#ଖିଅ

ଏ ସେମିତି ଭଲ ପାଇବା ନ ଥିଲା, ସେତେବେଳର ଡର ଓ ସମାଜର ଅଶ୍ରଦ୍ଧାକୁ ଡରି କେଇ ପଦ କଥା ବି ହେଇ ହୁଏନି ତୁମ ସହ, ସମ୍ପର୍କ କହିଲେ- ଖାଲି ନିରବତା; ଆଖି ହଳକର କେତେବେଳେ ଆଉ ଦୁଇ ଆଖି ମିଶିଗଲେ, ତଳକୁ ଆପେ ନଇଁ ଆସୁଥିଲା ପତା।

ନା କେବେ ତୁମକୁ କହି ବି ପାରିଲି କେବେ କିଛି, ତୁମ ତ ସବୁବେଳେ ନିରବ, ଲାଜରେ ଜୁଡୁସୁଡୁ।

ନିରବରେ ବୈତରଣୀ ସୁଅ ରକମ ବହି ଚାଲିଲା ସବୁ, ନା କୂଳ ଲଙ୍ଘିବାର ଇଚ୍ଛା, ବରଂ ଜହ୍ନର ପୁନେଇଁ ଆଲୁଅରେ ପ୍ରତିଫଳିତ ଦୀର୍ଘ ଆଲୋକିତ ରେଖା ପରି।

ବିରଜାଙ୍କ ବେଢ଼ାରେ ମାଆଙ୍କ ଦାଉଦାଉ ଆଖି ସହ ଟୁନା ନନାର ସ୍ତୋତ୍ରରେ କଳନା କରି ପକାଏ ତୁମକୁ, ରକ୍ଷାକାଳୀଙ୍କ ସାମ୍ନାରେ ଘିଅ ଦୀପ ଲଗେଇ ବୋଧେ ମାନସିକ ତୁମକୁ ହିଁ କରୁଥିଲି।

ମନେ ଅଛି ନା ଆମ ଡିପାର୍ଟମେଣ୍ଟ କଡ଼କୁ ଥିଲା ବୁଢା ବରଗଛଟେ, କତିକି ଭଙ୍ଗା ସାଇକେଲ ଷ୍ଟାଣ୍ଡ, ଯୋଉଠି ରବି ଭାଇ ଗୁପଚୁପ ଆଣି ବିକେ। ଗାୟତ୍ରୀ, ପ୍ରଜ୍ଞା ଅପାଙ୍କ ସହ ତୁମେ ସେଠି ନିଇତି ଯୋଡିହୁଅ।

ଲାବୋରେଟାରୀ ଝରକାରୁ ତୁମ ପିଙ୍କ୍ ରଙ୍ଗ ଚୁନରି ହିଁ ଦିଶେ। ପ୍ରଜ୍ଞା ଅପା ହାତ ଥରେ- ପ୍ରକାଶ ଆସ ଖାଇବ।

ତୁମେ ସେଇଠୁ ଆସ୍ତେ ଖସିଯାଆ।

ମନେ ଅଛି ନା ମହାବୀର ଛକ ଉପରେ ଭୂପତି ସାରଙ୍କ ଘର ପାଖ ଆଳୁ ଚପ ଦୋକାନ। ସିଦ୍ଧାର୍ଥ ମୁଁ ଖାଉଥିଲୁ, ତୁମେ ଆସିଲ, ଆଉ କିଛି ନ କହି ଲେଉଟି ଯାଇଥିଲ, କଣ ପାଇଁ କେଜାଣି ?

ଆଳୁ ଚପ ସେବେଠୁ ଆଉ ମୁଁ ଖାଇନି।

ସିଦ୍ଧାର୍ଥ ମଝିରେ ମଝିରେ ଫୋନ କରେ-କଥା ମଝିରେ ତୁମେ ହାଲକା ଆସ।

କି ଖବର ତୁମର ଅଛି ଯେ ମୋ ପାଖେ, ତା'କୁ ଜଣେଇବି!

