#ସାମ୍ବାଦିକତାର_ଫର୍ଦ୍ଦ (୩)

ଅପହଞ୍ଚ ଆକାଶ

ଭୁବନେଶ୍ୱରରୁ ଦିନେ ଅଚାନକ ବଦଳି ହେଲା।ବଦଳି ହେଲା ବୋଲି ନ କହି, ବରଂ ବଦଳି କରେଇ ନେଲି କହିଲେ ଚଳିବ। ରାଜଧାନୀର ଏଡ଼େ ଚଉଡ଼ା ରାସ୍ତା, ଫାଙ୍କା ଫାଙ୍କା ବଜାର ମତେ ଭଲ ଲାଗିଲା ନାହିଁ। ଆଜି ବି ଲାଗେନି।

ଛୋଟିଆ ସହର, ଗଳି ଭିତରେ ସାଇକେଲ ଯାଇ ପାରୁ ନଥିବ, ଭିଡରେ ଅଣନିଶ୍ୱାସୀ ହେଉଥିବ ମଣିଷ, ଝାଳ ମୁହଁରେ ବାଜି ଲୁଣିଆ ଲାଗୁଥିବ- ସେ ସହର ସବୁଦିନ ପସନ୍ଦ। ମୁଁ ନିଜେ ବାଧ୍ୟ କଲି ମତେ ବଦଳି କରିଦିଆ ଯାଉ ଓ ଶେଷକୁ ବାଲେଶ୍ୱର ଗଲି।

ବାଲେଶ୍ୱର ପରିଚିତ ସହର। ଯୁକ୍ତ ଦୁଇ ସେଠି ମୁଁ ପଢ଼ୁଥିଲି। ମୋ ମଝିଆ ପିଉସୀ ସେଇଠି ରହୁଥିଲା।

ପୁଚୁକା, ଚାଟ୍, ଷ୍ଟେସନ ବଜାର, ପୁଲିସ ଲାଇନ୍ ଛକ ସବୁ ଜଣା, ଚିହ୍ନା।

ବାଲେଶ୍ୱରରେ ମୋ ପାଖେ ସାଇକେଲଟେ ଥିଲା। ତାକୁ ହିଁ ନେଇ ଅଫିସ ଯାଏ, ରିପୋର୍ଟିଂ ବି। ବାପା ପରେ ମଟର ସାଇକେଲ ପଠେଇଲେ। ଆମ 'ସମ୍ବାଦ' ଅଫିସ ଥିଲା ଶିଳ୍ପାଞ୍ଚଳରେ। ଓରି ପ୍ଲାଷ୍ଟ ଆଗକୁ। କେଇ ଶ' ମିଟର ଦୂରରେ ଜଗନ୍ନାଥ ମନ୍ଦିର।

ସେବକୁ ପିଉସୀ ତାଙ୍କ ଗାଁ ବରୀ ଚାଲି ଆସି ଥାଆନ୍ତି। ମୋର ମୁଖ୍ୟ ସମସ୍ୟା ହେଲା ଖାଇବି କୋଉଠି। ଅଫିସରୁ ଫେରିବା ବେଳକୁ ରାତି ଗାଢ଼ ହୋଇ ସାରିଥାଏ। ବାଲେଶ୍ୱର ଅଧା ନିଦରେ। ଦୋକାନ ସବୁ ବନ୍ଦ। ଆଇଟିଆଇ ଛକରେ ଦୁଇ ବନ୍ଧୁ ହୋଟେଲରେ ତାଟି ପଡ଼ି ଆଲୁଅ ନିଭି ସାରିଥାଏ।

ଆମ ଅଫିସ ଛୋଟ ଥିଲା, କିନ୍ତୁ ବେଶ ସୁନ୍ଦର।

ଗଛଲତାରେ ଭରା, ପୁଣି ପଛ ପଟେ ଛୋଟିଆ ପଡ଼ିଆଟେ ଯୋଉଠି ଆମେ କ୍ରିକେଟ ଓ ଭଲିବଲ ଖେଳୁ।

ନ୍ୟୁଜ ଡେସ୍କ ଭାରି ସୁନ୍ଦର। ମଣିଷ ମାନେ ବି। କୁଳମଣି ବାବୁ, ଭରତ ସାର୍, ସତ୍ୟଶିବ ଭାଇ, ବିପ୍ଳବ ସାର୍ ଓ ଅନ୍ୟମାନେ। ଡିଜିଏମ୍ ଥିଲେ ସାହୁ ସାର୍। ଏ ପୃଥିବୀରୁ ସେ ବିଦାୟ ନେଇ ସାରିଲେଣି।

