ମହାପଟୁଆରରେ ମଣିମାଙ୍କ #ନାଗାର୍ଜୁନ_ବେଶ ଆଭୂଷଣ ଆଣୁଥିବା ସମୟର ଚିତ୍ର ! #ଶ୍ରୀକ୍ଷେତ୍ର
#NagarjunaBesha #Nagarjuna

• • •

Missing some Tweet in this thread? You can try to force a refresh
 

Keep Current with ଓଡ଼ିଆ ଜଗତ

ଓଡ଼ିଆ ଜଗତ Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @odiajagat

28 Nov
ମହାପ୍ରଭୁ ଧବଳେଶ୍ୱରଙ୍କର କିରାତ ଅର୍ଜୁନ ବେଶ 🙏 🚩

ଜୟ ବାବା ଧବଳେଶ୍ବର 🙏 🔱

#ବଡ_ଓଷା🔱🌺🙏

(କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ)

ବଡ ଓଷାର ମହିମା ପୁରାଣ ବର୍ଣ୍ଣିତ । ଏକଦା ମହାଦେବ ଶିବଙ୍କ ଦର୍ଶନ ନିମିତ୍ତ ଦେବର୍ଷି ନାରଦ କୈଳାସରେ ପହଞ୍ଚି ମହାଦେବଙ୍କୁ ଦର୍ଶନ କରି ଶିବ ଭକ୍ତ ମାନଙ୍କ ଦୁଃଖ - ଦୁର୍ଦ୍ଦଶା ସମ୍ପର୍କରେ ImageImageImageImage
ମହାଦେବଙ୍କୁ ଅବଗତ କରାଇଲେ ଓ ଉକ୍ତଙ୍କର ଦୁଃଖ ଓ ଦୁର୍ଦ୍ଦଶା ନିବାରଣ ଉପାୟ ପାଇଁ ପ୍ରାର୍ଥନା କଲେ । ମହା ଦେବ ଉତ୍ତରରେ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଧଶୀ ଶିବ ଦର୍ଶନ ବ୍ରତ ଧାରଣ କଥା କହିଲେ । ତାପର ଠାରୁ ମର୍ତ୍ତ୍ୟବାସୀ ମାନେ ନିଷ୍ଠାର ସହିତ ଏହି ବଡ ଓଷା ପାଳନ କରି ଆସୁଛନ୍ତି ।
ବଡ ଓଷାର ମୁଖ୍ୟ ପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିର , ଏହା କଟକ ମହାନଦୀ ପଠାରେ ଅବସ୍ଥିତ ବ୍ରହ୍ମା ଙ୍କ ଦ୍ଵାରା ଶାପଗ୍ରସ୍ତ ଦେବରାଜ ଇନ୍ଦ୍ର ଶ୍ରୀଶ୍ରୀ ଧବଳେଶ୍ୱର ମହାଦେବ ପୀଠ କୁ ଆସି ଶିବ ଆରାଧନାରେ ଶାପ ମୁକ୍ତ ହୋଇଥିଲେ ବୋଲି ପୁରାଣରେ ବର୍ଣିତ ଅଛି ।
Read 5 tweets
28 Nov
ଆଜିର ବେଶ ଆଡ଼କିଆ/ତ୍ରିବିକ୍ରମ ବେଶ

ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କର ବାମନ ଅବତାରର ସର୍ଵମୟ ସ୍ୱରୂପକୁ ମନେ ପକାଇ ତ୍ରିବିକ୍ରମ ବେଶ କରାଯାଏ । @BBSRBuzz @AMITABHTHAKUR21 Image
ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ଵର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ଵର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । #ତ୍ରିବିକ୍ରମବେଶ Image
ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ଵର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ । କଥିତ ଅଛି ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ। Image
Read 8 tweets
27 Nov
ଯୋଦ୍ଧା ବେଶରେ ଶ୍ରୀଜଗନ୍ନାଥ । ନାଗାର୍ଜୁନ ବେଶକୁ କାହିଁକି କୁହାଯାଏ ଯୋଦ୍ଧା ବେଶ ?

