#ଅରିନ୍ଦମ

ଅରିନ୍ଦମ କଥା କୋଉଠୁ ଆରମ୍ଭ କରିବି ? ଲେଖିହେବ କି ସେ କେବେ କେଇ ଶହ ଶବ୍ଦ ଭିତରେ ?

ଏଇ ସାତ ଦିନ ତଳେ ଦେଖା ହୋଇଥିଲା, ଯୋଡ଼େ ଫର୍ମ ସାଙ୍ଗରେ ଧରି ଆସିଥିଲା। କହିଲା- ସାର୍, (ଯେବେ ତା ଇଚ୍ଛା ହୁଏ ମତେ ଭାଇ ଡାକେ) ଚାଲନ୍ତୁ ଲ' ପଢିବା। ଏଇ ଆପଣଙ୍କ ଫର୍ମ, ଏ ଫର୍ମ ମୋର। ସାଙ୍ଗ ହୋଇ ଓକିଲ ହେବା।

ତା' ପନ୍ଦର ଦିନ ଆଗରୁ ଜବରଦସ୍ତ ମତେ ଡକେଇ ଦେଖା କଲା।

କହିଲା- ଇଚ୍ଛା ନାହିଁ। ଭାବୁଛି ସମ୍ବାଦିକତା ଛାଡ଼ିଦେବି।
- କିନ୍ତୁ, କରିବ କଣ ?
- ମୋମୋ ଦୋକାନ।
ମୁଁ ହସିଲି। ଓଡ଼ିଶାର ଏଡ଼େ ପ୍ରସିଦ୍ଧ, ସଦା ନିର୍ଭୟ ଓ ଅନ୍ୟତମ ଶ୍ରେଷ୍ଠ ରିପୋର୍ଟର ସମ୍ବାଦିକତା ଛାଡିଦେବ !
- ହଁ, ସାର୍। ଭଲ ଲାଗୁନି ଆଉ।

ମେ ଫେୟାର ପାଖ ଗଳିରେ ବହୁତ ସମୟ କଥା ହେଲୁ। ମତେ ସେ କଥା ଦେଲା ଏବେ ସାମ୍ବାଦିକତା ଛାଡ଼ିବ ନାହିଁ।

କେଇ ଦିନ ଆଗରୁ ଯାଇଥିଲା ଢେଙ୍କାନାଳ। ମେଞ୍ଚେ ମିଠା ନେଇ ସାଙ୍ଗରେ ଓ କେଡ଼େ ମିଠା କଥା କହିଥିଲା- ସାର୍, କରୋନା ଯୋଗୁଁ ଦେଖା ହୋଇ ପାରୁନି। ଆପଣ ତ ଇଆଡ଼େ ଚାଲି ଆସିଲେ। ମୁଁ ଟିକେ ଦେଖିବାକୁ ଆସିଗଲି। ଆପଣଙ୍କୁ ଆଉ ମୋ ଆଇଆଇଏମସିକୁ।
ଆମେ ସାଙ୍ଗ ହୋଇ ଗୋଟିଏ ଘରେ ରହିଛୁ ବର୍ଷ ବର୍ଷ। ଗଜପତି ନଗରରେ। ସେ, ମୁଁ ଓ ଦେବ। କୁଆଡ଼େ କୁଆଡ଼େ ସାରାରାତି ବୁଲୁଥିବ। ମୁଁ ଅଫିସରୁ ଫେରି ତାକୁ ଅଧରାତିର ଫୋନ କରିବି।

- ଆରେ, କୋଉଠି ? ଆସ ଖାଇବା।
- ଏଇ ରାସ୍ତାରେ ଭାଇ। ପହଂଚୁଛି।

କେବେ ଆସିବ ନାହିଁ ସେ। କେବେ ଖାଇବ ନାହିଁ ସେ। ଅଳପ ଶୋଇଥିବ ପୁଣି ତା ମୋବାଇଲ ବାଜିବ, ସେ ଉଠି ଚାଲିଲା। ଅରିନ୍ଦମ ଶୋଇଲେ ମୁଁ ତା ମୋବାଇଲ ଅଲଗା ଜାଗାରେ ରଖିଦିଏ। ଉଠିଲେ ବିରକ୍ତ ହେଉ ପଛେ। ସେବେ ସେ ଧରିତ୍ରୀରେ ଥିଲା।