ଏମିତିରେ ବାଲେଶ୍ୱର ବୁଲା ଆରମ୍ଭ ହେଲା। ପୁଲିସ ଲାଇନର ବିସ୍ତୃତ ପଡ଼ିଆ ଭାରି ଭଲ ଲାଗେ। ଅନେକ ସମୟରେ ଆକାଶିଆ ଗଛ ସବୁ ଛାଇରେ ଢେର ସମୟ ମୁଁ ବସେ। ଆଉ ମୋ ସାଙ୍ଗ ମନୋରଞ୍ଜନ ତିରିଆ, ସିଏ ବି ସମ୍ବାଦରେ କାମ କରୁଥିଲା।

ପ୍ରଥମ କେଇ ଦିନ ଜଗନ୍ନାଥ ମନ୍ଦିରରେ ଅନ୍ନ, କାନିକା ଖାଇ ଚଳେଇ ନେଲୁ। କିନ୍ତୁ, ରାତିରେ- ପୁଣି ଡେରି ରାତିରେ ?

ଏ ସହର ଆରାମରେ ଶୋଇଗଲା ପରେ, ମୁଣ୍ଡରୁ ଆମ ଖବର ଭୂତ ଓହ୍ଲେଇ ଗଲା ପରେ ? ଖାଇବୁ କିସ ?

ଖବର ମିଳିଲା- ସେଇ ବାଲେଶ୍ୱର ଶିଳ୍ପାଞ୍ଚଳରେ ଆମ ଅଫିସଠାରୁ ଅଳପ ଦୂରରେ ଝୁମ୍ପୁରି ହୋଟେଲଟେ ଅଛି। ସେଠିକି ଗଲି।

ବୟସ୍କା ସ୍ତ୍ରୀଲୋକ ଓ ତାଙ୍କ ସ୍ୱାମୀ ମିଶି ସେ ହୋଟେଲ କରି ଥାଆନ୍ତି।

ଆସ୍ତେ ଚିହ୍ନା ହେଲା, ଚିହ୍ନାରୁ ମୋ ପସନ୍ଦିଆ ଖାଦ୍ୟ ସେ ତିଆରି କଲେ ଓ କ୍ରମଶଃ ବାକି ଖାତା ଚାଲିଲା।

ସେଇଠି ବୋଧେ ଇଂଜିନିୟରିଂ କଲେଜଟେ ଥିଲା। ସେ ପିଲା ବି ଖାଇବାକୁ ଆସନ୍ତି। ଭିଡ଼ ଭିତରେ ମୋ ପାଇଁ ଜାଗାଟେ ଥିବ ଯେମିତି ହେଲେ।

ସେବେ ଖବରକାଗଜରେ ମୁଁ 'ଆକାଶର ଛାଇ ତଳେ' ବୋଲି ଗୋଟିଏ ସ୍ତମ୍ଭ ଉତ୍ତର ଓଡ଼ିଶା ସଂସ୍କରଣରେ ଲେଖୁଥିଲି। ଦିନେ ସେ ସ୍ତମ୍ଭରେ ସେଇ ଝୁମ୍ପୁରି ହୋଟେଲ ଓ ମମତାବୋଳା ଖାଦ୍ୟ ଉପରେ ଲେଖିଦେଲି।

ପରଦିନ ଗଲା ବେଳକୁ ହୋଟେଲରେ ଅସମ୍ଭବ ଭିଡ଼। ମୋ ପାଇଁ ଖାଇବା ଲୁଚେଇକି ରଖି ଥାଆନ୍ତି।

ସ୍ତମ୍ଭର ନାଁ ଅନୁସାରେ ହୋଟେଲ ନାଁ ହୋଇଗଲା- ମାଉସୀ ହୋଟେଲ।

ମାଉସୀ ମତେ କୁଣ୍ଢେଇ ଧରିଲା।

- କିସ କଲୁରେ ଛୁଆ ? କି ଭିଡ଼ ଦେଖୁଚୁ ନା ? ଆମେ ବୁଢ଼ାବୁଢ଼ୀ ଆଣ୍ଠେଇ ପଡିଲୁଣି। କି ଖବରକାଗଜରେ ଲେଖିଲୁ, ଲୋକେ ଆମକୁ ଖୋଜି ଆସି ଏଠି ଖାଉଛନ୍ତି।

- ତୁମେ କାହିଁ ବୁଢ଼ୀ ହେବ ମ ?

