୧
ପ୍ର:- କିଏ ଦେବ ପ୍ଲାଜମା ?
ଉ:-
-ଯାହାକୁ ଆଗରୁ କୋଭିଡ ଭଲ ହେଇଥିବ ୨୮ ଦିନ ତଳେ,
-କିମ୍ବା ୧୪ ଦିନ ତଳେ ଲକ୍ଷଣ ଛାଡିଥିବ ଓ ଟେଷ୍ଟ ଏବେ ନେଗେଟିଭ୍ ଥିବ। ୧୪ ଦିନପରେ ଟେଷ୍ଟ ପଜିଟିଭ ରହିଲେବି ଦେଇହେବ, କାରଣ ସଂକ୍ରମଣ ଶକ୍ତି ନଥାଏ। ୧୪ ଦିନପରେ ଟେଷ୍ଟ କରିବାବି ନିହାତି ଆବଶ୍ୟକ ନୁହେଁ।
cntd
- ରୋଗ ଅଛିକି ନାହିଁ rtPCR ପରୀକ୍ଷା(ନାଜାଲ ସ୍ବାବ) ହେଇଥିଲେ ଭଲ
-ମୂଳରୁ ଲକ୍ଷଣବିହୀନ ଥିବା ରୋଗୀବି ଦେଇପାରିବେ
-ସେରୋଲୋଜି ସର୍ଭେରେ ଆଇଜି ଆଣ୍ଟିବଡି ପଜିଟିଭ ଥିବା ଅଜଣା-ରୋଗୀବି ଦେଇପାରିବେ
-ଆଣ୍ଟିବଡି ଟାଇଟର(ଲେବଲ) ମାପିବା ଦରକାର ନାହିଁ, ଯଦି ମାପିହେବ, 1:160ରୁ ଅଧିକ ଥିଲେ ଭଲ
ପ୍ର:- ପ୍ଲାଜମା ଦେବାର ଅନ୍ୟ କ୍ରାଇଟେରିଆ କଣ?
ଉ:-
- 18-60 ବୟସ
- 50 କେଜି ଓଜନ
- ହେମୋଗ୍ଲୋବିନ 8-10 ରୁ ଅଧିକ
- ୧୪-୨୮ ଦିନ ପୂର୍ବରୁ ଲକ୍ଷଣ ଭଲହେଇଯାଇଥିବ
ପ୍ର:- କିଏ ଦେଇପାରିବନି ପ୍ଲାଜମା
ଉ:-
- ଯଦି କେବେ ଥରେବି ଗର୍ଭବତୀ ହୋଇଥିବେ, ଦେବେନି
- ଡାଇବେଟିସ କଣ୍ଟ୍ରୋଲ ନଥିଲେ
- ବ୍ଲଡ ପ୍ରେସର କମ୍ ବେଶୀ ଥିଲେ
- ଲିଭର କିଡନି ହାର୍ଟ ଲଙ୍ଗ୍ସ ରୋଗୀ
- କ୍ୟାନସର ସରଭାଇଭର
- ଏବେ ଅପରେସନ ହେଇଥିଲେ
- ବର୍ଷେ ଭିତରେ ଟାଟୁ କରିଥିଲେ
- ୫୦ କେଜିରୁ କମ୍
- ମାଲାରିଆ ସିଫିଲିସ HIV ହେପାଟାଇଟିସ ଥିଲେ
ପ୍ର:- ଥରେ ଗର୍ଭ ରହିଥିଲେ, ମହିଳା କାହିଁକି ଦେବେନି ପ୍ଲାଜମା?
ଉ:- ଗର୍ଭବେଳେ HLA Antibody ତିଆରି ହୁଏ, ଯାହା lung injury କରିପାରେ ନେଉଥିବା ରୋଗୀର, ଏମିତିବି କୋଭିଡ ରେ ଫୁସଫୁସ ଅବସ୍ଥା ଭଲନଥାଏ। ସେ କ୍ଷେତ୍ରରେ HLA ଆଣ୍ଟିବଡି ପରୀକ୍ଷା କରି ଦେଖିବାକୁ ହେବ ଅତ୍ୟାବଶ୍ୟକ ପଡିଲେ ଏବଂ ନଥିଲେ ବା ନଗଣ୍ୟ ଥିଲେ ଦେଇହେବ।
ପ୍ର:- ସେରୋଲୋଜି ଜରିଆରେ ଆଣ୍ଟିବଡି ଲେବଲ ମାପିବା ଦରକାର କି?
ଉ:-
ନାହିଁ। ୮୦% ରୋଗୀଙ୍କର ୧୪ ଦିନ ପରେ ଲେବଲ ଭଲ ଥାଏ। ୯୦-୧୦୦% ରୋଗୀଙ୍କର ଆଣ୍ଟିବଡି ତିଆରି ହୋଇଥାଏ।
ପ୍ର:- କେତେଥର ଦେଇହେବ?