ଦିନେ ମୁଁ ଗାଁକୁ ଯାଇଛି। ଶୁଭଙ୍କରୀ ମ୍ୟାଡାମ ଫୋନ କଲେ- ଅରିନ୍ଦମର ବାବା ଦୁର୍ଘଟଣାରେ ଚାଲିଗଲେ।

ତାକୁ ଦେଖିକି କହିବ, ସମ୍ଭାଳି ନେବ।

ମୁଁ ତ ଦୂରରେ ଥାଏ। କେମିତି ଜାଣିଗଲା ଅରିନ୍ଦମ ସବୁ। ମତେ ଫୋନ କଲା- ସାର୍, ଆଇ ଆମ୍ ଫିନିସଡ଼୍। ଆପଣ କାନ୍ଦନ୍ତୁନି। ମାଆ ଅଛି, ମତେ ସମ୍ଭାଳିବାକୁ ପଡିବ।

ପରେ ସେ ମାଉସୀଙ୍କୁ ନେଇ ଆସିଲା ଭୁବନେଶ୍ୱର। ତା ଭଉଣୀ ସୀମା ବି। ଅରିନ୍ଦମ ଡାକ ନାଁ- ସାମି।

ମତେ ଲାଗିଲା- ଏଣିକି ସେ ଘରୋଇ ହେବ, ଠିକ ସମୟରେ ଖାଇବ।

ରିପୋର୍ଟିଂରେ ସେ ଥିଲା ଶ୍ରେଷ୍ଠ। ହୀରାଟେ ତ। କାହାରିକୁ ଶତ୍ରୁ କରିନି କେବେ ସେ। କେନ୍ଦୁଝର କଲେଜ ଛାତ୍ର ସଂସଦ ସଭାପତି ବି ଥିଲା। ମଝିରେ କହୁଥିଲା- କେନ୍ଦୁଝର ଚାଲିଯିବି। ଭୁବନେଶ୍ୱରରେ ଆଉ ରହିବି ନାହିଁ।

ସଭିଙ୍କୁ ଭଲ ପାଉଥିବା ପିଲା ସେ। ନିର୍ଭୀକ।

ତା ପରି ସାମ୍ବାଦିକ କେହି କେବେ ହୋଇ ପାରିବେ ନାହିଁ।

ଆଜି ସେଇ ମୁଣ୍ଡୁଳି ପାଖେ ମୁଁ ହିଁ ଥିଲି ହତଭାଗା। ସେ ହାତୀକୁ ବି ମୁଁ ଦେଖିଛି। ଅରିନ୍ଦମ ସେଇଠି ଚାଲିଗଲା। ମହାନଦୀ ତାକୁ ଖାଇଦେଲା।

ସେବେଠାରୁ ଦତ୍ତାତ୍ରେୟ ଖାଲି ରଡି କରି କାନ୍ଦୁଛି। ଚିଦାନନ୍ଦ ଲୁହ ଝରି ଆସୁଛି। ସ୍ମୃତି ସ୍ୱର ଭାରି ଓଦା।

ଆଉ କାହା ଫୋନ ଉଠେଇବାକୁ ମୁଁ ସାହାସ କରିନି।

ଅଜାତଶତ୍ରୁ ସେ। ନିର୍ଭୀକ ସମ୍ବାଦିକତାର ଚିରନ୍ତନ ଉଦାହରଣ ସେ- ଅରିନ୍ଦମ।

ମଉସା ଯାଇ ସାରିଥିଲେ। ସାମି ଗଲା। ଉଭୟ ଦୁର୍ଘଟଣାରେ। ସେ ଘରେ ଏବେ ଖାଲି ସ୍ତ୍ରୀଲୋକ। ତୁମେ ଭାରି କ୍ରୁର ଭଗବାନ ! ଭାରି।

####

• • •

Missing some Tweet in this thread? You can try to force a refresh
 

Keep Current with Jyoti Prakash Mohapatra

Jyoti Prakash Mohapatra Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @jp_mohapatra

