Thread Reader
Share this page!
×
Post
Share
Email
Enter URL or ID to Unroll
×
Unroll Thread
You can paste full URL like: https://x.com/threadreaderapp/status/1644127596119195649
or just the ID like: 1644127596119195649
How to get URL link on X (Twitter) App
On the Twitter thread, click on
or
icon on the bottom
Click again on
or
Share Via icon
Click on
Copy Link to Tweet
Paste it above and click "Unroll Thread"!
More info at
Twitter Help
ଓଡ଼ିଆ ଜଗତ
@odiajagat
ମୁଁ ଓଡ଼ିଆ , ଓଡ଼ିଶା ହେଉଛି ମୋ' ଘର ,ଶ୍ରୀ ଜଗନ୍ନାଥ ହେଉଛନ୍ତି ମୋ'ର ଆରାଧ୍ୟ ଦେବତା । ମୁ ୧୨ ମାସ ରେ ୧୩ ଯାନୀଯାତ୍ରା ପାଳନ କରେ। Jay Jagannath 🙏
Subscribe
Save as PDF
Dec 3, 2020
•
6 tweets
•
2 min read
ଶ୍ରୀମନ୍ଦିରର ବାୟୁ କୋଣରେ ୬୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଶ୍ରୀମହାଲକ୍ଷ୍ମୀ ମନ୍ଦିରଟି ଅବସ୍ଥିତ।ଏହି ମନ୍ଦିରଟି ୪ ଭାଗରେ ବିଭକ୍ତ।
ଯଥା:- ୧) ଗର୍ଭ ଗୃହ ବା ବିମାନ,
୨) ଜଗମୋହନ,
୩) ନାଟ ମଣ୍ଡପ,
୪) ଅଚିନ୍ତା ମଣ୍ଡପ ।
ଦକ୍ଷିଣ ଦ୍ୱାରରୁ ପ୍ରବେଶ କରି ଗର୍ଭ ଗୃହକୁ ଆସିବା ପରେ କାନ୍ଥରେ ଲକ୍ଷ୍ମୀ-ନୃସିଂହଙ୍କର ମଣିମୟ ବିଗ୍ରହ ଓ ଉତ୍ତରରେ ବିଦ୍ୟମାନ ହୋଇଛନ୍ତି।ଆଦି ଶଙ୍କରାଚାର୍ଯ୍ୟ ପୂଜା କରୁଥିବା ଲକ୍ଷ୍ମୀ-ନୃସିଂହ ମୂର୍ତ୍ତି ଏଠାରେ ବିଦ୍ୟମାନ ଅଟନ୍ତି।ଲକ୍ଷ୍ମୀ-ନୃସିଂହଙ୍କର ପାଦ ତଳେ ଆଦି ଶଙ୍କରାଚାର୍ଯ୍ୟଙ୍କ ଚିତ୍ରପଟ ମଧ୍ୟ ରହିଛି ।
Save as PDF
Dec 3, 2020
•
8 tweets
•
2 min read
आदि लक्ष्मि नमस्तेऽस्तु परब्रह्म स्वरूपिणि।
यशो देहि धनं देहि सर्व कामांश्च देहि मे।।1।। सन्तान लक्ष्मि नमस्तेऽस्तु पुत्र-पौत्र प्रदायिनि।
पुत्रां देहि धनं देहि सर्व कामांश्च देहि मे।।2।।
विद्या लक्ष्मि नमस्तेऽस्तु ब्रह्म विद्या स्वरूपिणि।
विद्यां देहि कलां देहि सर्व कामांश्च देहि मे।।3।।
धन लक्ष्मि नमस्तेऽस्तु सर्व दारिद्र्य नाशिनि।
धनं देहि श्रियं देहि सर्व कामांश्च देहि मे।।4।।
Save as PDF
Dec 3, 2020
•
5 tweets
•
1 min read
ମହାଲକ୍ଷ୍ମୀଙ୍କୁ ପ୍ରଣାମ🙏
ଧନାଦେୟୈ ନମସ୍ତୁଭ୍ୟଂ ନିଧି ପଦ୍ମା ହୁତାୟତ
ଭବତୁତତ୍ପ୍ରସାଦାନ୍ନେ ଧାନ ଧନ୍ୟାଦି ସମ୍ପନ୍ନ
ନମସ୍ତୁଭ୍ୟଂ ମହାମାୟେ ଶ୍ରୀପୀଠ ସୂର ପୂଜିତେ
ଶଙ୍ଖ ଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମୋଽସ୍ତୁତେ !
