My Authors
Read all threads
#Go_କରୋନା_Go #Thread #FAQ

ପ୍ର:- କରୋନା ପଜିଟିଭ ଆସିଲେ, ଚିକିତ୍ସା ନିହାତି ଦରକାର?
ଉ:- Asymptomatic/Presymptomatic/Mild Symptomatic ଅର୍ଥାତ୍ ଲକ୍ଷଣ ନଥିଲେ/କମ୍ ଲକ୍ଷଣ ଥିଲେ/ଲକ୍ଷଣ ଆରମ୍ଭ ହୋଇ ନଥିଲେ

ଏବେ ଗାଇଡଲାଇନ ଅନୁଯାୟୀ ମେଡିସିନ ବେଶୀ ଦରକାର ନାହିଁ ବା ଭିଟାମିନ ଖାଇପାରିବେ। ପରିସ୍ଥିତି ଡାକ୍ତର କହିବେ।

ପ୍ର:- କରୋନା ହେଲେ କଣ କରିବା?
ଉ:- ଗାଇଡଲାଇନ ଅନୁସାରେ ବ୍ୟବସ୍ଥା। Home isolation କି ହାସପାତାଳରେ ରହିବେ, ଡାକ୍ତର କହିବେ।

ଲକ୍ଷଣ ବେଶୀ ନଥିଲେ ଓ ଘରେ ସୁବିଧା ଥିଲେ, ଘରେ ରହିପାରିବେ। ଲକ୍ଷଣ ଅଧିକ ଓ ଅନ୍ୟ ରୋଗଥିଲେ କି ବୟସାଧିକ୍ୟ ଥିଲେ, ହାସପାତାଳ ଯିବେ।

ପ୍ର:- ଥରେ ପଜିଟିଭ ହେଲେ, ପୁଣି ପରୀକ୍ଷା କରିବାନି?
ଉ:- ଦରକାର ନାହିଁ

କେବଳ ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି ଏକଦମ୍ କମ୍, ଯେମିତିକି AIDS, ପ୍ରତିରୋପଣ ରୋଗୀ, ବହୁଦିନ ଧରି steroid ଖାଉଥିବା ରୋଗୀ ବା extremely severe conditions ରେ କରାଯାଇପାରେ।

ପ୍ର:- ହାସପାତାଳରେ କିଛି କରୁନାହାନ୍ତି
ଉ:- କଣ କରାଯିବ ଓ କଣ ନକରାଯିବ, ସେଥିପାଇଁ ଗାଇଡଲାଇନ ଅଛି। ସାରା ପୃଥିବୀରେ ନିର୍ଦ୍ଦିଷ୍ଟ ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା ଏବଂ ଖଲାସ କରାଯାଉଛି

ପ୍ର:- ଖଲାସ ବେଳକୁ ଟେଷ୍ଟ କରୁନାହାନ୍ତି
ଉ:- ଆବଶ୍ୟକ ନାହିଁ

ପ୍ର:- ରୋଗୀକୁ କେମିତି ହାସପାତାଳରୁ ଖଲାସ କରୁଛନ୍ତି
ଉ:- ଲକ୍ଷଣ ଆରମ୍ଭର ୧୦ ଦିନପରେ, ଅବସ୍ଥା ଭଲଥିଲେ ଓ ରୋଗ କମିଲେ ଖଲାସ ହେବେ

ପ୍ର:- ବେଳେବେଳେ ଜଲଦି ଖଲାସ କରିଦେଉଛନ୍ତି
ଉ:- ବିନା ଔଷଧରେ ୩ ଦିନ ଜର ନ ଆସିଲେ ଓ କାଶଛିଙ୍କ କମିଯାଇଥିଲେ ଖଲାସ ହୋଇପାରିବେ

