Jyoti Prakash Mohapatra Profile picture
Aug 5, 2021 25 tweets 6 min read Read on X
#ସୂତା
#ଯାଜପୁର

ଝିଅ ଦେଖା

ସକାଳେ ବସି ମୋ ପାହାଚ ଉପରେ ମୁଁ ଖବରକାଗଜ ପଢୁଥାଏ ଭୁବନେଶ୍ୱରରେ।
ବାପାଙ୍କ ଫୋନ ଆସିଲା- କାଲି ତୁ ଯାଜପୁର ଆସେ। ଜରୁରି ଅଛି ।
- କଣ ହେଲା କି ?
- ନାଇଁ ତୁ କାଲି ସକାଳେ ଆସି ପହଁଚି ଯାଆ। ଫାଷ୍ଟ ବସରେ ଚାଲି ଆସିବୁ।

୨୦୧୦ ମସିହାର କଥା ଇଏ।

ମୁଁ ସକାଳେ ଫାଷ୍ଟ ବସ ଧରି ଯାଜପୁରରେ ପହଁଚିଲା ବେଳକୁ ସକାଳ ୧୦ଟା। ଖାଇ ସାରି ଉଠିଲା ବେଳକୁ ବାପା କହିଲେ- ତୁ ଝିଅ ଦେଖିବା ପାଇଁ ଯିବୁ।
- କୋଉ ଝିଅ ?
- ତୋ ବାହାଘର ପାଇଁ । ଗାନ୍ଧି ବାବୁ ଯିବେ ତୋ ସାଙ୍ଗରେ। ଜଲଦି ବାହାରି ଯାଆ।
- କି ଝିଅ, କିଏ ସେ କିଛି ମୁଁ ଜାଣିନି। କଣ ଦେଖିବା ପାଇଁ ଯିବି?

- କାଳନ୍ଦୀ ପିଉସା ପ୍ରସ୍ତାବ ଦେଇଛନ୍ତି। ତୁ ଜଲଦି ଯାଆ। ଖାଇବା ପୂର୍ବରୁ ଫେରି ଆସିବୁ।

ଛାତ ଉପରକୁ ମୁଁ ରାଗରେ ପଳେଇଲି।

ମାୟା ଆମ ଡ୍ରାଇଭର ଆସି ଡାକିଲା- ଭାଇ ଆସନ୍ତୁ। ଡେରି ହୋଇଯିବ ନ ହେଲେ। ତଳେ ଦେଖିଲା ବେଳକୁ ଗାନ୍ଧି ସାର ଛିଡ଼ା ହୋଇଛନ୍ତି।

ଗାନ୍ଧି ସାର ଇଂରାଜୀ ବିଭାଗର ଅଧ୍ୟାପକ ଥିଲେ ଯାଜପୁରରେ।

ଜୀବନର ଅନେକ ସୁଖଦୁଃଖ ମୁଁ ତାଙ୍କୁ ହିଁ କହିଛି। କଲେଜ କଲୋନୀରେ ଆମ ସାମ୍ନା ଘରେ ରହୁଥିଲେ। ସେ ହାତ ଠାରି ଡାକିଲେ- ତଳକୁ ଆ’ ।

ଗାନ୍ଧି ସାର, ମୁଁ, ମାୟା ବାହାରିଲୁ ଝିଅ ଦେଖିବା ପାଇଁ। ଝିଅ ଘର କୋଉଠି ବୋଲି ମୁଁ ମାୟାକୁ ପଚାରିଲି।

ସେ କହିଲା- ଭାଇ ଚାଲନ୍ତୁ, ମୁଁ ବଳେ ନେଇଯିବିନି ଆପଣଙ୍କୁ।

ବରୁହାଁ ଛକରୁ ବ୍ରହ୍ମବରଦା ରାସ୍ତା ଧରିଲା ସେ।

ଲମ୍ବା, ବିସ୍ତୀର୍ଣ୍ଣ ବାଦାମ କ୍ଷେତ । ଆଗରେ ବ୍ରାହ୍ମଣୀ ନଈ। ଡେଙ୍ଗା ପୋଲ।
ମୁଁ ଗାନ୍ଧି ସାରଙ୍କୁ ପଚାରିଲି- ଆପଣ ତ କିଛି କୁହନ୍ତୁ। ଏତେ ସସପେନ୍ସ ରଖିଲେ କଣ ହେବ।
- କିଛି ସସପେନ୍ସ ନାଇଁ। ଦେଖିବା ଚାଲେ। ସାର୍ ଉତ୍ତର ଦେଲେ।