ନମସ୍ତେ ଗରୁଡାରୁଢେ କୋଳାସୁର ଭୟଙ୍କରୀ
ସର୍ବପାପ ହରେ ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ
ସର୍ବଜ୍ଞେ ସର୍ବବରଦେ ସର୍ବଦୁଷ୍ଟ ଭୟଙ୍କରୀ
ସର୍ବଦୁଃଖ ହରେ ଦେବୀ ମହାଲକ୍ଷ୍ମୀ ନମୋସ୍ତୁତେ
ସିଦ୍ଧି ବୁଦ୍ଧି ପ୍ରଦେ ଦେବୀ ଭକ୍ତି ମୁକ୍ତି ପ୍ରଦାୟିନୀ
ମନ୍ତ୍ରମୂର୍ତ୍ତେ ସଦା ଦେବୀ ମହାଲକ୍ଷ୍ମୀ ନମୋସ୍ତୁଽତେ
ଆଦ୍ୟାନ୍ତେ ରହିତେ ଦେବୀ ଆଦ୍ୟାଶକ୍ତି ମାହେଶ୍ୱରୀ
ଯୋଗେନ ଯୋଗସମ୍ଭୁତେ ମହାଲକ୍ଷ୍ମୀ ନମୋସ୍ତୁଽତେ
Save as PDF
Dec 3, 2020
•
6 tweets
•
3 min read
ପବିତ୍ର ମାର୍ଗଶୀର ମାସ ପ୍ରଥମ ମାଣବସା ଗୁରୁବାର ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।
ପରିଷ୍କାର ପରିଚ୍ଛନ୍ନତାର ଅନ୍ୟ ନାମ ସୌନ୍ଦର୍ଯ୍ୟ । ଏହି ସୌନ୍ଦର୍ଯ୍ୟ ଓ ନିର୍ମଳତା ହିଁ ଲକ୍ଷ୍ମୀ । ଲକ୍ଷ୍ମୀ ପୁରାଣଟି ଏକାଧାରରେ ପତିବ୍ରତା, ଅତିଥି ସେବା, କୂଳାଚାର, ଲୋକାଚାର, ଜାତିଭେଦ, ସଂସାରନୀତି, ସ୍ୱାସ୍ଥ୍ୟନୀତିର ଏକ ଅପୂର୍ବ ସମାହାର
🌾🌾🌾🌾🌾🌾🌾🌾🌾🌾🌾🌾🌾🌾
ଲକ୍ଷ୍ମୀ_ପୁରାଣ_କଥା
🌼🌼🌼🌼🌼🌼🌼🌼🌼🌼🌼🌼🌼
ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବଖଣାଯାଇଛି । ଏଥି ମତେ ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କ ଠାରୁ ମାଣବସା ଗୁରୁବାର ଅନୁମତି ନେଇ ଦେଶ ଭ୍ରମଣରେ ବ୍ରାହ୍ମଣୀ ରୂପରେ ବଡ଼ ଦେଉଳରୁ ବିଜେ କଲେ ।
Save as PDF
Dec 1, 2020
•
5 tweets
•
1 min read
ଆଶା କରେ ଭଲ ଲାଗିବ--:::
(୧)-: ୩ଟି ଜିନିଷ ଧ୍ୟାନରେ ରଖିଲେ ଉନ୍ନତି ହୁଏ ।
ଈଶ୍ବର, ପରିଶ୍ରମ ଓ ବିଦ୍ୟା ।
(୨)-: ୩ଟି ଜିନିଷକୁ କେବେ ଛୋଟ ଭାବନ୍ତୁ ନାହିଁ । ରୋଗ, ଶତ୍ରୁ ଓ କରଜ ।
(୩)-: ୩ଟି ଜିନିଷ ସବୁବେଳେ ନିଜ ଅଧୀନରେ ରଖ । ମନ, କାମ ଓ ଲୋଭ । (୪)-: ୩ଟି ଜିନିଷ ଥରୁଟିଏ ଚାଲିଗଲେ ଆଉ ଫେରେ ନାହିଁ ।
ଧନୁରୁ ବାଣ, ମୁଖରୁ ବାଣୀ ଓ ଶରିରରୁ ପ୍ରାଣ ।
(୫)-: ୩ଟି ଜିନିଷ ଆପଣଙ୍କୁ ଦୁର୍ବଳ କରିଦିଏ ।
ଖରାପ ଗୁଣ, ଅହଂକାର ଓ କ୍ରୋଧ ।
(୬)-: ୩ଟି ଜିନିଷ କେହି ଆପଣଙ୍କ ଠାରୁ ଚୋରି କରିପାରିବେ ନାହିଁ ।
