#Thread #ଭ୍ୟାକ୍ସିନ୍ #ମଠଗାଥା
୧]
"ତୁ ମତେ କେତେ ଭଲ ପାଉ?" ବୋଲି ସେ ହଠାତ୍ ପଚାରିଦେଲା। ହଡବଡେଇ ଗଲା ନାୟକ, ଇଏ କି ଅଗ୍ନିପରୀକ୍ଷା! ପାଟିରୁ ତା'ର ବାହାରିଗଲା- "ମୋତେ ଭ୍ୟାକ୍ସିନ୍ ମିଳିଲେ, ମୁଁ ନନେଇ, ତତେ ହିଁ ଦେଇଦେବି!
୨]
ନାୟକ ନାୟିକା, ଦେଖାହେବା ବାହାନାରେ ଅନ୍ତରଙ୍ଗ ମୁହୂର୍ତ୍ତ କିଛି କାଟିବାକୁ କେବେବି ଭୁଲନ୍ତିନି। ଆଜି ହଠାତ୍ ସବୁ ଯେମିତି ବଦଳିଯାଇଥିଲା। ନାୟିକାର ଚରମବାଣୀ- "ମୋତେ ଛୁଅଁ, ମନା ନାହିଁ। କିନ୍ତୁ ମୋ ଓଠକୁ ଛୁଇଁବାକୁ ହେଲେ, ଭ୍ୟାକ୍ସିନ୍ ନିଅ!
୩]
ନାୟକର ସହରରେ କେବଳ ବୃଦ୍ଧ, ରୋଗୀ ଓ ଶିଶୁମାନଙ୍କୁ ଭ୍ୟାକ୍ସିନ୍ ମାଗଣାରେ ମିଳୁଥିଲା। ଭୟଭୀତ ଥିଲା ସେ। କୌଣସି ଉପାୟରେ ହାତଗୁଞ୍ଜା ଦେଇ, ବାପାମା'ଙ୍କର ବୟସଟାକୁ ବଢେଇଦେଲା ନାୟକ।
୪]
ଭ୍ୟାକ୍ସିନ୍ ବିକ୍ରି ହେଉଥିଲା ସେତେବେଳେ। ବଡ଼ କଷ୍ଟରେ ସେ ୨ଟା ଯୋଗାଡ କରିପାରିଲା, କିନ୍ତୁ ମା' ସ୍ତ୍ରୀ ଓ ସେ ୩ ଜଣ। ମା' ଓ ସ୍ତ୍ରୀ ତାକୁ ନେବାପାଇଁ ବାଧ୍ୟକରିବାରୁ, ସେ ମିଛ କହିଲା- ସେରୋସର୍ଭେରେ ତା'ର ଆଣ୍ଟିବଡି, ପ୍ରୋଟେକ୍ଟିଭ୍ ଲେବଲରୁ କୁଆଡେ ଉପରେ ଥିଲା।
୫]
ଦେଶର ଶାସକଦଳ ପାଞ୍ଚବର୍ଷ ନପୁରୁଣୁ, ସାଧାରଣ ନିର୍ବାଚନ ଘୋଷଣା କରିଦେଲେ। ଭ୍ୟାକ୍ସିନ୍ ଆସୁଥିଲା।
୬]
ପୁଅ ବାହାଘର ପାଇଁ, ବଡ଼ହାକିମ ଜଣଙ୍କ ଗୋଟେ ବିଚ୍ ରିସର୍ଟ, ୨ଜଣ ଆଲବମ୍ ଅଭିନେତ୍ରୀ, ୨୫ଟା ଠାକୁରମୁଣ୍ଡା ଖାସି ଓ ୨୦୦ ଭ୍ୟାକ୍ସିନ୍ ପାଇଁ ବଇନା ଦେଲେ।
୭]
ସାହୁବାବୁ ବୋହୁ ଖୋଜିବାରେ ବ୍ୟସ୍ତ। ଝିଅଟି ତନୁପାତଳୀ ଗୋରୀ ହେଇଥିବ। ଓଡ଼ିଆରେ ମାଷ୍ଟର ଡିଗ୍ରି କରିଥିବ। ଚାକିରି କରିନଥିବ। ଝିଅର ଭାଇଥିବ। ଘରକୁ ଆସିଲେ ଶାଢ଼ୀ ପିନ୍ଧିବ ଓ ଓଷାବ୍ରତ କରିବାକୁ ଇଚ୍ଛା ରଖିଥିବ। ହଁ, ଭ୍ୟାକ୍ସିନ୍ ନିଶ୍ଚିତ ନେଇଥିବ ଆଗରୁ।
୮]
ସେଠୀବାବୁ ଫାଟକ ସାମନାରେ ସ୍ପଷ୍ଟ ଲେଖିଛନ୍ତି- ଘର ଭିତରକୁ ଆସିବାକୁ ଚାହୁଁଥିଲେ,
-ତୁଣ୍ଡି ବାନ୍ଧିଥିବେ
-ସାନିଟାଇଜର ଧରିଥିବେ
-ଦି ଗଜ୍ ଦୂରତା ରଖିବେ
-ହଁ, ଭ୍ୟାକ୍ସିନ୍ ନିଶ୍ଚିତ ନେଇଥିବେ
୯]
ଏକ ସନ୍ତ୍ରାସୀ ସଂଗଠନର ସମସ୍ତ ୨୨୦ ସଦସ୍ୟ ଅକାଳ ମୃତ୍ୟୁ ବରିଲେ। ଡେମୋକ୍ରାସି ଟିଭି ଖୁଲାସା କଲା- ମ୍ୟାନୁଫ୍ୟାକ୍ଚରିଂ ଲ୍ୟାବରୁ ସେମାନେ କୁଆଡେ ଲୁଟିଥିଲେ ଭ୍ୟାକ୍ସିନ୍। କିନ୍ତୁ ଅପ୍ରତ୍ୟାଶିତ ଆଶଂକା ଓ ରୋଗ ଭୟରେ, ଭାଏଲ୍ ଖୋଲି ପିଇଦେଲେ।
୧୦]
ଆଗକୁ ଇଲେକ୍ସନ ଥିଲା। ଦେଶର ପ୍ରମୁଖ ରାଜନୈତିକ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ସ୍ଳୋଗାନ ଯାହା ସମସ୍ତଙ୍କ ମନ କିଣୁଥିଲା:-
"ତୁମେ ଆମକୁ ଭୋଟ୍ ଦିଅ
ଆମେ ତୁମକୁ ଭ୍ୟାକ୍ସିନ୍ ଦେବୁ"
୧୧]
ଦେଶର ଗୋଟେ ପ୍ରମୁଖ ଉଦାରବାଦୀ ସଂଗଠନ ଚକାବନ୍ଦ ଡାକରା ଦେଉଥିଲା। "ଭ୍ୟାକ୍ସିନ୍ ନନେଇ ବୈବାହିକ ସମ୍ପର୍କ ସ୍ଥାପନକୁ "ମାରାଇଟାଲ୍ ରେପ୍" ର ସଂଜ୍ଞା ରେ ଯୋଡିବାକୁ, ଯୋରଦାର ଆନ୍ଦୋଳନ ଆରମ୍ଭ କରିଦେଇଥିଲା, ତା' ମୁଖିଆ।
୧୨]
ଦେଶର ଏକ ପୁରୁଖା ରାଜନୈତିକ ଦଳ ରୋଗ ଆଳରେ କ୍ଷମତା ଚାହୁଁଥିଲା।
ଆଉ ସେଥିପାଇଁ ସ୍ଲୋଗାନ ଓ ଥିମ୍ ତିଆରୁଥିଲା:-