- ହେଲେ ମତେ କାଇଁ ଝିଅ ଦେଖାଉଛନ୍ତି ? ମୁଁ ଯୋଉ ଝିଅକୁ ଦେଖିଲେ ବି ନାଇଁ କହି ପାରିବିନି। ସେ ଝିଅର ପୁଣି ସ୍ୱାଭିମାନ ଓ ସମ୍ମାନ ଅଛି କି ନାଇଁ ? ମତେ ଦେଖାନ୍ତୁନି ପ୍ଲିଜ୍।

ଗାନ୍ଧି ସାର ହସିଲେ। କହିଲେ- ତୋ ବାପାକୁ ସେଇଆ ଫୋନ କରି କହି ଦେ।

ମୁଁ ବାପାଙ୍କୁ ଫୋନ କରି ଅବିକଳ କଥା କହିଗଲି।

ସେ ଓଲଟା ମତେ କହିଲେ- ରହ, ସେ ଝିଅ ଜାଣିନି ତୁ ଯାଉଛୁ ବୋଲି। ମୁଁ ଜଣାଇବାର ବ୍ୟବସ୍ଥା କରେ।

ଆଶ୍ଚର୍ଯ୍ୟ କଥା ଇଏ! ଝିଅ ଦେଖିବାକୁ ମୁଁ ଯାଉଛି। ଝିଅ ପୁଣି ଜାଣିନି।

ଇଆଡ଼େ ଯାହାକୁ ଦେଖିବି ତାକୁ ହଁ କହିବା ମାନସିକତା କେବେ ମୁଁ ବଦଳାଇବିନି ବୋଲି ଆଗରୁ ଠିକ କରି ସାରିଥାଏ।

ମାୟାକୁ ମୁଁ ପଚାରିଲି- ତୁ ଜାଣିଛୁ କି କିଛି ? କହୁନୁ।
ମାୟା ମୁରୁକି ହସା ମାରିଲା।

- ଆବେ ତତେ ଥଟ୍ଟା ଲାଗିଛି। କଣ ହୋଇଛି କହ ମତେ।
- ଚାଲନ୍ତୁ ଭାଇ । ଆଉ ଅଳ୍ପ ବାଟ।
- ଅଳ୍ପ ବାଟ ମାନେ କୋଉଠି ?
- କାହା ଗୀତ ଲଗେଇବି ଭାଇ କୁହନ୍ତୁ। ଲତା ? ମାୟା ପଚାରିଲା।
- ଛେନାଗୁଡ଼।

ଅନେକ ଅଙ୍କାବଙ୍କା ରାସ୍ତା ଦେଇ ପାହାଡ଼ କଡ଼ ବଙ୍କାଣୀ ବୁଲି ଆମେ ଯାଇ ଯୋଉଠି ପହଁଚିଲୁ, ସେଇଟା ଗୋଟେ ପାହାଡ଼ ତଳ। ଘର, ଗାଁ କିଛି ନାହିଁ।

ଗାନ୍ଧି ସାର ମତେ ଉପରକୁ ଯିବା ପାଇଁ କହି ଉପରକୁ ଚାଲିଲେ। ମାୟା କହିଲା- ଭାଇ, ଆପଣ ଆସନ୍ତୁ। ମୁଁ ତଳେ ଅଛି।
- ଏଇଟା କୋଉ ଜାଗା ମାୟା? ତୁ ତ ରାସ୍ତା ବଦଳେଇ ଆଣିଲୁ ? କହ ତ।

- ଭାଇ ଏଟା ଉଦୟଗିରି। ନୂଆ ରାସ୍ତା ଖୋଲିଛି। ଆପଣ ଦେଖି ନାହାନ୍ତି।

ପାହାଡ଼ ଉପରେ ଏକପାଖିଆ ହୋଇ ଛୋଟିଆ ଡାକ୍ତରଖାନାଟେ। ଉଦୟଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର।

