଯ ହାତରେ ଲଂଗଳ ଧରି ଥାଆନ୍ତି ।

ସେ ଥରେ ତୀର୍ଥାଟନରେ ଓଡିଶା ଆସିଥିଲେ । ଅବଶ୍ଯ ସେତେବେଳେ ଓଡିଶାର ନାଁ ହୁଏତ ଓଡିଶା ନଥିବ, ଆଉ କ’ଣ ହୋଇଥିବ । ImageImage
ବୈତରଣୀରେ ସ୍ନାନ କରିଥିଲେ । ଲୋକେ ତାଂକୁ କହିଲେ ଅଳତିଗିରି ( ଲଳିତଗିରି ନୁହେଁ ତ ? )ରେ କନ୍ଦରା ନାମକ ଜଣେ ରାଜା ଦାଦାଗିରି କରୁଛି, ଭାରି ଉତ୍ପାତ କରୁଛି । ସାଧାରଣ ଲୋକ ତା ଉତ୍ପାତରେ ଅତିଷ୍ଠ । ତାକୁ ଆପଣ ହିଁ ସାବାଡ କରିପାରିବେ । Image
ବଳରାମ କନ୍ଦରାକୁ ଖୋଜିଲେ, ତା ସହ ଘୋର ଲଢେଇ ହେଲା । କନ୍ଦରାସୁର ନିହତ ହେଲା । ( ଯିଏ ଆସୁରୀକ କାର୍ଯ୍ଯ କରୁଥିଲା ତାକୁ ଅସୁର କୁହାଯାଉଥିଲା , ତେଣୁ କନ୍ଦରାକୁ କନ୍ଦରାସୁର କୁହାଯାଉଥିଲା )

ମୃତ୍ଯୁ ଆସନ୍ନ ଦେଖି କନ୍ଦରା ବଳରାମଂକୁ ଅନୁରୋଧ କଲା -
ହେ ଈଶ୍ୱରଂକ ଅଷ୍ଟମ ଅବତାର ରୋହୀଣୀ ନନ୍ଦନ ବଳରାମ, ମୋର ଏକମାତ୍ର କନ୍ଯା ତୁଳସୀ । Image
Read 10 tweets
29 Nov
#ଆଡକିଆ(ଲକ୍ଷ୍ମୀନୃସିଂହ ବେଶ)🙏🌹

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଆଡ଼କିଆ ବା ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ । ଉକ୍ତ ଦିନ ଠାକୁରମାନଙ୍କ ଅବକାଶ ନୀତି ପରେ ଏହି ବେଶ ଆରମ୍ଭ ହୋଇଥାଏ । Image
ଠାକୁରଙ୍କ ଶ୍ରୀମସ୍ତକରେ ଭଣ୍ଡା ଚୂଳ, ସ୍ୱର୍ଣ୍ଣ କିଆ, ଫଳି ପ୍ରଭୃତି ଲାଗି
ହୋଇ ଏହି ବେଶ କରାଯାଏ । ସାଧାରଣତଃ ପଞ୍ଚକରେ ଅନୁଷ୍ଠିତ ବେଶମାନଙ୍କରେ ସୂତାବସ୍ତ୍ରରେ କେତେକ ବଳା ପୁଷ୍ପାଳକ ସେବକମାନେ ବ୍ୟବହୃତ କରିଥାନ୍ତି । ଏଥିରେ ବିଭିନ୍ନ ପ୍ରକାର ସୁବର୍ଣ୍ଣ ମାଳି, ଶଙ୍ଖ, ଚକ୍ର, ହଳ, ମୂଷଳ, ଶ୍ରୀଭୁଜ, ଶ୍ରୀପୟର ମଧ୍ୟ ବ୍ୟବହୃତ ହୋଇଥାଏ । ImageImageImageImage
ବିଶେଷ କରି
ଶୋଲ, ଜରି ଓ ରଙ୍ଗ ଲଗାଯାଇ ବହୁତ ଗୁଡିଏ ଫୁଲ ଶ୍ରୀମସ୍ତକରେ ସଜା ହୋଇଥାଏ । ଏହି ଡାଳିରେ ମଝିରେ ମଝିରେ ଠିଆ ପାଖୁଡା ଆକୃତିର ସ୍ୱର୍ଣ୍ଣକିଆ (ଠିଆ କିଆ) ଖଞ୍ଜା ଯାଇଥାଏ । ଗୋପାଳବଲ୍ଲଭ,ବାଳଭୋଗ ଓ ସକାଳଧୂପ ପର୍ଯ୍ୟନ୍ତ ଏହି ବେଶ ରହିଥାଏ। Image
Read 5 tweets
28 Nov
ଆଜିର ବେଶ ଆଡ଼କିଆ/ତ୍ରିବିକ୍ରମ ବେଶ

ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କର ବାମନ ଅବତାରର ସର୍ଵମୟ ସ୍ୱରୂପକୁ ମନେ ପକାଇ ତ୍ରିବିକ୍ରମ ବେଶ କରାଯାଏ । @BBSRBuzz @AMITABHTHAKUR21
ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ଵର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ଵର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । #ତ୍ରିବିକ୍ରମବେଶ
ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ଵର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ । କଥିତ ଅଛି ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ।
Read 8 tweets
27 Nov
ଯୋଦ୍ଧା ବେଶରେ ଶ୍ରୀଜଗନ୍ନାଥ । ନାଗାର୍ଜୁନ ବେଶକୁ କାହିଁକି କୁହାଯାଏ ଯୋଦ୍ଧା ବେଶ ?

