#ପାର୍କଡାଏରୀ #ଭୁବନେଶ୍ୱର #ମଠଗାଥା
(ଦେହକୁ ନେବେନି, ଚଲାବୁଲାଦୌଡାକୁଦାବେଳେ ସବୁଗୁଡିକ ନିରୋଳା ଶୁଣାକଥା, କାନରେ ପଡିଯାଏ ଆଉ😂)
୧)
#ବାମ୍ଫ
୧ମ ମହିଳା:- ଆମର ଇଏ ମୋ ମୋବାଇଲ କେବେବି ଦେଖନ୍ତିନି
୨ୟ ମହିଳା:- ସେମିତି କିଛି ନାହିଁ, ଯେତେବେଳେ ବାମ୍ଫ ନବୁ, ଜାଣିବୁ
୨)
#ଅଭାଷା
ଚାଲ, ଦୌଡ଼, ଖେଳ, ଛୁଆ ଖେଳାଅ... ଯାହାବି କର... ମଝିରେ ମଝିରେ ୧୦-୨୦ବର୍ଷର ଟୋକାଙ୍କର କଥା ଖାଲି କାନରେ ପଡୁଥିବ। ହଁ, ସ୍ପଷ୍ଟ ଦୋଅକ୍ଷରୀ
୩)
#ମରେଇଲେ_ଜାଣିବ
୧ମ ମହିଳା:- ତମର ସେକେଣ୍ଡ ସିଜର ବେଳେ ଏକାଥରେ କାମ ସାରିଦେଇଚ ନା?
୨ୟ ମହିଳା:- ନାହିଁ, ଆମ ବାବୁ ମନା କଲେ
୧ମ:- ତାହେଲେ ସଂସ୍ଥା କେମିତି ଚାଲିଛି?
୨ୟ:- ଆମ ଜଗିରଖି ଚଳୁଚୁ ନା!
୧ମ:- ମରେଇଲେ ଜାଣିବ
୪)
#ପାଇଟି
୧ମ ମହିଳା:-ଶାଶୁ ଯେତେ ରାବୁଥାନ୍ତୁ, ମୁଁ ୭ଟା ପୂର୍ବରୁ ବିଛଣା ଛାଡେନି
୨ୟ:- କାହିଁକି🤔
୧ମ:- କାମବାଲୀ ଆସିବ ୭ଟା ପରେ, ଆଗରୁ ଉଠିଲେ- ଏଟା କର, ସେଟା କାହିଁକି କରିନୁକି ଲୋ? କିଏ ଏତେ ପାଇଟି ସକାଳୁ କରିବ?
୫)
#ଡାଲା
୧ମ ମହିଳା:- ଏ ମିଲି! ତମେ ଏତେ ଯୋର କାହିଁକି ଚାଲୁଚ?
୨ୟ:- ଆଲୋ ମୋଟି ହେଇଗଲିଣି। ଇଏ ଆଉ ପଚାରୁନାହାନ୍ତି।
୩ୟ:- ଆଲୋ, ବେଶୀ ଦୌଡ଼ନାଲୋ, ଡାଲା ବାଜିବ! ଆଉ ମୋଟୁରୁ ଅନେଇବେନି
୬)
#ଲାଳାଂଶ
୧ମ ମହିଳା:- ତମେ ସେ ଟିଉସନ ସାରଙ୍କୁ କାହିଁକି ବାହାର କରିଦେଲ?
୨ୟ:- କଣ କହିବିଲୋ ଆଉ! ସେ ଦରବୁଢାର ଟିକେ ଲାଳାଂଶ ରହୁଚି
୭)
#ବୁଢା
୧ମ ମହିଳା:- ଆଲୋ ତମେ କାହା ସାଙ୍ଗରେ ଫୁସଫୁସ ହେଇ ପଛରେ ଚାଲୁଚ?
୨ୟ:- ନାଇଁ ମ, ମୋ' ବୁଢା ଫୋନ୍ କରିଥିଲେ। ଟିକେ ରୋମାଣ୍ଟିକ ଅଛନ୍ତି ଆଜି ବୋଧେ
୮)
#ନାମ
୧ମ ଝିଅ:- ଆବେ ମୋନା, ତୋ ମାସ୍କ କାଇଁ?
୨ୟ ଝିଅ:- ତୁ ଆହୁରି କରୋନା ଯୁଗରେ ଅଛୁନା?
୧ମ:- ଛକରେ ଥରେ ନାମ ନେଲେ ଜାଣିବୁ!
୯)
#ଟାଇମପାସ୍_ମେଟେରିଆଲ୍
୧ମ ଝିଅ:- ହେ ୟାସ୍ମିନ୍! ତୋର ଏକା ଏତେ କଲ୍ ଆସୁଚିନା ବେ?
ମୋବାଇଲ ସାଇଲେଣ୍ଟ କରିଦଉନୁ।
ୟାସ୍ମିନ୍:- ନାଇ ବେ। ଟାଇମପାସ୍ ମେଟେରିଆଲଗୁଡାଙ୍କୁ ଟିକେ ଟିକେ ଟାଇମ୍ ନଦେଲେ ଲସ୍ ହିଁ ଲସ୍

