#ଖିଅ

ଗୋଟିଏ ଗାଁର ଗପ (୩)

ଡ୍ରାମା

ଡ୍ରାମା ଆରମ୍ଭ ହେବ ସଂଜକୁ। କିନ୍ତୁ ସିଦିଆ ସାଆଁନ୍ତ ଗାଏବ। ସବୁ ରୋଲ କଲା, ରିହର୍ସାଲ କଲା, କିନ୍ତୁ ଠିକ ଡ୍ରାମା ଦିନ ନାହିଁ। ସେଇଠୁ ଲୋକ ପଠାଗଲା ତାଙ୍କ ଘରକୁ। ଯିଏ ଯାଇଥିଲା, ସିଏ ଆସି କହିଲା- ସେ ଶ୍ୱଶୁର ଘରକୁ ରାଗି ପଳେଇଛନ୍ତି।

- କିରେ, ଏଥିରେ ରାଗିବାର କଣ ଅଛି? ଆଜି ଡ୍ରାମା, ରଜ ସଂକ୍ରାନ୍ତି, ଆଉ ସିଏ କିମିତି ପଳେଇଲା ମ! ହଇଆଛାଡ଼ ଲୋକୁଟା।

- ତମେ ତାକୁ ଡ୍ରାମାରେ ମନ୍ତ୍ରୀ ପାର୍ଟ (ରୋଲ) ଦେଲ ତ, ସେଇନାଗି ସିଏ ରାଗିକି ପଳେଇଚି।

- ସିଏ ତ ବଢିଆ ଆକ୍ଟିଂ କରେ ବୋଲି ତାକୁ ମନ୍ତ୍ରୀ ପାର୍ଟ ଦିଆ ଯାଇଥିଲା । ଏଥର ପୁଣି ମନ୍ତ୍ରୀ ପାର୍ଟ ଜମାଣିଆ।

ମୂର୍ଖ, ପାଷାଣ୍ଡ। ଗଲା, କହିଲାନି ଟିକେ, ଜଣେଇଲା ବି ନାହିଁ।

- ସେ ପରା ଫି’ ବର୍ଷ ଡ୍ରାମାରେ ରାଜା ପାର୍ଟ କରୁଥିଲେ। ତାଙ୍କୁ ମନ୍ତ୍ରୀ ପାର୍ଟ ଦେଲ। ଛୋଟ କରିଦେଲ। ତେଣୁ ସିଏ ରାଗିକି ପଳେଇଲେ ବୋଲି ତାଙ୍କ ଘର ଲୋକ କହୁଛନ୍ତି।

ଏଇମିତି ଅଚାନକ ସେ ବର୍ଷ ଡ୍ରାମାରେ ଆସି ଉପୁଜିଲା ବାଧା। କଣ କରାଯିବ? ଏଥିକୁ ଉପାୟ କଣ?

ସବୁ ସରିଛି, ସଂଜକୁ ଡ୍ରାମା, ଗାଧୁଆ ବେଳୁ ସିଦିଆ ସାଆଁନ୍ତ ଫେରାର। ଡ୍ରାମା ତ ହେବ ଯିମିତି ବି ହେଉ। କିନ୍ତୁ ମନ୍ତ୍ରୀ ପାର୍ଟ ପୁଣି କରିବ କିଏ?

ଗାଁ ସାରା ସେ ବିଷୟକୁ ନେଇ ଚର୍ଚ୍ଚା। କୃଷ୍ଣିଆ ବାରିକ ପିଣ୍ଡାରେ ଗପ, ମହାଦେବ ମୁଣ୍ଡ ତାସ୍ ଖେଳ ବନ୍ଦ ହୋଇ ଆଲୋଚନା।

ମନ୍ତ୍ରୀ ପାର୍ଟ କେତେ ଗୁରୁତ୍ୱପୂର୍ଣ୍ଣ ଆଜିର ଡ୍ରାମାରେ, ଆଉ ଯିଏ କଳାକାର ସିଏ ରାଗି ଫେରାର। ସେଇଠୁ ଠିକ ହେଲା- ଆଉ ଜଣକୁ ବଛାଯିବ। ହେଲେ ଏଡ଼େ ରୋଲଟେ ସିଏ କରି ପାରିବ ତ? ଏହା ହିଁ ଥିଲା ମୁଖ୍ୟ ପ୍ରଶ୍ନ।