ମନେ ଅଛି ନା ରାମ ଚାଟ୍, ଅନନ୍ତ ବିଳାସ ଦୋଷା, ଘନ ବାରମଜା, କାଳୀପୂଜା ବୁଲା, ବାରିଣିରୁ ଘର ପାଇଁ ଚଲା କିଣିବା, ଦଶ୍ବାଶମେଧ ଘାଟରେ ସପ୍ତମାତୃକାଙ୍କ ମୂର୍ତ୍ତିକୁ ଅନେଇବାର ଭୟ !

କେମିତି ରହିବ ମନେ !

ଆମେ ତ କେବେ ସେଠି ଦେଖା ହୋଇ ନାହାନ୍ତି। ହୁଏତ ପରସ୍ପରର ମନେ ପଡ଼ିଥିବା। ହିକା ଉଠିଥିବ !

ଦିନେ ଦେବ ଆସି କହିଥିଲା ତୁମ ଚୁନରି ସାଇକେଲ ସ୍ପୋକରେ ଫଶି ଯାଇଥିଲା କେମିତି ! ନିକାଞ୍ଚ ତ ଥିଲା #ଯାଜପୁର ର ରାସ୍ତା। ଅନେକ ସମୟ ସେମିତି ସେଇଠି ଛିଡ଼ା ହୋଇ ରହିଥିଲ ତୁମେ। ବୋଧେ ଆଲୋକ ଆସି ସେ ଚୁନରି କାଟି ଥିଲା !

ଆଜିକାଲି ଅନେକ ଝାପସା ମନେ ପଡୁଛି !

କେତେ ଦଶନ୍ଧି ହେଲାଣି କହିଲ ?

ଆ' ଭିତରେ ବି ଆମେ ନିରୁଦ୍ଦିଷ୍ଟ।

ହଦଗଡ଼ ପିକନିକର ଫଟୋ ମୋ ଆଲବମରେ ଅଛି।

ତୁମେ, ଲୁସି, ନମ୍ରତା, ସରୋଜ ସେ ଫଟୋରେ ଅଛ।

ଖାଇବା ବେଳେ ତୁମ ସାମ୍ନାରେ ବସିଥିଲି ମୁଁ। ନା ମୁଁ ମୁହଁ ଉଠେଇ ପାରିଲି ନା ତୁମେ। ଦେବକୀ ମ୍ୟାଡାମ ମଝିରେ ଦେଖୁଥିଲେ କିଏ ଖାଇଲା, କିଏ ନ ଖାଇଲା।

ଭୋକରେ ଭୋକରେ ଖାଉ ଖାଉ ସୂର୍ଯ୍ୟ ବୁଡ଼ିବା ଉପରେ। ସେ ଜଙ୍ଗଲ ଭିତରେ ଆଉ କଣ ଥିଲା କି ?

କପିଳାସ ପିକନିକରୁ ଫେରିବା ସଂଜରେ ପ୍ରଜ୍ଞା ଅପା ତୁମକୁ ଆଣି ମୋ ପାଖେ ବସେଇ ଦେଇଥିଲା।

ଗୋଟିଏ ବିସ୍କୁଟ ପକେଟରୁ ଅଧେ ଅଧେ ଖାଇଥିଲେ ତୁମେ ମୁଁ।

ସମ୍ଭବତଃ ଅନ୍ଧାରରେ ମୋ ହାତ, ଛୁଇଁ ଯାଇଥିଲା ତୁମ ହାତ।

ସେତିକି ସ୍ପର୍ଶ ତ ସମୁଦାୟ ଜୀବନର ସନ୍ତକ।

ସରସ୍ୱତୀ ପୂଜା ଦିନ ମୁହାଁମୁହିଁ ହୋଇ ଯାଇଥିଲେ ତୁମେ ମୁଁ।ସନ୍ଦେଶ ଗୋଟାଏ ମୁଁ ଧରିଥିଲି। ଭାବିଲି- ତୁମକୁ ଖୁଆଇ ଦେବି।

ପାରିଲି ନାହିଁ।

ଆଜି ବି ଯେବେ ସନ୍ଦେଶ ଖାଏ, ଜାଣିନି କାହିଁକି ମୋ ହାତ ଅଟକି ଯାଏ !

