ଆଜିର ବେଶ ଶ୍ରୀଜୀଉଙ୍କର ବାଙ୍କଚୂଡ଼ା ବେଶ / ବାମନ ବେଶ

କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଲ ଦ୍ୱାଦଶୀ ତିଥିରେ ମହାପ୍ରଭୁ ବାଙ୍କଚୁଡା ବେଶରେ ଦର୍ଶନ ଦେଇଥାନ୍ତି । ଜନଶ୍ରୁତି ରହିଛି, ଅକ୍ରୁର ମଥୁରା ନେବାକୁ ଆସିଥିବା ବେଳେ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କୁ ଏହି ବେଶରେ ଦର୍ଶନ ଦେଇଥିଲେ । @BBSRBuzz @nidhi_budha #Odisha
ଏହି ବେଶର ବିଶେଷତ୍ଵ ଯେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସା(ବେଣୀ)ର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ସୂଚନାଯୋଗ୍ୟ ଏକ ଛୋଟ ସ୍ଵର୍ଣ୍ଣ କୀରିଟ ଠାକୁରମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଇଥାଏ। #ବାଙ୍କଚୂଡ଼ା #ବାଙ୍କଚୂଡ଼ାବେଶ
ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏଥିରେ ବ୍ୟବହୃତ ହୋଇଥାଏ । ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଳଭଦ୍ର ହଳମୂଷଳ ଧାରଣ କରନ୍ତି । ଏହି ବେଶରେ ସୁଭଦ୍ରାଙ୍କ ଆଭୂଷଣ ପରିବର୍ତ୍ତନ ହୁଏନାହିଁ । ମାତ୍ର ତାଙ୍କର ମସ୍ତକ ସୂବର୍ଣ୍ଣ କିଆରେ ଶୋଭିତ ହୁଏ |
ବାଙ୍କଚୂଡ଼ା ବେଶ ଏକ କୃଷ୍ଣ ସଂପର୍କିତ ବେଶ । କବି ବନମାଳୀ ତାଙ୍କ ପଦ୍ୟାବଳୀରେ ଲେଖିଛନ୍ତି -

“ ନିରେଖି ଚାହାଁରେ ସଖୀ ! ଏ କଦମ୍ବ ମୂଳକୁ

ସଂସାର ସାର ସୁଷମା ହୋଇବ କି କୁଳକୁ ।

ଶିରେ ବାଙ୍କଚୂଳ ଶିଖୀ ପୁଚ୍ଛ ଚଳାଚଳକୁ

ବିଲୋକିଲେ ସତୀ ଧୃତି ରହିବ କି କାଳକୁ ।”

• • •

Missing some Tweet in this thread? You can try to force a refresh
 

Keep Current with ଓଡ଼ିଆ ଜଗତ

ଓଡ଼ିଆ ଜଗତ Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @odiajagat

27 Nov
ଯୋଦ୍ଧା ବେଶରେ ଶ୍ରୀଜଗନ୍ନାଥ । ନାଗାର୍ଜୁନ ବେଶକୁ କାହିଁକି କୁହାଯାଏ ଯୋଦ୍ଧା ବେଶ ?

ନାଗାର୍ଜୁନ ବେଶ ଏକ ଯୋଦ୍ଧାବେଶ । ଶ୍ରୀଜଗନ୍ନାଥ କାହିଁକି ଏହି ଯୋଦ୍ଧାବେଶ ହୁଅନ୍ତି, ତାହାର ମଧ୍ୟ ତାତ୍ପର୍ୟ୍ୟ ରହିଛି । ଏହା ପଛରେ ଅଛି ନିର୍ଦ୍ଦିଷ୍ଟ ପୌରାଣିକ ଉପାଖ୍ୟାନ । ImageImageImageImage
କିନ୍ତୁ ସେ ଉପାଖ୍ୟାନକୁ ଯିବା ଆଗରୁ, ଶ୍ରୀଜଗନ୍ନାଥ ଆଉ କେବେ କେବେ ଯୋଦ୍ଧାବେଶ ହୁଅନ୍ତି, ତାହାର ଆଲୋଚନା ଆବଶ୍ୟକ ।