ଶେଷକୁ ଧରା ହୋଇ ଆସିଲେ ନବ ସାର୍। ନବ ସାର୍ ଆମ ଗାଁର ଭାରି ସମ୍ମାନନୀୟ ମଣିଷ।

ଦୈତାରୀ ଓଏମ୍‌ସି ହାଇସ୍କୁଲରେ ସେ ପ୍ରଧାନଶିକ୍ଷକ ଥାଆନ୍ତି। ତାଙ୍କୁ ଯାଇ ଗାଁ ଲୋକେ ଘେରିଗଲେ। ସବୁ କଥା କହିଲେ ଓ ନବ ସାର୍ କିଛି ଉପାୟ ନ ପାଇ, ରାଜି ହୋଇଗଲେ।

ଆଉ ସେଦିନ ରାତିରେ ଡ୍ରାମାରେ ନବ ସାର୍ ବୋଧେ ଦିଓଟି କି ତିନୋଟି ଡାଇଲଗ୍ କହିଛନ୍ତି।

‘ଆଜ୍ଞା ମଣିମା।’ ‘ବିଚାର କରାଯିବ’। ‘ସୁବିଚାର କରାଯିବ’। ‘ମହାରାଜଙ୍କ ଜୟ ହେଉ।’ ଏତକ କହି ସେଦିନର କାମ ଚଳେଇ ନେଇଥିଲେ ନବ ସାର୍।

ଗାଁରେ ପ୍ରତିବର୍ଷ ରଜ ତିନି ଦିନ ଡ୍ରାମା ହେଉଥିଲା। ଆମ ଗାଁ ପିଲା ସମସ୍ତେ ଅଭିନୟ କରୁଥିଲେ। ଯିଏ ଗାଁରେ ଡ୍ରାମା ପାଇଁ ବଛା ହେଲା, ସିଏ ଯେମିତି ଫୁଟାଣି ଦେଖାଇ ଗାଁ ଦାଣ୍ଡରେ ଚାଲୁଥିଲା,

ତାକୁ ଦେଖି ଆମକୁ ନିଜକୁ ଲାଜ ମାଡ଼ୁଥିଲା ଯେ, ଆମେ ସବୁ ସତରେ ମୂର୍ଖ। ଡ୍ରାମାରେ ଅଭିନୟ କରିବାର ଦମ ଆମମାନଙ୍କର ନାହିଁ। ଖରାଛୁଟିରେ ସ୍କୁଲ ଘରେ ଚାଲୁଥିଲା ରିହର୍ସାଲ୍। ବାପା ବହି ଧରି ସମସ୍ତଙ୍କୁ କେମିତି ଅଭିନୟ କରାଯିବ କହୁଥିବେ ଓ ସେଇ ଅନୁସାରେ ସାରା ଦିନ, ସଂଜ ଚାଲୁଥିଲା ଅଭିନୟର ପ୍ରାକ୍ଟିସ୍।

ସଂଜକୁ ନାରଣ ସାରଙ୍କ ଘରୁ ପେଟ୍ରୋମାକ୍ସ ଲାଇଟଟେ ଆସି, ପ୍ରାକ୍ଟିସ୍ ଚାଲୁଥିଲା। ଡାଲମା, ଭାତ ରନ୍ଧା ବି ହେଉଥିଲା କେବେ କେବେ।

ଗାଁ ସାରା ସେଇ ତିନି ଦିନକୁ ଅପେକ୍ଷା କରି ରହି ଥାଆନ୍ତି। ସ୍କୁଲ ପଡ଼ିଆରେ ହୁଏ ଡ୍ରାମା। ଆଖପାଖ ଦଶ ଖଣ୍ଡ ଗାଁରୁ ହଜାରେରୁ ଅଧିକ ଲୋକ ଆସି ସେଇଠି ରଜ ତିନି ରାତି ଡ୍ରାମା ଦେଖୁଥିବେ ।