ପୂଜା ଦିନ ତୁମର ହଳଦିଆ ରଙ୍ଗ ଶାଢ଼ୀ କି ଚମତ୍କାର ଥିଲା। ତା' ସହ କପାଳରେ ଚନ୍ଦନ ଗାର।

ଏବେ ସବୁ ଗୋଟିଏ ବାକ୍ସରେ ବନ୍ଦ - ସ୍ମୃତି, ଅନୁଭୂତି, ତୁମେ, ମୁଁ ଓ ସେ ସମୟ।

କେବେ କେବେ ବାହାରି ଆସେ ସେସବୁ ସେ ଦୀପର ଜିନ୍ ପରି।

ବୟସର ଅପରାହ୍ନରେ ଯେବେ ଚମ ଧୁଡୁଧୁଡୁ ହୋଇ ଆସିବ, ସ୍ମୃତି କୋଉଠି ଯିବ ହଜି, ସେବେ ହୁଏତ ତୁମ ଫଟୋ କେବେ ଛୁଇଁଦେବି।

ଥିବା ନଥିବାରେ କି ସମ୍ପର୍କ ଥାଏ ! ତୁମେ ତ ଏଇଠି ଅଛ। ମୋ ପାଖେ। ସର୍ବଦା।

####

• • •

Missing some Tweet in this thread? You can try to force a refresh
 

Keep Current with Jyoti Prakash Mohapatra

Jyoti Prakash Mohapatra Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @jp_mohapatra

Apr 9
ଚୈତ୍ରର ବଣକୁ ସାନ୍ତ୍ୱନା ଦେଇ ଦେଇ ଅଣେ ଅଣେ ଲମ୍ବି ଚାଲିଛି ଚୈତ୍ରର ବାଟ, ତା'ର ଥିଲା ଆଜି ନାହିଁ, ୟା'ର ନଥିଲା ଆଜି ପୁରିଛି, ଦୁହେଁ ମିଶିଯାଇ ପୁଣି ସେହି ଚେତନାର ଗହଳି ବଣ, ଗଛର ବଣ ପାତଳ ହୋଇଛି, ମଣିଷର ବଣ ବଢିଛି।

ସେହି ସରୁ ଗୋଡ଼ଦଳା ଚଲାବାଟ, ଲାଜ ସୁରୁସୁରୁ, ଭୟ ଥୁରୁଥୁରୁ, ଆଭିଜାତ୍ୟର ପିତ୍ତଳ ଛାତି ଉପରେ ଝକଝକେଇ ସେ କେବେ
ଇତିହାସ ତିଆରି କରିବାର ଦମ୍ଭ ଦେଖାଇ, ପୃଥିବୀ ଆଗରେ ଗଫା ବଖାଣି ନାହିଁ, ଆଜି ତା'ର ଶିରାଏ ଶିରାଏ ମଣିଷ ଖୁନ୍ଦାଖୁନ୍ଦି, ତା'ର ବାଙ୍କେ ବାଙ୍କେ ସର୍ଜନାର ଅପୂର୍ବ ସରାଗ, ସେଠି କୋଳାହଳ ସେଠି ଆନନ୍ଦ ସେଠି ରଙ୍ଗ। ପଞ୍ଝା ପଞ୍ଝା ଆସନ୍ତି ପଞ୍ଝାପଞ୍ଝା ଯାଆନ୍ତି ସେହି ଆପଣା- ଭୁଲା ସରୁ ବାଟରେ।

ପର୍ବତର ଅନ୍ଧି ସନ୍ଧି, ଘାଟି ଟିକ୍ରାର ପାହାଚେ ପାହାଚେ, ପତ୍ରଲଟାର ସୁଡଙ୍ଗର ତଳେ ତଳେ ଚହଟି ବୁଲନ୍ତି ଅଗଣିତ ମଣିଷ, ବାଟର ବରଗଛ ମୂଳେ ମେଳା ବସେ, ଖାଲରେ ଶିକାର, ପଥୁରିଆ ଝୋଲାକୂଳର ସାନ ସାନ ଗୁମ୍ଫାରେ ଶିଉଳିର ଶେଯ ଉପରେ ଯେଉଁଠି ଝୋଲାର ଛଳଛଳରେ ଚେତନାର ଉନ୍ମେଷ ହୁଏ,

