୧】
Myth:-
ଚିନ୍/ଆମେରିକା କରୋନା ତିଆରି କରିଛନ୍ତି ଓ ବିକ୍ରିବଟା କରିବେବୋଲି ଯୋଜନା ଚଲେଇଥିଲେ
Fact:-
ଭୂତାଣୁଟି ନେଚୁରାଲ ସିଲେକ୍ସନ ପ୍ରକ୍ରିୟାରେ ଜନ୍ମିତ। ମନୁଷ୍ୟକୃତ/ଲାବୋରେଟୋରୀ ଉତ୍ପାଦ ନୁହେଁ
Myth:-
ପରିବାକୁ ବଜାରରୁ କିଣିଆଣି ସାବୁନ ମାରି ଧୋଇବା ଦରକାର
Fact:-
ଦରକାର ନାହିଁ। ପରିବା ଧରିବା/ରଖିବା/କାଟିବା ପରେ ନିଜ ହାତ ସାବୁନଫେଣରେ ପରିଷ୍କାର କରନ୍ତୁ। ଜୀବନକୁ ଏସମୟରେ କଷ୍ଟିଆ କରନ୍ତୁ ନି।
Myth:-
ସାନିଟାଇଜର୍ ମିଳୁନି। N95 ମିଳୁନି। କେହି ଯୋଗାଉନାହାନ୍ତି। ଆମେ ବିପଦରେ।
Fact:-
ସାବୁନକୁ ଫେଣକରି ୨୦ସେକେଣ୍ଡଯାଏଁ ହାତ ଧୁଅନ୍ତୁ। ସାମାଜିକ ଦୂରତା ରକ୍ଷା କରନ୍ତୁ। କପଡାମାସ୍କ ମୁହଁରେ ଦିଅନ୍ତୁ, ତିଆରି ବି କରିପାରିବେ। N95 ଦରକାର ନାହିଁ। ସାନିଟାଇଜର୍ ମୋବାଇଲ/ଲାପଟପ/ରିମୋଟ ଆଦିପାଇଁ ଦରକାର ପଡିପାରେ।
Myth:-
ଆମେରିକା କମ୍ପାନୀ କରୋନାର ପେଟେଣ୍ଟ ରଖିଛନ୍ତି। ଭ୍ୟାକ୍ସିନ ତିଆରି କରି ପରେ ବିକିବେ।
Fact:-
ସେଇଟା ୨୦୦୩ ସାର୍ସ ଭୂତାଣୁ ର। ସେଇଟାବି ହେଇପାରିନି।୫
Myth:-
ଚାଇନା ପାଖରେ ଆଣ୍ଟିଡୋଟ୍ ଆଣ୍ଟିବଡି ମେଡିସିନ ଭାକ୍ସିନ ସବୁଅଛି। କାହାକୁ ଦେଉନିସେ।
Fact:-
ପ୍ରମାଣ ନାହିଁ। ସେମିତି ହୋଇନପାରେ କେବେବି। ମେଡିସିନ/ଭ୍ୟାକ୍ସିନ, କମ୍ୟୁନିଟିରେ ବ୍ୟବହାର ପୂର୍ବରୁ ତିନୋଟି ଗବେଷଣାଗତ phase ପାରିହେବା ଦରକାର, ଯାହା ସମୟସାପେକ୍ଷ ଓ ଲୁଚାଛପା କରାଯାଏନି।
Myth:-
ଆମେ ହାଇଡ୍ରକ୍ସିକ୍ଲୋରୋକୁଇନ ଖାଇବାକଥା
Fact:-
ଏହା ସାଧାରଣ ଲୋକଙ୍କୁ ବିନାଲାଭରେ ଅଧିକ ଅସୁବିଧାରେ ପକାଇପାରେ
Myth:-
ଭାରତକୁ କରୋନାର ଔଷଧ ଜଣାଅଛି, ହାଇଡ୍ରକ୍ସିକ୍ଲୋରୋକୁଇନ।
Fact:-
କ୍ଲୋରୋକୁଇନର in vitro ଆଣ୍ଟିଭାଇରାଲ ଗୁଣ text book ରେ ଆଗରୁ ଲେଖାଅଛି
Myth:-
ଆଗରୁ ନିର୍ଦ୍ଦିଷ୍ଟ ଉପନ୍ୟାସକାର ଏସବୁ ବିଷୟରେ ଜାଣିଥିଲେ ଓ ତାଙ୍କ ନୋଭେଲରେ ଲେଖିଯାଇଛନ୍ତି
Fact:-
ଲେଖକ କଳ୍ପନାବିଳାସୀ
Myth:-
କରୋନା ଏକ ନୂଆ ରୋଗ ଓ ଭୂତାଣୁ
Fact:-
SARS କରୋନାଭାଇରସ ୧ , ଆଗରୁ ଥିଲା। ଏହା SARS କରୋନା ଭାଇରସ ୨
Myth:-
ଡେଟଲ, ସାଭଲନ, ହେକ୍ସିଡିନ, ମଦ... ଏସବୁ ମୁଁ ବ୍ୟବହାର କରେ
Fact:-
କରନ୍ତୁ, ଏସବୁକୁ କରୋନା ଖାତିର କରେନି
