#FAQ on Vaccination #Thread #ସୂତା
(ବାରମ୍ବାର ଶୁଣୁଥିବା ପ୍ରଶ୍ନର ଉତ୍ତର)

୧/
କୋଭିସିଲ୍ଡ ସେକେଣ୍ଡ ଡୋଜ କେବେ?

-୬-୮ ସପ୍ତାହରେ ମିଳିଲେ ନେବେ
-୪-୧୨ ସପ୍ତାହରେ ନେଇହେବ
-୪ସପ୍ତାହ ପୂର୍ବରୁ ଭୁଲରେ ନେଇଗଲେ, ରିପିଟ୍ କରିବେନି
-୧୨ସପ୍ତାହ ପରେ ଡେଇଁଲେ, ଯେତେ ଜଲଦି ମିଳିବ ନେବେ

କୋଭାକ୍ସିନ୍?

-୪ସପ୍ତାହପରେ ଯେବେ ଜଲଦି ମିଳିବ
୨/
ବୁଷ୍ଟର? ଯଦି ମିଳିଲା ମୋଫତରେ?
ବୁଷ୍ଟର ଏକ୍ଷେତ୍ରରେ ନାହିଁ। ଦୁଇଟା ଫାଇନାଲ୍।

ପ୍ରେଗାନିଉଜ୍?
ନୋ !

ଟୀକାନେଇକି ପିଲାପିଲି ପାଇଁ ଚେଷ୍ଟା କରିହେବନା?
ପାରିବେ।
୩/
ଗୋଟେ କୋଭିସିଲ୍ଡ ନେଇକି ତାପରେ କୋଭାକ୍ସିନ୍?
ନାହିଁ, ବଦଳେଇ ହେବନି।

୨ଟା କୋଭିସିଲ୍ଡ ପରେ କୋଭାକ୍ସିନ୍?
ନାହିଁ, ଏବେ ଦରକାର ନାହିଁ।

କୋଭିସିଲ୍ଡ/କୋଭାକ୍ସିନ୍ ପରେ ଆଉ କିଛି ଭଲ?
ନାହିଁ। ବିଲକୁଲ୍ ନୁହେଁ ଏବେ।
୪/
କିଏ ନେବନି?

-୧୮ରୁ କମ୍ ବୟସ୍କ, ଗର୍ଭବତୀ, ସ୍ତନ୍ୟପାୟୀ
-ଯେଉଁ ପ୍ରାପ୍ତବୟସ୍କମାନେ ଘରବାହାରେ କାର୍ଯ୍ୟରତ, ସେ କ୍ଷେତ୍ରରେ, ରିଷ୍କବେନିଫିଟ୍ ରେସିଓ ଦେଖାଯାଇପାରେ
୫/
ରୋଗ ଏବେ ହେଇଚି। କେବେ ନେବି?

-ମାସେରୁ ୩ମାସପରେ ନେବେ। ୬ମାସ ଗଡିଯାଉ, ପୁନଂସଂକ୍ରମଣ ରିସ୍କ କମ୍। ହେଲେବି ସାଧାରଣ ରୋଗ ଭାବେ ଚାଲିଯାଇପାରେ।
୬/
ଆଗରୁ ହେଇଥିଲା ରୋଗ। ଏବେ ନେବିନା?

ନେଇଯାନ୍ତୁ ମିଳୁଛି ଯଦି। ନହେଲେ ୬ମାସ ଗ୍ୟାପ ଦେଇକି ନେଲେବି ଚଳିବ। ଏବଂ ଅନ୍ୟ ହିତାଧିକାରୀ ଆପଣଙ୍କପାଇଁ ଗଚ୍ଛିତ ଟୀକାଟି ନେଇପାରିବେ।
୭/
ଥଣ୍ଡାଜରକାଶ ପ୍ରବଳ ଜୋର। ଟୀକା ନେବି?