ସେଇଠି ଛିଡ଼ା ହେଲେ ଉଦୟଗିରି ବୌଦ୍ଧ କୀର୍ତ୍ତିରାଜି ବେଶ ସୁନ୍ଦର ଦିଶୁଛି। ବେଶ ବ୍ୟାପ୍ତ।

ଆମେ ଡାକ୍ତରାଣୀ ରୁମକୁ ପଶିଲୁ।

୧୦
ନର୍ସଟେ ତା ଆଗରୁ ବସି ମତେ ଦେଖି ମୁଚୁକୁନ୍ଦିଆ ହସ ମାରୁଥିଲା। ଡାକ୍ତରାଣୀ ରୋଗୀ ଦେଖୁଥିଲେ।

ଗାନ୍ଧି ସାରଙ୍କ ପାଦ ଛୁଇଁ ଜୁହାର ହେଲେ।

କହିଲେ- ସାର ବସନ୍ତୁ ।

ମତେ ବି ବସିବା ପାଇଁ କହିଲେ । ପତଳି ଡେଙ୍ଗୀ ଝିଅଟେ। ହାତର ଶିରା ସ୍ପଷ୍ଟ ଦିଶୁଥାଏ। ଖୁବ ପତଳା।

ସମ୍ବଲପୁରୀ ଶାଢ଼ୀ ପିନ୍ଧି ଥାଆନ୍ତି।

୧୧
ତାଙ୍କ ସାମ୍ନା ସିଟରେ ମୁଁ ବସିଲି।

କ୍ରମଶଃ ଡାକ୍ତରଖାନା ଷ୍ଟାଫ୍ ଆଣି ସିଙ୍ଗଡ଼ା, କଫି ଦେଇଗଲେ।
- ମତେ କେହି କହି ନଥିଲେ ଆପଣ ଆସୁଛନ୍ତି ବୋଲି। ୧୫ ମିନିଟ ତଳେ ଫୋନ କରି ମୋ ବାପା କହିଲେ। ବାଲିକୁଦା ଛକରୁ ଯାହା ମଗେଇ ପାରିଛି। ସେ ଝିଅ କହିିଲେ।

ଗାନ୍ଧି ସାର କଥା ହେଲେ।

୧୨
ମୁଁ ସିଙ୍ଗଡ଼ା ଖାଇଲି। କଫି ପିିଇଲି। ପୁଣି ବାହାରକୁ ଆସି ଉଦୟଗିରି ଆଡ଼େ଼ ଚାହିଁଲି।

ସେ ଝିଅ ବି ଆସି ଛିଡ଼ା ହେଲା।

- ଆସନ୍ତୁ ଆଉ କପେ କଫି ପିଇବେ। ଆପଣଙ୍କୁ ଭଲ ଲାଗେ। ପୁଣି ଭିତରକୁ ଗଲି ମୁଁ।

ଚାଳିଶ ମିନିଟ ପାଖାପାଖି ପରେ ମୁଁ ବାହାରି ଆସିଲି। ଗାନ୍ଧି ସାରଙ୍କ ସହ।

ସେ ଝିଅ ଆସିଲେ ଆମକୁ ବାଟୋଇ ଦେବାକୁ।

୧୩
ତଳେ ପୁଣି ତାଙ୍କ ଫାର୍ମାସିଷ୍ଟ ଦେଖା ହେଲା।

ମୁଁ ପଚାରିଲି- ଆରେ ତମ ଦିଦିଙ୍କ ମୋବାଇଲ ନମ୍ବର କେତେ ? ସେ ଦେଇଦେଲା। ଆମେ ବାହାରି ଆସିଲୁ।

ଘରେ ଆସି ଖାଇ ମୁଁ ଶୋଇଗଲି।

ସଂଜକୁ ବୈତରଣୀ କୂଳକୁ ପଳେଇଲି ମୁନା ଭାଇ ସାଙ୍ଗେ।

୧୪
ରାତିରେ ବାପା ପଚାରିଲେ- କଣ ହେଲା? କଣ କହୁନୁ?

- କହିଥିଲି ପରା ସକାଳେ। ମୁଁ ଝିଅ ଦେଖିବିନି। ତମେ ଜବରଦସ୍ତ ଦେଖେଇଲ। କୌଣସି ଝିଅକୁ ମୁଁ ନା କହି ପାରିବିନି।
- ହଉ।
କିଛିଦିନ ବିତିଗଲା ଏମିତିରେ।

ଦିନେ ରାତିରେ ମୁଁ ସେ ଝିଅ ନମ୍ବର ଲଗେଇଲି।

୧୫
- ପୁପୁ କହୁଛି ? ଆପଣ ଜାଣି ପାରୁ ନଥିବେ?
- ଜାଣିଛି । ନମ୍ବର ମୋ ପାଖେ ଅଛି। ମୁଁ ଡରିକି ଫୋନ କରୁ ନଥିଲି।
- କଣ ପାଇଁ? ମତେ କି ଡର?
- ଚିହ୍ନି ପାରିଲେନି କି ଆପଣ ମତେ? ସେ ଝିଅ କହିଲା।
- ନାଇଁ ତ । ମୁଁ ଜାଣିନି।
- ମୁଁ ଲୀନା। ଯାଜପୁରରେ ଆପଣଙ୍କ ତଳ ବ୍ୟାଚ୍‌ରେ ପଢୁଥିଲି । ଆପଣଙ୍କ ଘରକୁ ବି ଯାଇଛି । ସାର ମୋ ଟିଚର୍।

୧୬
ପରେ କଥାର ପରିଧି କିଛିଟା ବଢିଲା। ଅବଶ୍ୟ ମାପିଚୁପି। ଢେର କମ ସମ୍ଭବ।

ଦିନେ ସଂଜରେ ଆଚାର୍ଯ୍ୟ ବିହାରରେ ମୁଁ ରାନ୍ଧୁଛି। ଗାନ୍ଧି ସାରଙ୍କ ଫୋନ ଆସିଲା- ପୁପୁ, ଗୋଟେ କଥା କହିବି ବ୍ୟସ୍ତ ହେବୁନି।

- କଣ ହେଲା ?

