#ତୃତୀୟ_ଲହର

ଦଶପନ୍ଦର ଦିନ ହେଲା ସବୁଆଡେ ଶୁଣୁଛି ଯେ #ଓମିକ୍ରନ୍ ଏତେ ସାଙ୍ଘାତିକ ହବନି, ଡାକ୍ତରଖାନାରେ ଭର୍ତ୍ତି ବେଶୀ ହେବେନି, ଇତ୍ୟାଦି ଇତ୍ୟାଦି...

ମୁହଁ ଖୋଲିବା ଜରୁରୀ ହୋଇପଡ଼ିଲାଣି ବୋଲି କହୁଛି, ଶୁଣନ୍ତୁ ।
(୧/୯)
ଅଧୁନା ପରିସ୍ଥିତିରେ ଅଯଥା #ଓମିକ୍ରନ୍ ର ବ୍ୟବହାର ପଛରେ ପଡନ୍ତୁ ନାହିଁ, କାରଣ ଭେରିଆଣ୍ଟ ଟି ଏବେ ବି ଗବେଷଣାର ପରିସରଭୁକ୍ତ ହେଇ ରହିଛି। ଆମ ପାଇଁ ଚିନ୍ତାର କାରଣ ହେଉଛି #କରୋନା, ସେଇଟା ଯେକୌଣସି ଭେରିଆଣ୍ଟ ହେଉ ନା କାହିଁକି, ଚିନ୍ତାର କାରଣ ନିଶ୍ଚିତ!
କାହିଁକି?
(୨/୯)
ଦୟାକରି ପାଶ୍ଚାତ୍ଯ ଦେଶରେ ବର୍ତ୍ତମାନର ସଙ୍କ୍ରମଣ ସହ ଭାରତକୁ ତୁଳନା କରି ନିଷ୍କର୍ଷ ବାହାର କରିବାର ଭୁଲ କରନ୍ତୁ ନାହିଁ। ଗତ ଦୁଇବର୍ଷରେ ଭାରତର ସ୍ଵାସ୍ଥ୍ୟ ଭିତ୍ତିଭୂମି ଉପରେ ଆପଣ ସମସ୍ତଙ୍କ ତିଳେବହୁତ ଜ୍ଞାନ ନିହାତି ଆସିଯାଇଥିବ ଆଉ ଏଇଟା ବି ନିହାତି ଜାଣିସାରିଥିବେ ଯେ ଗତ ଦୁଇବର୍ଷରେ କିଛି ଆଖିଦୃଶିଆ ପରିବର୍ତ୍ତନ ବି ହେଇନି
(୩/୯)
ଯଦି ଆପଣଙ୍କ କଥା ମାନିଯାଏ କି ବର୍ତ୍ତମାନର କରୋନା ସଙ୍କ୍ରମଣରେ ଡାକ୍ତରଖାନାରେ ଭର୍ତ୍ତି ବେଶୀ ହେବେନି, ତଥାପି ଜାଣିରଖନ୍ତୁ ଯେ ସଙ୍କ୍ରମଣର ବେଗ ଏହିପରି ରହିଲେ ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ଦୈନିକ ଚାରି ରୁ ପାଞ୍ଚ ହଜାର ପଜିଟିଭ ବାହାରିବେ, ସେଥିରୁ ଯଦି ଦଶପ୍ରତିଶତ ବି ଡାକ୍ତରଖାନାରେ ଭର୍ତ୍ତିହେବେ,
