#ବେଡ୍_ନାହିଁ
#ଅମ୍ଳଜାନ_ଆବଶ୍ୟକ

ଆଜିର ଥ୍ରେଡ୍ ଏଇ ଦୁଇଟି ବିଷୟରେ ଆଧାରିତ।
କେତୋଟି ପ୍ରଶ୍ନ ଆଗେ ନିଜକୁ ପଚାରିବା,

୧-କରୋନାକାଳ ପୂର୍ବରୁ ଆମପାଖରେ ଅନ୍ୟାନ୍ଯ ରୋଗ ପାଇଁ ପର୍ଯ୍ୟାପ୍ତ ବେଡ୍ ଥିଲା କି?
୨-ରୋଗୀକୁ ଅତ୍ୟାଧୁନିକ ଡାକ୍ତରଖାନାରେ ବେଡ୍ ମିଳିଗଲେ କରୋନାରୁ ବଞ୍ଚିବାର ସମ୍ଭାବନା ଅଧିକ କି?
୩-ଏବେ ପ୍ରାୟତଃ ରୋଗୀ, ଠିକ ସମୟରେ ବେଡ୍ ବା ଅମ୍ଳଜାନ ନମିଳିବା ଯୋଗୁଁ ମୃତ୍ୟୁବରଣ କରୁଛନ୍ତି କି?

ଉତ୍ତର: ନାଁ
ପ୍ରଥମେ ଜାଣିବା, ଗୋଟେ ଡାକ୍ତରଖାନାରେ କେତେ ବେଡ୍ ହେବା ଆବଶ୍ୟକ?

ଆଜ୍ଞା, ଏଇଟା ଭୁଲ ପ୍ରଶ୍ନ

ସଠିକ୍ ପ୍ରଶ୍ନ ହେଉଛି, ଆପଣଙ୍କ ଦେଶ/ରାଜ୍ୟ/ସହରରେ ଜନସଂଖ୍ୟାର କେତେ ପ୍ରତିଶତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତିହେବାଯୋଗ୍ୟ ରୋଗୀ ଆସିବାର ସମ୍ଭାବନା ଅଛି ଆଉ ଆପଣଙ୍କ ପାଖରେ ଅଛି କେତେ?
୨୦୧୭ର ପରିସଂଖ୍ୟାନ ଅନୁସାରେ, ଭାରତରେ ପ୍ରତି ଦଶହଜାର ଜନସଂଖ୍ୟାରେ ବେଡ୍ ସଂଖ୍ୟା '୫.୩'

କିଛି ଅନ୍ୟ ଦେଶ ବିଷୟରେ ବି ଜାଣିନିଅନ୍ତୁ,
ନେପାଳ=୩
ଆଫଗାନିସ୍ତାନ=୩.୯
ସିଏରାଲିଓନ=୪
ବାଂଲାଦେଶ=୭.୯
ସୋମାଲିଆ=୮.୭
ଭୁଟାନ= ୧୭.୪
ବ୍ରିଟେନ=୨୪.୬
ସିଙ୍ଗାପୁର=୨୫
ଆମେରିକା=୨୮.୭
ଶ୍ରୀଲଙ୍କା=୪୧.୫
ଚାଇନା=୪୩.୧
ଆର୍ଜେଣ୍ଟିନା=୫୦
କୋରିଆ=୧୪୩
ଅର୍ଥାତ୍, ଭାରତୀୟ ଡାକ୍ତରଖାନାର ଭିତ୍ତିଭୂମି, ସିଏରାଲିଓନ ରୁ ଟିକେ ଭଲ ଏବଂ ବାଂଲାଦେଶଠାରୁ ଟିକେ ଖରାପ। ଶୁଣିବାକୁ ଖରାପ ଲାଗିଲେ ବି, ଏହାହିଁ ସତ୍ୟ ।