5 Aug
#ସୂତା
#ଯାଜପୁର

ଝିଅ ଦେଖା

ସକାଳେ ବସି ମୋ ପାହାଚ ଉପରେ ମୁଁ ଖବରକାଗଜ ପଢୁଥାଏ ଭୁବନେଶ୍ୱରରେ।
ବାପାଙ୍କ ଫୋନ ଆସିଲା- କାଲି ତୁ ଯାଜପୁର ଆସେ। ଜରୁରି ଅଛି ।
- କଣ ହେଲା କି ?
- ନାଇଁ ତୁ କାଲି ସକାଳେ ଆସି ପହଁଚି ଯାଆ। ଫାଷ୍ଟ ବସରେ ଚାଲି ଆସିବୁ।

୨୦୧୦ ମସିହାର କଥା ଇଏ।

ମୁଁ ସକାଳେ ଫାଷ୍ଟ ବସ ଧରି ଯାଜପୁରରେ ପହଁଚିଲା ବେଳକୁ ସକାଳ ୧୦ଟା। ଖାଇ ସାରି ଉଠିଲା ବେଳକୁ ବାପା କହିଲେ- ତୁ ଝିଅ ଦେଖିବା ପାଇଁ ଯିବୁ।
- କୋଉ ଝିଅ ?
- ତୋ ବାହାଘର ପାଇଁ । ଗାନ୍ଧି ବାବୁ ଯିବେ ତୋ ସାଙ୍ଗରେ। ଜଲଦି ବାହାରି ଯାଆ।
- କି ଝିଅ, କିଏ ସେ କିଛି ମୁଁ ଜାଣିନି। କଣ ଦେଖିବା ପାଇଁ ଯିବି?

- କାଳନ୍ଦୀ ପିଉସା ପ୍ରସ୍ତାବ ଦେଇଛନ୍ତି। ତୁ ଜଲଦି ଯାଆ। ଖାଇବା ପୂର୍ବରୁ ଫେରି ଆସିବୁ।

ଛାତ ଉପରକୁ ମୁଁ ରାଗରେ ପଳେଇଲି।

ମାୟା ଆମ ଡ୍ରାଇଭର ଆସି ଡାକିଲା- ଭାଇ ଆସନ୍ତୁ। ଡେରି ହୋଇଯିବ ନ ହେଲେ। ତଳେ ଦେଖିଲା ବେଳକୁ ଗାନ୍ଧି ସାର ଛିଡ଼ା ହୋଇଛନ୍ତି।

ଗାନ୍ଧି ସାର ଇଂରାଜୀ ବିଭାଗର ଅଧ୍ୟାପକ ଥିଲେ ଯାଜପୁରରେ।

Read 25 tweets
4 Aug
#OdiaJournalismDay

୨୦୧୩ ମସିହା ଜୁଲାଇ ମାସ ଶେଷ। କେଇ ମାସ ପୂର୍ବରୁ ଆଇଆଇଏମସିରେ ଯୋଗ ଦେଇଥାଏ। ସଂଜରେ Mrinal Chatterjee ସାରଙ୍କ ସହ IIMC Dhenkanalରେ ଚାହା ପିଉଥାଏ। ସାର୍ କହିଲେ- ଅଗଷ୍ଟ ୪ ତାରିଖ କଣ ଜାଣିଛୁ ?
ମୁଁ କହିଲି- କାହାର ବୋଧେ ଜନ୍ମଦିନ ହୋଇଥିବ।

ସାର୍ କହିଲେ- ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା ସେଦିନ ଜନ୍ମ ନେଇଥିଲା। ତାର ଜନ୍ମଦିନ ପାଳିବା ଦରକାର। ଭାରତୀୟ ଖବରକାଗଜ ଦିବସ ଜାନୁଆରୀ ୨୯ ତାରିଖରେ। ସେମିତି ହିନ୍ଦୀ, ମରାଠୀ ଏମିତିକି କୋଙ୍କଣୀ ଖବରକାଗଜ ଦିବସ ଅଛି। ଆମର ସବୁ ଥାଇ ବି ଆମେ ଭୁଲି ଯାଇଛୁ।