(୪/୯)
ତେବେ ପାଞ୍ଚ ରୁ ଦଶଦିନ ଭିତରେ ରାଜ୍ୟର ସବୁ କୋଭିଡ ବେଡ୍ ଅକୁପାୟ ହେଇଯିବ। କଥା ସେଇଠି ସରିବନି, ଏତିକି ରୋଗୀପାଇଁ ସିନା ଆମେ ଖଟିଆ ପକେଇଦେଲୁ, ହେଲେ ଚିକିତ୍ସା କରିବାକୁ ଡାକ୍ତର ଆଉ ସହାୟକଙ୍କ ଘୋର ଅଭାବ ହେବ।
ଅମ୍ଳଜାନର ଆବଶ୍ଯକତା ନପଡିପାରେ, ହେଲେ ରୋଗୀକୁ ପାଇଖାନା ବି ଯୋଗେଇବାକୁ ହେଇପାରେ ଆମେ ଅସମର୍ଥ ହେଇଯିବୁ।
(୫/୯)
ହେଇପାରେ, ପାଇଖାନା ସଫା କରିବାକୁ ଲୋକ ମିଳିବେନି। ସେତେବେଳେ ରୋଗୀ ଆପଣାଛାଏଁ ହୋମ ଆଇସୋଲେସନ୍ ରେ ରହିବେ ବା ଆମେ ଅନ୍ୟ ଉପାୟ ନପାଇ ସେଇଆ କରିବାକୁ କହିବୁ।
(୬/୯)
ଆଉ ଯଦି ସେତେବେଳକୁ #ଭେରିଆଣ୍ଟ ବିଷୟରେ ଆମ ଜ୍ଞାନ ବଢିଯାଇଥିବ ଏବଂ ଯଦି ଏହା ଆମ ଆଶଙ୍କାଠାରୁ ଅଧିକ ବିପଜ୍ଜନକ ବୋଲି ଜଣାପଡେ, ତେବେ ବୋଝ ଉପରେ ନଳିତା ବିଡା ସଦୃଶ ହେଇଯିବ।
(୭/୯)
ସମଗ୍ର ବିଶ୍ବରେ #କୋଭିଡ ସଙ୍କ୍ରମଣ ବଢିବାରେ ଲାଗିଛି, ତେଣୁ ଭାରତରେ ବି ବଢିବ ନିଶ୍ଚିତ ! କିନ୍ତୁ ଲୋକଙ୍କ ଅସାବଧାନତା ଏବଂ ସରକାରଙ୍କ ଅପ୍ରାସଙ୍ଗିକ ଯୁକ୍ତି ଉପସ୍ଥାପନା ଦେଖି ଲାଗୁଛି, ଏ ଦେଶରେ ପାଠ ପଢିକି ଆମେ ଭୁଲ କରିଦେଇଛୁ; ନା ତ କିଛି କହିବାର ଅଧିକାର ଅଛି, ନା କିଛି କରିବାର !
ଆପଣମାନେ ବୁଲାବୁଲି ଜାରି ରଖନ୍ତୁ, କାରଣ:
(୮/୯)
ସମସ୍ତେ କହୁଛନ୍ତି ଯେ ଏ ଲହର ଏତେଟା #ସିରିୟସ ହବନି।