- ସେଠି ତୋ ବାହାଘର ହୋଇ ପାରିବନି।

- କଣ ପାଇଁ ? ଆପଣମାନେ କଣ ମନଇଚ୍ଛା ଝିଅ ଦେଖେଇବେ। ଭାଙ୍ଗିବେ ବାହାଘର?

୧୭
- ନା । ହେବନି।
ପରେ ଗାନ୍ଧି ସାର ଗୋଟେ କାହାଣୀ କହିଲେ ଯାହା ଆମ ଘର ତରଫରୁ ତାଙ୍କୁ କୁହାଯାଇଥିବ କହିବା ପାଇଁ। କିନ୍ତୁ ମତେ ସେସବୁ ବକୱାସ ଲାଗିଲା।

ସାରଙ୍କୁ ମୁଁ ଫୋନ କଲି।

- ଠିକ ଅଛି। ଆପଣ ଆଗେ ସେ ଝିଅ ସହ କଥା ହୁଅନ୍ତୁ। ତାକୁ ସବୁକଥା କୁହନ୍ତୁ । ତାକୁ ବୁଝାନ୍ତୁ । ଟିକେ ସମ୍ବେଦନଶୀଳ ହୁଅନ୍ତୁ। ତା ସମ୍ମାନ ଜଗନ୍ତୁ।

୧୮
ତା’ପରେ କଣ କିଏ ବୁଝେଇଲା ମୁଁ ଜାଣିନି। କିନ୍ତୁ ଲୀନା ମତେ ଦଶ ମିନିଟ ପରେ ଦୁଇ ଥର ଫୋନ କଲା। ଫୋନ ଉଠେଇବାର ସାହାସ ମୋ ପାଖେ ନଥିଲା।

ଏମିତିରେ ଦୁଇ ବର୍ଷ ବିତିଗଲା। ମୋ ବାହାଘର ବି ହୋଇଗଲା ଶ୍ରେୟା ସହିତ।

୨୦୧୨ ପଞ୍ଚାୟତ ନିର୍ବାଚନରେ ବରୀରେ ମୋର ନିର୍ବାଚନ ଡ୍ୟୁଟି ପଡ଼ିଥାଏ।

୧୯
ଗୋଟେ ବୋଲେରେରେ ମୁଁ ବୁଲୁଥାଏ। ଅନ୍ୟମନସ୍କ ଭାବେ ମୁଁ ଉଦୟଗିରି ପାଖେ ଅଟକି ଗଲି। ଓହ୍ଲାଇ ଟିକେ ଆଗକୁ ବୁଲିବାକୁ ଚାଲିଗଲି।

ଦେଖିଲି- ସାମ୍ନାରୁ ଲୀନା ଆସୁଛି।

କିଛି ସମୟରେ ମଣିଷ ଏମିତି ଅଜବ ସ୍ଥିତିରେ ପଡ଼େ ଯେ, ମୁହଁ ଲୁଚେଇବା ପାଇଁ ତାକୁ ସାରା ପୃଥିବୀଟା କମ ଲାଗେ। ସେ ଜାଗା ଖୋଜେ ଲୁଚିବାକୁ। ମିଳେନା।

୨୦
ଲୀନା କିନ୍ତୁ ମୋ ପାଖେ ଆସି ଛିଡ଼ାହେଲା । ତା ସ୍କୁଟି ଅଟକେଇଲା।

କହିଲା- ପାଖ ଗାଁକୁ ଯାଉଛି। ଜଣଙ୍କ ଦେହ ଖରାପ। ଦେଖିବାକୁ। କେମିତି ଅଛନ୍ତି ଆପଣ?
- ଭଲ , ହୁଁ ।
- ସେ ନମ୍ବର ରଖିଛନ୍ତି ମୋବାଇଲର ନା ବଦଳେଇ ଦେଲେଣି ?
- ରଖିଛି ସେଇ ନମ୍ବର। ମୋର ତ ଗୋଟାଏ ନମ୍ବର।
- ବଦଳେଇବେନି କେବେ। ବାହାଘର ହେଲାଣି ଆପଣଙ୍କର?