ଆଉଗୋଟେ ସତକଥା ହେଉଛି, ୨୦୦୦ ରେ ଭାରତର ବେଡ୍ ଘନତା ୬.୫ ଥିଲାବେଳେ, ୨୦୧୭ ସୁଦ୍ଧା ଯେଉଁ ହାରରେ ଜନସଂଖ୍ୟା ବଢିଲା, ସେଇ ହାରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢିଲାନି
ଭାରତରେ ଭିନ୍ନ ସଂକ୍ରାମକ ତଥା ଅଣସଂକ୍ରାମକ ରୋଗର ହାରକୁ ଯଦି ଗଣନାକୁ ନେବା, ତେବେ ଅଣକରୋନା କାଳରେ ସମସ୍ତଙ୍କୁ 'ବେଡ୍' ଦେବାକୁ ଭାରତରେ ପ୍ରତି ଦଶହଜାର ଜନସଂଖ୍ୟାରେ ପ୍ରାୟ ୧୭ ରୁ ୨୦ ବେଡ୍ ଆବଶ୍ୟକ

ତା'ମାନେ,
ଡାକ୍ତରଖାନାରେ ବେଡ୍ କାଲି ବି କମ୍ ଥିଲା, ଆଜି ବି କମ୍ ଅଛି, ଆଉ କିଛି ଆଖିଦୃଶିଆ କାମ ନକଲେ, ଆସନ୍ତା କାଲି ବି କମ୍ ରହିବ।
କରୋନାକାଳରେ, ଭାରତର ସଙ୍କ୍ରମଣ ହାର ଅନୁସାରେ, ବେଡ୍ ଆବଶ୍ୟକତା ଆଉ ୩ ରୁ ୬ ବଢିଯାଇଛି, ମାନେ ପ୍ରତି ଦଶହଜାରରେ ୨୦ ରୁ ୨୬ ବେଡ୍ ର ଆବଶ୍ୟକତା ଅଛି।

ଭାବିଦେଖନ୍ତୁ, ଗତ କୋଡିଏ ବର୍ଷରେ ଯଦି ଆମେ ବଢେଇପାରିଲେନି, ବର୍ଷକରେ ଚାରିଗୁଣ କରିବା ସମ୍ପୂର୍ଣ୍ଣ ଅସମ୍ଭବ।
ଏଥିପାଇଁ ଯଦି କାହାକୁ ଦୋଷ ଦେବେ, ତେବେ ନିଜକୁ ଦିଅନ୍ତୁ, କାରଣ ଅସହାୟତାବେଳେ 'ସରକାର'ଙ୍କୁଦୋଷ ଦେବା ଛଡା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗଠନମୂଳକ ପଦକ୍ଷେପ ନେବାକୁ 'କହିବାକୁ' ବି ସାଧାରଣ ତଥା ଅସାଧାରଣ ଜନତାଙ୍କ ନିକଟରେ ସମୟ ନଥିଲା ବା ଆଗକୁ ବି ରହିବନି
ଦ୍ୱିତୀୟ ପ୍ରଶ୍ନକୁ ଆସିବା, #ଅମ୍ଳଜାନ

ଅଣକରୋନାକାଳରେ ଏହା ଆକଳନ କରାଯାଇପାରେ ଯେ, ଭାରତୀୟ ଡାକ୍ତରଖାନାରେ ଯେତିକି ବେଡ୍ ରହିବା କଥା, ତା'ର ୧୦ ପ୍ରତିଶତ ବେଡ୍ କୁ ଅମ୍ଳଜାନ ଆବଶ୍ୟକ, ମାନେ, ଯଦି ଦଶହଜାରରେ ୨୦ ବେଡ୍ ଦରକାର, ତେବେ ଅଣକରୋନାକାଳରେ ପ୍ରାୟ ୨ ଜଣଙ୍କୁ ଅମ୍ଳଜାନ ଦରକାର ପଡେ। କରୋନାକାଳରେ ଏଇଟା ପ୍ରାୟ ଦୁଇଗୁଣ ହେଇଯାଇଛି
ମାନେ, ଦଶହଜାର ଜନସଂଖ୍ୟାରେ ପ୍ରାୟ ୪ ରୁ ୫ ଜଣଙ୍କୁ ଅମ୍ଳଜାନର ଆବଶ୍ୟକତା ପଡୁଛି। ଆଉଥରେ ମନେପକାନ୍ତୁ, ଆମ ପାଖରେ ସର୍ବମୋଟ ବେଡ୍ ହିଁ ୫ ଟି ଅଛି, ସେଥିରେ ଯେତିକି ଭର୍ତ୍ତି ହେବେ, ସମସ୍ତଙ୍କୁ ଅମ୍ଳଜାନ ଦରକାର, 'ଶତ ପ୍ରତିଶତ'😢