ଜ୍ଞ୍ୟାନ, ଚରିତ୍ର ଓ ଦକ୍ଷତା ।
Save as PDF
Dec 1, 2020
•
11 tweets
•
4 min read
#ମହାପ୍ରଭୁ
#ଶ୍ରୀ
#ଜଗନ୍ନାଥ
ଓ
#ହିଙ୍ଗୁଳା
#ପୀଠ
🌹🙏
କଥିତ ଅଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ଭୋଗ ସମ୍ଭାରର ଆୟୋଜନ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ବିଦର୍ଭ ରାଜା ନଳଙ୍କ ଦ୍ୱାରା ମା ’ ହିଙ୍ଗୁଳାଙ୍କୁ ଶ୍ରୀକ୍ଷେତ୍ରକୁ ଆଣୁଥିବାବେଳେ ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ ଗୋପାଳ ପ୍ରସାଦସ୍ଥିତ ବର୍ତ୍ତମାନ ହିଙ୍ଗୁଳା ପୀଠଠାରେ
ମା ’ ଅଗ୍ନି ଅନ୍ତର୍ଦ୍ଧାନ ହେଲେ । ପରେ ନଳରାଜାଙ୍କୁ ଜଣାଇଲେ ଯେ ସିଂହଦା ନଦୀ କୂଳ ଏହି ସ୍ଥାନଟି ମୋର ପ୍ରିୟ ହୋଇଥିବାରୁ ଏଠାରେ ପୀଠଟିଏ ହିଙ୍ଗୁଳା ନାମରେ କରାଯାଉ । ତାହା ହିଁ ହେଲା । ଅଗ୍ନିରୂପା ମା ’ ହିଙ୍ଗୁଳା ସେହି ପୀଠରେ ପୂଜିତା ହେଲେ । ଦେବୀଙ୍କ ପ୍ରତୀକ ସ୍ଵରୂପ ‘ ଆଲମ ବା ଝଣ୍ଡା ହିଁ ପୂଜା ପାଆନ୍ତି ।
Save as PDF
Nov 29, 2020
•
10 tweets
•
4 min read
ମହାପ୍ରଭୁ ଶ୍ରୀ ସିଦ୍ଧବଳଦେବ ଓ କେନ୍ଦ୍ରାପଡ଼ା।
**************
ବଳଦେବ ଦୁଷ୍ଟ ଦଳନକାରୀ, ସେଥିପାଇଁ ଗୋଟିଏ ହାତରେ ମୂଷଳ ଧରି ଥାଆନ୍ତି । ସେ କୃଷି ଉତ୍କର୍ଷକାରୀ, ସେଥିପାଇଁ ଅନ୍ଯ ହାତରେ ଲଂଗଳ ଧରି ଥାଆନ୍ତି ।
ସେ ଥରେ ତୀର୍ଥାଟନରେ ଓଡିଶା ଆସିଥିଲେ । ଅବଶ୍ଯ ସେତେବେଳେ ଓଡିଶାର ନାଁ ହୁଏତ ଓଡିଶା ନଥିବ, ଆଉ କ’ଣ ହୋଇଥିବ ।
ବୈତରଣୀରେ ସ୍ନାନ କରିଥିଲେ । ଲୋକେ ତାଂକୁ କହିଲେ ଅଳତିଗିରି ( ଲଳିତଗିରି ନୁହେଁ ତ ? )ରେ କନ୍ଦରା ନାମକ ଜଣେ ରାଜା ଦାଦାଗିରି କରୁଛି, ଭାରି ଉତ୍ପାତ କରୁଛି । ସାଧାରଣ ଲୋକ ତା ଉତ୍ପାତରେ ଅତିଷ୍ଠ । ତାକୁ ଆପଣ ହିଁ ସାବାଡ କରିପାରିବେ ।
Save as PDF
Nov 29, 2020
•
5 tweets
•
3 min read
#ଆଡକିଆ
(ଲକ୍ଷ୍ମୀନୃସିଂହ ବେଶ)🙏🌹
କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଆଡ଼କିଆ ବା ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ । ଉକ୍ତ ଦିନ ଠାକୁରମାନଙ୍କ ଅବକାଶ ନୀତି ପରେ ଏହି ବେଶ ଆରମ୍ଭ ହୋଇଥାଏ ।