ନାଗାର୍ଜୁନ ବେଶ ଏକ ଯୋଦ୍ଧାବେଶ । ଶ୍ରୀଜଗନ୍ନାଥ କାହିଁକି ଏହି ଯୋଦ୍ଧାବେଶ ହୁଅନ୍ତି, ତାହାର ମଧ୍ୟ ତାତ୍ପର୍ୟ୍ୟ ରହିଛି । ଏହା ପଛରେ ଅଛି ନିର୍ଦ୍ଦିଷ୍ଟ ପୌରାଣିକ ଉପାଖ୍ୟାନ ।
କିନ୍ତୁ ସେ ଉପାଖ୍ୟାନକୁ ଯିବା ଆଗରୁ, ଶ୍ରୀଜଗନ୍ନାଥ ଆଉ କେବେ କେବେ ଯୋଦ୍ଧାବେଶ ହୁଅନ୍ତି, ତାହାର ଆଲୋଚନା ଆବଶ୍ୟକ ।

ମାଣିକ ଗଉଡ଼ୁଣୀ କିଂବଦନ୍ତି କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତବର୍ଷରେ ଲୋକପ୍ରିୟ । ଏହା ଗଜପତି ପୁରୁଷୋତ୍ତମ ଦେବଙ୍କ ସହିତ ସଂପର୍କିତ । ଏହାର ଐତିହାସିକ ଭିତ୍ତି ମଧ୍ୟ ରହିଛି ।
ଇତିହାସ ହେଉଛି- କପିଳେନ୍ଦ୍ର ଦେବ ଥିଲେ ସୂର୍ୟ୍ୟବଂଶର ପ୍ରତିଷ୍ଠାତା । ତାଙ୍କଠାରୁ ‘ଗଜପତି’ ଶାସନର ଆରମ୍ଭ ହୋଇଥିଲା । ସେ ଥିଲେ ଜଣେ ଦୁଃସାହସିକ ଦିଗ୍‌ବିଜୟୀ । ତାଙ୍କ ସମୟରେ ଗଙ୍ଗାଠାରୁ ଗୋଦାବରୀ ଓ କାବେରୀ ପର୍ୟ୍ୟନ୍ତ ଉତ୍କଳ ମହାରାଜ୍ୟର ସୀମା ବିସ୍ତାରିତ ହୋଇଥିଲା । ତାଙ୍କ ପରେ ଗଜପତି ରାଜା ହୋଇଥିଲେ ପୁରୁଷୋତ୍ତମ ଦେବ ।
Read 11 tweets
27 Nov
ଅଦ୍ୟ ପବିତ୍ର କାର୍ତ୍ତିକ ମଳ ଦ୍ୱାଦଶୀ ଦୀର୍ଘ ୨୫ ବର୍ଷ ପରେ ଶ୍ରୀମନ୍ଦିରର ରତ୍ନସିଂହାସନରେ ମହାପ୍ରଭୁ ଦେବଦୁର୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେବେ 🙏
⚫♦⚫
#ନାଗାର୍ଜୁନ_ବେଶକୁ_ଧାରଣ_କରିବେ_ଶ୍ରୀପୁରୁଷୋତ୍ତମ🌹
#NagarjunaBesha
ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ମଧ୍ୟ ସାମୟିକ ବେଶ । ଯେଉଁ ବର୍ଷ ପଞ୍ଚକ ପାଞ୍ଚଦିନ ପରିବର୍ତ୍ତେ ଛଅଦିନ ପଡ଼େ , ସେହିବର୍ଷ ସେହି ଅଧିକ ଦିବସ ପାଇଁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ । ଏହି ନାଗାର୍ଜୁନ ବେଶର ଅନେକ କାରଣ ଓ ତାତ୍ପର୍ଯ୍ୟ ରହିଛି ।
#NagarjunaBesha
୧:-ନାଗା ରୂପଧାରୀ ପର୍ଶୁରାମ ଜଣେ ପରାକ୍ରମଶାଳୀ ସହସ୍ରାର୍ଜୁନ ନାମକ କ୍ଷତ୍ରିୟ ରାଜାକୁ ନିହତ କରିଥିଲେ , ନାଗାର୍ଜୁନ ବେଶ ଏହାର ସ୍ମାରକୀ ।
୨:- କିରାତରୂପୀ ଶିବଙ୍କ ସହିତ ଅର୍ଜୁନ ଯୁଦ୍ଧ ହୋଇ ଯୁଦ୍ଧରେ ଅର୍ଜୁନ ପରାସ୍ତ ହୋଇଥିଲେ ଓ କିରାତ ରୂପୀ ଶିବ ପ୍ରୀତ ହୋଇ ଅର୍ଜୁନଙ୍କୁ କେତେକ ଦିବ୍ୟ ଅସ୍ତ୍ର ପ୍ରଦାନ କରିଥିବାର ସ୍ମାରକୀ
Read 8 tweets
26 Nov
ଆଜିର ବେଶ ଶ୍ରୀଜୀଉଙ୍କର ବାଙ୍କଚୂଡ଼ା ବେଶ / ବାମନ ବେଶ

କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଲ ଦ୍ୱାଦଶୀ ତିଥିରେ ମହାପ୍ରଭୁ ବାଙ୍କଚୁଡା ବେଶରେ ଦର୍ଶନ ଦେଇଥାନ୍ତି । ଜନଶ୍ରୁତି ରହିଛି, ଅକ୍ରୁର ମଥୁରା ନେବାକୁ ଆସିଥିବା ବେଳେ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କୁ ଏହି ବେଶରେ ଦର୍ଶନ ଦେଇଥିଲେ । @BBSRBuzz @nidhi_budha #Odisha
ଏହି ବେଶର ବିଶେଷତ୍ଵ ଯେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସା(ବେଣୀ)ର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ସୂଚନାଯୋଗ୍ୟ ଏକ ଛୋଟ ସ୍ଵର୍ଣ୍ଣ କୀରିଟ ଠାକୁରମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ। #ବାଙ୍କଚୂଡ଼ା #ବାଙ୍କଚୂଡ଼ାବେଶ
ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏଥିରେ ବ୍ୟବହୃତ ହୋଇଥାଏ । ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଳଭଦ୍ର ହଳମୂଷଳ ଧାରଣ କରନ୍ତି । ଏହି ବେଶରେ ସୁଭଦ୍ରାଙ୍କ ଆଭୂଷଣ ପରିବର୍ତ୍ତନ ହୁଏନାହିଁ । ମାତ୍ର ତାଙ୍କର ମସ୍ତକ ସୂବର୍ଣ୍ଣ କିଆରେ ଶୋଭିତ ହୁଏ |
Read 4 tweets
25 Nov
“ ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ
ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ I
କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପବିତ୍ର ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି କୁହାଯାଏ । Image
Laxminarayan / Thiakia Besha
ଲଷ୍ମୀ ନାରାୟଣ / ଠିଆକିଆ ବେଶ

ପଞ୍ଚୁକର ପ୍ରଥମ ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ଶ୍ରୀଜୀଉମାନଙ୍କର ଅବକାଶ ନୀତି ସମାପନ ହେବା ପରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ହୋଇଥାଏ । ମସ୍ତକରେ ସୂବର୍ଣ୍ଣ କିଆ ଠିଆ ଭାବରେ ଲାଗି ହେଇଥିବାରୁ ଏହି ବେଶର ନାମକରଣ କରଯାଇଛି ବୋଲି କୁହାଯାଏ । ImageImage
ଏହି ବେଶରେ ଥାଇ ଠାକୁରମାନଙ୍କ ଗୋପାଳ ବଲ୍ଲଭ, ସକାଳଧୂପ, ବାଳଭୋଗ ଓ ଭୋଗମଣ୍ଡପ ନୀତି ଆଦି ହୋଇଥାଏ । ଏହି ମାସରେ ଅନୁଷ୍ଠିତ ରାଧାଦାମୋଦର ବେଶରେ ଠାକୁର ମାନେ ହସ୍ତରେ ନଳୀଭୁଜ ଧାରଣ କରୁଥିବା ବେଳେ ଏହି ବେଶରେ ଶ୍ରୀଭୁଜ, ଶଙ୍ଖ, ଚକ୍ର,ହଳ-ମୂଷଳ ଧାରଣ କରିଥାନ୍ତି । ସୁଭଦ୍ରାଙ୍କ ବେଶରେ କୈଣସି ପରିବର୍ତ୍ତନ କରାଯାଏ ନାହିଁ । Image
Read 5 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!