୧୦
କିଛି ଲେଖିନି କି ସାରା ଜୀବନ ତୁମ ମମତା ଓ ଆଦରର କଥା ଲେଖିବା ପାଇଁ ଛୋଟ ପଡ଼ିଯିବ। ସେସବୁ ଛାଡ଼। ଖାଇବାକୁ ଦିଅ।

ମାଉସୀ କିଛି ବୁଝିଲା ନାହିଁ। ଭୁଜା, ଆଳୁଦମ ଓ ପକୁଡ଼ି ଧରେଇ ଦେଲା।

ତେଣିକି ମୁଁ ଯେବେ ଖାଇବି, ସେ ମୋ ପାଖେ ବସିବ। ମୁଁ ଖାଏ ବୋଲି ବଡ଼ିଚୁରା କରିବ, ସେଉ ଛାଣିବ। ସାରା ସହର ଶୋଇଗଲେ ବି ତାଟି ଖୋଲି ମତେ ଅନେଇ ଥିବ।

୧୧
ମତେ ଦେଖି ଆଞ୍ଚକୁ ବିଞ୍ଚିଦେଇ ଗରମ କରି ଖାଇବାକୁ ଦେବ।

ଯୋଉଦିନ ଖବର ତାତିରେ ଅଫିସରେ ଡେରି ହେବ, ମାଉସୀ ଆସିବ ଡାକିବାକୁ।

- ଆସେ ଛୁଆ। କିସ ଲେଖିଦେଲୁ ଯେ, ଲୋକ ଭିଡ଼। ଆଉ କିସ ପୁଣି ଗାରେଇ ପକାଉଛୁ ?

- ଚାଲ ଚାଲ ଯାଉଛି।

୧୨
ରାତି ବଢ଼ିଛି, ଶୀତ ବାନ୍ଧି ଧରିଛି, ସେ ମୁକୁଳା ଇଲାକାରେ କୁହୁଡ଼ି ପରସ୍ତ ଛାଇ ଗଲା ପରେ ବି, ବର୍ଷା ସୁଅ ତିଆରି କଲା ପରେ ବି ମାଉସୀ ଅନେଇ ଥିବ। ଡାଲମାରେ ଟିକିଏ ସେଉ ପକେଇ ଦେବ, ଆମଲେଟ୍ କରିଦେବ।

ସବୁ କଥା ରାତିରେ ତା ହୋଟେଲ ବେଞ୍ଚ ଉପରେ ବସି ଗପିବ।

୧୩
ଦୁଲ୍ଲା ଖାଁ ପାଟଣା ଗାଁ, ସେଠି ତା ବାହାଘରର ଆରମ୍ଭ ଦିନ, ପରେ ଭଦ୍ରକ ଦେଇ ବାଲେଶ୍ୱର ଟ୍ରେନରେ ଚାଲି ଆସିବା, ତା ଶାଶୁଙ୍କ ରାଗ। ସବୁ।