୨୧
- ହଁ, ବର୍ଷେ ହେଲାଣି । ତମେ ?
ଲୀନା ଅଳପ ହସିଲା।

- ମୁଁ ବାହା ନ ହେବାକୁ ସ୍ଥିର କରିଥିଲି। ଅପଣ ହଁ କହିଲେ। ମୁଁ ବି ହଁ କହିଲି। ପରେ ଆପଣ ଓହରି ଗଲେ। ଜାଣିଛନ୍ତି ମୁଁ ସଭିଙ୍କୁ କହି ଦେଇ ସାରିଥିଲି। ମୋ ସାଙ୍ଗମାନଙ୍କୁ।

ପରେ ନା’ ଶୁଣିଲା ପରେ ଛୁଟିରେ ରହିଲି ବହୁତ ଦିନ। ମୋ ଭାଇ ଚାଲି ଯାଇଥିଲା।

୨୨
ଭଉଣୀ ବି ଚାଲିଗଲା ସେଇ ବର୍ଷ। ବୋଉ ଦେହ ଭଲ ରହୁନାହିଁ। ମୁଁ ଗାଁକୁ ଯିବା ଆସିବା କରୁଛି। ଆଉ ବାହା ହେବିନି।

କିଛି ବି କହି ପାରିଲିନି ମୁଁ। ଶବ୍ଦ ନଥିଲା ମୋ ପାଖେ।

- ଆସନ୍ତୁ ଚାହା ପିଇବା।

ଚାହା ପିଇଲି ମୁଁ। ସେ ବି। ଆସ୍ତେ। ଚୁପଚାପ।

୨୩
ଗୋଟାଏ ବି ଶବ୍ଦ ମୋ ମୁହଁରୁ ବାହାରି ନଥିଲା ଆଉ।

ମୁଁ ଆସି ଆସ୍ତେ ମୋ ଗାଡ଼ିରେ ବସିଲି। କାଚ ଉଠେଇଲି। ସେ ଝିଅ ସେମିତି ଚାହା ଗିଲାସ ଦି’ଟା ଧରି ଛିଡ଼ା ହୋଇଥିଲା। ନିଶବ୍ଦ।

ନିଶ୍ଚଳ ବି।

୨୪
ସିସି: @SupriyaPrasanta
@bjena2
@Jyotsna_JJ
@bagha_mamu
@aviram_panda

ସବୁ ଯାଜପୁରିଆ ଓ ଝିଅ ଦେଖି ଏବେ ସୁଖୀ ଥିବା ପ୍ରତିଟି ମଣିଷଙ୍କୁ।

ଆଉ ଗପ ଶୁଣିବାକୁ ଅଝଟ କରୁଥିବା ଓ କରୁ ନଥିବା ସୋମୁ @Soumendra_007

• • •

Missing some Tweet in this thread? You can try to force a refresh
 

Keep Current with Jyoti Prakash Mohapatra

Jyoti Prakash Mohapatra Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @jp_mohapatra

Nov 20, 2022
#ଖିଅ

ଏ ସେମିତି ଭଲ ପାଇବା ନ ଥିଲା, ସେତେବେଳର ଡର ଓ ସମାଜର ଅଶ୍ରଦ୍ଧାକୁ ଡରି କେଇ ପଦ କଥା ବି ହେଇ ହୁଏନି ତୁମ ସହ, ସମ୍ପର୍କ କହିଲେ- ଖାଲି ନିରବତା; ଆଖି ହଳକର କେତେବେଳେ ଆଉ ଦୁଇ ଆଖି ମିଶିଗଲେ, ତଳକୁ ଆପେ ନଇଁ ଆସୁଥିଲା ପତା।

ନା କେବେ ତୁମକୁ କହି ବି ପାରିଲି କେବେ କିଛି, ତୁମ ତ ସବୁବେଳେ ନିରବ, ଲାଜରେ ଜୁଡୁସୁଡୁ।

ନିରବରେ ବୈତରଣୀ ସୁଅ ରକମ ବହି ଚାଲିଲା ସବୁ, ନା କୂଳ ଲଙ୍ଘିବାର ଇଚ୍ଛା, ବରଂ ଜହ୍ନର ପୁନେଇଁ ଆଲୁଅରେ ପ୍ରତିଫଳିତ ଦୀର୍ଘ ଆଲୋକିତ ରେଖା ପରି।