ରଜରେ ପୁଣି ମୌସୁମୀ ଆସି ଯାଇଥାଏ। ବର୍ଷା ଢାଳିଯିବ, ମଫସଲି ଗାଁରେ। କାଦୁଅ ପଚର ପଚର ହୋଇଯିବ ରାସ୍ତା, ସ୍କୁଲ ପଡ଼ିଆ। ସେଇଠୁ ତାରିଣୀଙ୍କ ନାଁରେ ଗୋଟେ ନଡ଼ିଆ ମହାଦେବ ଛକରେ ଗୋଟେ ଡେଙ୍ଗା ବାଉଁଶ ଅଗରେ ବନ୍ଧା ହୋଇ ମାନସିକ କରାଯିବ- ଯେମିତି ବର୍ଷା ନ ହେଉ।

୧୦
ଦିନରେ ଆମେ ସବୁ ଅଖା, ନଡ଼ିଆ ଚଟେଇ, ତାଳ ଚଟ ଆଦି ଧରି ଆପଣା ଆପଣା ଜାଗା ସଂରକ୍ଷିତ କରି ରଖି ଦେଉଥିଲୁ ପେଣ୍ଡାଲ୍ ସାମ୍ନାରେ। ସେଇଠି ଡ୍ରାମା ଆରମ୍ଭ ହେବା ପରେ କିଛି ପିଲା ଶୋଇ ପଡ଼ନ୍ତି, କିନ୍ତୁ ଜାଗା ଛାଡ଼ନ୍ତି ନାହିଁ। ପୁଣି ସଂଜକୁ ଯେବେ ଅଭିନେତାମାନଙ୍କୁ ସଜ କରାଯାଏ, ଆମେ ଯାଇ ଝର୍କାରେ ଗଳି ଅନୋଉ।

୧୧
ଯେମିତି ଝର୍କାରେ ଗଳି ଚାହୁଁଥିଲୁ ରିହର୍ସାଲ୍ ହେଲା ବେଳେ।

ଖରାଛୁଟି ଯାକ ଆମର ଗାଁ ଡ୍ରାମାକୁ ନେଇ କଟୁଥିଲା। ସ୍କୁଲ ପିଣ୍ଡାରେ ବାଘ, ଛେଳି ଖେଳୁଥିଲୁ, ସେଇଠି ଗାମୁଛା ପାରି ଶୋଉଥିଲୁ ଓ ଡ୍ରାମା ରିହର୍ସାଲ୍ ଦେଖୁଥିଲୁ। ଯୋଉଦିନ ଡ୍ରାମା ହେବ ଓ ଅମୁକ ରଙ୍ଗମଂଚ ସବୁ ଜିନିଷ ନେଇ ଆସିବ, ଡ୍ରାମାରେ ସାହାଯ୍ୟ କରିବାକୁ-

୧୨
ଯେମିତି ସାଜସଜାଠାରୁ ଆରମ୍ଭ କରି ସିନ୍‌, ମାଇକ୍‌, ପୋଷାକ ସବୁ, ଆମେ ଯାଇ ବିଲ, ପାଟ ମଝିରେ ଅନେଇ ବସୁଥିଲୁ, କେତେବେଳେ ସେମାନେ ଟ୍ରଲିରେ ଆସିବେ। ଆଉ ଯେତେବେଳେ କାଦୁଆ ରାସ୍ତାରେ ଟ୍ରଲି ଆସୁଥିଲା, ସେତେବେଳେ ଆମେସବୁ ପଛରୁ ତାକୁ ଠେଲି ଠେଲି ଗାଁକୁ ଆଣୁଥିଲୁ।

ସେ ବି ଥିଲା ଆମ ପାଇଁ ବେଶ ବାହାଦୂରୀର କାମ।

୧୩
ଗାଁ ପାଇଁ ଏଇ ତିନିଦିନ ମହୋତ୍ସବ ପରି ଥିଲା। ଗାଁଟା ଯାକର ଲୋକେ ଏଥିରେ ସାମିଲ ହେଉଥିଲେ। ଆମ ସ୍କୁଲର ସବୁ ଶିକ୍ଷକ ଯେମିତି ଶିବ ସାର, ଦାମ ସାର, ରାମେଶ୍ୱର ସାର, ବିମଳ ସାର, ରତ୍ନାକର ସାର ଆଦିଙ୍କର ଅବଦାନ ଏଥିରେ ଥିଲା ଅନେକ।