• • •

Missing some Tweet in this thread? You can try to force a refresh
 

Keep Current with ଡାକ୍ତରବାବୁ

ଡାକ୍ତରବାବୁ Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @drgynaec

29 Sep
#କହିବାକୁ_ଚାହୁଁନଥିବା_କେତୋଟିକଥା
#ସାମ୍ପ୍ରତିକୀ
୧/୬)
କେଉଁଠି ନା କେଉଁଠି ଅବାଟରେ ମାଡିଯାଉଛି ଗାଡି। କୃଷି, ଶିକ୍ଷା ଓ ସ୍ବାସ୍ଥ୍ୟ କୁ ଉଚିତ ପ୍ରାଧାନ୍ୟ ମିଳୁଛି?
୨)
Block/GP ରେ

ଷ୍ଟାଡିଅମ୍
ରାସ୍ତାଘାଟ
ଗ୍ରାମ୍ୟ ଉଦ୍ୟାନ
ପୋଖରୀ
ଖେଳପଡିଆ
ଛୋଟ ବଗିଚା
...
ତିଆରି ବହୁତ ହେଉଛି,

କିନ୍ତୁ
ହାସପାତାଳ ସେମିତି ପଡିଚି ???
୩)
ବହୁ ବିଦ୍ୟାଳୟରେ ୫୦ଲକ୍ଷ ରୁ କୋଟିଏ ଯାଏଁ ଖର୍ଚ୍ଚ ହେଉଛି ପଞ୍ଚତତ୍ତ୍ବରେ।

କିନ୍ତୁ

ଶିକ୍ଷକ
ଛାତ୍ରାବାସ
ଓଡ଼ିଆ ମାଧ୍ୟମର ଗୁରୁତ୍ୱ ଓ ସୁପୁସ୍ତକ
ଖେଳକୁଦ
ଗୁଣାତ୍ମକ ଶିକ୍ଷା
ଅପଗ୍ରେଡେଡ ପାଠ୍ୟପୁସ୍ତକ
ପେଶାମୁଖୀ କୋଚିଂ
ସାଧାରଣ ଜ୍ଞାନ
ଗୁରୁକୂଳ ପରିବେଶ

ଏସବୁ???
୪)
କୃଷି କଥା ନକହିଲେ ଭଲ। ସମସ୍ତଙ୍କ ପାଖରେ ଚାଉଳ। ବିକାକିଣା ଧ୍ରୁବ ସତ୍ୟ। କୃଷିଶ୍ରମିକ ଅଭାବ। କୃଷକର ଆୟ ଓ ଲାଭ ବହୁତ କମ୍। ଅନେକ ଚାଷ ଛାଡିଲେଣି ବା ଛାଡିବାଉପରେ।

ଉନ୍ନତ କିସମ, ପ୍ରଣାଳୀ, ଯନ୍ତ୍ରାଂଶ, ପ୍ରଶିକ୍ଷଣ, ପ୍ରୋତ୍ସାହନ...ସହ ସଚେତନତା... ଏସବୁ ଅତ୍ୟାବଶ୍ୟକ। କୃଷକକୁ କୃଷିର ଲୋଭ ନଗ୍ରାସିଲେ ସିଏ ଦାଦନ ପଳେଇବ !!!
Read 5 tweets
11 Jun
ଅନୁରୋଧ #ସୂତା #Thread #FAQ regarding HRCT scan of Thorax
୧/
ରୋଗୀ ନିହାତି CT କରିବା କଥା? ରୋଗ ଆରମ୍ଭରୁ କଲେ ଭଲ? XRay?

ନାହିଁ। ଅଯଥା ରେଡିଏସନ୍ ଏକ୍ସୋପୋଜର। ଏକ୍ସରେ ଅପେକ୍ଷା ସିଟିରେ ୫୦-୧୦୦ଗୁଣ ଅଧିକ ଏକ୍ସୋପୋଜର।
୨/
CT score/CORADS grade ଅଧିକ ଥିଲେ ହାସପାତାଳ ଆଡମିସନ ଦରକାର? ଅମ୍ଳଜାନ କମିଯିବ?