ବିରଜାଙ୍କ ବେଢ଼ାରେ ମାଆଙ୍କ ଦାଉଦାଉ ଆଖି ସହ ଟୁନା ନନାର ସ୍ତୋତ୍ରରେ କଳନା କରି ପକାଏ ତୁମକୁ, ରକ୍ଷାକାଳୀଙ୍କ ସାମ୍ନାରେ ଘିଅ ଦୀପ ଲଗେଇ ବୋଧେ ମାନସିକ ତୁମକୁ ହିଁ କରୁଥିଲି।

ମନେ ଅଛି ନା ଆମ ଡିପାର୍ଟମେଣ୍ଟ କଡ଼କୁ ଥିଲା ବୁଢା ବରଗଛଟେ, କତିକି ଭଙ୍ଗା ସାଇକେଲ ଷ୍ଟାଣ୍ଡ, ଯୋଉଠି ରବି ଭାଇ ଗୁପଚୁପ ଆଣି ବିକେ। ଗାୟତ୍ରୀ, ପ୍ରଜ୍ଞା ଅପାଙ୍କ ସହ ତୁମେ ସେଠି ନିଇତି ଯୋଡିହୁଅ।

ଲାବୋରେଟାରୀ ଝରକାରୁ ତୁମ ପିଙ୍କ୍ ରଙ୍ଗ ଚୁନରି ହିଁ ଦିଶେ। ପ୍ରଜ୍ଞା ଅପା ହାତ ଥରେ- ପ୍ରକାଶ ଆସ ଖାଇବ।

ତୁମେ ସେଇଠୁ ଆସ୍ତେ ଖସିଯାଆ।

Read 10 tweets
Apr 9, 2022
ଚୈତ୍ରର ବଣକୁ ସାନ୍ତ୍ୱନା ଦେଇ ଦେଇ ଅଣେ ଅଣେ ଲମ୍ବି ଚାଲିଛି ଚୈତ୍ରର ବାଟ, ତା'ର ଥିଲା ଆଜି ନାହିଁ, ୟା'ର ନଥିଲା ଆଜି ପୁରିଛି, ଦୁହେଁ ମିଶିଯାଇ ପୁଣି ସେହି ଚେତନାର ଗହଳି ବଣ, ଗଛର ବଣ ପାତଳ ହୋଇଛି, ମଣିଷର ବଣ ବଢିଛି।

ସେହି ସରୁ ଗୋଡ଼ଦଳା ଚଲାବାଟ, ଲାଜ ସୁରୁସୁରୁ, ଭୟ ଥୁରୁଥୁରୁ, ଆଭିଜାତ୍ୟର ପିତ୍ତଳ ଛାତି ଉପରେ ଝକଝକେଇ ସେ କେବେ
ଇତିହାସ ତିଆରି କରିବାର ଦମ୍ଭ ଦେଖାଇ, ପୃଥିବୀ ଆଗରେ ଗଫା ବଖାଣି ନାହିଁ, ଆଜି ତା'ର ଶିରାଏ ଶିରାଏ ମଣିଷ ଖୁନ୍ଦାଖୁନ୍ଦି, ତା'ର ବାଙ୍କେ ବାଙ୍କେ ସର୍ଜନାର ଅପୂର୍ବ ସରାଗ, ସେଠି କୋଳାହଳ ସେଠି ଆନନ୍ଦ ସେଠି ରଙ୍ଗ। ପଞ୍ଝା ପଞ୍ଝା ଆସନ୍ତି ପଞ୍ଝାପଞ୍ଝା ଯାଆନ୍ତି ସେହି ଆପଣା- ଭୁଲା ସରୁ ବାଟରେ।

ପର୍ବତର ଅନ୍ଧି ସନ୍ଧି, ଘାଟି ଟିକ୍ରାର ପାହାଚେ ପାହାଚେ, ପତ୍ରଲଟାର ସୁଡଙ୍ଗର ତଳେ ତଳେ ଚହଟି ବୁଲନ୍ତି ଅଗଣିତ ମଣିଷ, ବାଟର ବରଗଛ ମୂଳେ ମେଳା ବସେ, ଖାଲରେ ଶିକାର, ପଥୁରିଆ ଝୋଲାକୂଳର ସାନ ସାନ ଗୁମ୍ଫାରେ ଶିଉଳିର ଶେଯ ଉପରେ ଯେଉଁଠି ଝୋଲାର ଛଳଛଳରେ ଚେତନାର ଉନ୍ମେଷ ହୁଏ,