ଭଲହେଲାପରେ ନେବେ।
ଅଳ୍ପ ଟିକେ ଥଣ୍ଡା ଧରିଥିଲେ ନେଇପାରିବେ।
୮/
ଅମୁକ ରୋଗ, ସମୁକ ରୋଗ ଅଛି। ଟୀକା ନେବି?

ଟୀକାର ରୋଗସମ୍ପର୍କିତ ଅନ୍ୟ କିଛିବି କଣ୍ଟ୍ରାଇଣ୍ଡିକେସନ ନାହିଁ। ଅନ୍ୟ ମାରାତ୍ମକ ରୋଗକୁ ଟୀକା ଅମୃତ ସଂଜୀବନୀ।
୯/
୧ମ ଟୀକାପରେ କୁକୁରକାମୁଡା ଦେଲା ! କଣ କରିବି ? ଟିଟି ନେବିନା?

କୋବିଡ଼ ୨ହପ୍ତା ହେଇଯାଇଥିଲେ, ARV ସାରିବେ। ସରିଲେ କୋବିଡ଼। ଯଦି ଅଧିକ ଗ୍ରେଡର କାମୁଡା ଟୀକା ନେବା ପରେ ତତ୍କାଳ ହେଲା, ତାଇଲେ ଡାକ୍ତର ବୁଝିବିଚାରି ବ୍ୟବସ୍ଥା କରିବେ।

ଟିଟି କଥାବି ଅବିକଳ ସେୟା।

ହେପାଟାଇଟିସ ନେଉଥିଲେ, ୧୪ଦିନ ଗ୍ୟାପ ଦେବେ।

• • •

Missing some Tweet in this thread? You can try to force a refresh
 

Keep Current with DrGynaec

DrGynaec Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @drgynaec

9 May
DM/WA ସନ୍ଦେହକୁ ନେଇ #FAQ #Thread

୧/
ପ୍ରତିଷେଧକ?

-It is vaccine ଟୀକା only

-Hydroxychloroquine weekly ର ଫଳ ଅଜଣା

-Ivermectin 12mg, ୩ ଦିନ ଅନ୍ତରରେ ୨ ଡୋଜ, ମାସକୁ ଥରେ, ଫଳ ଅଜଣା

-Arsenicum album 30C, 4 globules of size 30, BBF, 3 days, repeat after 3 wks, ଫଳ ଅଜଣା

-କାଢା ହଳଦୀଦୁଧ ଫଳ ଅଜଣା
୨/
ପରାମର୍ଶ?

-ଟୀକା ଟୀକା ଏଣ୍ଡ ଓନଲି ଟୀକା

-ତା ଛଡା
ସାମାଜିକ ଦୂରତା, ୬ଫୁଟରୁ ଅଧିକ
ଡବଲ ମାସ୍କ ନହେଲେ N95 ଢଙ୍ଗରେ ପିନ୍ଧିବା
ବାରବାର ସାବୁନରେ ଭଲକରି ହାତଧୁଆ
ସାନିଟାଇଜର ବ୍ୟବହାର

-ଯେଉଁମାନେ ଟୀକା ନେଇନାହାନ୍ତି, ସେମାନେ ଅନ୍ୟ ପ୍ରତିଷେଧକ ଚାଲୁ ରଖିପାରିବେ। କିନ୍ତୁ ମିଳିଲେ ତୁରନ୍ତ ଟୀକା ନେବେ, ଟୀକା ନିର୍ବିକଳ୍ପ
୩/
ଟୀକା ସତରେ ଦେଉଚନି ନା?