ଈଶ୍ବର ସଦ୍-ବୁଦ୍ଧି ଦିଅନ୍ତୁ, ଘର ପାଇଖାନା ବ୍ୟବହାର କରନ୍ତୁ, ଆଉ ସରକାରୀ ପାଇଖାନାର ଅବ୍ୟବସ୍ଥା ପାଇଁ ସରକାରଙ୍କୁ କାଠଗଡାରେ ଠିଆ କରନ୍ତୁନି।
🙏
ଧନ୍ୟବାଦ
(୯/୯)

• • •

Missing some Tweet in this thread? You can try to force a refresh
 

Keep Current with #ମୋ_ଡାକ୍ତର

#ମୋ_ଡାକ୍ତର Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @drdeepak81

5 Jan
#ଗୃହସଙ୍ଗରୋଧ ପାଇଁ ଭାରତ ସରକାର ଆଜି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଚାଲନ୍ତୁ ଜାଣିନେବା ଏହା ବିଷୟରେ:
୧: ଲକ୍ଷଣ ବିହୀନ ବା ସାମାନ୍ଯ ଲକ୍ଷଣ (ଅମ୍ଳଜାନ ସାଚୁରେସନ ୯୩ ଠାରୁ ଅଧିକ) ଥିଲେ ଘରେ ସଙ୍ଗରୋଧ ପାଇଁ ଯୋଗ୍ୟ ହେବେ
୨: ତାଙ୍କର ଯତ୍ନ ପାଇଁ ଘରର ଆଉଜଣେ ସଭ୍ୟ, ଯିଏକି ଦୁଇଟିଯାକ ଟୀକା ନେଇଥିବେ, ନିଯୁକ୍ତ ହେବେ
୩: ବୟୋଜ୍ୟେଷ୍ଠ ବ୍ୟକ୍ତି, ଯାହାଙ୍କ ପାଖରେ ଆନୁସଙ୍ଗିକ ରୋଗର ଲକ୍ଷଣ ଥିବ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ, ଫୁସଫୁସ/ଯତ୍କୃତ/ବୃକକ ସମ୍ବଧିତ ରୋଗ ଆଦି, ସେମାନେ କେବଳ ନିଜ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଗୃହସଙ୍ଗରୋଧରେ ରହିପାରିବେ
୪: ଏଚଆଇଭି ପଜିଟିଭ, ଅଙ୍ଗ ପ୍ରତିରୋପଣ କରାଯାଇଥିବା ବ୍ୟକ୍ତି, କର୍କଟରୋଗୀ ଆଦି ଗୃହସଙ୍ଗରୋଧରେ ରହିବା ପାଇଁ ଡାକ୍ତରଙ୍କ ଅନୁମୋଦନ ଆବଶ୍ୟକ ହେବ
୫: ବିନା ଡାକ୍ତରୀ ପରାମର୍ଶରେ ଅଯଥାର୍ଥ ଔଷଧ, ଅଦରକାରୀ ରକ୍ତ ପରୀକ୍ଷା ବା ଛାତି ଏକ୍ସ-ରେ, ସିଟି ସ୍କାନ୍ ଆଦିରୁ ନିବୃତ୍ତ ରୁହନ୍ତୁ
Read 6 tweets
25 Apr 21
#ବେଡ୍_ନାହିଁ
#ଅମ୍ଳଜାନ_ଆବଶ୍ୟକ

ଆଜିର ଥ୍ରେଡ୍ ଏଇ ଦୁଇଟି ବିଷୟରେ ଆଧାରିତ।
କେତୋଟି ପ୍ରଶ୍ନ ଆଗେ ନିଜକୁ ପଚାରିବା,

୧-କରୋନାକାଳ ପୂର୍ବରୁ ଆମପାଖରେ ଅନ୍ୟାନ୍ଯ ରୋଗ ପାଇଁ ପର୍ଯ୍ୟାପ୍ତ ବେଡ୍ ଥିଲା କି?
୨-ରୋଗୀକୁ ଅତ୍ୟାଧୁନିକ ଡାକ୍ତରଖାନାରେ ବେଡ୍ ମିଳିଗଲେ କରୋନାରୁ ବଞ୍ଚିବାର ସମ୍ଭାବନା ଅଧିକ କି?
୩-ଏବେ ପ୍ରାୟତଃ ରୋଗୀ, ଠିକ ସମୟରେ ବେଡ୍ ବା ଅମ୍ଳଜାନ ନମିଳିବା ଯୋଗୁଁ ମୃତ୍ୟୁବରଣ କରୁଛନ୍ତି କି?

ଉତ୍ତର: ନାଁ
ପ୍ରଥମେ ଜାଣିବା, ଗୋଟେ ଡାକ୍ତରଖାନାରେ କେତେ ବେଡ୍ ହେବା ଆବଶ୍ୟକ?

ଆଜ୍ଞା, ଏଇଟା ଭୁଲ ପ୍ରଶ୍ନ

ସଠିକ୍ ପ୍ରଶ୍ନ ହେଉଛି, ଆପଣଙ୍କ ଦେଶ/ରାଜ୍ୟ/ସହରରେ ଜନସଂଖ୍ୟାର କେତେ ପ୍ରତିଶତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତିହେବାଯୋଗ୍ୟ ରୋଗୀ ଆସିବାର ସମ୍ଭାବନା ଅଛି ଆଉ ଆପଣଙ୍କ ପାଖରେ ଅଛି କେତେ?
Read 18 tweets
1 Apr 20
ଆଜିର ସଂସ୍କରଣରେ ପଢିବା ଘରେ କେମିତି ମାସ୍କ୍ ତିଆରି କରିବା ଆଉ ତାକୁ ଠିକ୍ ଭାବରେ କିପରି ପରିଷ୍କାର ତଥା ବ୍ଯବହାର କରିବା।

ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣଙ୍କ ବ୍ୟବହାର ଏବଂ ସରକାରୀ ନିୟମକୁ ବେଖାତିର କରିବାର ପରିଣାମ ଭୟାବହ ହୋଇପାରେ।