ସେହିବର୍ଷ ଭୁବନେଶ୍ୱରରେ ଆଇଆଇଏମସି ଓ ଆଇଆଇଏମସି ପୁରାତନ ଛାତ୍ର ସଂଘ (@IIMCAA) ପାଳନ କଲା ଓଡ଼ିଆ ସାମ୍ବାଦିକତା ଦିବସ। ସାରଙ୍କ ବହି- History of Journalism in Odisha ସେହିଦିନ ଉନ୍ମୋଚିତ ହେଲା।

ପରେ ପ୍ରତିବର୍ଷ ଆଇଆଇଏମସି ସେ ସ୍ମରଣୀୟ ଦିନଟିକୁ ପାଳନ କରି ଆସୁଛି।

Read 6 tweets
22 Jul
#ସୂତା

ଅପରାହଣର ଚିଠି

ରେଭେନ୍ସାରେ ମୁଁ ପଢୁଥିଲି ସେତେବେଳେ । ପିଜି ଫିଫଥ ଇଅର ସରି ଯାଇଥାଏ । ପରୀକ୍ଷା ସରି ନଥାଏ । ଖରାଛୁଟି। ନିଉ ପିଜି ହଷ୍ଟେଲରେ ଭାତ, ଡାଲମା ରାନ୍ଧି ଖାଇ ସାରିବା ପରେ ଉପରବେଳା ଗୋଟେ ଚିଠି କିଏ ଆଣି ଦେଲା ।

ସବୁଜ ଇନଲାଣ୍ଡରେ ଆସିଥାଏ ସେ ଚିଠି । ଫ୍ରମ୍ (ଚିଠି କାହାଠୁ ଆସିଛି) ଜାଗାରେ ଲେଖା ହୋଇଥାଏ- ଫ୍ରମ ଇଓର ଫ୍ରେଣ୍ଡ (ଜଣେ ବନ୍ଧୁଙ୍କଠାରୁ ଚିଠି)।

ଅକ୍ଷର ଚିହ୍ନା ଲାଗୁଥିଲା । ପରିଚିତ ଜଣା ପଡ଼ୁଥିଲା । କିନ୍ତୁ ଆଖିରେ ନିଦ ଥିଲା ମୋର। ଚିଠିଟିକୁ ଟେବୁଲ ଉପରେ ରଖି ଶୋଇ ପଡ଼ିଲି ।

ସଂଜକୁ ନ୍ୟୁ ପିଜି ହଷ୍ଟେଲ ସାମ୍ନା ରେଭେନ୍ସା ପଡ଼ିଆରେ ଗପ ଜମେ । ଅନ୍ଧାର ଭିତରେ ବିଶାଳ ପଡ଼ିଆ । ତଳେ ଘାସ ଓ ବାଲି । ଉପରେ ଛପିଛପିକା ଜହ୍ନ ଆଲୁଅ ଓ ସଂଜର ମତୁଆଲା ପବନ।

ଗପ ସାରି ରାତିରେ ରୁମରେ ପଖାଳ ଖାଇ ମୁଁ ରେଡ଼ିଓରୁ ଗୀତ ଶୁଣୁଛି, ମୋର ଚିଠି କଥା ମନେ ପଡ଼ିଲା।

Read 29 tweets
21 Jun
(ସୂତା)

ଗୋଟିଏ ଗାଁରେ ରଜ
#ରଜପର୍ବ

ଗାଁରେ ରଜ ଆସେ ବାଲିଝରି ଛନ୍ଦାରୁ । ଆସ୍ତେ ଆସ୍ତେ ଚାପିଚୁପି। ବର୍ଷା ଓ ଓଦା ପଣତ ଢାଙ୍କି ହୋଇ । ବାଲିଝରି ଛନ୍ଦା କଡ଼କୁ ବାବାସାହି ଗାଁ । ନଈ ସେପାଖେ । ଗଛପତ୍ର ଭିତରେ ଭର୍ତ୍ତି ହୋଇ କୁନି, ବକୁଟେ ଗାଁ । ଗାଁ ତ ନୁହେଁ, ସାହିଟେ କହିଲେ ଚଳିବ । ତା’ ଆଗକୁ ବଢେଇ ସାହି ।