ପ୍ର:- ଆହୁରି ଶୀଘ୍ର ବି ଛାଡିଦେଉଛନ୍ତି
ଉ:- ନାହିଁ। ସେମିତି ଆମଦେଶରେ ହେଉନି।

ଆମେରିକାରେ CDC, ବିନା ଔଷଧରେ ୨୪ ଘଣ୍ଟା ଜର ନରହିଲେବି Home isolation ସାରିବାପାଇଁ କହିଛି୯

ପ୍ର:- ଟେଷ୍ଟ କଲେ କେମିତି ଖଲାସ ହେଉଛନ୍ତି
ଉ:- ୨୪ ଘଣ୍ଟାରୁ ଅଧିକ ଅନ୍ତରରେ ୨ଥର ଟେଷ୍ଟ କରି ନେଗେଟିଭ୍ ଆସିଲେ immunocompromised patients ମାନଙ୍କୁ ଛଡାଯାଇପାରିବ। ତାହାବି ଧରାବନ୍ଧା ନୁହେଁ।
୧୦
ପ୍ର:- ଡେଡ୍ ବଡି ଛୁଏଇଁ ଦେଉନାହାନ୍ତି
ଉ:- ଗାଇଡଲାଇନ ଓ ପାଣ୍ଡେମିକ୍ କଣ୍ଟ୍ରୋଲ ଆଇନ ଅନୁଯାୟୀ ଯାହା ସଭିଙ୍କ ପାଇଁ ଭଲ, ସରକାର କରୁଛନ୍ତି
୧୧
ପ୍ର:- କିଡନି କାଢିନେଉଛନ୍ତି?
ଉ:- ବାଜ୍ୟ ପ୍ରୋପାଗଣ୍ଡା ଏସବୁ। ଏମିତି ପ୍ରଚାର କରୁଥିବା ଲୋକଙ୍କ ପାଇଁ କଡା କାନୁନ ଅଛି, ନିଶ୍ଚିତ ଜେଲ୍ ସଜ୍ଜା ହେବ
୧୨
ପ୍ର:- ନେତା ଅଭିନେତା ନେଗେଟିଭ୍ ଟେଷ୍ଟ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି
ଉ:- ଘରୋଇ ହାସପାତାଳରେ ନିଜ ତରଫରୁ କରାଉଛନ୍ତି। ସବୁବେଳେ ଆବଶ୍ୟକ ନାହିଁ
୧୩
ପ୍ର:- ବେଳେବେଳେ ମୃତ୍ୟୁ ପରେ କରୋନା ରିପୋର୍ଟ ଆସୁଛି
ଉ:- RTPCR ପାଇଁ ୫-୬ ଘଣ୍ଟା ଲାଗେ। ଯଦି ଅଧିକ sample ଲ୍ୟାବରେ ଥିବ, ବହୁତ ଅଧିକ ସମୟ ଲାଗିବ ରିପୋର୍ଟ ଆସିବା ପାଇଁ।
୧୪
ପ୍ର:- କିଛି ଲକ୍ଷଣ ନଥିଲେ କେତେଦିନ isolation ରେ ରହିବେ ରୋଗୀ
ଉ:- ଟେଷ୍ଟ ହେବା ଦିନଠୁ ୧୦ ଦିନ
୧୫
ପ୍ର:- କଣ ଭାବି ଏମିତି ୧୦ ଦିନର ସମୟ ରଖାଯାଇଛି?
ଉ:- ଗବେଷଣା କହେ ଯେ, ଅଳ୍ପ ଲକ୍ଷଣ ଯୁକ୍ତ ରୋଗୀ, ଲକ୍ଷଣ ଆରମ୍ଭର ୧୦ ଦିନ ଯାଏଁ ସଂକ୍ରମଣ କ୍ଷମ ରହୁଛନ୍ତି
୧୬
ପ୍ର:- ୧୦ ଦିନରେ ସମସ୍ତେ ଭଲ ହେଇଯିବେ?
ଉ:- ନାହିଁ। ଗୁରୁତର/ଅଧିକ ଲକ୍ଷଣ ଯୁକ୍ତ/ପ୍ରତିରୋଧକଶକ୍ତି ବିହୀନ ରୋଗୀ ୨୦ ଦିନ ପର୍ଯ୍ୟନ୍ତ ସଂକ୍ରମଣ କ୍ଷମ ରହିପାରିବେ। ସେମାନେ ହାସପାତାଳରେ ଚିକିତ୍ସିତ ହେବେ
୧୭