ଗାଁ ଏକାଠି ହେଉଥିଲା। ନଈକୂଳେ ରଜ ପଟାଦୋଳି ଖେଳୁଥିଲା, ଦିନରେ ଆ’ ତା’ ଘରେ ପିଠା ଖାଇ ମଉଜ କରୁଥିଲା,

୧୪
ଏବଂ ସଂଜକୁ ଦେଖୁଥିଲା ଡ୍ରାମା। ଗାଁକୁ ଏକମନ କରିଥିଲା ସେ ଉତ୍ସବ। ଗାଁରେ ମନ ଫଟାପଟି ନଥିଲା।

କ୍ରମଶଃ ଆମେ ସବୁ ବଡ଼ ହୋଇଗଲୁ। ଯେଉଁମାନେ ଡ୍ରାମାକୁ ଆୟୋଜନ କରୁଥିଲେ ଯେମିତି ବାପା, ଶିବ ସାର୍ ସେମାନେ ଡ୍ରାମାକୁ ଆୟୋଜନ କରିବାର ଭରପୁର ଉଦ୍ୟମ ଜାରି ରଖିଥିଲେ।

୧୫
କିନ୍ତୁ ତାରି ଭିତରେ ରାଜନୀତି ନାମକ ଶବ୍ଦ ଓ ଦଳେ ଅତି କୁଜି ନେତା ମିଶି ଗାଁର ପରିବେଶକୁ ବଢିପାଣିଠାରୁ ଆହୁରି ଗୋଳିଆ କରିଦେଲେ।

ଏବେ ଗାଁରେ ମେଲୋଡ଼ି ହୁଏ। ଆଉ ଡ୍ରାମା ହୁଏନି। ସେଇ ମେଲୋଡ଼ି ପାଇଁ କୌଣସି ଏକ ରାଜନୈତିକ ଦଳ ଚାନ୍ଦା ଦିଏ। ଗାଁରୁ ମୁଠି ଚାଉଳ ଗୋଟା ଯାଏନି। ରାଜନୈତିକ ଚାନ୍ଦାରେ ବାଈନାଚ ଆମ ଗାଁ ପିଲାଏ ଦେଖନ୍ତି।

୧୬
ମୋବାଇଲରେ ସୁଟିଂ କରି ଫେସବୁକରେ ଅପଲୋଡ଼ କରନ୍ତି। ନିଜେ ବି ମଝିରେ ମଝିରେ ଉଠି ନାଚନ୍ତି। ମଦର ଆସରରେ ଫାଟି ପଡ଼େ ସେଇ ମେଲାଡ଼ି ଜାଗାଟା। ହିତାହିତ ଜ୍ଞାନ ଭୁଲି ଦାଦା, ପୁତୁରା ସମସ୍ତେ ଏକାକାର ହୋଇ ଯାଆନ୍ତି। ମାଲ ପିଅନ୍ତି। ଆଉ ମଝିରେ ମଝିରେ ମାରପିଟ ବି ଲାଗନ୍ତି- ଏ ଦଳ, ସେ ଦଳ ହୋଇ।

୧୭
ଗାଁର ଜୀବନରେ ଆସିଥିବା ଏ ବଦଳ ରାଜନୀତି ଯୋଗୁଁ ବେଶ କିଟିମିଟିଆ ହୋଇଗଲା। ବେଶ ନିମ୍ନ ହୋଇଗଲା। ଯେଉଁମାନେ ପାଠଶାଠ ପାଢି ଗାଁ ଲୋକଙ୍କୁ ଖେଳ କି ଡ୍ରାମା ଆଦି ଆୟୋଜନ କରି ବାନ୍ଧି ରଖିଥିଲେ, ସେମାନଙ୍କ ସ୍ଥାନ-ଅତି ଛୋଟ, ଅପାଠୁଆ, ଦଳେ ମୂର୍ଖ କୁଜି ନେତା ନେଇଗଲେ।