ଏଇମିତିରେ ଦିନେ ମୋର କଟକ ବଦଳି ହୋଇଗଲା। ମାଉସୀକୁ ଖାଇଲା ବେଳେ କହିଲି-

- କାଲି ବାଲେଶ୍ୱର ଛାଡ଼ୁଛି। ମୋର କଟକ ବଦଳି ହୋଇ ଯାଇଛି।

ରାଗିଗଲା ସେ।

୧୪
- ଚାଲେନି ତୋ ଅଫିସ ଯିବା। କିଏ ତତେ ବଦଳି କରିଛି ଦେଖିବା।

କିନ୍ତୁ ମୁଁ ତାକୁ ନେଇ ଗଲିନି। ହସିଲି।

ଯୋଉଦିନ ଆସିବି ବେଗ୍ କାନ୍ଧରେ ପକେଇ ତା ହୋଟେଲରେ ହାଜର।

ଆଲୁଭର୍ତ୍ତା, ବଡ଼ିଚୁରା ସବୁ ପସନ୍ଦିଆ ଖାଦ୍ୟ ସେ ମୋ ପାଇଁ କରିଥାଏ।

ଉପରବେଳା ପର୍ଯ୍ୟନ୍ତ ମତେ ମାଉସୀ ଛାଡ଼ିଲା ନାହିଁ।

୧୫
- ମୁଁ ଯାଏ। ପହଁଚିଲା ବେଳକୁ ରାତି ହୋଇଯିବ। ନୂଆ ରିପୋର୍ଟର ଆସିବେ, ପୁଣି ତୋରି ପାଖକୁ ତ ଆସିବେନା। ଯିବା ଆସିବା ଚାଲିବ। ଚାଲି ଆସିଛି ତ !

ଏସବୁ ଆଦର୍ଶ ଓ ଦର୍ଶନ ସେ ବୁଝୁ ନ ଥିଲା।

ଆସିଲା ବେଳେ ତା ଦୁଇ ମାସର ହୋଟେଲ ପଇସା ତାକୁ ଦେଲି।

ସେ ପଇସା ମୋରି ପକେଟରେ ଗୁଞ୍ଜି ଦେଲା ସେ।

୧୬
- ଏମିତିରେ ବୋଧେ ମନେ ରଖିବୁ। ନହେଲେ ଏ ହୋଟେଲ ମାଉସୀ କିଏ ? ଗଲା ପରେ ସବୁ ଭୁଲି ଯାଆନ୍ତି।

ମାଉସୀର କଥା ହିଁ ସତ ହୋଇଥିଲା। ପରେ ଥରୁଟିଏ ତା ପାଖକୁ ଯାଇଛି ବାଲେଶ୍ୱର ଯାଇଥିବା ବେଳେ। ଆଉ ଯାଇ ପାରିନି। ଯାଇନି କହିଲେ ବରଂ ଭଲ ହେବ।

ଏଣିକି ଖାଲି ସ୍ମୃତିରେ ତାରି ହୋଟେଲ। ଥିବ କି ନାହିଁ ମୁଁ ଜାଣିନି।

୧୭
ସ୍ୱାର୍ଥପର ଓ କୃତଘ୍ନ ଆଉ କଣ କରେ କି ?

ସବୁ ପାଶୋରି ଯାଏ। ଯାବତୀୟ ଆଦର, ମମତା। ସବୁ। ଗୋଟି ଗୋଟି କରି।

ମୁଁ ସେଇ ପ୍ରଜାତିର। ଯାର ନାଁ ମଣିଷ।

####

• • •

Missing some Tweet in this thread? You can try to force a refresh
 

Keep Current with Jyoti Prakash Mohapatra

Jyoti Prakash Mohapatra Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @jp_mohapatra

19 Oct
बीत गए दिन, प्यार के पल-छीन
सपना बनी ये रातें
भूल गए वो, तू भी भुला दे
प्यार की वो मुलाकातें
सब दूर आंधेरा
मुसाफिर जाएगा कहाँ...

1/n
कोई भी तेरी, राह ने देखे
नैन बिछाए न कोई
दर्द से तेरे, कोई ना तड़पा
आँख किसी की ना रोई
कहे किसको तू मेरा
मुसाफिर जाएगा कहाँ...

2/n
तूने तो सबको, राह बताई
तू अपनी मंज़िल क्यूँ भूला
सुलझा के राजा, औरों की उलझन
क्यूँ कच्चे धागों में झूला
क्यूँ नाचे सपेरा
मुसाफिर जाएगा कहाँ...