ବିଲକୁଲ୍ ଦିଆହେଉଛି। ଏହା ସତ୍ୟ। ସନ୍ଦେହର ଅବକାଶ ନାହିଁ। ଭାଏଲ ଖୋଲାହେଇ ଦଶ-ଏଗାର ଜଣକୁ ଦିଆହେଉଛି। ତମେ ୟା ତା' କଥାରେ ପଡି ଭାସି ଯାଅନି, ଟୀକା ନିଅ।
Read 9 tweets
8 May
#କଳାକବକ #ମ୍ୟୁକରମାଇକୋସିସ #ସୂତା #Thread
(ପ୍ର: ମିତ୍ରଙ୍କସହ କଥାହେବାପରେ, ବଡ଼ଭାଇ ଜାଣନ୍ତି ତାଙ୍କୁ)

ଏହା ଏକ ସୁବିଧାବାଦୀ ବା ଅପର୍ଚୁନିଷ୍ଟିକ ମାରାତ୍ମକ କବକ ସଂକ୍ରମଣ
୧/
କେଉଁଠି ଦେଖାଯାଏ?

-ରୋଗପ୍ରତିରୋଧକ ଶକ୍ତି କମ୍ ଥିଲେ
-ଅଣାୟତ୍ତ ମଧୁମେହ
-କୋଭିଡ ଚିକିତ୍ସାରେ
-ଅଧିକ ଦିନ ଅମ୍ଳଜାନ ନେଲେ
-ଭେଣ୍ଟିଲେଟରରେ ରହିଲେ
୨/
କୋଭିଡ଼ରେ କାହିଁକି?

-ଷ୍ଟିରଏଡ ବ୍ୟବହାର ଇମ୍ୟୁନିଟି କମାଏ
-ଟୋସିଲିଜୁମାବ ଇମ୍ୟୁନୋମଡୁଲେଟର ବ୍ୟବହାର
-ଭେଣ୍ଟିଲେଟରରେ ରହିବା ବା ଅଧିକ ଦିନ ଅମ୍ଳଜାନ ନେବାରେ ହ୍ୟୁମିଡିଫାୟର ର ବ୍ୟବହାର
୩/
କେଉଁ କୋଭିଡ଼ ରୋଗୀଙ୍କ ବିପଦ ଅଧିକ?

-ଅଣାୟତ୍ତ ଡାଇବେଟିସ ଥିଲେ
-ଯଥେଷ୍ଟ ଅଧିକ ଦିନ ଆଇସିୟୁ ରେ ରହୁଥିଲେ
-ଓଦା ସର୍ଫେସ୍ ର ଲମ୍ବା ଓକ୍ସୋପୋଜର୍
-ଅତ୍ୟଧିକ ଷ୍ଟିରଏଡ ଓ ଟୋସିଲିଜୁମାବ, ଇଟୋଲିଜୁମାବ, ଇଣ୍ଟରଫେରନ ବ୍ୟବହାର
Read 14 tweets
23 Oct 20
#Thread #ଭ୍ୟାକ୍ସିନ୍ #ମଠଗାଥା
୧]
"ତୁ ମତେ କେତେ ଭଲ ପାଉ?" ବୋଲି ସେ ହଠାତ୍ ପଚାରିଦେଲା। ହଡବଡେଇ ଗଲା ନାୟକ, ଇଏ କି ଅଗ୍ନିପରୀକ୍ଷା! ପାଟିରୁ ତା'ର ବାହାରିଗଲା- "ମୋତେ ଭ୍ୟାକ୍ସିନ୍ ମିଳିଲେ, ମୁଁ ନନେଇ, ତତେ ହିଁ ଦେଇଦେବି!
୨]
ନାୟକ ନାୟିକା, ଦେଖାହେବା ବାହାନାରେ ଅନ୍ତରଙ୍ଗ ମୁହୂର୍ତ୍ତ କିଛି କାଟିବାକୁ କେବେବି ଭୁଲନ୍ତିନି। ଆଜି ହଠାତ୍ ସବୁ ଯେମିତି ବଦଳିଯାଇଥିଲା। ନାୟିକାର ଚରମବାଣୀ- "ମୋତେ ଛୁଅଁ, ମନା ନାହିଁ। କିନ୍ତୁ ମୋ ଓଠକୁ ଛୁଇଁବାକୁ ହେଲେ, ଭ୍ୟାକ୍ସିନ୍ ନିଅ!
୩]
ନାୟକର ସହରରେ କେବଳ ବୃଦ୍ଧ, ରୋଗୀ ଓ ଶିଶୁମାନଙ୍କୁ ଭ୍ୟାକ୍ସିନ୍ ମାଗଣାରେ ମିଳୁଥିଲା। ଭୟଭୀତ ଥିଲା ସେ। କୌଣସି ଉପାୟରେ ହାତଗୁଞ୍ଜା ଦେଇ, ବାପାମା'ଙ୍କର ବୟସଟାକୁ ବଢେଇଦେଲା ନାୟକ।
Read 13 tweets
11 Aug 20
#Go_କରୋନା_Go #Thread #FAQ