ସେମାନଙ୍କୁ ତ ଏକାଠି କରିବାର ଉପାୟ ଜଣାନାହିଁ।

୧୮
ଭାଙ୍ଗିବାର ଉପାୟଟି ମାଲୁମ। ତେଣୁ ସେମାନେ ଗାଁର ଘର ଘରକୁ ଏ ଦଳ, ସେ ଦଳରେ ଭାଗ କରିଦେଲେ। ମଦ, ପଇସା, ମାଂସ ଭୋଜି ଦେଇ ନିଜ ପତିଆରା ବଢେଇବାର ପ୍ରୟାସ କଲେ। ଏବଂ ସଫଳ ମଧ୍ୟ ହୋଇଛନ୍ତି।

ଗାଁର ପୁରୁଣା ଦିନର ଡ୍ରାମାର କାହାଣୀ ଖାଲି ଗପରେ ଏବେ ଜୀଇଁଛି।

୧୯
ଯୋଉମାନେ ବି ଅଛନ୍ତି ଭଲ ଲୋକ, ଏତେ କଦର୍ଯ୍ୟ ରାଜନୀତିର ପରିବେଶ ଭିତରେ ସେମାନେ ଆଉ ମୁଣ୍ଡ ପୁରେଇବାକୁ ଚାହୁଁ ନାହାନ୍ତି। ଫଳରେ ଅସରପା ପରି ଅତି କୁଜି ନେତାଙ୍କ ରାଜୁତି ଚାଲିଛି। ସେମାନେ ବରଂ ଗାଁରେ ଆପଣା ଡ୍ରାମା ଚଳେଇଛନ୍ତି।

ମୋ ଗାଁ ରାଜନୀତିରେ ଗୋଳେଇ ହୋଇ ଆପଣା ସଂସ୍କୃତି ଓ ଇତିହାସକୁ ଭୁଲିଛି।

୨୦

####

• • •

Missing some Tweet in this thread? You can try to force a refresh
 

Keep Current with Jyoti Prakash Mohapatra

Jyoti Prakash Mohapatra Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @jp_mohapatra

20 Oct
#ସାମ୍ବାଦିକତାର_ଫର୍ଦ୍ଦ (୩)

ଅପହଞ୍ଚ ଆକାଶ

ଭୁବନେଶ୍ୱରରୁ ଦିନେ ଅଚାନକ ବଦଳି ହେଲା।ବଦଳି ହେଲା ବୋଲି ନ କହି, ବରଂ ବଦଳି କରେଇ ନେଲି କହିଲେ ଚଳିବ। ରାଜଧାନୀର ଏଡ଼େ ଚଉଡ଼ା ରାସ୍ତା, ଫାଙ୍କା ଫାଙ୍କା ବଜାର ମତେ ଭଲ ଲାଗିଲା ନାହିଁ। ଆଜି ବି ଲାଗେନି।

ଛୋଟିଆ ସହର, ଗଳି ଭିତରେ ସାଇକେଲ ଯାଇ ପାରୁ ନଥିବ, ଭିଡରେ ଅଣନିଶ୍ୱାସୀ ହେଉଥିବ ମଣିଷ, ଝାଳ ମୁହଁରେ ବାଜି ଲୁଣିଆ ଲାଗୁଥିବ- ସେ ସହର ସବୁଦିନ ପସନ୍ଦ। ମୁଁ ନିଜେ ବାଧ୍ୟ କଲି ମତେ ବଦଳି କରିଦିଆ ଯାଉ ଓ ଶେଷକୁ ବାଲେଶ୍ୱର ଗଲି।