Read 4 tweets
Apr 6
#ଖିଅ
#ଯାଜପୁର

ପାଢ଼ୀ ମଉସା

ବାହାଘର ପରେ ଲାଗିଲା, ଘରେ ସମସ୍ତେ ସାଙ୍ଗ ହୋଇ ରହିଲେ ଭଲ। ସାମ୍ବାଦିକତାରେ ଏ ଜିଲ୍ଲା, ସେ ଜିଲ୍ଲା ବୁଲି, ଭୁବନେଶ୍ୱର ଏକା ରହି ରହି ବଡ଼ ଚିକିଟା ଲାଗୁଥାଏ। ବାପା, ବୋଉ ତ ଘର ଛାଡ଼ି ଆସି ପାରିବେ ନାହିଁ। ତେଣୁ ଗୋଟିଏ ଚାକିରି ଖୋଜି ମୁଁ ଯାଜପୁର ପଳେଇଲି।

ମୋ ଅଫିସରେ ଆଉ ଛଅ ଜଣ ଥିଲେ। ଅକାଉଣ୍ଟାଣ୍ଟ ପାଢ଼ୀ ବାବୁ- ଯାହାଙ୍କ ଘର ବ୍ରହ୍ମବରଦା, କନିଷ୍ଠ ସହାୟକ ମିଶ୍ର ବାବୁ- ତାଙ୍କ ଘର କୋଦଣ୍ଡପୁର, ଡାଟାଏଣ୍ଟ୍ରି ଅପରେଟର ପଣ୍ଡା- ସେ କଲେଜରେ ମୋ ସଂଗେ ପଢୁଥିଲା, ଆଉ ଦୁଇ ଜଣ ସହାୟକ- ପାଢ଼ୀ ମଉସା- ଖଣ୍ଡରା ପାଖ ବାଲିପଦା ତାର ଗାଁ ଓ ଜେନା- ଗାଁ ବୋଦୁଅ। ଜେନା ଥିଲା ଭିନ୍ନକ୍ଷମ।

ମୁଁ ଜଏନ କରିବା ଦିନ ପାଢ଼ୀ ମଉସା ନଥିଲା। ତା ଭାଷାରେ ତାର ସେଦିନ ଡ୍ୟୁଟି ନଥିଲା।

ଦିନେ ସକାଳୁ ଢୁ ଢୁ ବର୍ଷା ବାଡ଼ାଉ ଥାଏ- ଜଣେ ଲୋକ ଗୋଟିଏ ରେନକୋଟ ପିନ୍ଧି ପୁରା ଓଦା ସରସର ହୋଇ ଆସି ପହଁଚିଲା। ପ୍ରବଳ ବର୍ଷାରେ ଆମ ଘରକୁ ରାସ୍ତା ବୁଡ଼ି ସାରିଥାଏ।

Read 14 tweets
Dec 26, 2021
#ଖିଅ

ଗୋଟିଏ ଗାଁର ଗପ (୩)

ଡ୍ରାମା

ଡ୍ରାମା ଆରମ୍ଭ ହେବ ସଂଜକୁ। କିନ୍ତୁ ସିଦିଆ ସାଆଁନ୍ତ ଗାଏବ। ସବୁ ରୋଲ କଲା, ରିହର୍ସାଲ କଲା, କିନ୍ତୁ ଠିକ ଡ୍ରାମା ଦିନ ନାହିଁ। ସେଇଠୁ ଲୋକ ପଠାଗଲା ତାଙ୍କ ଘରକୁ। ଯିଏ ଯାଇଥିଲା, ସିଏ ଆସି କହିଲା- ସେ ଶ୍ୱଶୁର ଘରକୁ ରାଗି ପଳେଇଛନ୍ତି।

- କିରେ, ଏଥିରେ ରାଗିବାର କଣ ଅଛି? ଆଜି ଡ୍ରାମା, ରଜ ସଂକ୍ରାନ୍ତି, ଆଉ ସିଏ କିମିତି ପଳେଇଲା ମ! ହଇଆଛାଡ଼ ଲୋକୁଟା।