ସେ ଜାଗାରେ ନଈ କୂଳେ ଘଞ୍ଚ ଗଛ ଅଧିକ ଆଉ ନଈ ବି ଟିକେ ଗଭୀର ହୋଇ ଯାଇଛି । ସେଇଠି ନଈର ଗଣ୍ଡ ଅଧିକ । ମୁଁ ସବୁଦିନେ ନଈବନ୍ଧରେ ବସି ଅନେଇଲା ବେଳେ ମତେ ଲାଗେ- ରଜ ସେଇଠୁ ଉଠି ଆସୁଛି । କାଖରେ ପାଣି ମାଠିଆ ଧରି । ନଈବନ୍ଧ ବାଟେ ଦାଣ୍ଡ ଗଡ଼ିଆ ଦେଇ ଗାଁ ଭିତରକୁ ପଶୁଛି ।

ପଛରେ ତା’ ଦିହରେ ଗୁଡେ଼ଇ ହୋଇ ଆସୁଛି ଖାଲି ହସ, ଥଟ୍ଟାମଜା ଓ ମଉଚ୍ଛବର ଲମ୍ବା ପଣତ କାନି ।

ଏପଟେ ପୁଣି ମହାଦେବ ପାଖେ ନଈ କୂଳକୁ ଅନେଇ ବସିଥିବା ବେଳେ ଫେଣ ଭର୍ତ୍ତି, ମାଟିଆ ପାଣି ମାଡ଼ି ମାଡ଼ି ଆସେ । କୋଉ ବର୍ଷ ଆସେ । କୋଉ ବର୍ଷ ଆସେନା । ଡେରି କରେ ସେ । ବଢିପାଣି ତା’ ନାଁ ।

Read 30 tweets
20 Jun
#ବାପା

ବାପା ହେବା ଭାରି ସହଜ ମ !

ବୋଉ ଉପରେ ସଂସାର ଛାଡ଼ିଦେଇ
ଖରା, ବର୍ଷାରେ ସେ ସଂସାର ପାଇଁ
ତିଆରୁ ଥିବ ଛାତ,
ପୁଅ ଝିଅ ଶୋଇଗଲେ
ଅନ୍ଧାରରେ ଲୁଚି
ତାଙ୍କ କପାଳରେ
ଛୁଉଁଥିବ ଆଶୀର୍ବାଦର ଅଭୟ ହାତ
ଭଲ ଜାମା, ଗେଂଜି କେବେ କିଣିବ ହିଁ ନାହିଁ
ସଭିଙ୍କୁ ଶାଢ଼ୀ କି ଜାମା କିଣିଦେଇ
ନିଜର ଦି' ଖଣ୍ଡ ଲୁଙ୍ଗିକୁ
ଧୋଇ ଶୁଖେଇ
ପିନ୍ଧିବାରେ କି କଷ୍ଟ ଯେ !

ପୁଅର ଗାଡ଼ି ପାଇଁ ପେଟ୍ରୋଲ ପଇସା ରଖିଦେଇ
ସାଇକେଲରେ ଫାଙ୍କା ପବନରେ
ହାଟ, ବନ୍ଧୁ, ଝିଅ ଝିଆଣି ଘରେ ବୁଲିବା
ଓ ଆଠ ଦଶୁଟା ବେଗ ଦେଇ ଆସିବାରେ
କି କଳା କୌଶଳ ଦର୍କାର କୁହ ତ !

ଛକ ଚାହା ଦୋକାନକୁ ଯିବାକୁ
ତମେ ଭାବୁଥିବ ପଚାଶ ଥର
ଚାହା ଦୋକାନରେ ପଚାଶ କି ଶଏ
କେବେ ହୋଇଗଲେ
ଝିଅ ପରୀକ୍ଷା ନ ଦେଇ ପରିବାର ଡର

ବାପା !
ତମେ ଭାରି ଡରୁଆ

ଅପା ଶାଶୁଘରକୁ ଗଲା ବେଳେ
କୁଆଡ଼େ ସେ ବିଲ ହିଡରେ ବୁଲୁଥାଅ ତମେ
ବାବନା ପାଗଳା ହୋଇ
ଗାଁ ଡ୍ରାମା, ପାଲା ବେଳେ
ତମେ ତ ଖସିଯାଅ
କେଇ ମାସର ଦରମା କେବଳ
ଅମି କକା ହାତରେ ଦେଇ

Read 6 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!

:(