କରୁଣା ହଟାଓ...
ଅବ୍ ଆୟେଗା ଭ୍ୟାକ୍ସିନ୍...
୧୩]
ପ୍ରମୁଖ ଚ୍ୟାନେଲ ଚିଲାଇଚିଲାଇ ଚିତ୍କାର କରୁଥିଲେ। ତର୍ଜମା ସମାଲୋଚନା ଖୁବ୍ ଜୋର ଧରିଥିଲା। ଜଣେ ବେପାରୀ-ବିଶେଷଜ୍ଞ, ଗୋଟେ "ଗ୍ରୀନ୍, ନେଚୁରାଲ୍ ଏଣ୍ଡ ଅର୍ଗାନିକ ଭ୍ୟାକ୍ସିନ୍" ବଜାରକୁ ଛାଡୁଥିଲେ।

• • •

Missing some Tweet in this thread? You can try to force a refresh
 

Keep Current with ©℗ଡାକ୍ତରବାବୁ® डॉक्टरबाबू™ DoctorBabu™

©℗ଡାକ୍ତରବାବୁ® डॉक्टरबाबू™ DoctorBabu™ Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @drgynaec

11 Aug
#Go_କରୋନା_Go #Thread #FAQ

ପ୍ର:- କରୋନା ପଜିଟିଭ ଆସିଲେ, ଚିକିତ୍ସା ନିହାତି ଦରକାର?
ଉ:- Asymptomatic/Presymptomatic/Mild Symptomatic ଅର୍ଥାତ୍ ଲକ୍ଷଣ ନଥିଲେ/କମ୍ ଲକ୍ଷଣ ଥିଲେ/ଲକ୍ଷଣ ଆରମ୍ଭ ହୋଇ ନଥିଲେ