ସେମିତି କିଛି ଶକ୍ତ ସମ୍ପର୍କ ନାହିଁ। କିନ୍ତୁ ସ୍କୋର ଅଧିକ ମାନେ lung involvement ଅଧିକ।
୩/
ତାହେଲେ କାହାର CT ଦରକାର?

ହାସପାତାଳରେ ଆଡମିସନ ବେଳେ, ସବୁ ଔଷଧ ବ୍ୟବହାର ସତ୍ତ୍ବେ ଯଦି ରୋଗୀ ଗୁରୁତର ହେଉଥାଏ, ତେବେ ଦରକାର। ଯଦି ଚିକିତ୍ସାରେ ଗୁରୁତର ରୋଗୀର ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି ତେବେ CT/Angio/ECMO ଅଦରକାରୀ। ସିଭିଅର ଡିଜିଜ୍(RR 30,SpO2 90) ରେ କରାଯାଇପାରେ।
Read 9 tweets
10 Jun
ଅନୁରୋଧ #ସୂତା #FAQ Treatment of Asymptomatic Patients ଲକ୍ଷଣବିହୀନ ରୋଗୀ
୧/
ଲକ୍ଷଣହୀନ ରୋଗୀ କାହିଁକି?

-ରୋଗପ୍ରତିରୋଧକ ଶକ୍ତି ଭଲ ଥାଏ ପ୍ରାୟ। ଏମାନଙ୍କ ମଧ୍ୟରୁ ୨୦% ଲକ୍ଷଣ ଦେଖାନ୍ତି ଆଗକୁ। ଆଉ ୮୦% ପ୍ରାୟ ସେମିତି ରହିଯାନ୍ତି।
୨/
ଏମାନଙ୍କୁ ଭୟ କାହିଁକି?

ବିବିଧ ଗବେଷଣା କହେ, ଚାରିଭାଗରୁ ଏକଭାଗ କୋବିଡ଼ ସଂକ୍ରମଣ, ଲକ୍ଷଣହୀନ ରୋଗୀଙ୍କ ଠାରୁହୁଏ ଏବଂ ଚାରିଭାଗରୁ ଆଉ ଏକଭାଗ ଲକ୍ଷଣଆରମ୍ଭ ପୂର୍ବରୁ(ପ୍ରି ସିମ୍ପ୍ଟମାଟିକ) ହୋଇଯାଏ
୩/
ସଂଖ୍ୟା ବା ହାର କେତେ?

ବିବିଧ ଭୌଗୋଳିକ ଅବସ୍ଥିତିରେ, total ସଂକ୍ରମଣର ୩୦-୫୦-୭୦% ଯାଏଁ ଲକ୍ଷଣବିହୀନ ରୋଗୀ ମିଳିପାରନ୍ତି।
Read 9 tweets
25 May
ଗୁରୁତ୍ୱପୂର୍ଣ୍ଣ #Thread #ସୂତା #FAQ
୧/
ଲମ୍ବା ଓଷଦ ଲିଷ୍ଟଗୁଡା ବୁଲୁଚି SM ରେ। ମୁଁ କଣ ଖାଇବି?

-ଯେତକ ଓଷଦ ଲେଖାହେଇଚି ସେ ଲିଷ୍ଟଗୁଡାରେ, ସମସ୍ତଙ୍କୁ ଭୂତାଣୁ ଶକ୍ତ ବେଖାତିର କରେ
-୮୦%ରୁ ଅଧିକ ଲୋକ ଜରଥଣ୍ଡା ଥିଲେ ପାରାସିଟାମଲ୍ ଓ ସେଟିରିଜିନରେ ଭଲହେବେ
-ଲକ୍ଷଣ ଅନୁସାରେ ନାକବନ୍ଦ, କାଶ, ଝାଡା ପାଇଁ ଅନ୍ୟ ଓଷଦ ଲାଗିପାରେ
୨/
କଣ ଓଷଦ ଅଛି ତାହେଲେ?

-ଚିକିତ୍ସା ନିଶ୍ଚିତ ଅଛି
-କିନ୍ତୁ
ଆଜିଥ୍ରୋ
ଡକ୍ସି
ହାଇଡ୍ରକ୍ସିକ୍ଲୋରୋ
ଆଇଭରମେକ୍ଟ
ଫାବିପିରା
ଭେଟାମିନ...
ସବୁ ତଦ୍ରୁପ
-ସ୍ଥଳବିଶେଷରେ ଡାକ୍ତରୀ ପରାମର୍ଶରେ କେବଳ ବ୍ୟବହାର କରାଯାଏ
୩/
କେତେବେଳେ ଡାକ୍ତରଙ୍କୁ ଦେଖାଇବୁ? ଆଡମିସନ ଦରକାର?