ପ୍ର:- ରୋଗୀ ଆଗ ଭଲହେଇ ଘରକୁ ଫେରୁଛି। କ୍ବାରାଣ୍ଟାଇନରେ ତା କଣ୍ଟାକ୍ଟ ବେଶୀ ଦିନ ରହୁଛି।
ଉ:- ସମ୍ଭବ। କ୍ବାରାଣ୍ଟାଇନ ୧୪ ଦିନ ନିଶ୍ଚିତ। ରୋଗୀ ଭଲହେବାପାଇଁ କ୍ରାଇଟେରିଆ ଉପରେ ଲିଖିତ
୧୮
ପ୍ର:- ଭଲହେବାପରେବି ଟେଷ୍ଟ ପଜିଟିଭ ଆସିବକି?
ଉ:- ହଁ, ଆସିପାରିବ। ଦରଭଙ୍ଗା ଜିନ୍, ଦେହରେ ବୁଲୁଥିଲେ ଟେଷ୍ଟ ପଜିଟିଭ ଆସିପାରେ। ତାହାର ମାନେ କିଛି ନାହିଁ
୧୯
ପ୍ର:- ଗରୀବ ଅଧିକ ମରୁଛନ୍ତି?
ଉ:- ବକବାସ ଏସବୁ। pure propaganda । ଧନୀ ଗରିବ ସମସ୍ତଙ୍କ ପାଇଁ ସମାନ ଚିକିତ୍ସା ଓ ନିୟମ
୨୦
ପ୍ର:- ମୋତେ କରୋନା ହେଇନି କି ହେବନି
ଉ:- କରୋନା କାହାକୁ ବି ହୋଇପାରେ, ସତର୍କ ରହନ୍ତୁ, ଲକ୍ଷଣ ଜନିତ ସନ୍ଦେହ ହେଲେ ପରୀକ୍ଷା କରାନ୍ତୁ
୨୧
ପ୍ର:- ପଶୁପକ୍ଷୀଙ୍କୁ ସଂକ୍ରମଣ ହେଉନିତ?
ଉ:- ରୋଗ ଓ ଭୂତାଣୁ ର ପ୍ରକାର ଭେଦ ଥାଏ। ମଣିଷଦେହରେ ବଢିପାରୁଥିବା ଓ ମଣିଷରୁ ମଣିଷକୁ ସଂକ୍ରମଣ ହେଇପାରୁଥିବା ଭୂତାଣୁ, ପଶୁପକ୍ଷୀଙ୍କ ଶରୀରରେ ସବୁବେଳେ ରୋଗ ସୃଷ୍ଟି କରିପାରେନା। ସେମାନଙ୍କ କରୋନା ଭୂତାଣୁ ଭିନ୍ନ, ସେମାନେ ବି ମଣିଷ ଦେହରେ ପ୍ରାୟ ରୋଗ କରନ୍ତି ନି।
୨୨
ପ୍ର:- କରୋନା ମୃତ୍ୟୁ କେବଳ ହାସପାତାଳରେ ହେଉଛି?
ଉ:- ପରୀକ୍ଷା କଲେ ଜଣାପଡୁଛି ହାସପାତାଳରେ। ହାସପାତାଳ ଯାଉନଥିବା ଲୋକଙ୍କର ମୃତ୍ୟୁ ବି କରୋନା ଜନିତ ହୋଇଯାଇପାରେ।୨
୨୩
ପ୍ର:- ଔଷଧ ନଖାଇ ରୋଗୀ କେମିତି ଭଲ ହେଉଛି?
ଉ:- severe disease କୁ ଛାଡିଦେଲେ, ଲକ୍ଷଣ ଅନୁଯାୟୀ ଚିକିତ୍ସା ରେ ନିର୍ଦ୍ଦିଷ୍ଟ କରୋନା ଔଷଧ ପ୍ରାୟ ଦରକାର ହୁଏନି।
୨୪
ପ୍ର:- ମୁଁ ସ୍ବାବ ଟେଷ୍ଟ କଲେ ମୋତେ ରିପୋର୍ଟ ଦେବେନା?
ଉ:- ହଁ, ବ୍ୟକ୍ତିଗତ ସ୍ତରରେ ଦରଖାସ୍ତ କଲେ ଆପଣଙ୍କୁ ପଜିଟିଭ ବା ନେଗେଟିଭ୍ ରିପୋର୍ଟ ମିଳିବ
୨୫
ପ୍ର:- ବହୁ ଲୋକଙ୍କୁ ପଜିଟିଭ ଦେଖେଇ ଅଫିସର ମାନେ ଲକ୍ଷ ଲକ୍ଷ ଫରେନ୍ ଟଙ୍କା ଖାଇଯାଉଛନ୍ତି
ଉ:- ଅମୁଳକ ଅଯୌକ୍ତିକ ମନଗଢା କଥା ଏହା। ସେମିତି ସରକାରୀ ବା ବେସରକାରୀ ଅନୁଦାନ ଆସୁନି