ମାଣିକ ଗଉଡ଼ୁଣୀ କିଂବଦନ୍ତି କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତବର୍ଷରେ ଲୋକପ୍ରିୟ । ଏହା ଗଜପତି ପୁରୁଷୋତ୍ତମ ଦେବଙ୍କ ସହିତ ସଂପର୍କିତ । ଏହାର ଐତିହାସିକ ଭିତ୍ତି ମଧ୍ୟ ରହିଛି । ImageImageImage
ଇତିହାସ ହେଉଛି- କପିଳେନ୍ଦ୍ର ଦେବ ଥିଲେ ସୂର୍ୟ୍ୟବଂଶର ପ୍ରତିଷ୍ଠାତା । ତାଙ୍କଠାରୁ ‘ଗଜପତି’ ଶାସନର ଆରମ୍ଭ ହୋଇଥିଲା । ସେ ଥିଲେ ଜଣେ ଦୁଃସାହସିକ ଦିଗ୍‌ବିଜୟୀ । ତାଙ୍କ ସମୟରେ ଗଙ୍ଗାଠାରୁ ଗୋଦାବରୀ ଓ କାବେରୀ ପର୍ୟ୍ୟନ୍ତ ଉତ୍କଳ ମହାରାଜ୍ୟର ସୀମା ବିସ୍ତାରିତ ହୋଇଥିଲା । ତାଙ୍କ ପରେ ଗଜପତି ରାଜା ହୋଇଥିଲେ ପୁରୁଷୋତ୍ତମ ଦେବ । ImageImageImageImage
Read 11 tweets
27 Nov
ମହାପଟୁଆରରେ ମଣିମାଙ୍କ #ନାଗାର୍ଜୁନ_ବେଶ ଆଭୂଷଣ ଆଣୁଥିବା ସମୟର ଚିତ୍ର ! #ଶ୍ରୀକ୍ଷେତ୍ର
#NagarjunaBesha #Nagarjuna ImageImageImageImage
ImageImageImageImage
ImageImageImageImage
Read 4 tweets
27 Nov
ଅଦ୍ୟ ପବିତ୍ର କାର୍ତ୍ତିକ ମଳ ଦ୍ୱାଦଶୀ ଦୀର୍ଘ ୨୫ ବର୍ଷ ପରେ ଶ୍ରୀମନ୍ଦିରର ରତ୍ନସିଂହାସନରେ ମହାପ୍ରଭୁ ଦେବଦୁର୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେବେ 🙏
⚫♦⚫
#ନାଗାର୍ଜୁନ_ବେଶକୁ_ଧାରଣ_କରିବେ_ଶ୍ରୀପୁରୁଷୋତ୍ତମ🌹
#NagarjunaBesha ImageImageImageImage
ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ମଧ୍ୟ ସାମୟିକ ବେଶ । ଯେଉଁ ବର୍ଷ ପଞ୍ଚକ ପାଞ୍ଚଦିନ ପରିବର୍ତ୍ତେ ଛଅଦିନ ପଡ଼େ , ସେହିବର୍ଷ ସେହି ଅଧିକ ଦିବସ ପାଇଁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ । ଏହି ନାଗାର୍ଜୁନ ବେଶର ଅନେକ କାରଣ ଓ ତାତ୍ପର୍ଯ୍ୟ ରହିଛି ।
#NagarjunaBesha ImageImageImageImage
୧:-ନାଗା ରୂପଧାରୀ ପର୍ଶୁରାମ ଜଣେ ପରାକ୍ରମଶାଳୀ ସହସ୍ରାର୍ଜୁନ ନାମକ କ୍ଷତ୍ରିୟ ରାଜାକୁ ନିହତ କରିଥିଲେ , ନାଗାର୍ଜୁନ ବେଶ ଏହାର ସ୍ମାରକୀ ।
୨:- କିରାତରୂପୀ ଶିବଙ୍କ ସହିତ ଅର୍ଜୁନ ଯୁଦ୍ଧ ହୋଇ ଯୁଦ୍ଧରେ ଅର୍ଜୁନ ପରାସ୍ତ ହୋଇଥିଲେ ଓ କିରାତ ରୂପୀ ଶିବ ପ୍ରୀତ ହୋଇ ଅର୍ଜୁନଙ୍କୁ କେତେକ ଦିବ୍ୟ ଅସ୍ତ୍ର ପ୍ରଦାନ କରିଥିବାର ସ୍ମାରକୀ
Read 8 tweets
25 Nov
“ ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ
ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ I
କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପବିତ୍ର ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି କୁହାଯାଏ । Image
Laxminarayan / Thiakia Besha
ଲଷ୍ମୀ ନାରାୟଣ / ଠିଆକିଆ ବେଶ