ଏବେ ଗାଇଡଲାଇନ ଅନୁଯାୟୀ ମେଡିସିନ ବେଶୀ ଦରକାର ନାହିଁ ବା ଭିଟାମିନ ଖାଇପାରିବେ। ପରିସ୍ଥିତି ଡାକ୍ତର କହିବେ।

ପ୍ର:- କରୋନା ହେଲେ କଣ କରିବା?
ଉ:- ଗାଇଡଲାଇନ ଅନୁସାରେ ବ୍ୟବସ୍ଥା। Home isolation କି ହାସପାତାଳରେ ରହିବେ, ଡାକ୍ତର କହିବେ।

ଲକ୍ଷଣ ବେଶୀ ନଥିଲେ ଓ ଘରେ ସୁବିଧା ଥିଲେ, ଘରେ ରହିପାରିବେ। ଲକ୍ଷଣ ଅଧିକ ଓ ଅନ୍ୟ ରୋଗଥିଲେ କି ବୟସାଧିକ୍ୟ ଥିଲେ, ହାସପାତାଳ ଯିବେ।

ପ୍ର:- ଥରେ ପଜିଟିଭ ହେଲେ, ପୁଣି ପରୀକ୍ଷା କରିବାନି?
ଉ:- ଦରକାର ନାହିଁ

କେବଳ ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି ଏକଦମ୍ କମ୍, ଯେମିତିକି AIDS, ପ୍ରତିରୋପଣ ରୋଗୀ, ବହୁଦିନ ଧରି steroid ଖାଉଥିବା ରୋଗୀ ବା extremely severe conditions ରେ କରାଯାଇପାରେ।
Read 39 tweets
27 Jul
#Thread #PlasmaTherapy #ପ୍ରଶ୍ନୋତ୍ତର

ପ୍ର:- କିଏ ଦେବ ପ୍ଲାଜମା ?
ଉ:-
-ଯାହାକୁ ଆଗରୁ କୋଭିଡ ଭଲ ହେଇଥିବ ୨୮ ଦିନ ତଳେ,

-କିମ୍ବା ୧୪ ଦିନ ତଳେ ଲକ୍ଷଣ ଛାଡିଥିବ ଓ ଟେଷ୍ଟ ଏବେ ନେଗେଟିଭ୍ ଥିବ। ୧୪ ଦିନପରେ ଟେଷ୍ଟ ପଜିଟିଭ ରହିଲେବି ଦେଇହେବ, କାରଣ ସଂକ୍ରମଣ ଶକ୍ତି ନଥାଏ। ୧୪ ଦିନପରେ ଟେଷ୍ଟ କରିବାବି ନିହାତି ଆବଶ୍ୟକ ନୁହେଁ।
cntd

- ରୋଗ ଅଛିକି ନାହିଁ rtPCR ପରୀକ୍ଷା(ନାଜାଲ ସ୍ବାବ) ହେଇଥିଲେ ଭଲ
-ମୂଳରୁ ଲକ୍ଷଣବିହୀନ ଥିବା ରୋଗୀବି ଦେଇପାରିବେ
-ସେରୋଲୋଜି ସର୍ଭେରେ ଆଇଜି ଆଣ୍ଟିବଡି ପଜିଟିଭ ଥିବା ଅଜଣା-ରୋଗୀବି ଦେଇପାରିବେ
-ଆଣ୍ଟିବଡି ଟାଇଟର(ଲେବଲ) ମାପିବା ଦରକାର ନାହିଁ, ଯଦି ମାପିହେବ, 1:160ରୁ ଅଧିକ ଥିଲେ ଭଲ