ଠାକୁରଙ୍କ ଶ୍ରୀମସ୍ତକରେ ଭଣ୍ଡା ଚୂଳ, ସ୍ୱର୍ଣ୍ଣ କିଆ, ଫଳି ପ୍ରଭୃତି ଲାଗି
ହୋଇ ଏହି ବେଶ କରାଯାଏ । ସାଧାରଣତଃ ପଞ୍ଚକରେ ଅନୁଷ୍ଠିତ ବେଶମାନଙ୍କରେ ସୂତାବସ୍ତ୍ରରେ କେତେକ ବଳା ପୁଷ୍ପାଳକ ସେବକମାନେ ବ୍ୟବହୃତ କରିଥାନ୍ତି । ଏଥିରେ ବିଭିନ୍ନ ପ୍ରକାର ସୁବର୍ଣ୍ଣ ମାଳି, ଶଙ୍ଖ, ଚକ୍ର, ହଳ, ମୂଷଳ, ଶ୍ରୀଭୁଜ, ଶ୍ରୀପୟର ମଧ୍ୟ ବ୍ୟବହୃତ ହୋଇଥାଏ ।
Save as PDF
Nov 28, 2020
•
5 tweets
•
2 min read
ମହାପ୍ରଭୁ ଧବଳେଶ୍ୱରଙ୍କର କିରାତ ଅର୍ଜୁନ ବେଶ 🙏 🚩
ଜୟ ବାବା ଧବଳେଶ୍ବର 🙏 🔱
#ବଡ_ଓଷା
🔱🌺🙏
(କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ)
ବଡ ଓଷାର ମହିମା ପୁରାଣ ବର୍ଣ୍ଣିତ । ଏକଦା ମହାଦେବ ଶିବଙ୍କ ଦର୍ଶନ ନିମିତ୍ତ ଦେବର୍ଷି ନାରଦ କୈଳାସରେ ପହଞ୍ଚି ମହାଦେବଙ୍କୁ ଦର୍ଶନ କରି ଶିବ ଭକ୍ତ ମାନଙ୍କ ଦୁଃଖ - ଦୁର୍ଦ୍ଦଶା ସମ୍ପର୍କରେ
ମହାଦେବଙ୍କୁ ଅବଗତ କରାଇଲେ ଓ ଉକ୍ତଙ୍କର ଦୁଃଖ ଓ ଦୁର୍ଦ୍ଦଶା ନିବାରଣ ଉପାୟ ପାଇଁ ପ୍ରାର୍ଥନା କଲେ । ମହା ଦେବ ଉତ୍ତରରେ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଧଶୀ ଶିବ ଦର୍ଶନ ବ୍ରତ ଧାରଣ କଥା କହିଲେ । ତାପର ଠାରୁ ମର୍ତ୍ତ୍ୟବାସୀ ମାନେ ନିଷ୍ଠାର ସହିତ ଏହି ବଡ ଓଷା ପାଳନ କରି ଆସୁଛନ୍ତି ।
Save as PDF
Nov 28, 2020
•
8 tweets
•
3 min read
ଆଜିର ବେଶ ଆଡ଼କିଆ/ତ୍ରିବିକ୍ରମ ବେଶ
ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କର ବାମନ ଅବତାରର ସର୍ଵମୟ ସ୍ୱରୂପକୁ ମନେ ପକାଇ ତ୍ରିବିକ୍ରମ ବେଶ କରାଯାଏ ।
@BBSRBuzz
@AMITABHTHAKUR21
ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ଵର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ଵର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ ।
#ତ୍ରିବିକ୍ରମବେଶ
Save as PDF
Nov 27, 2020
•
11 tweets
•
6 min read
ଯୋଦ୍ଧା ବେଶରେ ଶ୍ରୀଜଗନ୍ନାଥ । ନାଗାର୍ଜୁନ ବେଶକୁ କାହିଁକି କୁହାଯାଏ ଯୋଦ୍ଧା ବେଶ ?