ପ୍ର:- କରୋନା ପଜିଟିଭ ଆସିଲେ, ଚିକିତ୍ସା ନିହାତି ଦରକାର?
ଉ:- Asymptomatic/Presymptomatic/Mild Symptomatic ଅର୍ଥାତ୍ ଲକ୍ଷଣ ନଥିଲେ/କମ୍ ଲକ୍ଷଣ ଥିଲେ/ଲକ୍ଷଣ ଆରମ୍ଭ ହୋଇ ନଥିଲେ

ଏବେ ଗାଇଡଲାଇନ ଅନୁଯାୟୀ ମେଡିସିନ ବେଶୀ ଦରକାର ନାହିଁ ବା ଭିଟାମିନ ଖାଇପାରିବେ। ପରିସ୍ଥିତି ଡାକ୍ତର କହିବେ।

ପ୍ର:- କରୋନା ହେଲେ କଣ କରିବା?
ଉ:- ଗାଇଡଲାଇନ ଅନୁସାରେ ବ୍ୟବସ୍ଥା। Home isolation କି ହାସପାତାଳରେ ରହିବେ, ଡାକ୍ତର କହିବେ।

ଲକ୍ଷଣ ବେଶୀ ନଥିଲେ ଓ ଘରେ ସୁବିଧା ଥିଲେ, ଘରେ ରହିପାରିବେ। ଲକ୍ଷଣ ଅଧିକ ଓ ଅନ୍ୟ ରୋଗଥିଲେ କି ବୟସାଧିକ୍ୟ ଥିଲେ, ହାସପାତାଳ ଯିବେ।

ପ୍ର:- ଥରେ ପଜିଟିଭ ହେଲେ, ପୁଣି ପରୀକ୍ଷା କରିବାନି?
ଉ:- ଦରକାର ନାହିଁ

କେବଳ ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି ଏକଦମ୍ କମ୍, ଯେମିତିକି AIDS, ପ୍ରତିରୋପଣ ରୋଗୀ, ବହୁଦିନ ଧରି steroid ଖାଉଥିବା ରୋଗୀ ବା extremely severe conditions ରେ କରାଯାଇପାରେ।
Read 39 tweets
27 Jul 20
#Thread #PlasmaTherapy #ପ୍ରଶ୍ନୋତ୍ତର

ପ୍ର:- କିଏ ଦେବ ପ୍ଲାଜମା ?
ଉ:-
-ଯାହାକୁ ଆଗରୁ କୋଭିଡ ଭଲ ହେଇଥିବ ୨୮ ଦିନ ତଳେ,

-କିମ୍ବା ୧୪ ଦିନ ତଳେ ଲକ୍ଷଣ ଛାଡିଥିବ ଓ ଟେଷ୍ଟ ଏବେ ନେଗେଟିଭ୍ ଥିବ। ୧୪ ଦିନପରେ ଟେଷ୍ଟ ପଜିଟିଭ ରହିଲେବି ଦେଇହେବ, କାରଣ ସଂକ୍ରମଣ ଶକ୍ତି ନଥାଏ। ୧୪ ଦିନପରେ ଟେଷ୍ଟ କରିବାବି ନିହାତି ଆବଶ୍ୟକ ନୁହେଁ।
cntd