3/n
Read 6 tweets
18 Oct
#ସାମ୍ବାଦିକତାର_ଫର୍ଦ୍ଦ (୨)

ଏକ ଅକୁହା ସମ୍ପର୍କ

ଜଗତସିଂହପୁର ଜିଲ୍ଲା ସଦର ମହକୁମା ଖୁଉବ ବକୁଟେ ଥିଲା ୨୦୦୩ ବେଳକୁ। ମଟର ସାଇକେଲରେ ବୁଲିଲେ ପାଞ୍ଚ ମିନିଟରେ ସରି ଯାଉଥିଲା। ଅଧା ସହର ସାଙ୍ଗରେ ସମାନ୍ତରାଳ ହୋଇ କେନାଲଟେ ଚାଲିଥିବ।

କିନ୍ତୁ ଲୋକେ ପକ୍କା ରାଜନୀତିରେ ରୁଚି ରଖନ୍ତି।

ସକାଳୁ ପୋଷ୍ଟ ଅଫିସ ଛକରେ ଚାହା ଗିଲାସ ଓ ଖବରକାଗଜ ସହ ଖଟି- ସେ ସହରର ନିୟମିତ ଦୃଶ୍ୟ ଥିଲା।

ଜିଲ୍ଲାରେ ଯୋଗ ଦେବା ପରେ ମୁଁ ଜିଲ୍ଲାପାଳଙ୍କୁ ଆଗ ଦେଖା କରିବାକୁ ଗଲି ପରଦିନ ସଂଜରେ। ତାଙ୍କ ଆବାସିକ କାର୍ଯ୍ୟାଳୟରେ। କେଇ ଜଣ ଅଫିସରଙ୍କ ସହ ସେ କଥା ହେଉ ଥାଆନ୍ତି।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନେଇ ଚିହ୍ନେଇ ଦେଲେ। ସେମିତି ଛିଡ଼ା ଛିଡ଼ାରେ ଦୁଇ ପଦ କଥା ହୋଇ ସେ ମତେ ବିଦା କରିଦେଲେ।

ଶୁଣିଲି- ସେ ଚାହୁଁ ନାହାଁନ୍ତି ସେ ଜିଲ୍ଲାକୁ ମୁଁ ଯାଏ ବୋଲି। ତାଙ୍କୁ ତ ମୁଁ ଚିହ୍ନି ନ ଥାଏ। ଲାଗିଲା- ଜଣେ ସାମ୍ବାଦିକ କୋଉଠି ଚାକିରି କରିବ କଣ ତାହା ଜଣେ ବରିଷ୍ଠ ଓଏଏସ୍ ଠିକ କରିବ କି ?

Read 15 tweets
24 Sep
#ଅରିନ୍ଦମ

ଅରିନ୍ଦମ କଥା କୋଉଠୁ ଆରମ୍ଭ କରିବି ? ଲେଖିହେବ କି ସେ କେବେ କେଇ ଶହ ଶବ୍ଦ ଭିତରେ ?

ଏଇ ସାତ ଦିନ ତଳେ ଦେଖା ହୋଇଥିଲା, ଯୋଡ଼େ ଫର୍ମ ସାଙ୍ଗରେ ଧରି ଆସିଥିଲା। କହିଲା- ସାର୍, (ଯେବେ ତା ଇଚ୍ଛା ହୁଏ ମତେ ଭାଇ ଡାକେ) ଚାଲନ୍ତୁ ଲ' ପଢିବା। ଏଇ ଆପଣଙ୍କ ଫର୍ମ, ଏ ଫର୍ମ ମୋର। ସାଙ୍ଗ ହୋଇ ଓକିଲ ହେବା।

ତା' ପନ୍ଦର ଦିନ ଆଗରୁ ଜବରଦସ୍ତ ମତେ ଡକେଇ ଦେଖା କଲା।

କହିଲା- ଇଚ୍ଛା ନାହିଁ। ଭାବୁଛି ସମ୍ବାଦିକତା ଛାଡ଼ିଦେବି।
- କିନ୍ତୁ, କରିବ କଣ ?
- ମୋମୋ ଦୋକାନ।
ମୁଁ ହସିଲି। ଓଡ଼ିଶାର ଏଡ଼େ ପ୍ରସିଦ୍ଧ, ସଦା ନିର୍ଭୟ ଓ ଅନ୍ୟତମ ଶ୍ରେଷ୍ଠ ରିପୋର୍ଟର ସମ୍ବାଦିକତା ଛାଡିଦେବ !
- ହଁ, ସାର୍। ଭଲ ଲାଗୁନି ଆଉ।