ଉ:-
ହପ୍ତାରେ ଥରେ, ୪ଥର ଦେଇପାରିବେ।
୩ମାସରେ ୮ ଥର ପର୍ଯ୍ୟନ୍ତ ଦେଇହେବ।
ମିନିମମ୍ ୭ ଦିନ ଗ୍ୟାପ୍ ରହିବା କଥା।
ଏବେ ୧୫ ଦିନ ପରେ ରିପିଟ୍ କଲେକ୍ସନ କରାଯାଇପାରୁଛି।
ଥରେ ଦେଇଦେଲେ, ଲେବଲ୍ କମିଯାଏନି।
ପ୍ର:- ଦେଇଦେଲେ, ଆଣ୍ଟିବଡି କମିକି ପୁଣି କୋଭିଡ ହେବ?
ଉ:- ନାହିଁ। ପୁଣି ତିଆରି ହୋଇଯିବ
ପ୍ର:- ପୁଣି କୋଭିଡ କଣ୍ଟାକ୍ଟ ରେ ଆସିଥିଲେ , ଦେଇହେବ?
ଉ:- ହଁ
ପ୍ର:- ଜଣେ କେତେ ପ୍ଲାଜମା ଦେବ?
ଉ:- ବୟସ ଓଜନ ଲିଙ୍ଗ ଉପରେ ନିର୍ଭର କରେ। ୪୦୦ ମିଲି ଦେଲେ, ୨ ଜଣଙ୍କ କାମରେ ଲାଗିବ
ପ୍ର:- ଅନ୍ୟ କିଛି କାରଣରୁ ଦେଇହେବନି ଯଦି?
ଉ:-
ହଁ। ଯଦି ଜରଥଣ୍ଡାକାଶ ଥିବ, ଦେଇହେବନି।
ପ୍ର:- ସବୁ କୋଭିଡ ଲକ୍ଷଣ ଚାଲିଯିବା ଦରକାର?
ଉ:- ୧୪ ଦିନପରେ ଜରଥଣ୍ଡାକାଶ ନଥିବା ଆବଶ୍ୟକ। ଯଦି ତଥାପି ସ୍ବାଦ,ଗନ୍ଧ୧ ବାରି ନହେଉଥାଏ, ଚଳିବ।
ପ୍ର:- ଆଣ୍ଟିବଡି ଲେବଲ ବିଷୟରେ ପରୀକ୍ଷା ଜରୁରୀ?
ଉ:- ରିକଭରି ବା ଇମ୍ୟୁନିଟି ଟେଷ୍ଟ, ପ୍ରାୟତଃ କରାଯାଏ, ସିଓର୍ ହେଇଯିବା ପାଇଁ।
ପ୍ର:- ମାସ୍କ ପିନ୍ଧିବା ଦରକାର? ଦେବା ଲୋକ ତ ଇମ୍ୟୁନ୍।
ଉ:- ମାସ୍କ ପିନ୍ଧିକି ଯିବେ। ସାମାଜିକ ଦୂରତା ରକ୍ଷା କରିବେ।
ପ୍ର:- କେମିତି ପ୍ରିପେୟାର ହେବା କଥା?
ଉ:-
ରାତିରେ ଭଲକି ଶୋଇଥିବେ
ପାଣି, ପଣା, ଫଳରସ ଭଲକି ପିଇଥିବେ
ଭଲକରି ସୁଷମ ଖାଦ୍ୟ ଖାଉଥିବେ
ପ୍ରୋଟିନ ଭଲକରି ଖାଉଥିବା କଥା(50-80gm/day)
ପ୍ର:- ଜଣେ ନିର୍ଦ୍ଦିଷ୍ଟ ରୋଗୀକୁ ଚାହିଁଲେ, ଜଣେ ନିର୍ଦ୍ଦିଷ୍ଟ ଡୋନର୍ ଦେଇପାରିବ?
ଉ:- ସେମିତି ଲାଭ ନାହିଁ। ଏବେ ପ୍ଲାଜମା ବ୍ୟାଙ୍କ କରିବାର ସମୟ। ଡାଇରେକ୍ଟ ଡୋନେସନ୍ ଠିକ୍ ନୁହେଁ।
ପ୍ର:- କେତେ ସମୟ ଲାଗିବ ପ୍ଲାଜମା ଦେବାକୁ?
ଉ:- ୪୫ ମିନିଟ ଲାଗିବ। ଫର୍ମାଲିଟି ମିଶାଇ ଦେଢ ଦୁଇ ଘଣ୍ଟା।
ପ୍ର:- କିଛି ଡକୁମେଣ୍ଟ ଦରକାର?
ଉ:- କିଏ ଦେଇପାରିବ, ସରକାରଙ୍କ ଦ୍ବାରା ସ୍ଥିରୀକୃତ ହେବ। ରିପୋର୍ଟ ସରକାରଙ୍କ ପାଖରେ ଥିବ।
ପ୍ର:- ରକ୍ତ କମିଯିବନି?
ଉ:- ନାହିଁ। ପ୍ଲାଜମା ନିଆଯାଏ। ଲୋହିତ ରକ୍ତ କଣିକା ନୁହେଁ।
ପ୍ର:- ଆପଣ କୁହନ୍ତୁ! ମୁଁ ଦେବିନା ନାହିଁ?
ଉ:- ଯଦି ଆପଣଙ୍କୁ ସରକାର ଡାକୁଛନ୍ତି, ଡେରିନକରି ଆଗେଇ ଆସନ୍ତୁ। ପୂଣ୍ୟ କମାଇବେ👍
ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି🤣😃🙏