ପଞ୍ଚୁକର ପ୍ରଥମ ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ଶ୍ରୀଜୀଉମାନଙ୍କର ଅବକାଶ ନୀତି ସମାପନ ହେବା ପରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ହୋଇଥାଏ । ମସ୍ତକରେ ସୂବର୍ଣ୍ଣ କିଆ ଠିଆ ଭାବରେ ଲାଗି ହେଇଥିବାରୁ ଏହି ବେଶର ନାମକରଣ କରଯାଇଛି ବୋଲି କୁହାଯାଏ । ImageImage
ଏହି ବେଶରେ ଥାଇ ଠାକୁରମାନଙ୍କ ଗୋପାଳ ବଲ୍ଲଭ, ସକାଳଧୂପ, ବାଳଭୋଗ ଓ ଭୋଗମଣ୍ଡପ ନୀତି ଆଦି ହୋଇଥାଏ । ଏହି ମାସରେ ଅନୁଷ୍ଠିତ ରାଧାଦାମୋଦର ବେଶରେ ଠାକୁର ମାନେ ହସ୍ତରେ ନଳୀଭୁଜ ଧାରଣ କରୁଥିବା ବେଳେ ଏହି ବେଶରେ ଶ୍ରୀଭୁଜ, ଶଙ୍ଖ, ଚକ୍ର,ହଳ-ମୂଷଳ ଧାରଣ କରିଥାନ୍ତି । ସୁଭଦ୍ରାଙ୍କ ବେଶରେ କୈଣସି ପରିବର୍ତ୍ତନ କରାଯାଏ ନାହିଁ । Image
Read 5 tweets
11 Oct
#ମହାପ୍ରଭୁଙ୍କର_ଅନ୍ନ_ବ୍ରହ୍ମଙ୍କର_ବାଖ୍ୟା.....🌹

ମହାପ୍ରସାଦ ତାନ୍ତ୍ରିକ ପଦ୍ଧତି ରେ ନିର୍ମିତ ଓ ସମର୍ପିତ

ଶ୍ରୀମନ୍ଦିର ରୋଷଘରେ ବତିଶି ଟି କୋଠରୀ ରେ ସାତଶହ ବାଉନ ଗୋଟି ଚ଼ୁଲିରେ ମହାପ୍ରସାଦ ରନ୍ଧା ହୋଇଥାଏ ।

ପ୍ରତ୍ୟେକ ଚ଼ୁଲିରେ ଛ ଗୋଟି ଲେଖା ଜିଙ୍କା ରହିଛି ।
ତାନ୍ତ୍ରିକ ଦୃଷ୍ଟିରେ ପ୍ରତ୍ୟେକ ଟି ଚୁଲି ଗୋଟିଏ ଗୋଟିଏ ଷଡ୍ କୋଣାକୃତି ଅଗ୍ନିଯନ୍ତ୍ର ।

ରୋଷଶାଳାରେ ତାନ୍ତ୍ରିକ ପଦ୍ଧତି ରେ ବୈଷ୍ଣବାଗ୍ନି ସଂସ୍କାର ହୋଇ ମହାପ୍ରସାଦ ରନ୍ଧନ କରାଯାଏ। ଏହାକୁ ଅଗ୍ନି ଙ୍କର ଷଡାଙ୍ଗ ସଂସ୍କାର କୁହାଯାଏ।
ପ୍ରତ୍ୟେକ ଚୁଲିରେ ଛ ଗୋଟି ଜିଙ୍କା ରେ ଛ ଗୋଟି ହାଣ୍ଡି ଓ ମଜିରେ ଥିବା ତିନିଗୋଟି ଫାଙ୍କରେ ତିନିଗୋଟି ହାଣ୍ଡି ବସି ମୋଟ ନଅ ଗୋଟି ହାଣ୍ଡି ରେ ମହାପ୍ରସାଦ ପ୍ରସ୍ତୁତ କରାଯାଏ ।

ତନ୍ତ୍ର ପଦ୍ଧତି ଅନୁସାରେ ରୋଷରେ ଲାଲବର୍ଣ ର ମୃଣ୍ମୟପାତ୍ର ବ୍ୟବହୃତ ହୁଏ ।
Read 11 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!