- ରୋଗ ଅଛିକି ନାହିଁ rtPCR ପରୀକ୍ଷା(ନାଜାଲ ସ୍ବାବ) ହେଇଥିଲେ ଭଲ
-ମୂଳରୁ ଲକ୍ଷଣବିହୀନ ଥିବା ରୋଗୀବି ଦେଇପାରିବେ
-ସେରୋଲୋଜି ସର୍ଭେରେ ଆଇଜି ଆଣ୍ଟିବଡି ପଜିଟିଭ ଥିବା ଅଜଣା-ରୋଗୀବି ଦେଇପାରିବେ
-ଆଣ୍ଟିବଡି ଟାଇଟର(ଲେବଲ) ମାପିବା ଦରକାର ନାହିଁ, ଯଦି ମାପିହେବ, 1:160ରୁ ଅଧିକ ଥିଲେ ଭଲ

ପ୍ର:- ପ୍ଲାଜମା ଦେବାର ଅନ୍ୟ କ୍ରାଇଟେରିଆ କଣ?
ଉ:-
- 18-60 ବୟସ
- 50 କେଜି ଓଜନ
- ହେମୋଗ୍ଲୋବିନ 8-10 ରୁ ଅଧିକ
- ୧୪-୨୮ ଦିନ ପୂର୍ବରୁ ଲକ୍ଷଣ ଭଲହେଇଯାଇଥିବ
Read 21 tweets
12 Apr 20
ରବିବାରିଆ ସୂତା #Covid19India #Thread #MythsAndFacts
୧】
Myth:-
ଚିନ୍/ଆମେରିକା କରୋନା ତିଆରି କରିଛନ୍ତି ଓ ବିକ୍ରିବଟା କରିବେବୋଲି ଯୋଜନା ଚଲେଇଥିଲେ
Fact:-
ଭୂତାଣୁଟି ନେଚୁରାଲ ସିଲେକ୍ସନ ପ୍ରକ୍ରିୟାରେ ଜନ୍ମିତ। ମନୁଷ୍ୟକୃତ/ଲାବୋରେଟୋରୀ ଉତ୍ପାଦ ନୁହେଁ
୨】
Myth:-
ପରିବାକୁ ବଜାରରୁ କିଣିଆଣି ସାବୁନ ମାରି ଧୋଇବା ଦରକାର
Fact:-
ଦରକାର ନାହିଁ। ପରିବା ଧରିବା/ରଖିବା/କାଟିବା ପରେ ନିଜ ହାତ ସାବୁନଫେଣରେ ପରିଷ୍କାର କରନ୍ତୁ। ଜୀବନକୁ ଏସମୟରେ କଷ୍ଟିଆ କରନ୍ତୁ ନି।
୩】
Myth:-
ସାନିଟାଇଜର୍ ମିଳୁନି। N95 ମିଳୁନି। କେହି ଯୋଗାଉନାହାନ୍ତି। ଆମେ ବିପଦରେ।
Fact:-
ସାବୁନକୁ ଫେଣକରି ୨୦ସେକେଣ୍ଡଯାଏଁ ହାତ ଧୁଅନ୍ତୁ। ସାମାଜିକ ଦୂରତା ରକ୍ଷା କରନ୍ତୁ। କପଡାମାସ୍କ ମୁହଁରେ ଦିଅନ୍ତୁ, ତିଆରି ବି କରିପାରିବେ। N95 ଦରକାର ନାହିଁ। ସାନିଟାଇଜର୍ ମୋବାଇଲ/ଲାପଟପ/ରିମୋଟ ଆଦିପାଇଁ ଦରକାର ପଡିପାରେ।
Read 20 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!

:(