ପ୍ର:- ପ୍ଲାଜମା ଦେବାର ଅନ୍ୟ କ୍ରାଇଟେରିଆ କଣ?
ଉ:-
- 18-60 ବୟସ
- 50 କେଜି ଓଜନ
- ହେମୋଗ୍ଲୋବିନ 8-10 ରୁ ଅଧିକ
- ୧୪-୨୮ ଦିନ ପୂର୍ବରୁ ଲକ୍ଷଣ ଭଲହେଇଯାଇଥିବ
Read 21 tweets
12 Apr
ରବିବାରିଆ ସୂତା #Covid19India #Thread #MythsAndFacts
୧】
Myth:-
ଚିନ୍/ଆମେରିକା କରୋନା ତିଆରି କରିଛନ୍ତି ଓ ବିକ୍ରିବଟା କରିବେବୋଲି ଯୋଜନା ଚଲେଇଥିଲେ
Fact:-
ଭୂତାଣୁଟି ନେଚୁରାଲ ସିଲେକ୍ସନ ପ୍ରକ୍ରିୟାରେ ଜନ୍ମିତ। ମନୁଷ୍ୟକୃତ/ଲାବୋରେଟୋରୀ ଉତ୍ପାଦ ନୁହେଁ
୨】
Myth:-
ପରିବାକୁ ବଜାରରୁ କିଣିଆଣି ସାବୁନ ମାରି ଧୋଇବା ଦରକାର
Fact:-
ଦରକାର ନାହିଁ। ପରିବା ଧରିବା/ରଖିବା/କାଟିବା ପରେ ନିଜ ହାତ ସାବୁନଫେଣରେ ପରିଷ୍କାର କରନ୍ତୁ। ଜୀବନକୁ ଏସମୟରେ କଷ୍ଟିଆ କରନ୍ତୁ ନି।
୩】
Myth:-
ସାନିଟାଇଜର୍ ମିଳୁନି। N95 ମିଳୁନି। କେହି ଯୋଗାଉନାହାନ୍ତି। ଆମେ ବିପଦରେ।
Fact:-
ସାବୁନକୁ ଫେଣକରି ୨୦ସେକେଣ୍ଡଯାଏଁ ହାତ ଧୁଅନ୍ତୁ। ସାମାଜିକ ଦୂରତା ରକ୍ଷା କରନ୍ତୁ। କପଡାମାସ୍କ ମୁହଁରେ ଦିଅନ୍ତୁ, ତିଆରି ବି କରିପାରିବେ। N95 ଦରକାର ନାହିଁ। ସାନିଟାଇଜର୍ ମୋବାଇଲ/ଲାପଟପ/ରିମୋଟ ଆଦିପାଇଁ ଦରକାର ପଡିପାରେ।
Read 20 tweets
15 Jun 19
#RajaParba #ରଜପର୍ବ
"ରଜ" ର ସଂଜ୍ଞା ତଥା ପ୍ରାସଂଗିକତା,
ବ୍ଯକ୍ତିଗତ ତଥା ବିଦ୍ୟାର୍ଥୀଙ୍କ ଯୌନଶିକ୍ଷା
ଓ ପାରିବାରିକ ତଥା ସାମାଜିକ ଯୌନସଚେତନତା ଉପରେ #Thread
୧)
ମୁଁ Expert ନୁହେଁ, ଯାହା ଅନୁଭୂତିରୁ କହିବି।
ଭୁଲ ଧରିବେନି🙏।
ଗଠନାତ୍ମକ ମତାମତ ଦେବେ🙏।
ବନାନ ଭୁଲ ରହିଯାଇପାରେ(ଅଲଗା ଫୋନ)।
୨)
ସଚେତନତା: -
ଯୌନ/sex ଶବ୍ଦରେ ଖରାପ କଣ? ତାର ବ୍ଯବହାର ଓ ଗ୍ରହଣୀୟତା ବଢିବା ଦରକାର। ତା'ସହ ମେନ୍ସ/MC/ମାସିକିଆ, ପେନିସ/ଲିଙ୍ଗ, Vagina/ଯୋନି, Breast, Anus/ମଳଦ୍ୱାର, Pregnancy/ଗର୍ଭ, Abortion/Miscarriage/ଗର୍ଭପାତ, Delivery/ପିଲାଜନ୍ମ, POCSO ନିୟମ, ଧଳାସ୍ରାବ, Orgasm, Masturbation, Perversion ଏସବୁରବି।
୩)
*ନିଜେ ଲାଜକରୁଥିଲେ ଅନ୍ୟ ସହ କଥା ହେବେ କେମିତି? ଛୁଆଙ୍କ ସହ? ଡାକ୍ତରଙ୍କ ସହ? ପରିବାର ସହ?
*କଣ କଥା ହେବେ? ଜାଣିଥିଲେ ସିନା?
*ପ୍ରଶ୍ନ/ଉତ୍ତର ଆପଣ ଜାଣନ୍ତିକି?
*ଯୌନରୋଗର ଲକ୍ଷଣ ଜାଣନ୍ତି?
*ସରଭାଇକାଲ କ୍ୟାନସର, Breast cancer ଜାଣନ୍ତି?
*Breast self Examination?
*Safe period?
*Contraception?
*Prostate Cancer?
Read 27 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!