- ତମେ ତାକୁ ଡ୍ରାମାରେ ମନ୍ତ୍ରୀ ପାର୍ଟ (ରୋଲ) ଦେଲ ତ, ସେଇନାଗି ସିଏ ରାଗିକି ପଳେଇଚି।

- ସିଏ ତ ବଢିଆ ଆକ୍ଟିଂ କରେ ବୋଲି ତାକୁ ମନ୍ତ୍ରୀ ପାର୍ଟ ଦିଆ ଯାଇଥିଲା । ଏଥର ପୁଣି ମନ୍ତ୍ରୀ ପାର୍ଟ ଜମାଣିଆ।

ମୂର୍ଖ, ପାଷାଣ୍ଡ। ଗଲା, କହିଲାନି ଟିକେ, ଜଣେଇଲା ବି ନାହିଁ।

- ସେ ପରା ଫି’ ବର୍ଷ ଡ୍ରାମାରେ ରାଜା ପାର୍ଟ କରୁଥିଲେ। ତାଙ୍କୁ ମନ୍ତ୍ରୀ ପାର୍ଟ ଦେଲ। ଛୋଟ କରିଦେଲ। ତେଣୁ ସିଏ ରାଗିକି ପଳେଇଲେ ବୋଲି ତାଙ୍କ ଘର ଲୋକ କହୁଛନ୍ତି।

ଏଇମିତି ଅଚାନକ ସେ ବର୍ଷ ଡ୍ରାମାରେ ଆସି ଉପୁଜିଲା ବାଧା। କଣ କରାଯିବ? ଏଥିକୁ ଉପାୟ କଣ?

Read 20 tweets
Oct 20, 2021
#ସାମ୍ବାଦିକତାର_ଫର୍ଦ୍ଦ (୩)

ଅପହଞ୍ଚ ଆକାଶ

ଭୁବନେଶ୍ୱରରୁ ଦିନେ ଅଚାନକ ବଦଳି ହେଲା।ବଦଳି ହେଲା ବୋଲି ନ କହି, ବରଂ ବଦଳି କରେଇ ନେଲି କହିଲେ ଚଳିବ। ରାଜଧାନୀର ଏଡ଼େ ଚଉଡ଼ା ରାସ୍ତା, ଫାଙ୍କା ଫାଙ୍କା ବଜାର ମତେ ଭଲ ଲାଗିଲା ନାହିଁ। ଆଜି ବି ଲାଗେନି।

ଛୋଟିଆ ସହର, ଗଳି ଭିତରେ ସାଇକେଲ ଯାଇ ପାରୁ ନଥିବ, ଭିଡରେ ଅଣନିଶ୍ୱାସୀ ହେଉଥିବ ମଣିଷ, ଝାଳ ମୁହଁରେ ବାଜି ଲୁଣିଆ ଲାଗୁଥିବ- ସେ ସହର ସବୁଦିନ ପସନ୍ଦ। ମୁଁ ନିଜେ ବାଧ୍ୟ କଲି ମତେ ବଦଳି କରିଦିଆ ଯାଉ ଓ ଶେଷକୁ ବାଲେଶ୍ୱର ଗଲି।

ବାଲେଶ୍ୱର ପରିଚିତ ସହର। ଯୁକ୍ତ ଦୁଇ ସେଠି ମୁଁ ପଢ଼ୁଥିଲି। ମୋ ମଝିଆ ପିଉସୀ ସେଇଠି ରହୁଥିଲା।

ପୁଚୁକା, ଚାଟ୍, ଷ୍ଟେସନ ବଜାର, ପୁଲିସ ଲାଇନ୍ ଛକ ସବୁ ଜଣା, ଚିହ୍ନା।

ବାଲେଶ୍ୱରରେ ମୋ ପାଖେ ସାଇକେଲଟେ ଥିଲା। ତାକୁ ହିଁ ନେଇ ଅଫିସ ଯାଏ, ରିପୋର୍ଟିଂ ବି। ବାପା ପରେ ମଟର ସାଇକେଲ ପଠେଇଲେ। ଆମ 'ସମ୍ବାଦ' ଅଫିସ ଥିଲା ଶିଳ୍ପାଞ୍ଚଳରେ। ଓରି ପ୍ଲାଷ୍ଟ ଆଗକୁ। କେଇ ଶ' ମିଟର ଦୂରରେ ଜଗନ୍ନାଥ ମନ୍ଦିର।

Read 18 tweets
Oct 19, 2021
बीत गए दिन, प्यार के पल-छीन
सपना बनी ये रातें
भूल गए वो, तू भी भुला दे
प्यार की वो मुलाकातें
सब दूर आंधेरा
मुसाफिर जाएगा कहाँ...