ମେ ଫେୟାର ପାଖ ଗଳିରେ ବହୁତ ସମୟ କଥା ହେଲୁ। ମତେ ସେ କଥା ଦେଲା ଏବେ ସାମ୍ବାଦିକତା ଛାଡ଼ିବ ନାହିଁ।

କେଇ ଦିନ ଆଗରୁ ଯାଇଥିଲା ଢେଙ୍କାନାଳ। ମେଞ୍ଚେ ମିଠା ନେଇ ସାଙ୍ଗରେ ଓ କେଡ଼େ ମିଠା କଥା କହିଥିଲା- ସାର୍, କରୋନା ଯୋଗୁଁ ଦେଖା ହୋଇ ପାରୁନି। ଆପଣ ତ ଇଆଡ଼େ ଚାଲି ଆସିଲେ। ମୁଁ ଟିକେ ଦେଖିବାକୁ ଆସିଗଲି। ଆପଣଙ୍କୁ ଆଉ ମୋ ଆଇଆଇଏମସିକୁ।
Read 9 tweets
5 Aug
#ସୂତା
#ଯାଜପୁର

ଝିଅ ଦେଖା

ସକାଳେ ବସି ମୋ ପାହାଚ ଉପରେ ମୁଁ ଖବରକାଗଜ ପଢୁଥାଏ ଭୁବନେଶ୍ୱରରେ।
ବାପାଙ୍କ ଫୋନ ଆସିଲା- କାଲି ତୁ ଯାଜପୁର ଆସେ। ଜରୁରି ଅଛି ।
- କଣ ହେଲା କି ?
- ନାଇଁ ତୁ କାଲି ସକାଳେ ଆସି ପହଁଚି ଯାଆ। ଫାଷ୍ଟ ବସରେ ଚାଲି ଆସିବୁ।

୨୦୧୦ ମସିହାର କଥା ଇଏ।

ମୁଁ ସକାଳେ ଫାଷ୍ଟ ବସ ଧରି ଯାଜପୁରରେ ପହଁଚିଲା ବେଳକୁ ସକାଳ ୧୦ଟା। ଖାଇ ସାରି ଉଠିଲା ବେଳକୁ ବାପା କହିଲେ- ତୁ ଝିଅ ଦେଖିବା ପାଇଁ ଯିବୁ।
- କୋଉ ଝିଅ ?
- ତୋ ବାହାଘର ପାଇଁ । ଗାନ୍ଧି ବାବୁ ଯିବେ ତୋ ସାଙ୍ଗରେ। ଜଲଦି ବାହାରି ଯାଆ।
- କି ଝିଅ, କିଏ ସେ କିଛି ମୁଁ ଜାଣିନି। କଣ ଦେଖିବା ପାଇଁ ଯିବି?

- କାଳନ୍ଦୀ ପିଉସା ପ୍ରସ୍ତାବ ଦେଇଛନ୍ତି। ତୁ ଜଲଦି ଯାଆ। ଖାଇବା ପୂର୍ବରୁ ଫେରି ଆସିବୁ।

ଛାତ ଉପରକୁ ମୁଁ ରାଗରେ ପଳେଇଲି।

ମାୟା ଆମ ଡ୍ରାଇଭର ଆସି ଡାକିଲା- ଭାଇ ଆସନ୍ତୁ। ଡେରି ହୋଇଯିବ ନ ହେଲେ। ତଳେ ଦେଖିଲା ବେଳକୁ ଗାନ୍ଧି ସାର ଛିଡ଼ା ହୋଇଛନ୍ତି।

ଗାନ୍ଧି ସାର ଇଂରାଜୀ ବିଭାଗର ଅଧ୍ୟାପକ ଥିଲେ ଯାଜପୁରରେ।

Read 25 tweets
4 Aug
#OdiaJournalismDay

୨୦୧୩ ମସିହା ଜୁଲାଇ ମାସ ଶେଷ। କେଇ ମାସ ପୂର୍ବରୁ ଆଇଆଇଏମସିରେ ଯୋଗ ଦେଇଥାଏ। ସଂଜରେ Mrinal Chatterjee ସାରଙ୍କ ସହ IIMC Dhenkanalରେ ଚାହା ପିଉଥାଏ। ସାର୍ କହିଲେ- ଅଗଷ୍ଟ ୪ ତାରିଖ କଣ ଜାଣିଛୁ ?
ମୁଁ କହିଲି- କାହାର ବୋଧେ ଜନ୍ମଦିନ ହୋଇଥିବ।