Read 4 tweets
Apr 6, 2022
#ଖିଅ
#ଯାଜପୁର

ପାଢ଼ୀ ମଉସା

ବାହାଘର ପରେ ଲାଗିଲା, ଘରେ ସମସ୍ତେ ସାଙ୍ଗ ହୋଇ ରହିଲେ ଭଲ। ସାମ୍ବାଦିକତାରେ ଏ ଜିଲ୍ଲା, ସେ ଜିଲ୍ଲା ବୁଲି, ଭୁବନେଶ୍ୱର ଏକା ରହି ରହି ବଡ଼ ଚିକିଟା ଲାଗୁଥାଏ। ବାପା, ବୋଉ ତ ଘର ଛାଡ଼ି ଆସି ପାରିବେ ନାହିଁ। ତେଣୁ ଗୋଟିଏ ଚାକିରି ଖୋଜି ମୁଁ ଯାଜପୁର ପଳେଇଲି।

ମୋ ଅଫିସରେ ଆଉ ଛଅ ଜଣ ଥିଲେ। ଅକାଉଣ୍ଟାଣ୍ଟ ପାଢ଼ୀ ବାବୁ- ଯାହାଙ୍କ ଘର ବ୍ରହ୍ମବରଦା, କନିଷ୍ଠ ସହାୟକ ମିଶ୍ର ବାବୁ- ତାଙ୍କ ଘର କୋଦଣ୍ଡପୁର, ଡାଟାଏଣ୍ଟ୍ରି ଅପରେଟର ପଣ୍ଡା- ସେ କଲେଜରେ ମୋ ସଂଗେ ପଢୁଥିଲା, ଆଉ ଦୁଇ ଜଣ ସହାୟକ- ପାଢ଼ୀ ମଉସା- ଖଣ୍ଡରା ପାଖ ବାଲିପଦା ତାର ଗାଁ ଓ ଜେନା- ଗାଁ ବୋଦୁଅ। ଜେନା ଥିଲା ଭିନ୍ନକ୍ଷମ।

ମୁଁ ଜଏନ କରିବା ଦିନ ପାଢ଼ୀ ମଉସା ନଥିଲା। ତା ଭାଷାରେ ତାର ସେଦିନ ଡ୍ୟୁଟି ନଥିଲା।

ଦିନେ ସକାଳୁ ଢୁ ଢୁ ବର୍ଷା ବାଡ଼ାଉ ଥାଏ- ଜଣେ ଲୋକ ଗୋଟିଏ ରେନକୋଟ ପିନ୍ଧି ପୁରା ଓଦା ସରସର ହୋଇ ଆସି ପହଁଚିଲା। ପ୍ରବଳ ବର୍ଷାରେ ଆମ ଘରକୁ ରାସ୍ତା ବୁଡ଼ି ସାରିଥାଏ।

Read 14 tweets
Dec 26, 2021
#ଖିଅ

ଗୋଟିଏ ଗାଁର ଗପ (୩)

ଡ୍ରାମା

ଡ୍ରାମା ଆରମ୍ଭ ହେବ ସଂଜକୁ। କିନ୍ତୁ ସିଦିଆ ସାଆଁନ୍ତ ଗାଏବ। ସବୁ ରୋଲ କଲା, ରିହର୍ସାଲ କଲା, କିନ୍ତୁ ଠିକ ଡ୍ରାମା ଦିନ ନାହିଁ। ସେଇଠୁ ଲୋକ ପଠାଗଲା ତାଙ୍କ ଘରକୁ। ଯିଏ ଯାଇଥିଲା, ସିଏ ଆସି କହିଲା- ସେ ଶ୍ୱଶୁର ଘରକୁ ରାଗି ପଳେଇଛନ୍ତି।

- କିରେ, ଏଥିରେ ରାଗିବାର କଣ ଅଛି? ଆଜି ଡ୍ରାମା, ରଜ ସଂକ୍ରାନ୍ତି, ଆଉ ସିଏ କିମିତି ପଳେଇଲା ମ! ହଇଆଛାଡ଼ ଲୋକୁଟା।

- ତମେ ତାକୁ ଡ୍ରାମାରେ ମନ୍ତ୍ରୀ ପାର୍ଟ (ରୋଲ) ଦେଲ ତ, ସେଇନାଗି ସିଏ ରାଗିକି ପଳେଇଚି।

- ସିଏ ତ ବଢିଆ ଆକ୍ଟିଂ କରେ ବୋଲି ତାକୁ ମନ୍ତ୍ରୀ ପାର୍ଟ ଦିଆ ଯାଇଥିଲା । ଏଥର ପୁଣି ମନ୍ତ୍ରୀ ପାର୍ଟ ଜମାଣିଆ।

ମୂର୍ଖ, ପାଷାଣ୍ଡ। ଗଲା, କହିଲାନି ଟିକେ, ଜଣେଇଲା ବି ନାହିଁ।

- ସେ ପରା ଫି’ ବର୍ଷ ଡ୍ରାମାରେ ରାଜା ପାର୍ଟ କରୁଥିଲେ। ତାଙ୍କୁ ମନ୍ତ୍ରୀ ପାର୍ଟ ଦେଲ। ଛୋଟ କରିଦେଲ। ତେଣୁ ସିଏ ରାଗିକି ପଳେଇଲେ ବୋଲି ତାଙ୍କ ଘର ଲୋକ କହୁଛନ୍ତି।

ଏଇମିତି ଅଚାନକ ସେ ବର୍ଷ ଡ୍ରାମାରେ ଆସି ଉପୁଜିଲା ବାଧା। କଣ କରାଯିବ? ଏଥିକୁ ଉପାୟ କଣ?