1/n
कोई भी तेरी, राह ने देखे
नैन बिछाए न कोई
दर्द से तेरे, कोई ना तड़पा
आँख किसी की ना रोई
कहे किसको तू मेरा
मुसाफिर जाएगा कहाँ...

2/n
तूने तो सबको, राह बताई
तू अपनी मंज़िल क्यूँ भूला
सुलझा के राजा, औरों की उलझन
क्यूँ कच्चे धागों में झूला
क्यूँ नाचे सपेरा
मुसाफिर जाएगा कहाँ...

3/n
Read 6 tweets
Oct 18, 2021
#ସାମ୍ବାଦିକତାର_ଫର୍ଦ୍ଦ (୨)

ଏକ ଅକୁହା ସମ୍ପର୍କ

ଜଗତସିଂହପୁର ଜିଲ୍ଲା ସଦର ମହକୁମା ଖୁଉବ ବକୁଟେ ଥିଲା ୨୦୦୩ ବେଳକୁ। ମଟର ସାଇକେଲରେ ବୁଲିଲେ ପାଞ୍ଚ ମିନିଟରେ ସରି ଯାଉଥିଲା। ଅଧା ସହର ସାଙ୍ଗରେ ସମାନ୍ତରାଳ ହୋଇ କେନାଲଟେ ଚାଲିଥିବ।

କିନ୍ତୁ ଲୋକେ ପକ୍କା ରାଜନୀତିରେ ରୁଚି ରଖନ୍ତି।

ସକାଳୁ ପୋଷ୍ଟ ଅଫିସ ଛକରେ ଚାହା ଗିଲାସ ଓ ଖବରକାଗଜ ସହ ଖଟି- ସେ ସହରର ନିୟମିତ ଦୃଶ୍ୟ ଥିଲା।

ଜିଲ୍ଲାରେ ଯୋଗ ଦେବା ପରେ ମୁଁ ଜିଲ୍ଲାପାଳଙ୍କୁ ଆଗ ଦେଖା କରିବାକୁ ଗଲି ପରଦିନ ସଂଜରେ। ତାଙ୍କ ଆବାସିକ କାର୍ଯ୍ୟାଳୟରେ। କେଇ ଜଣ ଅଫିସରଙ୍କ ସହ ସେ କଥା ହେଉ ଥାଆନ୍ତି।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନେଇ ଚିହ୍ନେଇ ଦେଲେ। ସେମିତି ଛିଡ଼ା ଛିଡ଼ାରେ ଦୁଇ ପଦ କଥା ହୋଇ ସେ ମତେ ବିଦା କରିଦେଲେ।

ଶୁଣିଲି- ସେ ଚାହୁଁ ନାହାଁନ୍ତି ସେ ଜିଲ୍ଲାକୁ ମୁଁ ଯାଏ ବୋଲି। ତାଙ୍କୁ ତ ମୁଁ ଚିହ୍ନି ନ ଥାଏ। ଲାଗିଲା- ଜଣେ ସାମ୍ବାଦିକ କୋଉଠି ଚାକିରି କରିବ କଣ ତାହା ଜଣେ ବରିଷ୍ଠ ଓଏଏସ୍ ଠିକ କରିବ କି ?

Read 15 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Don't want to be a Premium member but still want to support us?

Make a small donation by buying us coffee ($5) or help with server cost ($10)

Donate via Paypal

Or Donate anonymously using crypto!

Ethereum

0xfe58350B80634f60Fa6Dc149a72b4DFbc17D341E copy

Bitcoin

3ATGMxNzCUFzxpMCHL5sWSt4DVtS8UqXpi copy

Thank you for your support!

Follow Us on Twitter!

:(