ବାଲେଶ୍ୱର ପରିଚିତ ସହର। ଯୁକ୍ତ ଦୁଇ ସେଠି ମୁଁ ପଢ଼ୁଥିଲି। ମୋ ମଝିଆ ପିଉସୀ ସେଇଠି ରହୁଥିଲା।

ପୁଚୁକା, ଚାଟ୍, ଷ୍ଟେସନ ବଜାର, ପୁଲିସ ଲାଇନ୍ ଛକ ସବୁ ଜଣା, ଚିହ୍ନା।

ବାଲେଶ୍ୱରରେ ମୋ ପାଖେ ସାଇକେଲଟେ ଥିଲା। ତାକୁ ହିଁ ନେଇ ଅଫିସ ଯାଏ, ରିପୋର୍ଟିଂ ବି। ବାପା ପରେ ମଟର ସାଇକେଲ ପଠେଇଲେ। ଆମ 'ସମ୍ବାଦ' ଅଫିସ ଥିଲା ଶିଳ୍ପାଞ୍ଚଳରେ। ଓରି ପ୍ଲାଷ୍ଟ ଆଗକୁ। କେଇ ଶ' ମିଟର ଦୂରରେ ଜଗନ୍ନାଥ ମନ୍ଦିର।

Read 18 tweets
19 Oct
बीत गए दिन, प्यार के पल-छीन
सपना बनी ये रातें
भूल गए वो, तू भी भुला दे
प्यार की वो मुलाकातें
सब दूर आंधेरा
मुसाफिर जाएगा कहाँ...

1/n
कोई भी तेरी, राह ने देखे
नैन बिछाए न कोई
दर्द से तेरे, कोई ना तड़पा
आँख किसी की ना रोई
कहे किसको तू मेरा
मुसाफिर जाएगा कहाँ...

2/n
तूने तो सबको, राह बताई
तू अपनी मंज़िल क्यूँ भूला
सुलझा के राजा, औरों की उलझन
क्यूँ कच्चे धागों में झूला
क्यूँ नाचे सपेरा
मुसाफिर जाएगा कहाँ...

3/n
Read 6 tweets
18 Oct
#ସାମ୍ବାଦିକତାର_ଫର୍ଦ୍ଦ (୨)

ଏକ ଅକୁହା ସମ୍ପର୍କ

ଜଗତସିଂହପୁର ଜିଲ୍ଲା ସଦର ମହକୁମା ଖୁଉବ ବକୁଟେ ଥିଲା ୨୦୦୩ ବେଳକୁ। ମଟର ସାଇକେଲରେ ବୁଲିଲେ ପାଞ୍ଚ ମିନିଟରେ ସରି ଯାଉଥିଲା। ଅଧା ସହର ସାଙ୍ଗରେ ସମାନ୍ତରାଳ ହୋଇ କେନାଲଟେ ଚାଲିଥିବ।

କିନ୍ତୁ ଲୋକେ ପକ୍କା ରାଜନୀତିରେ ରୁଚି ରଖନ୍ତି।

ସକାଳୁ ପୋଷ୍ଟ ଅଫିସ ଛକରେ ଚାହା ଗିଲାସ ଓ ଖବରକାଗଜ ସହ ଖଟି- ସେ ସହରର ନିୟମିତ ଦୃଶ୍ୟ ଥିଲା।

ଜିଲ୍ଲାରେ ଯୋଗ ଦେବା ପରେ ମୁଁ ଜିଲ୍ଲାପାଳଙ୍କୁ ଆଗ ଦେଖା କରିବାକୁ ଗଲି ପରଦିନ ସଂଜରେ। ତାଙ୍କ ଆବାସିକ କାର୍ଯ୍ୟାଳୟରେ। କେଇ ଜଣ ଅଫିସରଙ୍କ ସହ ସେ କଥା ହେଉ ଥାଆନ୍ତି।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନେଇ ଚିହ୍ନେଇ ଦେଲେ। ସେମିତି ଛିଡ଼ା ଛିଡ଼ାରେ ଦୁଇ ପଦ କଥା ହୋଇ ସେ ମତେ ବିଦା କରିଦେଲେ।

ଶୁଣିଲି- ସେ ଚାହୁଁ ନାହାଁନ୍ତି ସେ ଜିଲ୍ଲାକୁ ମୁଁ ଯାଏ ବୋଲି। ତାଙ୍କୁ ତ ମୁଁ ଚିହ୍ନି ନ ଥାଏ। ଲାଗିଲା- ଜଣେ ସାମ୍ବାଦିକ କୋଉଠି ଚାକିରି କରିବ କଣ ତାହା ଜଣେ ବରିଷ୍ଠ ଓଏଏସ୍ ଠିକ କରିବ କି ?