-୬୦ବର୍ଷରୁ ଅଧିକ ଲୋକ ଯଦି ଡାଇବେଟିସ ବ୍ଲଡପ୍ରେସର ଶ୍ବାସ କ୍ୟାନସର କିଡନିରୋଗ ହାର୍ଟରୋଗ ଆଦି ଅଛି
-ଅନ୍ୟ କ୍ଷେତ୍ରରେ ୯୨%ରୁ ଅମ୍ଳଜାନ ଖସିଲେ
-ପାରାଲିସିସ ପରି ହେଲେ, ନେଳିଆ ପଡିଲେ, ଅଣନିଶ୍ବାସୀ ହେଲେ, ବାଉଳିଚାଉଳି ଓ କନଫ୍ୟୁଜ୍ଡ ହେଲେ...
Read 10 tweets
25 May
#FAQ on DM #Thread #ସୂତା
୧/
କୋଭାକ୍ସିନ୍ ନେଲେ ବିଦେଶ ଯାଇ ହେବନି?

ହା ହା😂😉। ସେମିତି କିଛି ବି ନୁହେଁ। ଏବେ ଗୁଡାଏ ଟୀକା ଦିଆହେଉଛି ବିବିଧ ଦେଶରେ ଓ ବହୁତ ଟୀକା ଆଗକୁ ଆସୁଛି। WHO ଦ୍ବାରା ଏବଂ ଅନ୍ୟ ଦେଶରେ emergency use ପାଇଁ ଦରଖାସ୍ତ କରି ସେମାନଙ୍କୁ ଅନୁମୋଦନ ଆଣିବାକୁ ହେବ, ସମୟ ଲାଗିପାରେ।
୨/
କୋଭାକ୍ସିନ୍ କାମ କରିବ ନା ଭେରିଆଣ୍ଟରେ?

ହଁ, ପାରମ୍ପରିକ ଇଆକ୍ଟିଭେଟେଡ ଟୀକା। ୱନ ଅଫ୍ ଦ ବେଷ୍ଟ। early reports ବି ଟୀକା ସପକ୍ଷରେ।
୩/
କୋଭାକ୍ସିନ୍ ୨ୟ ଡୋଜ୍?

୪ହପ୍ତା ପରେ ଯେବେ ମିଳିବ ନେବେ। ୨ୟ ଟୀକାର ସମୟ ଗଡିଲେ, ଟୀକାକରଣକୁ ନଲିଫାଏ କରାଯାଏନି। ଭୁଲରେ ଆଗରୁ ନେଇଯାଇଥିଲେ ବା ସମୟ ଗଡିଗଲାପରେ ନେଲେବି ସୁରକ୍ଷା ସୁନିଶ୍ଚିତ, ଭୁଲିବେନି।
Read 7 tweets
24 May
#FAQ #Thread ଟୀକା ଓ ଅନ୍ୟ ପ୍ରତିଷେଧକ ବିଷୟରେ
୧/
ଟୀକା ନେଇବି ରୋଗ ହେଉଛି !

୧୦୦୦୦ ଲୋକରେ ୨-୪ ଜଣଙ୍କୁ ହେବାର ସମ୍ଭାବନା। ତାହାବି ଗୁରୁତର ନୁହେଁ ବିଲକୁଲ୍। ମୃତ୍ୟୁ ନାହିଁ ବା ନଗଣ୍ୟ।
୨/
ଡାକ୍ତର ଚାଲିଯାଉଛନ୍ତି !

ନଗଣ୍ୟ। ଏକ୍ସୋପୋଜର ଅଧିକ ଡାକ୍ତରଙ୍କର। କୋମର୍ବିଡିଟିଜ୍ ବି ରହିଛି। ତଥାପି ଏହା ଅତ୍ୟନ୍ତ ବିରଳ ଓ ନଗଣ୍ୟ
୩/
କୋଭିସିଲ୍ଡ ?

୧୩୫ରୁ ଅଧିକ ଦେଶ ବ୍ୟବହାର କରୁଛନ୍ତି। ସବୁଠୁ ଅଧିକ ମିଳୁଥିବା ଟୀକା। ରୋଗକୁ ବହୁଦେଶରେ ଅଟକାଉଛି ଏ ଟୀକା।
Read 14 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!

:(