ତା'ମାନେ, ଆମ ଡାକ୍ତରଖାନାରେ ଖାଲି ଅମ୍ଳଜାନ ଆବଶ୍ୟକ କରୁଥିବା ରୋଗୀ ଭର୍ତ୍ତି କରି ତାଙ୍କ ଜୀବନ...
...ବଞ୍ଚାଇବାକୁ ଯଦି ଚେଷ୍ଟା କରିବି, ଅନ୍ୟ ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗରେ ଆକ୍ରାନ୍ତ ହେଇ ରୋଗୀ ବେଡ୍-ଚିକିତ୍ସା ନପାଇ ମରିବା ଆରମ୍ଭ କରିବେ, ଯେଉଁଟା ଆପଣଙ୍କୁ କୌଣସି ରାଜନୈତିକ ଦଳ ବା ସମ୍ବାଦ ସଂସ୍ଥା ଜଣେଇବେନି!

ଅମ୍ଳଜାନ କଥା ଯଦି ଦେଖିବା, ଆକଳନ ଅନୁସାରେ, ପ୍ରତି ଦଶହଜାର ଜନସଂଖ୍ୟାରେ ୧୦ ଲୋକଙ୍କୁ ଅମ୍ଳଜାନ ଯୋଗେଇବାର...
...କ୍ଷମତା ଅଛି, ଅର୍ଥାତ୍ ଆବଶ୍ୟକତାର ଦୁଇଗୁଣ; ତେବେ ଅସୁବିଧା କେଉଁଠି ରହିଲା?

ଅସୁବିଧା ହେଉଛି ଏଇଠି👇

"Inappropriate Distribution"

"Inappropriate Demand"

"Inappropriate Supply"

ଯେଉଁ ଡାକ୍ତରଖାନା ୧୦ ବେଡ୍ କୁ ଅମ୍ଳଜାନ ପାଇଁ ତୟାର ଅଛି, ସେଠିକି ଆଖପାଖଦୂର ସବୁଆଡୁ ରୋଗୀ ପଳେଇଆସୁଛନ୍ତି, ଆଉ...
...ଗୋଟିଏ ଡାକ୍ତରଖାନା ୧୦ ପାଇଁ ରେଡି ଅଛି, କିନ୍ତୁ ସେଠିକି କେହି ଯାଉନାହାନ୍ତି ।

ଏଥିପାଇଁ ସମସ୍ତେ ଦୋଷୀ, କିନ୍ତୁ ସଚେତନତା ବୃଦ୍ଧି ପାଇଁ କେହି ବି ଆଗଭର ହେଉନାହାନ୍ତି
ଓଡିଶାର ସବୁଠୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା କଟକ ଭୁବନେଶ୍ଵରରେ, କିନ୍ତୁ କରୋନା ପାଇଁ ଉତ୍କୃଷ୍ଟ ସେବା ନୁହେଁ, ତତ୍କାଳ ସେବା ଆବଶ୍ୟକ, ଯେଉଁଟାକି ରୋଗୀର ଘରପାଖରେ ମିଳିବା ଆବଶ୍ୟକ।