Read 15 tweets
24 Sep
#ଅରିନ୍ଦମ

ଅରିନ୍ଦମ କଥା କୋଉଠୁ ଆରମ୍ଭ କରିବି ? ଲେଖିହେବ କି ସେ କେବେ କେଇ ଶହ ଶବ୍ଦ ଭିତରେ ?

ଏଇ ସାତ ଦିନ ତଳେ ଦେଖା ହୋଇଥିଲା, ଯୋଡ଼େ ଫର୍ମ ସାଙ୍ଗରେ ଧରି ଆସିଥିଲା। କହିଲା- ସାର୍, (ଯେବେ ତା ଇଚ୍ଛା ହୁଏ ମତେ ଭାଇ ଡାକେ) ଚାଲନ୍ତୁ ଲ' ପଢିବା। ଏଇ ଆପଣଙ୍କ ଫର୍ମ, ଏ ଫର୍ମ ମୋର। ସାଙ୍ଗ ହୋଇ ଓକିଲ ହେବା।

ତା' ପନ୍ଦର ଦିନ ଆଗରୁ ଜବରଦସ୍ତ ମତେ ଡକେଇ ଦେଖା କଲା।

କହିଲା- ଇଚ୍ଛା ନାହିଁ। ଭାବୁଛି ସମ୍ବାଦିକତା ଛାଡ଼ିଦେବି।
- କିନ୍ତୁ, କରିବ କଣ ?
- ମୋମୋ ଦୋକାନ।
ମୁଁ ହସିଲି। ଓଡ଼ିଶାର ଏଡ଼େ ପ୍ରସିଦ୍ଧ, ସଦା ନିର୍ଭୟ ଓ ଅନ୍ୟତମ ଶ୍ରେଷ୍ଠ ରିପୋର୍ଟର ସମ୍ବାଦିକତା ଛାଡିଦେବ !
- ହଁ, ସାର୍। ଭଲ ଲାଗୁନି ଆଉ।

ମେ ଫେୟାର ପାଖ ଗଳିରେ ବହୁତ ସମୟ କଥା ହେଲୁ। ମତେ ସେ କଥା ଦେଲା ଏବେ ସାମ୍ବାଦିକତା ଛାଡ଼ିବ ନାହିଁ।

କେଇ ଦିନ ଆଗରୁ ଯାଇଥିଲା ଢେଙ୍କାନାଳ। ମେଞ୍ଚେ ମିଠା ନେଇ ସାଙ୍ଗରେ ଓ କେଡ଼େ ମିଠା କଥା କହିଥିଲା- ସାର୍, କରୋନା ଯୋଗୁଁ ଦେଖା ହୋଇ ପାରୁନି। ଆପଣ ତ ଇଆଡ଼େ ଚାଲି ଆସିଲେ। ମୁଁ ଟିକେ ଦେଖିବାକୁ ଆସିଗଲି। ଆପଣଙ୍କୁ ଆଉ ମୋ ଆଇଆଇଏମସିକୁ।
Read 9 tweets
5 Aug
#ସୂତା
#ଯାଜପୁର

ଝିଅ ଦେଖା

ସକାଳେ ବସି ମୋ ପାହାଚ ଉପରେ ମୁଁ ଖବରକାଗଜ ପଢୁଥାଏ ଭୁବନେଶ୍ୱରରେ।
ବାପାଙ୍କ ଫୋନ ଆସିଲା- କାଲି ତୁ ଯାଜପୁର ଆସେ। ଜରୁରି ଅଛି ।
- କଣ ହେଲା କି ?
- ନାଇଁ ତୁ କାଲି ସକାଳେ ଆସି ପହଁଚି ଯାଆ। ଫାଷ୍ଟ ବସରେ ଚାଲି ଆସିବୁ।