Read 20 tweets
Oct 20, 2021
#ସାମ୍ବାଦିକତାର_ଫର୍ଦ୍ଦ (୩)

ଅପହଞ୍ଚ ଆକାଶ

ଭୁବନେଶ୍ୱରରୁ ଦିନେ ଅଚାନକ ବଦଳି ହେଲା।ବଦଳି ହେଲା ବୋଲି ନ କହି, ବରଂ ବଦଳି କରେଇ ନେଲି କହିଲେ ଚଳିବ। ରାଜଧାନୀର ଏଡ଼େ ଚଉଡ଼ା ରାସ୍ତା, ଫାଙ୍କା ଫାଙ୍କା ବଜାର ମତେ ଭଲ ଲାଗିଲା ନାହିଁ। ଆଜି ବି ଲାଗେନି।

ଛୋଟିଆ ସହର, ଗଳି ଭିତରେ ସାଇକେଲ ଯାଇ ପାରୁ ନଥିବ, ଭିଡରେ ଅଣନିଶ୍ୱାସୀ ହେଉଥିବ ମଣିଷ, ଝାଳ ମୁହଁରେ ବାଜି ଲୁଣିଆ ଲାଗୁଥିବ- ସେ ସହର ସବୁଦିନ ପସନ୍ଦ। ମୁଁ ନିଜେ ବାଧ୍ୟ କଲି ମତେ ବଦଳି କରିଦିଆ ଯାଉ ଓ ଶେଷକୁ ବାଲେଶ୍ୱର ଗଲି।

ବାଲେଶ୍ୱର ପରିଚିତ ସହର। ଯୁକ୍ତ ଦୁଇ ସେଠି ମୁଁ ପଢ଼ୁଥିଲି। ମୋ ମଝିଆ ପିଉସୀ ସେଇଠି ରହୁଥିଲା।

ପୁଚୁକା, ଚାଟ୍, ଷ୍ଟେସନ ବଜାର, ପୁଲିସ ଲାଇନ୍ ଛକ ସବୁ ଜଣା, ଚିହ୍ନା।

ବାଲେଶ୍ୱରରେ ମୋ ପାଖେ ସାଇକେଲଟେ ଥିଲା। ତାକୁ ହିଁ ନେଇ ଅଫିସ ଯାଏ, ରିପୋର୍ଟିଂ ବି। ବାପା ପରେ ମଟର ସାଇକେଲ ପଠେଇଲେ। ଆମ 'ସମ୍ବାଦ' ଅଫିସ ଥିଲା ଶିଳ୍ପାଞ୍ଚଳରେ। ଓରି ପ୍ଲାଷ୍ଟ ଆଗକୁ। କେଇ ଶ' ମିଟର ଦୂରରେ ଜଗନ୍ନାଥ ମନ୍ଦିର।

Read 18 tweets
Oct 19, 2021
बीत गए दिन, प्यार के पल-छीन
सपना बनी ये रातें
भूल गए वो, तू भी भुला दे
प्यार की वो मुलाकातें
सब दूर आंधेरा
मुसाफिर जाएगा कहाँ...

1/n
कोई भी तेरी, राह ने देखे
नैन बिछाए न कोई
दर्द से तेरे, कोई ना तड़पा
आँख किसी की ना रोई
कहे किसको तू मेरा
मुसाफिर जाएगा कहाँ...

2/n
तूने तो सबको, राह बताई
तू अपनी मंज़िल क्यूँ भूला
सुलझा के राजा, औरों की उलझन
क्यूँ कच्चे धागों में झूला
क्यूँ नाचे सपेरा
मुसाफिर जाएगा कहाँ...

3/n
Read 6 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Don't want to be a Premium member but still want to support us?

Make a small donation by buying us coffee ($5) or help with server cost ($10)

Donate via Paypal

Or Donate anonymously using crypto!

Ethereum

0xfe58350B80634f60Fa6Dc149a72b4DFbc17D341E copy

Bitcoin

3ATGMxNzCUFzxpMCHL5sWSt4DVtS8UqXpi copy

Thank you for your support!

Follow Us!

:(