କିନ୍ତୁ ମନେରଖନ୍ତୁ, 'କେବଳ' ମାସ୍କ୍ ବ୍ୟବହାର କରି ଆପଣ ସୁରକ୍ଷିତ ରହିପାରିବେ ନାହିଁ।
ଏଠାରେ ବର୍ଣ୍ଣିତ ସମସ୍ତ ପ୍ରକ୍ରିୟା ଭାରତ ସରକାରଙ୍କର ପ୍ରମୁଖ ବିଜ୍ଞାନ ଉପଦେଷ୍ଟାଙ୍କ ଦ୍ୱାରା ଜାରି କରାଯାଇଛି।
କିଛି ସନ୍ଦେହ ଥିଲେ ପଚାରି ପାରନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ମାସ୍କ୍ କେବଳ ସେତେବେଳେ ଉପାଦେୟ, ଯେତେବେଳେ ଆପଣ ମାସ୍କ୍ ପିନ୍ଧିବା ସହ 'ହାତଧୂଆ'ର ସମସ୍ତ ପ୍ରକ୍ରିୟା ମଧ୍ୟ ମାନୁଛନ୍ତି।
Read 17 tweets
24 Mar 20
ଏହି ଟୁଇଟ୍ ଲେଖିବାର ସମୟ ଆସିଗଲାଣି ବୋଲି ଆଜି ଲେଖୁଛି। ଧ୍ୟାନ ଦେଇ ପଢିବେ।

ଖୁବ୍ ଶୀଘ୍ର ପ୍ରତିଦିନ ଆମକୁ ନିର୍ଣ୍ଣୟ ନେବାକୁ ହେବ, କାହାକୁ ଚିକିତ୍ସାସେବା ଯୋଗାଇଦିଆଯିବ ଆଉ କାହାକୁ ନୁହେଁ, କାରଣ ସମସ୍ତଙ୍କୁ ସେବା ଯୋଗାଇପାରିବା ଆମ ସପକ୍ଷରେ ସମ୍ଭବପର ହେଇପାରିବ ନାହିଁ।
ମୃତ୍ୟୁକୁ ଆମେ ଏଡାଇପାରିବା ନାହିଁ, କାରଣ ସେଥିରେ ମଧ୍ଯ ଆମକୁ
ନିର୍ଣ୍ଣୟ ନେବାକୁ ହେବ, କିଏ ବଞ୍ଚିଲେ ସମାଜର ଟିକିଏ ଅଧିକ ଲାଭ ହେବ। କିଛି ସମୟରେ ଆମକୁ ନିର୍ଣ୍ଣୟ ନେବାକୁ ହେବ ଯେ କିଏ ଡାକ୍ତରଖାନା ଆସିବ ଆଉ କିଏ ନୁହେଁ, କାରଣ ଆମ ପାଖରେ ସମସ୍ତଙ୍କର ଚିକିତ୍ସା ପାଇଁ ସାମର୍ଥ୍ଯ ନାହିଁ।

ହଠାତ ଦିନେ ସକାଳୁ ଜାଣିବି ମୋ ସହିତ କାମ କରୁଥିବା ନର୍ସ ଓ ଫାର୍ମାସୀଷ୍ଟ୍ ସଙ୍କ୍ରମିତ ହୋଇଛନ୍ତି, ମୋର ମନୋବଳ
ଖିନଭିନ ହେଇଯାଏ। ଦୁଇଜଣ ସାଥୀ ଆସନ୍ତା ୧୪ଦିନ ଯାଏ ଘରେ ବନ୍ଦ ରୁହନ୍ତି। ସେପଟେ ରୋଗୀ ବଢିଯାଆନ୍ତି ଏବଂ ଚିକିତ୍ସା କରିବାକୁ ମୁଁ ଏକା। ମୋ ବ୍ୟସ୍ତତା ଦେଖି ମୋ ପରିବାର ବି ମୋ ଆଶା ଛାଡିଦିଅନ୍ତି। ତାଙ୍କର ସେ ଅଭ୍ୟାସ ଅଛି ଭାବି ମୁଁ ବି ତାଙ୍କ କଥା ଭୁଲିଯାଏ। ପ୍ରତ୍ୟେକ ଦିନ କ୍ରମାଗତ ରୋଗୀ ସଂଖ୍ୟା ବଢୁଥିବାର ଖବର ଆସୁଥାଏ।
Read 8 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal

Or Donate anonymously using crypto!

Ethereum

0xfe58350B80634f60Fa6Dc149a72b4DFbc17D341E copy

Bitcoin

3ATGMxNzCUFzxpMCHL5sWSt4DVtS8UqXpi copy

Thank you for your support!

Follow Us on Twitter!

:(