୨୬
ପ୍ର:- ନେତା ଘରେ ଚିକିତ୍ସିତ ହେଉଛନ୍ତି?
ଉ:- ରୋଗର ପ୍ରକୋପ ଦେଖି ଡାକ୍ତର ନିଷ୍ପତ୍ତି ନେବେ, କିଏ କେଉଁଠି ଚିକିତ୍ସା ପାଇବ।
୨୮
ପ୍ର:- ମୋର କେତେ ପରସେଣ୍ଟ ପଜିଟିଭ?
ଉ:- ରିପୋର୍ଟ କେବଳ ପଜିଟିଭ ନହେଲେ ନେଗେଟିଭ୍ ଆସେ। ପର୍ସେଣ୍ଟେଜ୍ କିଛି ନାହିଁ
୨୯
ପ୍ର:- ମୋର କେଉଁ ଷ୍ଟେଜରେ ରୋଗ ଅଛି?
ଉ:- ଷ୍ଟେଜିଂ କୋଭିଡରେ କରାଯାଏନି
୩୦
ପ୍ର:- କେମିତି ଜାଣିବା କେଉଁ ରୋଗୀ ସିରିଅସ୍?
ଉ:-
Mild:- RR ୨୪ରୁ କମ୍, SpO2 ୯୪ରୁ ଅଧିକ
Moderate:- RR ୨୪-୩୦, SpO2 ୯୦-୯୪
Severe:- RR ୩୦ରୁ ଅଧିକ, SpO2 ୯୦ରୁ କମ୍
୩୧
ପ୍ର:- ହୋମ୍ ଆଇସୋଲେସନରେ ଥିଲେ ଯଦି କିଛି ଅସୁବିଧା ହେଲା?
ଉ:- ତଳ ଅସୁବିଧା ହେଲେ ହାସପାତାଳ ନିଆଯିବ, ନିଜେ ଯିବେନି।
-ଅଣନିଶ୍ବାସୀ
-SpO2 ୯୪ରୁ କମ୍
-ଛାତିଯନ୍ତ୍ରଣା
-ନିଦରୁ ନଉଠିଲେ, କନଫ୍ୟୁଜ୍ଡହେଲେ
-ନେଳିଆ ପଡିଗଲେ
-ବାତ ମାରିଲେ
-ଗୋଡହାତ ଅବଶ ହେଇଗଲେ
୩୨
ପ୍ର:- ପ୍ରଥମେ କହିଲେ ନେଗେଟିଭ୍, ପୁଣି କହିଲେ ପଜିଟିଭ
ଉ:- ହଁ, ସେମିତି ସମ୍ଭବ। ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ୍ ଆସିଲେ, ଯଦି ରୋଗର ଲକ୍ଷଣ ରେ ପ୍ରାଚୁର୍ଯ୍ୟ ଥାଏ, ତେବେ RTPCR କରାଯାଏ। ତାହା ପଜିଟିଭ ଆସିପାରେ
୩୩
ପ୍ର:- RTPCR କି ଆଣ୍ଟିଜେନ ଟେଷ୍ଟ କଣ ପୁରା ଠିକ୍?
ଉ:- ପଜିଟିଭ ଆସିଲେ ଟେଷ୍ଟ ଠିକ୍।
ଆଣ୍ଟିଜେନ ନେଗେଟିଭ୍ ଆସିଲେ, ଅଧିକ ଲକ୍ଷଣ ଯୁକ୍ତ ବା ଗୁରୁତର ରୋଗୀଙ୍କର RTPCR ଲୋଡା।
ନଗଣ୍ୟ କ୍ଷେତ୍ରରେ RTPCR ମାଧ୍ୟମରେ ବି ମିସ୍ ହୋଇପାରେ।
୩୪
ପ୍ର:- ସବୁ ଠିକଥାଇ ହଠାତ୍ ରୋଗୀ ଗୁରୁତର ହେଇପାରେ?
ଉ:- ହଁ । SpO2 ଠିକ୍ ଥାଇବି ବେଳେବେଳେ "ଅମ୍ଳଜାନର ଆଂଶିକ ଚାପ" କମ୍ ହୁଏ ନିତାନ୍ତ ଅଳ୍ପ କ୍ଷେତ୍ରରେ। ତାକୁ happy hypoxia ବା silent hypoxia କହନ୍ତି।
୩୫