କିନ୍ତୁ, ଆପଣମାନେ ବି ମୋ ସହିତ ଏକମତ ହେବେ ଯେ, ଘରପାଖ ମେଡିକାଲରେ 'ଭଲ ଚିକିତ୍ସା' ମିଳିବ 'ବିଶ୍ବାସ' ଆମପାଖରେ ନାହିଁ।🤷‍♂️
ମୋଟାମୋଟି କହିବାକୁ ଗଲେ, ଭାରତରେ ଆବଶ୍ୟକତା ଅନୁସାରେ ବେଡ୍ ଆଉ ଅମ୍ଳଜାନ ଦି'ଟାଯାକ ଅଛି, କିନ୍ତୁ ଭୌଗଳିକ ଅବସ୍ଥିତି ଓ ଆବଶ୍ୟକତାର ଅନୁପାତ ହିଁ ଠିକ୍ ନାହିଁ।

ଆମେ ଯେତେ ଧାଁ ଦଉଡ କଲେ ବି, ବିଗତ ଷାଠିଏ ବର୍ଷର ଅପାରଗତା ଏବଂ ଦୂରଦୃଷ୍ଟିତାର ଅଭାବର ମୂଲ୍ୟ ଆମକୁ ହିଁ ଦେବାକୁ ପଡିବ।
ଯେତେ କଟକ-ଭୁବନେଶ୍ବର ଦଉଡିବା, ଏଇ ସମସ୍ୟା ଆହୁରି ହୁହୁ ହେଇକି ବଢିଚାଲିବ।

ବୁର୍ଲା, ବରମ୍ପୁର ରୁ କଟକ ପଠାଚାଲିଥିବ ଆଉ ଏଠି ତଳେ ପଡିବା ପାଇଁ ବି ଯାଗା ନଥିବ, ଅମ୍ଳଜାନ କଥା ଛାଡନ୍ତୁ!
ଉପାୟ ତେବେ କ'ଣ?
ଉତ୍ତର:କିଛି ନାହିଁ
ସମସ୍ତଙ୍କୁ କଟକ-ଭୁବନେଶ୍ଵରରେ ସେବା ଦେବାକୁ ପର୍ଯ୍ୟାପ୍ତ ସୁବିଧା ନାହିଁ ଆଉ, ରୋଗୀ କଟକ-ଭୁବନେଶ୍ବର ଆସିବା ବନ୍ଦ ବି କରିବେନି।
ସରକାର ବି ଚାହିଁବେ ସବୁ ଚକାଚକ ମେଡିକାଲ ଏଇଠି ଖୋଲୁ, ଆଉ ଆମେ ବି ଚାହିଁବୁ ଜଙ୍ଗଲ ଭିତର ମେଡିକାଲ କଲେଜରେ ପାଠ ପଢିଲେ ବି ଚାକିରି ଆମେ କଟକ-ଭୁବନେଶ୍ଵରରେ କରିବୁ
🙏🏻🙏🏻
ବୁଝିଥିଲେ ଧନ୍ୟବାଦ
ନବୁଝିଲେ ଆହୁରି ଧନ୍ୟବାଦ

🙆‍♂️🤦‍♂️

• • •

Missing some Tweet in this thread? You can try to force a refresh
 

Keep Current with #ମୋ_ଡାକ୍ତର

#ମୋ_ଡାକ୍ତର Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @drdeepak81

1 Apr 20
ଆଜିର ସଂସ୍କରଣରେ ପଢିବା ଘରେ କେମିତି ମାସ୍କ୍ ତିଆରି କରିବା ଆଉ ତାକୁ ଠିକ୍ ଭାବରେ କିପରି ପରିଷ୍କାର ତଥା ବ୍ଯବହାର କରିବା।

ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣଙ୍କ ବ୍ୟବହାର ଏବଂ ସରକାରୀ ନିୟମକୁ ବେଖାତିର କରିବାର ପରିଣାମ ଭୟାବହ ହୋଇପାରେ।