୨୦୧୦ ମସିହାର କଥା ଇଏ।

ମୁଁ ସକାଳେ ଫାଷ୍ଟ ବସ ଧରି ଯାଜପୁରରେ ପହଁଚିଲା ବେଳକୁ ସକାଳ ୧୦ଟା। ଖାଇ ସାରି ଉଠିଲା ବେଳକୁ ବାପା କହିଲେ- ତୁ ଝିଅ ଦେଖିବା ପାଇଁ ଯିବୁ।
- କୋଉ ଝିଅ ?
- ତୋ ବାହାଘର ପାଇଁ । ଗାନ୍ଧି ବାବୁ ଯିବେ ତୋ ସାଙ୍ଗରେ। ଜଲଦି ବାହାରି ଯାଆ।
- କି ଝିଅ, କିଏ ସେ କିଛି ମୁଁ ଜାଣିନି। କଣ ଦେଖିବା ପାଇଁ ଯିବି?

- କାଳନ୍ଦୀ ପିଉସା ପ୍ରସ୍ତାବ ଦେଇଛନ୍ତି। ତୁ ଜଲଦି ଯାଆ। ଖାଇବା ପୂର୍ବରୁ ଫେରି ଆସିବୁ।

ଛାତ ଉପରକୁ ମୁଁ ରାଗରେ ପଳେଇଲି।

ମାୟା ଆମ ଡ୍ରାଇଭର ଆସି ଡାକିଲା- ଭାଇ ଆସନ୍ତୁ। ଡେରି ହୋଇଯିବ ନ ହେଲେ। ତଳେ ଦେଖିଲା ବେଳକୁ ଗାନ୍ଧି ସାର ଛିଡ଼ା ହୋଇଛନ୍ତି।

ଗାନ୍ଧି ସାର ଇଂରାଜୀ ବିଭାଗର ଅଧ୍ୟାପକ ଥିଲେ ଯାଜପୁରରେ।

Read 25 tweets
4 Aug
#OdiaJournalismDay

୨୦୧୩ ମସିହା ଜୁଲାଇ ମାସ ଶେଷ। କେଇ ମାସ ପୂର୍ବରୁ ଆଇଆଇଏମସିରେ ଯୋଗ ଦେଇଥାଏ। ସଂଜରେ Mrinal Chatterjee ସାରଙ୍କ ସହ IIMC Dhenkanalରେ ଚାହା ପିଉଥାଏ। ସାର୍ କହିଲେ- ଅଗଷ୍ଟ ୪ ତାରିଖ କଣ ଜାଣିଛୁ ?
ମୁଁ କହିଲି- କାହାର ବୋଧେ ଜନ୍ମଦିନ ହୋଇଥିବ।

ସାର୍ କହିଲେ- ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା ସେଦିନ ଜନ୍ମ ନେଇଥିଲା। ତାର ଜନ୍ମଦିନ ପାଳିବା ଦରକାର। ଭାରତୀୟ ଖବରକାଗଜ ଦିବସ ଜାନୁଆରୀ ୨୯ ତାରିଖରେ। ସେମିତି ହିନ୍ଦୀ, ମରାଠୀ ଏମିତିକି କୋଙ୍କଣୀ ଖବରକାଗଜ ଦିବସ ଅଛି। ଆମର ସବୁ ଥାଇ ବି ଆମେ ଭୁଲି ଯାଇଛୁ।

ସେହିବର୍ଷ ଭୁବନେଶ୍ୱରରେ ଆଇଆଇଏମସି ଓ ଆଇଆଇଏମସି ପୁରାତନ ଛାତ୍ର ସଂଘ (@IIMCAA) ପାଳନ କଲା ଓଡ଼ିଆ ସାମ୍ବାଦିକତା ଦିବସ। ସାରଙ୍କ ବହି- History of Journalism in Odisha ସେହିଦିନ ଉନ୍ମୋଚିତ ହେଲା।

ପରେ ପ୍ରତିବର୍ଷ ଆଇଆଇଏମସି ସେ ସ୍ମରଣୀୟ ଦିନଟିକୁ ପାଳନ କରି ଆସୁଛି।

Read 6 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal

Or Donate anonymously using crypto!

Ethereum

0xfe58350B80634f60Fa6Dc149a72b4DFbc17D341E copy

Bitcoin

3ATGMxNzCUFzxpMCHL5sWSt4DVtS8UqXpi copy

Thank you for your support!

Follow Us on Twitter!

:(