ପ୍ର:- ଭେଣ୍ଟିଲେଟରରେ ରଖିଲେନି!
ଉ:- ଭେଣ୍ଟିଲେଟର ଅଭାବ ନାହିଁ ଏବେସୁଦ୍ଧା।
୩୬
ପ୍ର:- ଡାୟାଲିସିସ୍ କରୁନାହାନ୍ତି
ଉ:- ପ୍ରାୟ କୋଭିଡ ହାସପାତାଳରେ ଡାୟାଲିସିସ୍ ସୁବିଧା ଅଛି
୩୭
ପ୍ର:- ଖାଲି ଜରଟିକେ ଆସିଥିଲା। କାହିଁକି କରିବି ଟେଷ୍ଟ?
ଉ:- କରାଇନିଅନ୍ତୁ
୩୮
ପ୍ର:- ମୁଁ ପରିବାବେପାର କରି ଚଳୁଚି। କିଛି ହେଇନି, ଟେଷ୍ଟ କାହିଁକି କରିବି?
ଉ:- ପରିବାବାଲା, ଫେରିବାଲା, ଉଠାଦୋକାନୀ ବା ବାହାର ସଂସ୍ପର୍ଶରେ ଆସୁଥିବା ଲୋକେ ପରୀକ୍ଷା କରାଇପାରିବେ
୩୯
ପ୍ର:- କରୋନା ଛଡା ଆଉ କେଉଁ ରୋଗ ଏବେ ନାହିଁ? ସେଥିରେ ମରୁନାହାନ୍ତି?
ଉ:- ହଁ ହେଉଛି। କିନ୍ତୁ ଏହାର ସଂକ୍ରମଣ କ୍ଷମତା ଏବଂ ବିପଦ, ଏହାକୁ ସ୍ବତନ୍ତ୍ର କରିଛି।
୪୦
ପ୍ର:- ମୃତ୍ୟୁହାର ତ କମୁଛି। କାହିଁକି ଟେଷ୍ଟ କରିବା?
ଉ:- ଲୁଚାନ୍ତୁନି। ସଂକ୍ରମଣ କରାନ୍ତୁନି। ଆପଣଙ୍କ ଲାଗି ଅନ୍ୟମାନେ ଅସୁବିଧାରେ ପଡିବେ।
Missing some Tweet in this thread? You can try to force a refresh.

Keep Current with ©℗ଡାକ୍ତରବାବୁ® डॉक्टरबाबू™ DoctorBabu™

Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

Twitter may remove this content at anytime, convert it as a PDF, save and print for later use!

Try unrolling a thread yourself!

how to unroll video

1) Follow Thread Reader App on Twitter so you can easily mention us!

2) Go to a Twitter thread (series of Tweets by the same owner) and mention us with a keyword "unroll" @threadreaderapp unroll

You can practice here first or read more on our help page!

Follow Us on Twitter!

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!