Myth:-
ଗରମ ପଡିଲେ, କରୋନା ଫେରିଯିବ
Fact:-
ପ୍ରମାଣ ନାହିଁ ସେମିତି କଥାର କିଛିବି। ବାଇଦୁଏ, ପୃଥିବୀରେ ଗୋଟେପଟେ ଗରମକୁ ଆରପଟେ ଥଣ୍ଡା।
Myth:-
ତାପମାତ୍ରାସହ କରୋନାର ସମ୍ପର୍କ ନାହିଁ
Fact:-
ନିଶ୍ଚିତ ଅଛି। ସେଥିପାଇଁ ଗରମପାଣିରେ ଅସନା ପୋଷାକ ଓ ମାସ୍କ ଧୁଅନ୍ତୁ, ଭଲକି ଇସ୍ତ୍ରୀ କରି ପିନ୍ଧନ୍ତୁ।
Myth:-
ଭିନେଗାର ଓ ଭୋଡକା, ଭାଇରସ ର ଶତ୍ରୁ।
Fact:-
ନାହିଁ। ୭୦% ଆଲକୋହଲ ଦରକାର।
Myth:-
ମୁଁ ଅମୁକ,ସମୁକ ରେ ଘର, ରୋଷେଇଘର ପୋଛୁଛି। ଢିଙ୍କି,ବଗରେ ଟେବୁଲ, ଚିଆର, କବାଟବେଣ୍ଟ ପୋଛୁଛି।
Fact:-
ଚଟାଣ ପୋଛିବାକୁ ୧% କ୍ଲୋରିନ ଓ ମେଜଚୌକି,ଫର୍ଣ୍ଣିଚର ପୋଛିବାକୁ ୦.୫% କ୍ଲୋରିନ ବ୍ୟବହାର କରନ୍ତୁ
Myth:-
ମୁଁ ଆଣ୍ଟିବାୟୋଟିକ ଖାଉଛି। ଆଣ୍ଟିବାୟୋଟିକ ଲୋସନ/ସ୍ପ୍ରେ ବ୍ୟବହାର କରୁଛି
Fact:-
କିଛି ଲାଭ ନାହିଁ। କରୋନାଟା ଭୂତାଣୁ ଟା।
Myth:-
କାହାକୁ ଏସମୟରେ ବିଶ୍ବାସ କରନି। ସମସ୍ତେ ଭଳିକିଭଳି କଥା କହୁଛନ୍ତି, ମାସ୍କ ତାହାର ଉଦାହରଣ।
Fact:-
କରୋନା ବି ସେୟା ଚାହେଁ:-ଆମ ମନରେ ଫାଟ ସୃଷ୍ଟି ହେଉ। ଚାଲିଥିବା ଗବେଷଣା-ଜ୍ଞାନ ଆଧାରରେ recommendation ବଦଳିବ। କିନ୍ତୁ ଆମକୁ ଆମ ସରକାର, WHO, CDC ଆଦି ସଂସ୍ଥାକୁ ବିଶ୍ୱାସ କରିବାକୁ ହେବ।
Myth:-
ହୁଆଟସାପରୁ ଖବର ଆସିଚି। ଇସ୍ରାଏଲ, ଜାପାନ, ଦକ୍ଷିଣ କୋରିଆରେ ଅମୁକସମୁକ କରି ଲୋକେ ଭଲ ଅଛନ୍ତି
Fact:-
ଡାହା ମିଛ। ଅଦାଚା', ରସୁଣ, ତୁଳସୀ, ଶେଫାଳୀ, ନାକପାଣି,ନାକତେଲ,ବାମ୍ଫ...ସବୁ ତୁଚ୍ଛ କରୋନା ସାମନାରେ
Myth:-
ମୁଖା ଗୋଟେ ବକବାସ ଚିଜ
Fact:-
ମିଛ। ସାମାଜିକ ଦୂରତା ଓ ମୁଖା community transmission ର curve କୁ flat କରେ।
Myth:-
ଖବରକାଗଜ ଓ କ୍ଷୀର ବନ୍ଦ କରିବାକୁ ଆପଣ ଆଗରୁ କହିଥିଲେ କି?
Fact:-
ଆପଣଙ୍କ ସାମନାରେ ଯାହା ବାହାରୁ ଆସୁଛି, ତାହା ସନ୍ଦିଗ୍ଧ ହୋଇପାରେ। ତେଣୁ ଧରିବା/ପଢିବା/ରଖିବା/ବ୍ୟବହାର ପରେ ସଙ୍ଗେସଙ୍ଗେ ସାବୁନରେ ହାତଧୁଅନ୍ତୁ। ଖବରକାଗଜ ବିନା ଜୀବନ କଷ୍ଟକର ହୋଇଯିବ ଏବେ।
Myth:-
ଇମ୍ୟୁନିଟି ବଢେଇବାକୁ ମୁଁ ବହୁତ ଜିନିଷ ଖାଉଛି
Fact:-
ରୋଗପ୍ରତିରୋଧକ କ୍ଷମତା, ଅନାବନା ଔଷଧଖାଇକି, ରାତିଏରେ ହାତୀଏ ବଢେଇହୁଏନି