ନାଗାର୍ଜୁନ ବେଶ ଏକ ଯୋଦ୍ଧାବେଶ । ଶ୍ରୀଜଗନ୍ନାଥ କାହିଁକି ଏହି ଯୋଦ୍ଧାବେଶ ହୁଅନ୍ତି, ତାହାର ମଧ୍ୟ ତାତ୍ପର୍ୟ୍ୟ ରହିଛି । ଏହା ପଛରେ ଅଛି ନିର୍ଦ୍ଦିଷ୍ଟ ପୌରାଣିକ ଉପାଖ୍ୟାନ ।
କିନ୍ତୁ ସେ ଉପାଖ୍ୟାନକୁ ଯିବା ଆଗରୁ, ଶ୍ରୀଜଗନ୍ନାଥ ଆଉ କେବେ କେବେ ଯୋଦ୍ଧାବେଶ ହୁଅନ୍ତି, ତାହାର ଆଲୋଚନା ଆବଶ୍ୟକ ।

ମାଣିକ ଗଉଡ଼ୁଣୀ କିଂବଦନ୍ତି କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତବର୍ଷରେ ଲୋକପ୍ରିୟ । ଏହା ଗଜପତି ପୁରୁଷୋତ୍ତମ ଦେବଙ୍କ ସହିତ ସଂପର୍କିତ । ଏହାର ଐତିହାସିକ ଭିତ୍ତି ମଧ୍ୟ ରହିଛି ।
ଇତିହାସ ହେଉଛି- କପିଳେନ୍ଦ୍ର ଦେବ ଥିଲେ ସୂର୍ୟ୍ୟବଂଶର ପ୍ରତିଷ୍ଠାତା । ତାଙ୍କଠାରୁ ‘ଗଜପତି’ ଶାସନର ଆରମ୍ଭ ହୋଇଥିଲା । ସେ ଥିଲେ ଜଣେ ଦୁଃସାହସିକ ଦିଗ୍‌ବିଜୟୀ । ତାଙ୍କ ସମୟରେ ଗଙ୍ଗାଠାରୁ ଗୋଦାବରୀ ଓ କାବେରୀ ପର୍ୟ୍ୟନ୍ତ ଉତ୍କଳ ମହାରାଜ୍ୟର ସୀମା ବିସ୍ତାରିତ ହୋଇଥିଲା । ତାଙ୍କ ପରେ ଗଜପତି ରାଜା ହୋଇଥିଲେ ପୁରୁଷୋତ୍ତମ ଦେବ ।
Read 11 tweets
27 Nov
ମହାପଟୁଆରରେ ମଣିମାଙ୍କ #ନାଗାର୍ଜୁନ_ବେଶ ଆଭୂଷଣ ଆଣୁଥିବା ସମୟର ଚିତ୍ର ! #ଶ୍ରୀକ୍ଷେତ୍ର
#NagarjunaBesha #Nagarjuna
Read 4 tweets
27 Nov
ଅଦ୍ୟ ପବିତ୍ର କାର୍ତ୍ତିକ ମଳ ଦ୍ୱାଦଶୀ ଦୀର୍ଘ ୨୫ ବର୍ଷ ପରେ ଶ୍ରୀମନ୍ଦିରର ରତ୍ନସିଂହାସନରେ ମହାପ୍ରଭୁ ଦେବଦୁର୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେବେ 🙏
⚫♦⚫
#ନାଗାର୍ଜୁନ_ବେଶକୁ_ଧାରଣ_କରିବେ_ଶ୍ରୀପୁରୁଷୋତ୍ତମ🌹
#NagarjunaBesha
ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ମଧ୍ୟ ସାମୟିକ ବେଶ । ଯେଉଁ ବର୍ଷ ପଞ୍ଚକ ପାଞ୍ଚଦିନ ପରିବର୍ତ୍ତେ ଛଅଦିନ ପଡ଼େ , ସେହିବର୍ଷ ସେହି ଅଧିକ ଦିବସ ପାଇଁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ । ଏହି ନାଗାର୍ଜୁନ ବେଶର ଅନେକ କାରଣ ଓ ତାତ୍ପର୍ଯ୍ୟ ରହିଛି ।
#NagarjunaBesha
୧:-ନାଗା ରୂପଧାରୀ ପର୍ଶୁରାମ ଜଣେ ପରାକ୍ରମଶାଳୀ ସହସ୍ରାର୍ଜୁନ ନାମକ କ୍ଷତ୍ରିୟ ରାଜାକୁ ନିହତ କରିଥିଲେ , ନାଗାର୍ଜୁନ ବେଶ ଏହାର ସ୍ମାରକୀ ।
୨:- କିରାତରୂପୀ ଶିବଙ୍କ ସହିତ ଅର୍ଜୁନ ଯୁଦ୍ଧ ହୋଇ ଯୁଦ୍ଧରେ ଅର୍ଜୁନ ପରାସ୍ତ ହୋଇଥିଲେ ଓ କିରାତ ରୂପୀ ଶିବ ପ୍ରୀତ ହୋଇ ଅର୍ଜୁନଙ୍କୁ କେତେକ ଦିବ୍ୟ ଅସ୍ତ୍ର ପ୍ରଦାନ କରିଥିବାର ସ୍ମାରକୀ
Read 8 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!