ନାଗାର୍ଜୁନ ବେଶ ଏକ ଯୋଦ୍ଧାବେଶ । ଶ୍ରୀଜଗନ୍ନାଥ କାହିଁକି ଏହି ଯୋଦ୍ଧାବେଶ ହୁଅନ୍ତି, ତାହାର ମଧ୍ୟ ତାତ୍ପର୍ୟ୍ୟ ରହିଛି । ଏହା ପଛରେ ଅଛି ନିର୍ଦ୍ଦିଷ୍ଟ ପୌରାଣିକ ଉପାଖ୍ୟାନ ।
କିନ୍ତୁ ସେ ଉପାଖ୍ୟାନକୁ ଯିବା ଆଗରୁ, ଶ୍ରୀଜଗନ୍ନାଥ ଆଉ କେବେ କେବେ ଯୋଦ୍ଧାବେଶ ହୁଅନ୍ତି, ତାହାର ଆଲୋଚନା ଆବଶ୍ୟକ ।
ମାଣିକ ଗଉଡ଼ୁଣୀ କିଂବଦନ୍ତି କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତବର୍ଷରେ ଲୋକପ୍ରିୟ । ଏହା ଗଜପତି ପୁରୁଷୋତ୍ତମ ଦେବଙ୍କ ସହିତ ସଂପର୍କିତ । ଏହାର ଐତିହାସିକ ଭିତ୍ତି ମଧ୍ୟ ରହିଛି ।
Save as PDF
Nov 27, 2020
•
4 tweets
•
4 min read
ମହାପଟୁଆରରେ ମଣିମାଙ୍କ
#ନାଗାର୍ଜୁନ_ବେଶ
ଆଭୂଷଣ ଆଣୁଥିବା ସମୟର ଚିତ୍ର !
#ଶ୍ରୀକ୍ଷେତ୍ର
#NagarjunaBesha
#Nagarjuna
Save as PDF
Nov 27, 2020
•
8 tweets
•
6 min read
ଅଦ୍ୟ ପବିତ୍ର କାର୍ତ୍ତିକ ମଳ ଦ୍ୱାଦଶୀ ଦୀର୍ଘ ୨୫ ବର୍ଷ ପରେ ଶ୍ରୀମନ୍ଦିରର ରତ୍ନସିଂହାସନରେ ମହାପ୍ରଭୁ ଦେବଦୁର୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେବେ 🙏
⚫♦⚫
#ନାଗାର୍ଜୁନ_ବେଶକୁ_ଧାରଣ_କରିବେ_ଶ୍ରୀପୁରୁଷୋତ୍ତମ
🌹
#NagarjunaBesha
ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ମଧ୍ୟ ସାମୟିକ ବେଶ । ଯେଉଁ ବର୍ଷ ପଞ୍ଚକ ପାଞ୍ଚଦିନ ପରିବର୍ତ୍ତେ ଛଅଦିନ ପଡ଼େ , ସେହିବର୍ଷ ସେହି ଅଧିକ ଦିବସ ପାଇଁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ । ଏହି ନାଗାର୍ଜୁନ ବେଶର ଅନେକ କାରଣ ଓ ତାତ୍ପର୍ଯ୍ୟ ରହିଛି ।
#NagarjunaBesha
Save as PDF
Nov 26, 2020
•
4 tweets
•
3 min read
ଆଜିର ବେଶ ଶ୍ରୀଜୀଉଙ୍କର ବାଙ୍କଚୂଡ଼ା ବେଶ / ବାମନ ବେଶ
କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଲ ଦ୍ୱାଦଶୀ ତିଥିରେ ମହାପ୍ରଭୁ ବାଙ୍କଚୁଡା ବେଶରେ ଦର୍ଶନ ଦେଇଥାନ୍ତି । ଜନଶ୍ରୁତି ରହିଛି, ଅକ୍ରୁର ମଥୁରା ନେବାକୁ ଆସିଥିବା ବେଳେ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କୁ ଏହି ବେଶରେ ଦର୍ଶନ ଦେଇଥିଲେ ।