କିନ୍ତୁ ମନେରଖନ୍ତୁ, 'କେବଳ' ମାସ୍କ୍ ବ୍ୟବହାର କରି ଆପଣ ସୁରକ୍ଷିତ ରହିପାରିବେ ନାହିଁ।
ଏଠାରେ ବର୍ଣ୍ଣିତ ସମସ୍ତ ପ୍ରକ୍ରିୟା ଭାରତ ସରକାରଙ୍କର ପ୍ରମୁଖ ବିଜ୍ଞାନ ଉପଦେଷ୍ଟାଙ୍କ ଦ୍ୱାରା ଜାରି କରାଯାଇଛି।
କିଛି ସନ୍ଦେହ ଥିଲେ ପଚାରି ପାରନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ମାସ୍କ୍ କେବଳ ସେତେବେଳେ ଉପାଦେୟ, ଯେତେବେଳେ ଆପଣ ମାସ୍କ୍ ପିନ୍ଧିବା ସହ 'ହାତଧୂଆ'ର ସମସ୍ତ ପ୍ରକ୍ରିୟା ମଧ୍ୟ ମାନୁଛନ୍ତି।
Read 17 tweets
24 Mar 20
ଏହି ଟୁଇଟ୍ ଲେଖିବାର ସମୟ ଆସିଗଲାଣି ବୋଲି ଆଜି ଲେଖୁଛି। ଧ୍ୟାନ ଦେଇ ପଢିବେ।

ଖୁବ୍ ଶୀଘ୍ର ପ୍ରତିଦିନ ଆମକୁ ନିର୍ଣ୍ଣୟ ନେବାକୁ ହେବ, କାହାକୁ ଚିକିତ୍ସାସେବା ଯୋଗାଇଦିଆଯିବ ଆଉ କାହାକୁ ନୁହେଁ, କାରଣ ସମସ୍ତଙ୍କୁ ସେବା ଯୋଗାଇପାରିବା ଆମ ସପକ୍ଷରେ ସମ୍ଭବପର ହେଇପାରିବ ନାହିଁ।
ମୃତ୍ୟୁକୁ ଆମେ ଏଡାଇପାରିବା ନାହିଁ, କାରଣ ସେଥିରେ ମଧ୍ଯ ଆମକୁ
ନିର୍ଣ୍ଣୟ ନେବାକୁ ହେବ, କିଏ ବଞ୍ଚିଲେ ସମାଜର ଟିକିଏ ଅଧିକ ଲାଭ ହେବ। କିଛି ସମୟରେ ଆମକୁ ନିର୍ଣ୍ଣୟ ନେବାକୁ ହେବ ଯେ କିଏ ଡାକ୍ତରଖାନା ଆସିବ ଆଉ କିଏ ନୁହେଁ, କାରଣ ଆମ ପାଖରେ ସମସ୍ତଙ୍କର ଚିକିତ୍ସା ପାଇଁ ସାମର୍ଥ୍ଯ ନାହିଁ।

ହଠାତ ଦିନେ ସକାଳୁ ଜାଣିବି ମୋ ସହିତ କାମ କରୁଥିବା ନର୍ସ ଓ ଫାର୍ମାସୀଷ୍ଟ୍ ସଙ୍କ୍ରମିତ ହୋଇଛନ୍ତି, ମୋର ମନୋବଳ
ଖିନଭିନ ହେଇଯାଏ। ଦୁଇଜଣ ସାଥୀ ଆସନ୍ତା ୧୪ଦିନ ଯାଏ ଘରେ ବନ୍ଦ ରୁହନ୍ତି। ସେପଟେ ରୋଗୀ ବଢିଯାଆନ୍ତି ଏବଂ ଚିକିତ୍ସା କରିବାକୁ ମୁଁ ଏକା। ମୋ ବ୍ୟସ୍ତତା ଦେଖି ମୋ ପରିବାର ବି ମୋ ଆଶା ଛାଡିଦିଅନ୍ତି। ତାଙ୍କର ସେ ଅଭ୍ୟାସ ଅଛି ଭାବି ମୁଁ ବି ତାଙ୍କ କଥା ଭୁଲିଯାଏ। ପ୍ରତ୍ୟେକ ଦିନ କ୍ରମାଗତ ରୋଗୀ ସଂଖ୍ୟା ବଢୁଥିବାର ଖବର ଆସୁଥାଏ।
Read 8 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!