ସାର୍ କହିଲେ- ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା ସେଦିନ ଜନ୍ମ ନେଇଥିଲା। ତାର ଜନ୍ମଦିନ ପାଳିବା ଦରକାର। ଭାରତୀୟ ଖବରକାଗଜ ଦିବସ ଜାନୁଆରୀ ୨୯ ତାରିଖରେ। ସେମିତି ହିନ୍ଦୀ, ମରାଠୀ ଏମିତିକି କୋଙ୍କଣୀ ଖବରକାଗଜ ଦିବସ ଅଛି। ଆମର ସବୁ ଥାଇ ବି ଆମେ ଭୁଲି ଯାଇଛୁ।

ସେହିବର୍ଷ ଭୁବନେଶ୍ୱରରେ ଆଇଆଇଏମସି ଓ ଆଇଆଇଏମସି ପୁରାତନ ଛାତ୍ର ସଂଘ (@IIMCAA) ପାଳନ କଲା ଓଡ଼ିଆ ସାମ୍ବାଦିକତା ଦିବସ। ସାରଙ୍କ ବହି- History of Journalism in Odisha ସେହିଦିନ ଉନ୍ମୋଚିତ ହେଲା।

ପରେ ପ୍ରତିବର୍ଷ ଆଇଆଇଏମସି ସେ ସ୍ମରଣୀୟ ଦିନଟିକୁ ପାଳନ କରି ଆସୁଛି।

Read 6 tweets
22 Jul
#ସୂତା

ଅପରାହଣର ଚିଠି

ରେଭେନ୍ସାରେ ମୁଁ ପଢୁଥିଲି ସେତେବେଳେ । ପିଜି ଫିଫଥ ଇଅର ସରି ଯାଇଥାଏ । ପରୀକ୍ଷା ସରି ନଥାଏ । ଖରାଛୁଟି। ନିଉ ପିଜି ହଷ୍ଟେଲରେ ଭାତ, ଡାଲମା ରାନ୍ଧି ଖାଇ ସାରିବା ପରେ ଉପରବେଳା ଗୋଟେ ଚିଠି କିଏ ଆଣି ଦେଲା ।

ସବୁଜ ଇନଲାଣ୍ଡରେ ଆସିଥାଏ ସେ ଚିଠି । ଫ୍ରମ୍ (ଚିଠି କାହାଠୁ ଆସିଛି) ଜାଗାରେ ଲେଖା ହୋଇଥାଏ- ଫ୍ରମ ଇଓର ଫ୍ରେଣ୍ଡ (ଜଣେ ବନ୍ଧୁଙ୍କଠାରୁ ଚିଠି)।

ଅକ୍ଷର ଚିହ୍ନା ଲାଗୁଥିଲା । ପରିଚିତ ଜଣା ପଡ଼ୁଥିଲା । କିନ୍ତୁ ଆଖିରେ ନିଦ ଥିଲା ମୋର। ଚିଠିଟିକୁ ଟେବୁଲ ଉପରେ ରଖି ଶୋଇ ପଡ଼ିଲି ।

ସଂଜକୁ ନ୍ୟୁ ପିଜି ହଷ୍ଟେଲ ସାମ୍ନା ରେଭେନ୍ସା ପଡ଼ିଆରେ ଗପ ଜମେ । ଅନ୍ଧାର ଭିତରେ ବିଶାଳ ପଡ଼ିଆ । ତଳେ ଘାସ ଓ ବାଲି । ଉପରେ ଛପିଛପିକା ଜହ୍ନ ଆଲୁଅ ଓ ସଂଜର ମତୁଆଲା ପବନ।

ଗପ ସାରି ରାତିରେ ରୁମରେ ପଖାଳ ଖାଇ ମୁଁ ରେଡ଼ିଓରୁ ଗୀତ ଶୁଣୁଛି, ମୋର ଚିଠି କଥା ମନେ ପଡ଼ିଲା।

Read 29 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!

:(