@BBSRBuzz
@nidhi_budha
#Odisha
ଏହି ବେଶର ବିଶେଷତ୍ଵ ଯେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସା(ବେଣୀ)ର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ସୂଚନାଯୋଗ୍ୟ ଏକ ଛୋଟ ସ୍ଵର୍ଣ୍ଣ କୀରିଟ ଠାକୁରମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ।
#ବାଙ୍କଚୂଡ଼ା
#ବାଙ୍କଚୂଡ଼ାବେଶ
Save as PDF
Nov 25, 2020
•
5 tweets
•
3 min read
“ ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ
ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ I
କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପବିତ୍ର ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି କୁହାଯାଏ ।
Laxminarayan / Thiakia Besha
ଲଷ୍ମୀ ନାରାୟଣ / ଠିଆକିଆ ବେଶ
ପଞ୍ଚୁକର ପ୍ରଥମ ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ଶ୍ରୀଜୀଉମାନଙ୍କର ଅବକାଶ ନୀତି ସମାପନ ହେବା ପରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ହୋଇଥାଏ । ମସ୍ତକରେ ସୂବର୍ଣ୍ଣ କିଆ ଠିଆ ଭାବରେ ଲାଗି ହେଇଥିବାରୁ ଏହି ବେଶର ନାମକରଣ କରଯାଇଛି ବୋଲି କୁହାଯାଏ ।
Save as PDF
Oct 11, 2020
•
11 tweets
•
2 min read
#ମହାପ୍ରଭୁଙ୍କର_ଅନ୍ନ_ବ୍ରହ୍ମଙ୍କର_ବାଖ୍ୟା
.....🌹
ମହାପ୍ରସାଦ ତାନ୍ତ୍ରିକ ପଦ୍ଧତି ରେ ନିର୍ମିତ ଓ ସମର୍ପିତ
ଶ୍ରୀମନ୍ଦିର ରୋଷଘରେ ବତିଶି ଟି କୋଠରୀ ରେ ସାତଶହ ବାଉନ ଗୋଟି ଚ଼ୁଲିରେ ମହାପ୍ରସାଦ ରନ୍ଧା ହୋଇଥାଏ ।
ପ୍ରତ୍ୟେକ ଚ଼ୁଲିରେ ଛ ଗୋଟି ଲେଖା ଜିଙ୍କା ରହିଛି ।
ତାନ୍ତ୍ରିକ ଦୃଷ୍ଟିରେ ପ୍ରତ୍ୟେକ ଟି ଚୁଲି ଗୋଟିଏ ଗୋଟିଏ ଷଡ୍ କୋଣାକୃତି ଅଗ୍ନିଯନ୍ତ୍ର ।
ରୋଷଶାଳାରେ ତାନ୍ତ୍ରିକ ପଦ୍ଧତି ରେ ବୈଷ୍ଣବାଗ୍ନି ସଂସ୍କାର ହୋଇ ମହାପ୍ରସାଦ ରନ୍ଧନ କରାଯାଏ। ଏହାକୁ ଅଗ୍ନି ଙ୍କର ଷଡାଙ୍ଗ ସଂସ୍କାର କୁହାଯାଏ।